07 ଅଗଷ୍ଟ 2019, ବୁଧବାର– ୮ଟି ରାଶିର ବ୍ୟକ୍ତିଙ୍କ ଜୀବନରେ ଆସିପାରେ ପରିବର୍ତ୍ତନ । ମିଳିବ କର୍ମ କ୍ଷେତ୍ରରେ ପୂର୍ଣ୍ଣ ସଫଳତା ।

Spread the love

07 ଅଗଷ୍ଟ 2019, ବୁଧବାର– ୮ଟି ରାଶିର ବ୍ୟକ୍ତିଙ୍କ ଜୀବନରେ ଆସିପାରେ ପରିବର୍ତ୍ତନ । ମିଳିବ କର୍ମ କ୍ଷେତ୍ରରେ ପୂର୍ଣ୍ଣ ସଫଳତା ।

ଦୈନନ୍ଦିନ କାର୍ଯ୍ୟକଳାପରେ ଗ୍ରହମାନଙ୍କ ପ୍ରଭାବ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ, ଯାହାଫଳରେ ଗ୍ରହମାନଙ୍କ ଗତିବିଧିକୁ ଆଧାର କରି ରାଶିଫଳ ନିର୍ଣ୍ଣୟ କରାଯାଇଥାଏ । ଗ୍ରହ ନକ୍ଷେତ୍ରଗୁଡି଼କ ନିରନ୍ତର ପରିବର୍ତ୍ତନ ଘଟିଥାଏ । ଯେଉଁଠି କାରଣରୁ ମନୁଷ୍ୟର ଦୈନନ୍ଦିନ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖା ଦେଇଥାଏ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ: ଦିନଟି ଆପଣଙ୍କ ଲାଗି ସବୁ ଦିଗରୁ ଭଲ ରହିବ । ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଆପଣଙ୍କ ଯାତ୍ରା, ବାଣିଜ୍ୟ, ବ୍ୟବସାୟ ଓ ନୂତନ କର୍ମାରମ୍ଭ ପାଇଁ ପ୍ରୀତିପ୍ରଦ ରହିବ । ନୂଆ ନୂତନ କାମର ଶୁଭାରମ୍ବ କରିପାରନ୍ତି । ବ୍ୟବସାୟରେ ଆର୍ଥିକ ସ୍ଥିତି ଭଲ ରହିବ । ବକ୍ରୀ କର୍ମାଧିପତି ପାପଯୁକ୍ତ କାରଣରୁ କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ । ପଛକଥା ନ ଭାବି ପରିସ୍ଥିତିକୁ ସାମ୍‌ନା କରିବାକୁ ଚେଷ୍ଟା କଲେ କେତେକାଂଶରେ ସଫଳତା ପାଇବେ । ଜମି ଦଲାଲଙ୍କୁ ପୁରୁଣା ଜମିରୁ ଧନଲାଭ ହେବ । ଜୀବନସାଥୀଙ୍କ ସହିତ ସମୟ ଭଲରେ କଟିବ । ପ୍ରେମ ସମ୍ପର୍କରେ ମଧୁରତା ଆସିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ରାମଚଣ୍ତୀ ।

ବୃଷ: ଆପଣଙ୍କ ଭାବନା ରଚନାତ୍ମକ ରହିବ । ପ୍ରିୟବନ୍ଧୁଙ୍କ ସହିତ ସମ୍ବନ୍ଧ ଆହୁରି ମଧୁର ହେବ । ବ୍ୟବସାୟରେ ଲାଗିଥିବା ପଇସାର ଲାଭ ହୋଇପାରେ । ଅର୍ଥ ସମ୍ପର୍କକୁ ନେଇ ଭାତୃ ବିବାଦ ଦେଖାଦେଇ ପାରେ । କର୍ମକ୍ଷେତ୍ରରେ ଅତ୍ୟଧିକ କାମ ବୃଦ୍ଧି ପାଇବା କାରଣରୁ ଘରକଥା ବୁଝିବା ପାଇଁ ସମୟ ପାଇବେ ନାହିଁ । କୌଣସି କମ୍ପାନୀରେ ଚାକିରି ସମ୍ବନ୍ଧୀୟ କୌଣସି ସୂଚନା ଆସିପାରେ । ଅନ୍ୟମାନଙ୍କର କଥାକୁ ସହଜରେ ବିଶ୍ୱାସ କରି ହଇରାଣରେ ପଡିପାରନ୍ତି । ହଠାତ୍ କାହାର ଡାକରା ପାଇ ଦୂରଯାତ୍ରା କରିବାକୁ ବାଧ୍ୟ ହେବେ । ଶୁଭରଙ୍ଗ: ଘିଅରଙ୍ଗ । ଆରାଧନା: ମାଆ ବିରଜା ।

ମିଥୁନ: ଆଜି ଆପଣ ନିଜ ଉପରେ ଗର୍ବ ଅନୁଭବ କରିବେ କିନ୍ତୁ ଏକାଧିକ କାମରେ ହାତଦେଇ କୌଣସିଟିକୁ ପୂର୍ଣ୍ଣାଙ୍ଗ କରିପାରିବେ ନାହିଁ । ଶତ୍ରୁ ବନ୍ଧୁତାର ହାତ ବଢ଼ାଇବେ । ବ୍ୟବସାୟୀମାନେ ବଡ଼ ଡ଼ିଲ୍‌ କରିପାରନ୍ତି । ଚାକିରିଆଙ୍କୁ ବଶେଷ ସଫଳତା ମିଳିବ । ଘରକୁ ଅତିଥି ଆସିବେ । ଯାହା ଚିନ୍ତା କରିବେ ତାହା ପୂରଣ ହେବ । ମାନସିକ ଚିନ୍ତା ଦୂର ହେବ । ଧାର୍ମିକ କାର୍ଯ୍ୟରେ ମନ ବଳାଇବେ । ସନ୍ତାନମାନଙ୍କ ପାଇଁ ସମ୍ୟକ ଚିନ୍ତିତ ରହିବେ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ଭଦ୍ରକାଳୀ ।

କର୍କଟ: ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ । ବ୍ୟବସାୟୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ । କର୍ମକ୍ଷେତ୍ରରେ ଦୁଃସାହସିକ ପଦକ୍ଷେପ ନେଇ ସମସ୍ୟାକୁ ସୁଧାରି ନେବେ । ଘର ଓ ଦୋକାନରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବ । ସାମାଜିକ କାର୍ଯ୍ୟରେ ସହଭାଗିତା କରିବେ । ମହତ୍ତ୍ଵ ପୂର୍ଣ୍ଣ ଲୋକଙ୍କ ସହିତ ଯୋଗାଯୋଗ ହୋଇପାରେ । ମଙ୍ଗଳଙ୍କ ଦୁର୍ବଳତା ହେତୁ ସନ୍ତାନ ହେତୁକ ପୀଡା ଅନୁଭବ କରିବେ । ଶତୃନାଶ, ଧନପ୍ରାପ୍ତି, ମିତ୍ରଲାଭ ଓ ଉଚ୍ଚ ସମ୍ମାନ ପାଇବେ । ଜୀବନସାଥୀଙ୍କ ଠାରୁ କିଛି ଉପହାର ମିଳିପାରେ । ଶୁଭରଙ୍ଗ: ଗୋଲାପୀ । ଆରାଧନା: ବାବା ସାଇରାମ ।

ସିଂହ: ଆଜି ଆପଣଙ୍କୁ ଉନ୍ନତିର ନୂଆ ରାସ୍ତା ମିଳିବ । ଦୀର୍ଘଦିନର ଅପୂରଣୀୟ ଆଶା ମନରେ ଦୁଃଖ ଦେଇପାରେ । ତଥାପି ପୂର୍ବାଫାଲ୍‌ଗୁନୀର ମନୋବଳ ଖୁବ୍‌ ଟାଣ ରହିବ ଏବଂ ଜିଦ୍‌ରେ ଅଟଳ ରହି କାମ ହାସଲ କରିବେ । ବ୍ୟସ୍ତତାରେ ରହିବା ସତ୍ତ୍ୱେ ମଜାମଉଜ କରିବା ପାଇଁ ସମୟ ବାହାର କରିନେବେ । କୌଣସି ନୂଆ ଲୋକଙ୍କ ସହିତ ବନ୍ଧୁତା କରିବେ । ଶାରିରୀକ ଅସୁସ୍ଥତା ଦୂରହେବ ଓ ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବ । ମାଲିମୋକଦ୍ଦମାରେ ବିଜୟୀ ହେବେ । ପରିବାରରେ ହସଖୁସିର ବାତାବରଣ ରହିବ । ଶୁଭରଙ୍ଗ: ମେରୁନ । ଆରାଧନା: ଶ୍ରୀଗଣେଶ ।

କନ୍ୟା: ପୂରା ଦିନ ଆପଣଙ୍କ ମନ ପ୍ରସନ୍ନ ରହିବ । ପରିବାରଜନଙ୍କ ସହଯୋଗ ମିଳିବ । କାମକୁ ପୂରା କରିବା ଲାଗି ନୂଆ ଯୋଜନା ପ୍ରସ୍ତୁତ କରିବେ ଏବଂ ସେଥିରୁ ଲାଭ ମଧ୍ୟ ପାଇବେ । ଅଫିସରେ କାମର ଚାପ କମ୍‌ ରହିବ । କାରବାର ଓ କାର୍ଯ୍ୟ ସ୍ଥିତିରେ ସୁଧାର ଆସିବାରୁ ମନ ବହୁତ ଖୁସି ରହିବ । ପ୍ରତ୍ୟେକ କ୍ଷେତ୍ରରେ ଛୋଟ କଥାକୁ ବଡ଼ ଆକାରରେ ଚିନ୍ତା କରି ଅଶାନ୍ତି ରହିପାରନ୍ତି । ପାରିବାରିକ କ୍ଷେତ୍ରରେ ଦୁର୍ଭାବନା ବଡ଼ିଚାଲିବ । ପ୍ରେମ ପ୍ରସଙ୍ଗରେ ସଫଳତା ମିଳିବ । ଶୁଭରଙ୍ଗ: ଧଳା । ଆରାଧନା: ମହାଲକ୍ଷ୍ମୀ ।

ତୁଳା: ଦିନଟି ଆପଣଙ୍କ ଲାଗି ଖଟାମିଠା ରହିବ । ବାଣିଜ୍ୟ, ବ୍ୟବସାୟ, ଗବେଷଣା, ଅନୁସନ୍ଧାନ, କୃଷି, ବାଣିଜ୍ୟ ଓ ରାଜନୀତିରେ ଚେଷ୍ଟା ସଫଳ ହେବେ । କୌଣସି ନୂତନ କାର୍ଯ୍ୟରେ ହାତ ଦେବାକୁ ସ୍ଥିର କରିପାରନ୍ତି । ଆୟ ଅନୁସାରେ ଖର୍ଚ୍ଚ ଅଧିକ ହେବ । ଆନୁଷ୍ଠାନିକ କାମରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି । ପରିବାରରେ ସ୍ନେହ ଓ ଜୀବନସାଥୀଙ୍କ ଠାରୁ ଖୁସି ପାଇବେ । ଅପେକ୍ଷା କରିଥିବା କାର୍ଯ୍ୟରେ ଶୁଭ ସୂଚନା ମିଳିବ । ଶୁଭରଙ୍ଗ: କଫିରଙ୍ଗ । ଆରାଧନା: ମାଆ ବିରଜା ।

ବିଛା: ଆପଣଙ୍କ ନିଷ୍ପତ୍ତିରେ ଆପଣଙ୍କୁ ଯଥେଷ୍ଟ ଲାଭ ମିଳିବ । ଗତକାଲିର ଆଲୋଚନା ଅନୁଯାୟୀ ଆଜିର କାମଗୁଡିକ ସବୁ ଠିକ୍‍ ଠିକ୍‍ ହୋ‍ଇଯିବ । ସ୍ଥଗିତ ରହିଯାଇଥିବା ନୂତନ ଯୋଜନା ପାଇଁ କର୍ମତତ୍ପର ହୋ‍ଇ ଉଠିପାରନ୍ତି । ଅଫିସରେ ଲାଗି ରହିଥିବା ବିଶୃଙ୍ଖଳା ସମାଧାନ ହୋଇଯିବ । ସଉଦାରେ ଆଶା ଠୁଁ ଅଧିକ ଲାଭ ହେବ । ଦେହ ଭଲ ରହିଲେ ମଧ୍ୟ ସାମୟିକ ପେଟ ଓ ମୁଣ୍ଡର ରୋଗରେ କଷ୍ଟ ପାଇପାରନ୍ତି । ପରିବାରର ସ୍ଥିତି ଠିକ୍‌ ରହିବ । ମହିଳାମାନେ ନିଜ ଜୀବନ ସାଥି ଠାରୁ ଅତ୍ୟଧିକ ପ୍ରେମ ପାଇବେ । ଶୁଭରଙ୍ଗ: ଧଳା । ଆରାଧନା: ମହାଦେବ ।

ଧନୁ: ଯାହା ବି କାମ କରିବେ ବାଧାର ସମ୍ମୁଖୀନ ହେବେ ନାହିଁ । କେହି ବିରୋଧୀ ଆପଣଙ୍କର କ୍ଷତି କରିବା ଲାଗି ପ୍ରୟାସ କରିବେ । ସମାଜରେ ପ୍ରତିପତ୍ତି ବଢ଼ିବ । ବ୍ୟବସାୟର ପ୍ରଚାର ପ୍ରସାର ପାଇଁ ଯୋଜନା କରିବେ । ଚାକିରୀ କ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କ ସହିତ ବିରୋଧି ମନୋଭାବ ସୃଷ୍ଟି ହୋଇପାରେ । ଜମିଜମା ସମ୍ବନ୍ଧୀୟ ବାଦବିବାଦ କ୍ରମେ ଜଟିଳ ହେବାର ସୂଚନା ରହିଛି । ବନ୍ଧୁଙ୍କ ସହଯୋଗରୁ ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ହଠାତ୍‌ ହୋଇଯିବ । ଶୁଭରଙ୍ଗ: ମେରୁନ । ଆରାଧନା: ମାଆ ଗାୟତ୍ରୀ ।

ମକର: ଦେବୀଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ । ଧାର୍ମିକ କାର୍ଯ୍ୟ ଆୟୋଜନରେ ଆପଣ ସେବା କରିବାର ଅବସର ମିଳିବ । ବ୍ୟବସାୟରେ ଲାଗି ରହିଥିବା ବାଧା ଦୂର ହେବ । କର୍ମ କ୍ଷେତ୍ରରେ ଦାୟିତ୍ଵ ବଢିବ । ଅଧସ୍ତନ କର୍ମଚାରୀଙ୍କ ସହଯୋଗରୁ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇଯିବ କିନ୍ତୁ ଅଫିସରେ କିଛି ଏଭଳି କାମ ହେବ ଯାହା ଦ୍ଵାରା ଆପଣଙ୍କର ପ୍ରଶଂସିତ ହେବ । ସାମାଜିକ ସ୍ତରରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି । ଜୀବନସାଥୀଙ୍କର ଢେର୍‌ସାରା ପ୍ରେମ ପାଇବେ । ପରିବାରଜନ ଓ ଘନିଷ୍ଟ ବନ୍ଧୁଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇବେ । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ଶ୍ରୀଗଣେଶ ।

କୁମ୍ଭ: ଅଚାନକ କୌଣସି କଥାକୁ ନେଇ ମନୋଭାବ ଖରାପ ହୋଇପାରେ । ମାତାପିତାଙ୍କ ସେବା କରନ୍ତୁ, କାର୍ଯ୍ୟକ୍ଷେତ୍ରରେ ଉନ୍ନତି ଦେଖିବାକୁ ମିଳିବ । ଆର୍ଥିକ ଦୁରବସ୍ଥା ବହୁଳାଂଶରେ ଦୂରୀଭୂତ ହୋଇଯିବ । ଘରେ ବନ୍ଧୁ ମିଳନରୁ ଆନନ୍ଦ ଅନୁଭବ କରିପାରନ୍ତି । ମିତ୍ରଙ୍କ ଠାରୁ ଭଲ ଖବର ପାଇବେ । ବିଚାର ବିଭାଗ ରାୟ ସପକ୍ଷରେ ଯିବ । ମହିଳାମାନେ ବ୍ୟବସାୟରେ ସାମାନ୍ୟ ଲାଭ ପାଇବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ କଟକଚଣ୍ତୀ ।

ମୀନ: ଧୈର୍ଯ୍ୟର ସହ ସମସ୍ୟାର ମୁକାବିଲା କଲେ ସଫଳତା ପାଇପାରିବେ । ଭାଗ୍ୟ ବଦଳାଇବା ପାଇଁ ଶୁଭ ସମୟ । ଆପଣଙ୍କ ପ୍ରତିଦ୍ଵନ୍ଦୀ ଶାନ୍ତ ରହିବେ । ମ୍ୟୁଚୁଆଲ୍‌ଫଣ୍ତ୍‌ରେ ନିବେଶ କରନ୍ତୁ; ଫାଇଦା ହେବ । ଚାକିରି ତଲାସରେ ଥିବା ବ୍ୟକ୍ତି ବିଶେଷଙ୍କୁ ଭଲ ଖବର ମିଳିବ । ଯୌଥ ବ୍ୟବସାୟରେ ଭଲ ଲାଭ ହେବ । ସ୍ଵାସ୍ଥ୍ୟରେ ଉନ୍ନତି, ମାନସିକ ସ୍ଥିରତା, ଧୈର୍ଯ୍ୟ ଓ ବୁଦ୍ଧିବଳରେ ନିଜର କାର୍ଯ୍ୟ ହାସଲ କରିପାରିବେ । ପରିବାରରେ ଭୁଲ୍‌ ବୁଝାମଣାରୁ ଅଶାନ୍ତିକର ପରିବେଶ ସୃଷ୍ଟି ହେବ । ବିବାଦୀୟ ପରିସ୍ଥିତିରେ ବିନୟପୂର୍ଣ୍ଣ କଥା କହି ପରିସ୍ଥିତିକୁ ହାଲ୍‌କା କରିବାରେ ସମର୍ଥ ହେବେ । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ମାଆ ଗାୟତ୍ରୀ ।