7th Pay Commission: ରେଲୱେ କର୍ମଚାରୀମାନଙ୍କର ହୋଇଛି ବିଜୟ , ଡିସେମ୍ବରଠାରୁ ଦରମା ହେବ ଡବଲ ।

Spread the love

■ ରେଳ କର୍ମଚାରୀଙ୍କୁ ଡିସେମ୍ବରରେ ମିଳିବ ଦରମା/ଭତ୍ତା

ଦିଲ୍ଲୀ ମଣ୍ଡଳର ରେଳ କର୍ମଚାରୀମାନେ ସୋମବାର ଦିନ ରେଳ ଅଧିକାରୀଙ୍କୁ କରିଥିଲେ ଘେରାଉ। ରେଳ କର୍ମଚାରୀମାନଙ୍କ ଜୋରଦାର ପ୍ରଦର୍ଶନ ପରେ ରେଳ ପ୍ରଶାସନ ଡ୍ରେସ ଅଲୋଉନ୍ସ ଦେବା ପାଇଁ ଜାରି କରିଛି। ରେଳ ପ୍ରଶାସନ ନିସ୍ପତି ଦେଇଛନ୍ତି ଯେ ଡିସେମ୍ବର ମାସର ଦରମାରେ ଦୁଇ ବର୍ଷର ଡ୍ରେସ ଅଲୋଉନ୍ସ ଜଡିତ ହୋଇ ମିଳିବ।ରେଳ କର୍ମଚାରୀ ଏହାକୁ ବହୁତ ବଡ଼ ବିଜୟପ୍ରାପ୍ତ କରିଥିବା ବୋଲି ମାନୁଛନ୍ତି।

■ ବର୍ଷକୁ ମିଳୁଥିବା ଡ୍ରେସ ଅଲୋଉନ୍ସ

ନାର୍ଦନ୍ନ ରେଳ ମେନ୍ୟୁ ୟୁନିୟନର ଦିଲ୍ଲୀ ମଣ୍ଡଳରେ ଷ୍ଟଡ଼ିଂ କମିଟି ବୈଠକରେ ଡ୍ରେସ ଅଲୋଉନ୍ସ ଦିଆଯାଉନଥିବା ଯୋଗୁଁ ବହୁତ ବାର୍ତ୍ତାଲାପ ହୋଇଛି।ରେଳ କର୍ମଚାରୀମାନେ କହିଲେ 7th ପେ କମିଶନ ହିସାବରେ ଡ୍ରେସଅଲୋଉନ୍ସ ଦିଆଯିବ ବୋଲି ଘୋଷଣା କରାଯାଇଥିଲା। ରେଳ ମଣ୍ଡଳ ପକ୍ଷରୁ ଏଥିପାଇଁ ସହମତ ଥିବା ସତ୍ୱେ ଏବେ ପର୍ଯ୍ୟନ୍ତ ଦିଆଯାଇ ନାହିଁ। ରେଳ କର୍ମଚାରୀଙ୍କ ପ୍ରଦର୍ଶନ ଦେଖିବା ପରେ ଡ୍ରେସଅଲୋଉନ୍ସ ମିଳିବା ପ୍ରତି ଆଦେଶ ଜାରି କରି ଦିୟାଗୋଲା। 7th ପେ କମିଶନର ଅନୁସାରେ ସାମନ୍ୟ ରେଳ କର୍ମଚାରୀଙ୍କୁ ଡ୍ରେସଅଲୋଉନ୍ସ 5000 ଟଙ୍କା ଓ ଟ୍ରାଫିକ କିମ୍ବା ରେଳ ପରିଚାଳନ ସହିତ ଜଡ଼ିତ କର୍ମଚାରୀମାନଙ୍କୁ 10000 ଟଙ୍କା ଦରମା/ଭତ୍ତା ଦିଆ ଯିବାକୁ ଆଦେଶ କରା ଯାଇଛି। ଡିସେମ୍ବର ମାସର ଦରମାରେ ଦୁଇ ବର୍ଷର ଡ୍ରେସ ଅଲୋଉନ୍ସ ଜଡିତ ହୋଇ ମିଳିବ ବୋଲି କହିଛନ୍ତି।

■ ରେଳ କର୍ମଚାରୀ ମାନଙ୍କ 47 ଦାବି

ଆପଣଙ୍କୁ ଜଣାଇଦେଉଛୁ ଯେ ରେଳ କର୍ମଚାରୀମାନେ ନିଜ ଦାବିର ପୁରଣ ପାଇଁ ବହୁତ ସମୟ ଧରି ପ୍ରଦର୍ଶନ କରୁଛନ୍ତି। ରେଳ କର୍ମଚାରୀମାନେ ମାଗିଥିବା 47ଟି ଦାବି ମଧ୍ୟରୁ ଏକ ଦାବି ଡ୍ରେସ ଅଲୋଉନ୍ସ। ଏହା ଛଡା ରେଲୱେ ରୋନିଂ କର୍ମଚାରୀଙ୍କ ପାଇଁ ରୋନିଂ ଅଲୋଉନ୍ସ ଦେବା ପାଇଁ ଦାବି। ରେଲୱେର ଗୁଡ୍ସଗାର୍ଡ, ଲୋକୋପାଇଲଟ ଓ ଗାର୍ଡ, ମୋହାୟକ ଲୋକୋ ପାଇଲଟ ଏମାନଙ୍କୁ ଅତିରିକ୍ତ ଦରମା/ଭତ୍ତା ଦେବା ପାଇଁ ଦାବି। ରେଲୱେ ଗାର୍ଡର ପଦବୀରେ ପରିବର୍ତ୍ତନ କରାଯିବା ପାଇଁ ଦାବି। ଟେକ୍ନିସିୟନ ଗ୍ରେଡ 2 କୁ ଓ ଟେକ୍ନିସିୟନ ଗ୍ରେଡ 1 ସହିତ ସମାନ କରି ଦରମାକୁ ସଂଶୋଧିତ କରାଯିବା ପାଇଁ ଦାବି। ରେଲୱେ ଗ୍ରୁପ ସି ର ଉପର କର୍ମଚାରୀଙ୍କୁ ଗ୍ରୁପ ବି ର ସ୍ତର ଦିଆଯାଉ। 4600 ଗ୍ରେଡ ପେ ର କର୍ମଚାରୀଙ୍କୁ 4800 ଗ୍ରେଡ ପେ ର ସମାନ ଦରମା ଦିଆଯାଉ। ରେଲୱେ କଲୋନୀର ଦୁର୍ଦ୍ଦଶାକୁ ଠିକ୍ କରାଯାଉ। କାମର ବୋଝ କମ୍ ହେବା ପାଇଁ ନୁଆଁ କର୍ମଚାରୀଙ୍କ ଭର୍ତ୍ତି କରାଯାଉ।