07 ଅକ୍ଟୋବର 2019, ସୋମବାର : – ୭ଟି ରାଶି ରାଶିର ବ୍ୟକ୍ତିଙ୍କୁ ମିଳିବ ମାଆ ସିଦ୍ଧି ଦାତ୍ରୀଙ୍କ ଅପର କୃପା । ପାରିବାରିକ ସ୍ନେହ ଶ୍ରଦ୍ଧା

Spread the love

07 ଅକ୍ଟୋବର 2019, ସୋମବାର : – ୭ଟି ରାଶି ରାଶିର ବ୍ୟକ୍ତିଙ୍କୁ ମିଳିବ ମାଆ ସିଦ୍ଧି ଦାତ୍ରୀଙ୍କ ଅପର କୃପା । ପୂର୍ଣ୍ଣ ହେବ ସମସ୍ତ ମନୋବାଞ୍ଛା, ପାରିବାରିକ ସ୍ନେହ ଶ୍ରଦ୍ଧା ଅକ୍ଷୁଣ୍ଣ ରହିବ ।

ଭାଗ୍ୟରେ ଗ୍ରହର ନିରନ୍ତନ ପରିବର୍ତ୍ତନ ହୋଇଥାଏ, ଏହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ହୋଇଥାଏ । ଗ୍ରହର ପରିବର୍ତ୍ତନ ଫଳରେ ରାଶି ଗୁଡିକ ଉପରେ ମଧ୍ୟ କିଛି ନା କିଛି ପ୍ରଭାବ ପଡିଥାଏ । ଯେତେବେଳେ ଗ୍ରହ ଗୁଡିକର ସ୍ଥାନ ପରିବର୍ତ୍ତନ ହୋଇଥାଏ ରାଶି ଗୁଡିକ ଉପରେ ମଧ୍ୟ ଏହାର ଶୁଭଫଳ ପଡିଥାଏ । ଜ୍ୟୋତିଷ୍କଙ୍କ ଅନୁସାରେ ରାଶି ଗୁଡିକର ମହତ୍ତ୍ୱ ବ୍ୟକ୍ତିଙ୍କ ଜୀବନ ଉପରେ ପ୍ରଭାବ ପକାଇଥାଏ । ରାଶିକୁ ଆଧାରରେ ବ୍ୟକ୍ତିର ଭବିଷ୍ୟତ ବିଷୟରେ କୁହାଯାଇପାରେ ।

ମେଷ : ସ୍ୱଭାବ ଶାନ୍ତ ଓ ବ୍ୟବହାର ମିଷ୍ଟ ରହିବ । ଆଜି କୃତ୍ତିକା ନକ୍ଷତ୍ର ମେଷରାଶି ବ୍ୟକ୍ତିଙ୍କୁ ଆଶା କରୁଥିବା ଦିଗରୁ ସାହାଯ୍ୟ ମିଳିବ । ପାରିବାରିକ ଓ କର୍ମକ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଅନେକାଂଶରେ ଭଲ ରହିବ । ବ୍ୟବସାୟରେ ଆଶାତୀତ ଲାଭ ପାଇବେ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମନୋଭାବ ଆପଣଙ୍କ ମନକୁ ପ୍ରଫୁଲ୍ଲିତ କରିବ । ଅର୍ଥଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ ଯୋଗୁ ମନ ଖୁସି ରହିବ । ମାଲିମକଦମାରେ ଜୟ ଯୁକ୍ତ ହେବେ, ବୈବାହିକ ଜୀବନ ସୁଖମୟ ରହିବ । ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ଯାତ୍ରା ଓ କ୍ରୟ ବିକ୍ରୟ କ୍ଷେତ୍ରରେ ସାବଧାନତା ଅବଲମ୍ବନ କରିବା ଶେୟସ୍କର ହେବ । ଶୁଭରଙ୍ଗ: ଧୂସର । ଆରାଧନା: ମାଆ ଶାରଳା ।

ବୃଷ : ଭାଗ୍ୟର ସହଯୋଗ ପାଇ ଉନ୍ନତି ପଥରେ ଅଗ୍ରସର ହେବେ । ରୋହିଣୀ ନକ୍ଷତ୍ର ବୃଷରାଶି ଆଜି ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଲାଭ କରିବେ । ପ୍ରିୟ ବନ୍ଧୁଙ୍କ ଠାରୁ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିପାରନ୍ତି । ବ୍ୟବସାୟରେ ଆର୍ଥିକ ଭଳି ରହିବ । ଗୃହ, ଜମି ସମ୍ବନ୍ଧୀୟ ସମସ୍ୟା ସହଜରେ ସମାଧାନ ହେବ । ଦିନ ଭିତରେ କାର୍ଯ୍ୟବ୍ୟସ୍ତ ଯୋଗୁ ମନ ଖୁସୀ କରିବାର ଅବସର ପାଇବେ ନାହିଁ । ସଭାସମିତି, ଆଲୋଚନା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବାକୁ ପଡ଼ିପାରେ । ଆକସ୍ମିକ ସମସ୍ୟା ହେତୁ ଗଠନମୂଳକ କାର୍ଯ୍ୟରେ ଗତି ମନ୍ଥର ହେବ । କୃତିକା ନକ୍ଷତ୍ରର ପାରିବାରକି କ୍ଷେତ୍ରରେ କୌଣସି ଅଭାବ ନ ଥାଇ ମଧ୍ୟ ମନଟା ଭଲ ଲାଗି ନ ପାରେ । ପ୍ରେମ ସଂପର୍କ ନିବିଡ଼ ହେବ । ଶୁଭରଙ୍ଗ: ଗୋଲାପୀ । ଆରାଧନା: ମାଆ ଅମ୍ବିକା ।

ମିଥୁନ : ଧର୍ମ କାର୍ଯ୍ୟରେ ସମୟ ବିତିବ । ଆଜି ଆର୍ଦ୍ରା ନକ୍ଷତ୍ର ଏହି ରାଶି ପାଇଁ ହଠାତ୍‌ ପରିସ୍ଥିତି ବଦଳିଯିବ । ନିଜ ଇଚ୍ଛା ଅନୁସାରେ କୌଣସି କାମ କରି ପରିବାରରୁ ସମାଲୋଚିତ ହେବାକୁ ପଡ଼ିପାରେ । ତଥାପି କୌଶଳରେ କାର୍ଯ୍ୟ ସାଧନ କରିବାରେ ସମର୍ଥ ହୋଇପାରନ୍ତି । ନୂଆ ଲୋକଙ୍କ ସହିତ ପରିଚୟ ହେବ । ପ୍ରତିଷ୍ଠିତ ଲୋକଙ୍କ ସହିତ ସମ୍ପର୍କ ହେବ । ବ୍ୟବସାୟ ବୃଦ୍ଧି ଲାଗି ଆପଣଙ୍କ ମନରେ ଯେଉଁ ବିଚାର ଆସିବ ତାହା ସଫଳ ହେବ । ଆପଣଙ୍କୁ ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ । ନୂଆ ଘର ବା ଭୂ-ସମ୍ପତ୍ତି କିଣିବା ଲାଗି ଯୋଜନା କରିବେ । ବାଦବିବାଦ ମାଲିମୋକଦ୍ଦମା ପ୍ରତିଯୋଗିତା ସମୀକ୍ଷ ଫଳ ବିଳମ୍ବ ହୋଇପାରେ । ଶୁଭରଙ୍ଗ: କମଳା ରଙ୍ଗ । ଆରାଧନା: ହନୁମାନ ।

କର୍କଟ : ପୁନର୍ବସୁ ନକ୍ଷତ୍ର ଏହି ରାଶି ପାଇଁ ଦିନଟି ସ୍ମରଣୀୟ ରହିବ । ଆକସ୍ମିକ ଭାବେ ବନ୍ଧୁଙ୍କ ନିକଟରୁ ଆଶା କରୁଥିବା ଶୁଭ ସମ୍ବାଦ ଶୁଣି ଖୁସି ହେବେ । କର୍ମକ୍ଷେତ୍ରରେ ଉଚ୍ଚବର୍ଗଙ୍କ ସାହାଯ୍ୟ ଓ ବନ୍ଧୁମିଳନରୁ ଉତ୍ସାହିତ ହୋଇପାରନ୍ତି । ଆନୁଷ୍ଠାନିକ ଅଥବା ପ୍ରଶାସନିକ ସ୍ତରରେ ଏପରି କି ଶିଳ୍ପ, ବାଣିଜ୍ୟରେ ମଧ୍ୟ ପ୍ରତିବନ୍ଧକକୁ ଦୂରେଇବାରେ ସମର୍ଥ ହେବେ । ବ୍ୟବସାୟରେ ପୁରୁଣା ବିବାଦ ସମାପ୍ତ ହୋଇଯିବ କିନ୍ତୁ ଆକସ୍ମିକ ସ୍ଥାନାନ୍ତର ସୂଚନା ମନକୁ ଭାରାକ୍ରାନ୍ତ କରିପାରେ । ଆଜିର ପ୍ରତ୍ୟୁଷ ଯାତ୍ରା ଓ ମାଙ୍ଗଳିକ କାମରୁ ଖୁସି ରହିବେ । ସନ୍ତାନଙ୍କ ଠାରୁ ସୁଖଦ ସମାଚାର ମିଳିବ । ପ୍ରେମ ପ୍ରସଙ୍ଗରେ ସଫଳତା ନିଶ୍ଚିତ ମିଳିବ । ଶୁଭରଙ୍ଗ: ଧଳା । ଆରାଧନା: ହର ପାର୍ବତୀ ।

ସିଂହ : ନିଜ ଉପରେ ବିଶ୍ବାସ ରଖନ୍ତୁ ଏବଂ ନିଜ କର୍ତ୍ତବ୍ୟ ମୁତବକ କାର୍ଯ୍ୟ କରିଚାଳନ୍ତୁ । କର୍ମକ୍ଷେତ୍ର ପ୍ରତି ଶନି ଓ ରାହୁଙ୍କ କୁପ୍ରଭାବଜନିତ ସମସ୍ୟା ଓ ପାରିବାରିକ ସ୍ତରରେ ବିଭିନ୍ନ ପ୍ରକାର ଚିନ୍ତା ମନକୁ ଆନ୍ଦୋଳିତ କରିପାରେ ତଥାପି କୌଣସି ବିଭ୍ରାନ୍ତ ହୁଅନ୍ତୁ ନାହିଁ, ଦିନଟି ଆପଣଙ୍କ ଲାଗି ଅତି ଉତ୍ତମ ରହିବ । ଚନ୍ଦ୍ର ପ୍ରଭାବରେ ବନ୍ଧୁମାନଙ୍କୁ ମଧୁର ବାକ୍ୟ କହି କାର୍ଯ୍ୟ ହାସଲ କରିନେବେ । ଆପଣଙ୍କ ଉନ୍ନତି ପଥରେ ଲାଗି ରହିଥିବା ବାଧା ଦୂର ହେବ । ଷ୍ଟକ ଓ ମିଚ୍ୟୁଆଲ୍‌ଫଣ୍ତରେ ନିବେଶ ଲାଭଦାୟକ ରହିବ । ଆପଣଙ୍କୁ ଚାକିରି ମିଳିବା ଯୋଗ ରହିଛି । ସାମାଜିକ ସ୍ତରରେ ସମ୍ମାନ ଲାଭ କରିପାରନ୍ତି ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଧୁର ହେବ । ଶୁଭରଙ୍ଗ: କଫି । ଆରାଧନା: ମାଆ ଅମ୍ବିକା ।

କନ୍ୟା : ହସ୍ତା ନକ୍ଷତ୍ର କନ୍ୟା ରାଶି ପ୍ରତିବନ୍ଧକ ମଧ୍ୟ ଦେଇ ଚଳିବାକୁ ପଡ଼ିବାର ଆଶଙ୍କା ରହିଛି । ସ୍ଵାସ୍ଥ୍ୟ ସମସ୍ୟା ପୂର୍ବପରି ରହିବ ମାତ୍ର ପୂର୍ଣ୍ଣତଃ ଆରୋଗ୍ୟ ଲାଭ କରି ନ ପାରନ୍ତି । ବ୍ୟବସାୟରେ ଆର୍ଥିକ ସ୍ଥିତି ମାନ୍ଦା ରହିବା ତଥାପି କ୍ଷତି ସହ୍ୟ କରିବାକୁ ପଡିବ ନାହିଁ । ଅଫିସରେ ଯେତେ ଭଲ କାମ କରିଲେ ମଧ୍ୟ ଶ୍ରେୟସ୍କର ଅନ୍ୟକୁ ମିଳିବ । ପାରିବାରିକ ଜୀବନରେ ସ୍ନେହ, ଶ୍ରଦ୍ଧା ଓ ଆଦରର ଅଭାବ ଅନୁଭବ କରିବେ । ପରୋକ୍ଷ ଶତ୍ରୁତା କାରଣରୁ କର୍ମକ୍ଷେତ୍ରରେ ଅସ୍ଥିରତା ସୃଷ୍ଟି ହେବାର ସମ୍ଭାବନା ରହିଛି । ନିର୍ମାଣ, ଯୋଗାଯୋଗ, ସଙ୍ଗଠନ ଓ ପ୍ରଶାସନିକସ୍ତର ସମସ୍ୟାମୁକ୍ତ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

ତୁଳା : ସ୍ଵାତୀ ନକ୍ଷେତ୍ର ପାଇଁ ଅର୍ଥନୈତିକ ଅଭିବୃଦ୍ଧି ସହ କାର୍ଯ୍ୟସିଦ୍ଧି ଖୁସିର କାରଣ ହୋଇପାରେ । ଯଦିଓ କେତେକ ସମସ୍ୟା ଓ ପ୍ରତିବନ୍ଧକ ଆସିବ, ତଥାପି ଆରମ୍ଭ କରିଥିବା କାମଟି ଅଟକିବ ନାହିଁ । କେତେକ କ୍ଷେତ୍ରରେ ବନ୍ଧୁଙ୍କ ସମ୍ମୁଖରେ ମନର ଭାବକୁ ପ୍ରକାଶ କରି ନ ପାରି ପସ୍ତେଇବେ । କଳା, ସାହିତ୍ୟ, ନୂତନ କାର୍ଯ୍ୟାରମ୍ଭ ଓ ଶିଳ୍ପ, ବ୍ୟବସାୟ, ପରିବହନରେ ଉନ୍ନତି କରିବେ । ପଇସା ନେଣଦେଣ ସାବଧାନତା ସହ କରନ୍ତୁ । ସ୍ଵାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ଭୁଲ୍‌ ବୁଝାମଣା ଓ ସନ୍ଦେହ କାରଣରୁ ପାରିବାରିକ ଅଶାନ୍ତି ଦେଖାଦେଇପାରେ । ପୂର୍ବରୁ କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରହିବା ଭଲ । ଶୁଭରଙ୍ଗ: କଫି ରଙ୍ଗ । ଆରାଧନା: ମାଆ ତାରିଣୀ ।

ବିଛା : ଅଷ୍ଟମସ୍ଥ ରାହୁଯୁକ୍ତ ଚନ୍ଦ୍ର ଯୋଗୁ ଧନହାନୀ, କଳହ କିମ୍ବା ମାନସିକ ଅଶାନ୍ତିର ସୃଷ୍ଟିର ସୂଚନା ଅନୁଭବ କରିପାରନ୍ତି । ତଥାପି ଜ୍ୟେଷ୍ଠା ନକ୍ଷତ୍ରର ଯାତ୍ରା ମଙ୍ଗଳମୟ ହେବ ଓ ଲକ୍ଷ୍ୟ ହାସଲ କରିବାରେ କୌଣସି ପ୍ରକାରର ଅସୁବିଧା ହେବ ନାହିଁ । ସମ୍ଭାବ୍ୟ ସମସ୍ୟା କ୍ଷେତ୍ରରେ ବନ୍ଧୁଙ୍କୁ ଅନୁନୟ ବିନୟ କରି ପରିସ୍ଥିତିକୁ ନିୟନ୍ତ୍ରିତ କରିପାରିବେ । ବିଶାଖା ନକ୍ଷତ୍ର ସକାଶେ କଳା, ସଙ୍ଗୀତ, ପ୍ରତିଯୋଗିତା କ୍ଷେତ୍ରରେ ସଫଳତା ମିଳିପାରେ । ବ୍ୟବସାୟରେ ନୂଆ ସଉଦା କରିବାର ସୁଯୋଗ ଆସିବ । କର୍ମକ୍ଷେତ୍ରରେ ଅର୍ଥ ସମ୍ପର୍କକୁ କେନ୍ଦ୍ରକରି ତର୍କର ସମ୍ମୁଖୀନ ହୋଇପାରନ୍ତି । ରାଜନୀତି, ଆନୁଷ୍ଠାନିକ କାର୍ଯ୍ୟ, ନୂତନ ଯୋଜନାରମ୍ଭ ଓ ଦୂରଯାତ୍ରା କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବେ । ଜମିବାଡ଼ି ସମ୍ବନ୍ଧୀୟ କ୍ଷେତ୍ରରେ ସବଧାନ ରୁହନ୍ତୁ । ପ୍ରେମ ସମ୍ବନ୍ଧରେ ମଜଭୁତ ଆସିବ । ଶୁଭରଙ୍ଗ: ଧୂସର । ଆରାଧନା: ମାଆ ମାଣିକେଶ୍ଵରୀ ।

ଧନୁ : ଆଜି ପୂର୍ବାଷାଢ଼ା ଧନୁ ପାରିବାରିକ କ୍ଷେତ୍ରରେ ଉଲ୍ଲେଖନୀୟ କାମ କରି ଉଚ୍ଚ ପ୍ରଶଂସିତ ହେବେ । ନୂତନ ପ୍ରକଳ୍ପ, ପ୍ରକାଶନ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ । ଲୋକେ ଆପଣଙ୍କୁ ସାହାଯ୍ୟ ସହଯୋଗର ହାତ ବଢ଼ାଇବେ । ବ୍ୟବସାୟରେ ଆଶାଜନକ ଫଳ ପାଇବେ । କର୍ମ କ୍ଷେତ୍ରରେ ସମ୍ମାନୀତ ହେବେ । ରାଜନୀତିରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ । ବେକାରଙ୍କୁ ରୋଜଗାର ମିଳିବ । ସ୍ଵାସ୍ଥ୍ୟ ସମସ୍ୟା ଯୋଗୁ କୌଣସି ଗୁରୁତ୍ୱପୂର୍ଣ୍ଣ କାମ ଅଟକି ରହିଯିବାର ଆଶଙ୍କା ରହିଛି । କଠୋର କଥା କହିବା କାରଣରୁ ବନ୍ଧୁଙ୍କ ସହ ସାମୟିକ କଳହ ଦେଖା ଦେଇପାରେ । ପାରିବାରିକ ଜୀବନ ସୁଖମୟ ହେବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଦୁର୍ଗା ।

ମକର : ଅଷ୍ଟମସ୍ଥ ମଙ୍ଗଳ ଯୋଗୁ ଶ୍ରବଣା ମକରର ପାରିବାରିକ ଅସ୍ଥିରତା କାରଣରୁ ମାନସିକ ସ୍ଵାସ୍ଥ୍ୟ ବିଶେଷ ଭଲ ରହି ନ ପାରେ । ଏଣେ କର୍ମକ୍ଷେତ୍ରରେ ସମସ୍ୟା ହଠାତ୍‌ ଦେଖାଦେଇଥିବା କାରଣରୁ ମନ ମଧ୍ୟ ବିଚଳିତ ରହିବ । କିନ୍ତୁ ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହୋଇପାରନ୍ତି । ଆନୁଷ୍ଠାନିକ କ୍ଷେତ୍ରରେ ପ୍ରଶଂସିତ ହେବେ । ଆର୍ଥିକ ସ୍ଥିତି ମାନ୍ଦା ରହିବା । କୌଣସି ଅତ୍ୟାବଶ୍ୟକ ଜିନିଷ କିଣିବା ଲାଗି ବନ୍ଧୁଙ୍କ ଠାରୁ ଧାରା କରଜ କରିବାକୁ ପଡିପାରେ । ମାନସିକ ଦୁଶ୍ଚିନ୍ତାଜନିତ ପରିବାରରେ ସାଧାରଣ ଘଟଣାକୁ କେନ୍ଦ୍ରକରି ଅଶାନ୍ତି ଉପୁଜିପାରେ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ବାବା କପିଳାସ ।

କୁମ୍ଭ : ଆପଣଙ୍କୁ ନୂଆ ଆହ୍ଵାନର ସମ୍ମୁଖୀନ କରିବାକୁ ପଡ଼ିପାରେ । ଶତଭିଷା ନକ୍ଷତ୍ର ଯୋଗୁଁ ଆଜି ହାତକୁ ନେଇଥିବା କାମଗୁଡିକ ସହଜରେ ସମ୍ପନ୍ନ କରିପାରିବେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ । ଆର୍ଥିକ ସ୍ଥିତି ମଜବୁତ ରହିବା । କର୍ମ କ୍ଷେତ୍ରରେ ବରିଷ୍ଠ ଅଧିକାରୀ ଆପଣଙ୍କ ଉପରେ ଖୁସି ହେବେ । କୋର୍ଟକଚେରୀ, ସରକାରୀ କାର୍ଯ୍ୟରେ ସଫଳତା ମିଳିବ । କୌଣସି ବନ୍ଧୁଙ୍କ ସହାୟତାରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ । ନିଜ ଉପରେ ନ୍ୟସ୍ତ ଥିବା କାର୍ଯ୍ୟକୁ ଏକାଗ୍ରତା ସହ ତୁଲାଇ ପରିବାର, ସମାଜ ଓ ଅଫିସରେ ପ୍ରଶଂସିତ ହୋଇପାରନ୍ତି । ପ୍ରିୟ ବନ୍ଧୁଙ୍କ ସହିତ ଭ୍ରମଣରେ ଯାଇପାରନ୍ତି । ଶୁଭରଙ୍ଗ: ମେରୁନ । ଆରାଧନା: ମହାଲକ୍ଷ୍ମୀ ।

ମୀନ : ଚତୁର୍ଥସ୍ଥ ରାହୁ ଯୋଗୁ ଉତ୍ତର ଭାଦ୍ରପଦ୍‌, ବନ୍ଧୁଙ୍କ ସହ ଅର୍ଥ ସମ୍ପର୍କକୁ ନେଇ ବିବାଦ ଗ୍ରସ୍ତ ହୋଇ ପାରନ୍ତି । ଅବଶ୍ୟ ବ୍ୟବସାୟରେ ସଫଳତା ହାସଲ କରିବେ କିନ୍ତୁ ପରିବହନରେ ସମସ୍ୟା ଲାଗି ରହିବ । ଆଗାମୀ ମାଙ୍ଗଳିକ କିମ୍ବା ଆନୁଷ୍ଠାନିକ କାମ ଲାଗି ଆଲୋଚନା କରିପାରନ୍ତି । ଯାତ୍ରା, ବାଣିଜ୍ୟ, ବ୍ୟବସାୟ, ମକଦ୍ଦମା ପ୍ରଭୃତିରୁ ସୁଫଳ ପାଇବେ । ପାରିବାରିକ କ୍ଷେତ୍ରରେ ଅସୁବିଧା ନ ହେଲେ ମଧ୍ୟ ମନ ଅସ୍ଥିର ରହିପାରେ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ନେଇ ନିତ୍ୟଚର୍ଯ୍ୟାରେ ବ୍ୟବଧାନ ଉପସ୍ଥିତ ହେବ । ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଧୁର ହେବ । ଶୁଭରଙ୍ଗ: ଧଳା । ଆରାଧନା: ହନୁମାନ ।