ହାତରେ ବାହାଘର କାର୍ଡ ଧରି କାନ୍ଦୁଛନ୍ତି ବାପା ମା, ୭ ମାର୍ଚ୍ଚରେ ହୋଇଥାନ୍ତା ପୁଅର ବାହାଘର ! ଏହି ଭଳି କଲେ ଅନ୍ତିମ ସଂସ୍କାର.

Spread the love

ବିଧିର ବିଧାନ ବଡ ବିଚିତ୍ର । ୭ ମାର୍ଚ୍ଚରେ ହୋଇଥାନ୍ତା ବିବାହ, କିନ୍ତୁ ଭାଗ୍ୟର ବିଡମ୍ବନା ତ୍ରିରଙ୍ଗାରେ ପହଁଚିଲା ପୁଅ, ବାପା ମାଆ କାନ୍ଦୁଛନ୍ତି ହାତରେ ବାହାଘର କାର୍ଡ ଧରି ହାତରେ ପୁଅ ବାହା ଘର କାର୍ଡ ଧରି !

ଏହି ଭଳି କଲେ ଅନ୍ତିମ ସଂସ୍କାର..

ନେସନଲ ଡେସ୍କ.ଜମ୍ମୁ କାଶ୍ମୀର ରାଜୋରି ଜିଲ୍ଲା ରେ ନୋସେରା ସେକ୍ଟର ପାଖରେ ଆଇଇଡି ବମ ଡିଫ୍ୟୁଜ କରିବା ସମୟରେ ମେଜର ଚିତ୍ରେସ ବିଷ୍ଟ ସହିଦ ହୋଇ ଯାଇଥିଲେ । ସହିଦ ଚିତ୍ରେସ ବିଷ୍ଟ ଙ୍କୁ ଦେହରାଦୁନ ରେ ଅନ୍ତିମ ବିଦାୟ ଦିଆଯାଇଥିଲା । ଅନ୍ତିମ ଯାତ୍ରାରେ ହଜାର ହଜାର ଲୋକ ସାମିଲ ହୋଇଥିଲେ । ଏହି ପରି ସହିଦ ଚିତ୍ରେସ ଅମର ହୋଇଥିଲେ, ପାକିସ୍ତାନ ମୁର୍ଦାବଦ୍ ନାରା ଦିଆଯାଉ ଥିଲା । ମେଜର ଚିତ୍ରେସଙ୍କର ୭ ମାର୍ଚ୍ଚରେ ବିବାହ ନିମନ୍ତେ ସମସ୍ତ ପ୍ରସ୍ତୁତି ସାରିଥିଲା ।

୨୮ ଫେବ୍ରୁଆରୀରେ ଆସିଥାନ୍ତେ ଘରକୁ : ବେଳେବେଳେ ମନର ଇଛା ମନରେ ହିଁ ରହିଯାଇଥାଏ । ଠିକ ସେମିତି ହିଁ ହୋଇଗଲା । ମେଜର ଚିତ୍ରେସଙ୍କ ବିବାହ ପାଇଁ ସେ ୨୮ ଫେବୃୟାରୀରେ ଘରକୁ ଆସିଥାନ୍ତେ । ଯିବା ସମୟରେ ସେ ମାଙ୍କୁ କହିଥିଲେ ଯେ, “ନୂଆ ଶାଢ଼ୀ ଆଣିବେ, ସେହି ଶାଢ଼ୀ ବିବାହରେ ପିନ୍ଧିବ । ଏହି ଇଚ୍ଛା ମଧ୍ୟ କେବେ ପୂରା ହୋଇ ପାରିବ ନାହିଁ । ନୋସେର ସେକ୍ଟରରେ ସହିଦ ହୋଇଥିବା ମେଜର ଚିତ୍ରେସ ବିଷ୍ଟ କିଂ ତାଙ୍କ ସାଙ୍ଗ ଏବଂ ଭାଇ ଟାଇଗର ନାମରେ ଡାକୁଥିଲେ । କହନ୍ତି ଯେ ସହିଦ ବହୁତ ବାହାଦୂର ଏବଂ ନିର୍ଭୟ ଥିଲେ ।

– ସୋମବାର ଦିନ ସେନ୍ୟ ହସ୍ପିଟାଲ ରୁ ତାଙ୍କ ପାର୍ଥିବ ଶରୀରକୁ ଘରକୁ ପଠା ଯାଇଥିଲା, ଯାହା ପରେ ମେଜର ଚିତ୍ରେସ ବିଷ୍ଟ ଙ୍କ ବାପା ମା ହାତରେ ବିବାହର କାର୍ଡ ଧରି କାନ୍ଦୁଥିଲେ ।