୭ ମାର୍ଚ୍ଚ ୨୦୧୯ ଗୁରୁବାର – ବୃହସ୍ପତିର ପ୍ରଭାବରେ ଚାରୋଟି ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କୁ ମିଳିବ ଅଜସ୍ର ଖୁସି, ବଦଳିବ ଭାଗ୍ୟ….

Spread the love

୭ ମାର୍ଚ୍ଚ ୨୦୧୯ ଗୁରୁବାର – ବୃହସ୍ପତିର ପ୍ରଭାବରେ ଚାରୋଟି ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କୁ ମିଳିବ ଅଜସ୍ର ଖୁସି, ବଦଳିବ ଭାଗ୍ୟ….

ରାଶି ଅନୁସାରେ ମନୁଷ୍ୟ ସ୍ୱଭାବରେ ପରିବର୍ତ୍ତନ ଆସିଥାଏ । ଆମର ନିତିଦିନିଆ କାର୍ଯ୍ୟକଳାପରେ ଗ୍ରହମାନଙ୍କ ପ୍ରଭାବ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ, ଯାହାଫଳରେ ଗ୍ରହମାନଙ୍କ ଗତିବିଧିକୁ ଆଧାର କରି ରାଶିଫଳ ନିର୍ଣ୍ଣୟ କରାଯାଇଥାଏ । ଗ୍ରହ ନକ୍ଷେତ୍ରଗୁଡି଼କ ନିରନ୍ତର ପରିବର୍ତ୍ତନ ଘଟିଥାଏ । ଯେଉଁଠି କାରଣରୁ ମନୁଷ୍ୟର ଦୈନନ୍ଦିନ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖା ଦେଇଥାଏ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ: ଦିନଟି ଆପଣଙ୍କ ଲାଗି ଲାଭଦାୟକ ରହିବ । ସୁଖ ସମୃଦ୍ଧି ବୃଦ୍ଧି ଓ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ । ଆପଣଙ୍କ ସକାରାତ୍ମକ ମନ୍ତବ୍ୟ ଅନ୍ୟମାନଙ୍କୁ ପ୍ରଭାବିତ କରିବ । କୌଣସି ଶୁଭ ସୂଚନା ମିଳିବ । ବ୍ୟବସାୟୀମାନଙ୍କୁ ଉତ୍ତମ ଲାଭ ପ୍ରାପ୍ତି ହେବ । ସରକାରୀ କର୍ମଚାରୀମାନଙ୍କର ପଦୋନ୍ନତି ହେବ । ପ୍ରଗତି ପଥରେ ଅଗ୍ରସର ହେବେ । ଶିକ୍ଷା ସମ୍ବନ୍ଧୀୟ ସବୁ ମାମଲା ସମାଧାନ ହୋଇଯିବ । ପରୀକ୍ଷା, ପ୍ରତି ଯୋଗୀତା, ସାକ୍ଷାତକାରରେ ବିଜୟୀ ହେବେ । ପ୍ରିୟ ବନ୍ଧୁଙ୍କ ସହିତ ବାହାରକୁ ବୁଲି ଯିବେ । ଶୁଭରଙ୍ଗ: ଗୋଲାପି । ଆରାଧନା: ମାଆ ଭଦ୍ରକାଳୀ ।

ବୃଷ: ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ । ଆଜି ଆପଣ ନୂଆ ଲକ୍ଷ୍ୟ ହାସଲ କରିବେ । ବ୍ୟବସାୟ ବୃଦ୍ଧି ଲାଗି ଆପଣଙ୍କ ଦିମାକରେ ଯେଉଁ ବିଚାର ଆସିବ, ତାହା ସଫଳ ହେବ । ଚାକିରି କ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କ ସାହାଯ୍ୟ ସହଯୋଗ ପାଇବେ । କର୍ମ ନିଯୁକ୍ତି କ୍ଷେତ୍ରରେ ସଫଳ ହେବେ । ସମାଜରେ ପଦ ପ୍ରତିଷ୍ଠା ବୃଦ୍ଧି ହେବ । ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଦେଖାଦେବ । ସମାଜରେ ପଦ ପ୍ରତିଷ୍ଠା ବୃଦ୍ଧି ହେବ । ବିବାହିତା ମହିଳାଙ୍କ ଲାଗି ଦିନଟି ଖୁସି ନେଇ ଆସିବ । ଶୁଭରଙ୍ଗ: ହଳଦିଆ । ଆରାଧନା: ମାଆ ଦୁର୍ଗା ।

ମିଥୁନ: ଦିନଟି ଆପଣଙ୍କ ଲାଗି ଉତ୍ତମ ରହିବ । ଲୋକପ୍ରିୟତା ବୃଦ୍ଧି ପାଇବ । ବିଭିନ୍ନ ପ୍ରକାର ଲୋକଙ୍କ ସହିତ ମିଶିବେ । କାର୍ଯ୍ୟ ପରିସର ବୃଦ୍ଧି ଲାଗି ନୂଆ ସୁଯୋଗ ମିଳିବ । ବ୍ୟବସାୟରେ ପ୍ରଚୁର ଲାଭ ହେବ । ଘରୋଇ ଜିନିଷ କିଣିବାରେ ପଇସା ଅଧିକ ଖର୍ଚ୍ଚ ହେବ । ଘରେ ଖୁସିର ମାହୋଲ ରହିବ । ସାମାଜିକ ପ୍ରତିଷ୍ଠା, ମାନ-ସମ୍ମାନ ବୃଦ୍ଧି ହେବ । ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ବିଜୟୀହେବେ । ବିବାହିତାଙ୍କୁ ପାରିବାରିକ ଖୁସି ମିଳିବ । ଛାତ୍ରଙ୍କୁ ପରିଶ୍ରମରୁ ଯଥେଷ୍ଟ ସଫଳତା ମିଳିବ । ଶୁଭରଙ୍ଗ: ବାଦାମୀ । ଆରାଧନା: ମାଆ ଶାରଳା ।

କର୍କଟ: ମନରେ ଆତ୍ମା ବିଶ୍ୱାସ ରଖନ୍ତୁ, ସମସ୍ତ କାର୍ଯ୍ୟ ସିଦ୍ଧ ହେବ । ବ୍ୟବସାୟୀରେ ଆୟ ବ୍ୟୟ ପ୍ରାୟତଃ ସମାନ ରହିବ କିନ୍ତୁ ଖର୍ଚ୍ଚାନ୍ତ ଅଧିକ ହେବ । ପୂରା ହେବାକୁ ଯାଉଥିବା କାମରେ ବାଧା ଉପୁଜିପାରେ । ସରକାରୀ କର୍ମଚାରୀମାନଙ୍କର କାର୍ଯ୍ୟ କ୍ଷେତ୍ରରେ ଶତୃମାନେ ବାଧା ସୃଷ୍ଟି କରିବେ । ଘର କାମ ଲାଗି ପରିବାର ଲୋକଙ୍କ ସହିତ କଥାବାର୍ତ୍ତା କରିବେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ମହିଳାମାନଙ୍କ ପାଇଁ ଦିନଟି ବେଶ୍ ଭଲ ରହିବ ଏବଂ କର୍ମ କ୍ଷେତ୍ରରେ ପଦୋନ୍ନତିର ଯୋଗ ରହିଛି ଓ ଘରେ ମଧ୍ୟ ପରିବାରଜନଙ୍କ ଠାରୁ ପ୍ରସଂଶିତ ହେବେ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ତାରିଣୀ ।

ସିଂହ: ସ୍ୱଭାବ ଉଚ୍ଚମାନର ରହିବ, ନିଜ ଉପରେ ଭରସା ରଖି କାମ କରନ୍ତୁ । କୌଣସି ବଡ଼ କାମରୁ ଆଜି ବଡ଼ ଫାଇଦା ହେବ । ବ୍ୟବସାୟୀରେ ଆଶାତୀତ ଲାଭ ପାଇବେ ଏବଂ ନୂଆ ନେଣଦେଣ ହୋଇପାରେ । ଚାକିରୀ ଜୀବିମାନେ କାର୍ଯ୍ୟ ଦକ୍ଷତା ପ୍ରଦର୍ଶନ କରି, ଉଚ୍ଚାଧିକାରୀଙ୍କ ଠାରୁ ଆଦର୍ଶ ସ୍ଥାନ ଗ୍ରହଣ କରିବେ । ସାମାଜିକ ପ୍ରତିଷ୍ଠା ଓ ମାନ-ସମ୍ମାନ ହ୍ରାସ ହେବ ।ଜୀବନସାଥୀଙ୍କୁ ଉପହାର ଦେବା ପାଇଁ ସୁନ୍ଦର ଉପହାର କିଣିବେ । ଛାତ୍ରଙ୍କୁ ଗୁରୁଜନଙ୍କ ମାର୍ଗ ଦର୍ଶନ ମିଳିବ । ଶୁଭରଙ୍ଗ: ଫିକା ଲାଲ । ଆରାଧନା: ମାଆ ବିରଜା ।

କନ୍ୟା: ଧାର୍ମିକ କାର୍ଯ୍ୟରେ ମନ ଲଗାଇବେ । ଆପଣ ଅତ୍ୟଧିକ ଆତ୍ମବିଶ୍ୱାସ ଅନୁଭବ କରିବେ । ସବୁ କାମ ଭଲ ଢଙ୍ଗରେ ପୂରା କରିନେବେ । ବ୍ୟବସାୟୀଙ୍କ ପାଇଁ ଦିନଟି ବଢ଼ିଆ ରହିବ । ଚାକିରି ଖୋଜୁଥିବା ବ୍ୟକ୍ତିଙ୍କୁ ଭଲ ଖବର ମିଳିବ । ରାଜନୀତିରେ କୂଟନୀତିର ଶୀକାର ହେବେ । କଥା ବାର୍ତ୍ତାରେ ନିୟନ୍ତ୍ରଣ ନ ରହିଲେ ବିପଦର ସମ୍ମୁଖୀନ ହେବେ । ସ୍ୱାସ୍ଥ୍ୟ ସମ୍ବନ୍ଧରେ ଟିକେ ସତର୍କ ରହନ୍ତୁ । ମହିଳାମାନେ ନିଜର ବୁଦ୍ଧି ବଳରେ ପ୍ରତିଟି କ୍ଷେତ୍ରରେ ପ୍ରସଂଶିତ ହେବେ । ଶୁଭରଙ୍ଗ: ସବୁଜ । ଆରାଧନା: ହର ପାର୍ବତୀ ।

ତୁଳା: ମାନସିକ ଶାନ୍ତି ପ୍ରାପ୍ତ ଲାଗି ଆଧ୍ୟାତ୍ମିକତା ବୃଦ୍ଧି କରିପାରନ୍ତି । ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ରହିବ । ବୈଦେଶିକ ବେପାର ସମ୍ବନ୍ଧିତ ଭଲ ଖବର ପାଇବେ । କର୍ମକ୍ଷେତ୍ରରେ ଅପେକ୍ଷାକୃତ ସୁସ୍ଥ ବାତାବାରଣ ଦେଖାଦେବ । ଅଫିସ୍‌ରେ ଆପଣ କେବଳ ନିଜ କାମରେ ମନଯୋଗ ଦିଅନ୍ତୁ । ଆଶା ଆକାଂକ୍ଷା ଓ ମହତ୍ୱାକାଂକ୍ଷା ପୂର୍ଣ୍ଣହେବ । ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । ବିଦ୍ୟାଧ୍ୟୟନରେ ଛାତ୍ରଛାତ୍ରୀମାନେ ପ୍ରସଂଶିତ ହେବେ । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ଶ୍ରୀ ଗଣେଶ ।

ବିଛା: ନମ୍ର ବ୍ୟବହାର ଲାଗି ଆପଣଙ୍କୁ ଲାଭ ମିଳିବ । ବୟୋଜ୍ୟେଷ୍ଠଙ୍କ ଆଶୀର୍ବାଦ ପାଇବା ହେତୁ ମନକୁ ଶାନ୍ତି ମିଳିବ । ବ୍ୟବସାୟୀମାନେ ଘର ଅପେକ୍ଷା ବ୍ୟବସାୟକ୍ଷେତ୍ରରେ ଜଞ୍ଜାଳ ଅଧିକ ମୁଣ୍ଡାଇ ବ୍ୟସ୍ତ ରହିବେ । କର୍ମକ୍ଷେତ୍ରରେ ସହକର୍ମୀ ଓ ଉପରିସ୍ଥ କର୍ମଚାରୀଙ୍କ ଠାରୁ ପ୍ରଶଂସିତ ହେବେ । ପାରିବାରିକ କ୍ଷେତ୍ରରେ ଶାନ୍ତି ବିରାଜମାନ କରିବ । ରାଜନୀତିରେ କୋଲସମ୍ପର୍କ ବୃଦ୍ଧି ଓ ନିଜର ମାନ ସମ୍ମାନ ପଦ ମର୍ଯ୍ୟାଦା ବୃଦ୍ଧି ହେବ । ଦାମ୍ପତ୍ୟ ଜୀବନରେ ସାମଞ୍ଜସ୍ୟ ବଜାୟ ରହିବ । ମହିଳାମାନେ ପରିବାରରେ ଆଦରଣୀୟା ହୋଇ ସୁଖଭୋଗ କରିବେ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

ଧନୁ: ମନ ବଳ ଦୃଢ ହେବ । ଅତୀତର ସମସ୍ତ କାର୍ଯ୍ୟ ସମାପନ କରିବାରେ ପୂର୍ଣ୍ଣ ସଫଳତା ପ୍ରାପ୍ତି ହେବ । ବ୍ୟବସାୟୀକ ହିସାବପତ୍ର ସହ ଭଲଭାବରେ ଜଗାରଖା କରିବା ଦ୍ୱାରା ବିଶେଷ ଲାଭବାନ୍ ହେବେ । ଟ୍ରାନ୍ସପୋର୍ଟ ବିଭାଗରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନଙ୍କର କର୍ମୋନ୍ନତି ହେବ । ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ । ରାଜନୀତିରେ ବିରୋଧୀମାନେ କ୍ଷତି ପହଞ୍ଚାଇବା ପାଇଁ ପ୍ରୟାସ କରିବେ । ଶାରିରୀକ ଅସୁସ୍ଥତା ଦେଖା ଦେବ । ପ୍ରେମିକପ୍ରେମିକାଙ୍କ ଲାଗି ଦିନଟି ଭଲ । ମହିଳାମାନେ ଅଧିକ ଭାଗ୍ୟବାଦିନୀ ହୋଇ ନିଜ ଗୋଡରେ ନିଜେ ଠିଆ ହେବାକୁ ସାହସ ବାନ୍ଧିବେ । ଶୁଭରଙ୍ଗ: ହଳଦିଆ । ଆରାଧନା: ହନୁମାନ ।

ମକର: ଦିନଟି ଆପଣଙ୍କ ଲାଗି ମହତ୍ୱପୂର୍ଣ୍ଣ ରହିବ । ଆତ୍ମବିଶ୍ଵାସ ଦ୍ଵାରା ଅନ୍ୟ ଉପରେ ପ୍ରାଧାନ୍ୟ ବିସ୍ତାର କରିପାରିବେ । ନୂଆ କାମର ପରିକଳ୍ପନା ଯୋଜନା ପ୍ରସ୍ତୁତି କରିବେ । ଧାର୍ମିକ ତଥା ଆଧ୍ୟତ୍ମିକା କାର୍ଯ୍ୟରେ ସମୟ କଟିବ । ଆର୍ଥିକ ସ୍ଥିତି ଠିକ୍‌ ରହିବ । ଅଫିସରେ ଲାଗି ରହିଥିବା ବିବାଦର ସମାଧାନ ହେବ । ଦାମ୍ପତ୍ୟ ଜୀବନରେ ବିଶେଷ ସୁଖ ପ୍ରାପ୍ତି ହେବ । କର୍ମ ନିଯୁକ୍ତି ପାଇଁ ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ବିଜୟୀହେବେ । ଶୁଭରଙ୍ଗ: ଲାଲ । ଆରାଧନା: ବାବା ଲିଙ୍ଗରାଜ ।

କୁମ୍ଭ: ଆର୍ଥିକ ଲାଭ ପାଇଁ ଶୁଭ ଦିନଟିଏ । ସକାରାତ୍ମକ ଭାବନାରେ ରହନ୍ତୁ; କାମ କରିବା ସହଜ ହେବ । ବ୍ୟବସାୟୀଙ୍କୁ ଭଲ ସୁଯୋଗ ମିଳିବ । ଆର୍ଥିକ ସ୍ଥିତିରେ ବୃଦ୍ଧି ଘଟିବ । ସରକାରୀ କର୍ମଚାରୀମାନେ କର୍ମ କ୍ଷେତ୍ରରେ ସମ୍ମାନ ଲାଭ କରିବେ । ରାଜନୀତିରେ ମନକାମନା ପୂରା ହେବ ଓ ଉପରିସ୍ଥ କର୍ମଚାରୀଙ୍କ ଶ୍ରଦ୍ଧା ଅତୁଟ ରହିବ । ବାଦବିବାଦ, ମାଲିମୋକଦ୍ଦମା, ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ଯଶସ୍ୱୀ ହେବେ । ଜୀବନସାଥୀଙ୍କଠାରୁ ଖୁସି ମିଳିପାରେ । ଶୁଭରଙ୍ଗ: ଆକାଶୀ ନୀଳ । ଆରାଧନା: ମାଆ ଅମ୍ବିକା ।

ମୀନ: ଆଜି ଆପଣ କୌଣସି ମାମଲାରେ ଭାବପ୍ରବଣ ହେବେ । ବରିଷ୍ଠ ବ୍ୟକ୍ତିବିଶେଷଙ୍କ ସହ କାରବାର ସମ୍ବନ୍ଧରେ ଆଲୋଚନା କରିବେ । ଉଚିତ୍ ପରାମର୍ଶ ପାଇ ହରେଇଥିବା ଦ୍ରବ୍ୟ ଫେରି ପାଇବେ । ବ୍ୟବସାୟରେ କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତିହେବ ।ଜମିଜମା ସଙ୍କ୍ରାନ୍ତିୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ । ଧାର୍ମିକ କାର୍ଯ୍ୟରେ ରୁଚି ବୃଦ୍ଧି ହେବାସହ ବ୍ୟୟ ଅଧିକ ହେବ । କେତେକ ଦୀର୍ଘ ଯୋଜନା ସଫଳ କାରଣରୁ ମନ ଭଲ ରହିବ । ଦାମ୍ପତ୍ୟ ଜୀବନରେ ତାଳମେଳ ଓ ମଧୁରତା ବଜାୟ ରହିବ । ମହିଳାମାନଙ୍କର ନୂତନ ସମ୍ବନ୍ଧ ସୃଷ୍ଟିହେବ ଓ ଖୁସିର ବାତାବରଣ ସ୍ଥାୟି ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ତାରିଣୀ ।