ଜାଣନ୍ତୁ ଝିଅ ସୁହାନା ଖାଁଙ୍କୁ ଡେଟ୍ କରିବା ପାଇଁ ପିତା ଶାହାରୁଖ ଖାଁ କେଉଁ ୫ଟି ନିୟମ ନିଶ୍ଚିତ କରିଛନ୍ତି ।

Spread the love

ସୁହାନା ୨୨ ମଇ ୨୦୦୦ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ୨୦୧୮ରେ, ସୁହାନଙ୍କୁ ୧୮ ବର୍ଷ ହୋଇସାରିଛ । ଶାହାରୁଖ ନିଜ ଝିଅକୁ ଡେଟ୍ କରିବାକୁ ଚାହୁଁଥିବା ପୁଅଙ୍କ ପାଇଁ କିଛି ବିଶେଷ ନିୟମ ବନାଇଛନ୍ତି । ତାଙ୍କର କହିବା ଅନୁଯାୟୀ, ଯଦି କୌଣସି ପୁଅ ତାଙ୍କର ଝିଅକୁ ଡେଟ୍ କରିବାକୁ ଚାହୁଁଛନ୍ତି, ତେବେ ପ୍ରଥମେ ସେହି ପୁଅକୁ ଏହି ନିୟମଗୁଡିକ ମାନିବାକୁ ହେବ । ଆସନ୍ତୁ ଜାଣିବା ସେହି ନିୟମ ଗୁଡିକ କଣ ଯାହା ଶାହାରୁଖ ବନାଇଛନ୍ତି ।

୧:- ଯିଏ ବି ମୋ ଝିଅକୁ ଡେଟ୍ କରିବ, ତା ପାଖରେ ଏକ ଭଲ ସୁରକ୍ଷିତ ଚାକିରୀ ଥିବା ଆବଶ୍ୟକ । ଯଦି ତା ପାଖରେ କୌଣସି ଭଲ ଚାକିରୀ ନାହିଁ ଓ ସେ ମୋ ଝିଅର ଖର୍ଚ୍ଚ ଉଠାଇ ପାରିବ ନାହିଁ, ତ ସେ ମୋ ଝିଅ ପ୍ରତି ଆଖି ଉଠାଇ ଦେଖିବା ଦରକାର ନାହିଁ ।

୨:- ତାକୁ ଏହା ବୁଝିଯିବାକୁ ପଡିବ ଯେ, ତାକୁ ମୁଁ ଆଦୌ ପସନ୍ଦ କରେ ନୁହେଁ, କାରଣ ସେ ମୋ ଝିଅକୁ ମୋ ପାଖରୁ ନେଇ ଯିବା ପାଇଁ ଚେଷ୍ଟା କରୁଛି ।

୩:- ସବୁଠୁ ଜରୁରୀ କଥା ଏହା ଯେ, ସେହି ବ୍ୟକ୍ତି ଉପରେ ମୋର ସବୁବେଳେ ନଜର ରହିବ ଯେ, ସେ ମୋ ଝିଅକୁ କୌଣସି ପ୍ରକାର କ୍ଷତି ତ ପହଂଚାଉ ନାହିଁ । ଅବା ତା ପାଇଁ ମୋ ଝିଅ ଦୁଃଖରେ ରହୁ ନାହିଁ ତ !

୪:- ମୋର ଓକିଲ ତା ପାଇଁ ସବୁବେଳେ ପ୍ରସ୍ତୁତ ରହିବ ।

୫:- ମୋ ଝିଅ ମୋର ରାଜକୁମାରୀ ଅଟେ । ତମେ କୌଣସି ଯୁଦ୍ଧରେ ତାକୁ ଜିତି ନାହଁ ।

୬:- ମୋ ଝିଅକୁ କଷ୍ଟ ଦେଇଥିବା ବ୍ୟକ୍ତିକୁ ଦଣ୍ଡ ଦେଇ ମୁଁ ଜେଲ ଯିବାକୁ ମଧ୍ୟ ଡରିବି ନାହିଁ ।

୭:- ଯେପରି ବ୍ୟବହାର ଆପଣ ମୋ ଝିଅ ସହ କରିବେ ଠିକ୍ ସେପରି ବ୍ୟବହାର ମୁଁ ଆପଣଂକ ସହ କରିବି ।

ତେବେ ଯଦି ଆପଣ ସୁହାନାଙ୍କୁ ଡେଟ୍ କରିବାକୁ ଚାହୁଁଛନ୍ତି ତ ଏହି ନିୟମ ଗୁଡିକର ପାଳନ କରିବାକୁ ପଡିବ । ତେବେ ଯାଇ ଆପଣ ସୁହାନାଙ୍କ ସାଥି ହୋଇପାରିବେ ।