ଆମ୍ବ ଖାଇବା ଦ୍ଵାରା ମିଳିଥାଏ ଏହି 7ଟି ଅଦ୍ଭୁତ ଫାଇଦା ।

ଗ୍ରୀଷ୍ମ ଋତୁରେ ଆମ୍ବ ଖାଇ ନିଜ ଶରୀରକୁ ରୋଗ ମୁକ୍ତ କରନ୍ତୁ ।
ଆମ୍ବ ଖାଇବା ଦ୍ଵାରା ଅନେକ ଲାଭ ମିଳିଥାଏ । ଆମ୍ବରେ ଅନେକ ପୋଷାକ ତ୍ଵତ ରହିଛି । ଆମ୍ବ ଖାଇବା ଦ୍ଵାରା ଶରୀରକୁ ଭିଟାମିନ୍-ଏ, ଭିଟାମିନ୍-ସି, କ୍ୟାଲସିୟମ୍, ଆଇରନ, ଭିଟାମିନ୍-ଡି, ଭିଟାମିନ୍-ବି-୬, କୋବଳିନ ଏବଂ ମ୍ୟାଗ୍ନେସିୟମ ମିଳିଥାଏ । ଏଥିପାଇଁ ଆମ୍ବକୁ ବହୁତ ଗୁଣକାରୀ ଓ ଫଳମାନଙ୍କ ରାଜା କୁହାଯାଇଥାଏ ।
ଆମ୍ବ ଖାଇବା ଦ୍ଵାରା ଶରୀରକୁ ମିଳିଥାଏ ଏହି ସବୁ ଲାଭ :
ଆଖି ପାଇଁ ଲାଭଦାୟକ :
ଆମ୍ବ ଆଖି ପାଇଁ ଲାଭଦାୟକ ଅଟେ । ଆମ୍ବରେ ଭିଟାମିନ୍-ଏ ଭରପୁର ରହିଥାଏ ଏବଂ ଭିଟାମିନ୍-ଏ ଆଖି ପାଇଁ ଲାଭଦାୟକ ଅଟେ । ଯେଉଁ ବ୍ୟକ୍ତିମାନଙ୍କୁ ଆଖି ସମସ୍ୟା ରହିଛି; ସେମାନେ ଆମ୍ବ ଖାଇବା ଦ୍ଵାରା ଲାଭବାନ ହୋଇପାରିବେ ।
କୋଲଷ୍ଟ୍ରଲ୍ ନିୟନ୍ତ୍ରଣ :
ଆମ୍ବରେ ଫାଇବାର ଏବଂ ଭିଟାମିନ୍-ସି ର ପରିମାଣ ଅଧିକ ରହିଛି । ଆମ୍ବ ଖାଇବା ଦ୍ଵାରା ଶରୀରରେ ଥିବା କୋଲଷ୍ଟ୍ରଲ୍ ନିୟନ୍ତ୍ରଣ ହୋଇଥାଏ । ଶରୀରରେ କୋଲଷ୍ଟ୍ରଲ୍ ବଢିଲେ ଏହାର ପ୍ରଭାବ ହୃଦୟ ଉପରେ ପଡିଥାଏ । ଏଥିପାଇଁ ଆପଣ ଆମ୍ବ ଖାଇବା ଆରମ୍ଭ କରନ୍ତୁ, ଯାହା ଫଳର ଆପଣଙ୍କ ଶରୀରର କୋଲଷ୍ଟ୍ରଲ୍ ନିୟନ୍ତ୍ରଣ ହୋଇପାରିବ ।
ପେଟ ପାଇଁ ଆମ୍ବ :
ପେଟ ପାଇଁ ଆମ୍ବ ଗୁଣକାରି ଅଟେ । ଏହା ଖାଇବା ଦ୍ଵାରା ପେଟ ଜନିତରୁ ମୁକ୍ତି ମିଳିଥାଏ । ଆମ୍ବ ଖାଇବା ଦ୍ଵାରା ଖାଦ୍ୟ ଶୀଘ୍ର ହଜମ ହୋଇଥାଏ । ଆମ୍ବରେ ଥିବା ଏନଜାଇମ୍ ଖାଦ୍ୟ ହଜମ କରିବାରେ ସାହାଯ୍ୟ କରିଥାଏ । ଏହି ଏନଜାଇମ୍ ଖାଦ୍ୟରେ ଥିବା ପ୍ରୋଟିନକୁ ହଜମ କରାଇବାରେ ସାହାଜ୍ୟ କରିଥାଏ ।
ମୋଟପଣ ଦୂର ହୋଇଥାଏ :
ଆମ୍ବ ମୋଟପଣ ଦୂର କରିବାରେ ସାହାଯ୍ୟ କରିଥାଏ । ଆମ୍ବ ଖାଇବା ଦ୍ଵାରା ଶରୀରର ଚର୍ବି ଦୂର ହୋଇଥାଏ । ଆମ୍ବର ଟାଙ୍କୁରେ ଥିବା ସୁତଭଳି ଅଂଶ ଶରୀରର ମୋଟପଣ ଦୂର କରିବାରେ ସାହାଯ୍ୟ କରିଥାଏ । ଆମ୍ବ ଖାଇବା ଦ୍ଵାରା ଭୋକ ମଧ୍ୟ କମ ଲାଗିଥାଏ ।
ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ :
ପ୍ରତିଦିନ ଆମ୍ବ ଖାଇବା ଦ୍ଵାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ । ଗ୍ରୀଷ୍ମ ଋତୁରେ ଆମ୍ବ ପ୍ରଚୁର ମାତ୍ରାରେ ଖାଇ ନିଜ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାନ୍ତୁ ।
ଚିନ୍ତାଶକ୍ତି ବଢାଇ ଥାଏ :
ଆମ୍ବ ଖାଇବା ଦ୍ଵାରା ଚିନ୍ତା ଶକ୍ତି ବଢିଥାଏ । ଆମ୍ବରେ ଗ୍ଳୁଟାମୀନ ଏସିଡ ତତ୍ଵ ରହିଛି; ଯାହା ଚିନ୍ତା ଶକ୍ତି ପାଇଁ ଭଲ ଅଟେ । ଏଥିପାଇଁ ଯେଉଁ ବ୍ୟକ୍ତିଙ୍କୁ କୌଣସି କଥା ମନେ ପଡୁ ନାହିଁ, ସେମାନେ ଆମ୍ବ ଖାଇବା ଜରୁରୀ ଅଟେ ।
ଶରୀରରେ ରକ୍ତର ମାତ୍ରା ବଢାଇ ଥାଏ :
ଶରୀରର ରକ୍ତର ପରିମାଣ ବଢାଇବା ପାଇଁ ଆମ୍ବ ଖାଇବା ଜରୁରୀ ଅଟେ । ନିୟମିତ ରୂପରେ ଏହି ଫଳକୁ ଖାଦ୍ୟାରେ ଗ୍ରହଣ କରିବା ଦ୍ଵାରା ଶରୀରରେ ରକ୍ତର ପରିମାଣ ବଢିଥାଏ । ଆମ୍ବ ଖାଇବା ଦ୍ଵାରା ଶରୀରର ରକ୍ତ କୋଷିକା ଗୁଡିକ ସକ୍ରିୟ ହୋଇଥାଏ । ରକ୍ତର ଅଭାବ ଜନିତ ବ୍ୟକ୍ତିମାନେ ଆମ୍ବ ଖାଇବା ଦ୍ଵାରା ଶାରୀରିରେ ରକ୍ତର ପରିମାଣ ବଢିଥାଏ ।