ପ୍ରତି ବୁଧବାର ଦିନ ଭଗବାନ ଗଣେଶଙ୍କ ଏହି ୭ଟି ମନ୍ତ୍ରକୁ ଜପ କରନ୍ତୁ । ସମସ୍ତ ମନୋସ୍କମାନ ପୂରଣ ହେବ !

Spread the love

ଆଜିକାଲି ସଭିଁଙ୍କ ଜୀବନରେ କିଛି ନା କିଛି ସମସ୍ୟା ନିଶ୍ଚୟ ଥାଏ । ଏଭଳି ସ୍ଥିତିରେ ଆପଣଙ୍କ ସବୁ ସମସ୍ୟାର ସମାଧାନ ଭଗବାନ ଗଣେଶଙ୍କ ପାଖରେ ଉପଲବ୍ଧ ଅଛି । ଏଥିପାଇଁ ଆପଣଙ୍କୁ ପ୍ରତ୍ୟେକ ବୁଧୁବାର ଦିନ ଗଣେଶଙ୍କ ଭିନ୍ନ ଭିନ୍ନ ମନ୍ତ୍ର ଜରିଆରେ ନିଜ ହୃଦୟର କଥା କହିବାକୁ ପଡିବ । ଆସନ୍ତୁ ଜାଣିବା :

୧) ରୋଜଗାର ଓ ଆର୍ଥିକ ବୃଦ୍ଧି ନିମନ୍ତେ : –

“ଓଁ ଶ୍ରୀ ସୌମ୍ୟାୟ ସୌଭାଗ୍ୟାୟ ଗଂ ଗଣପତୟେ ବର ବରଦ ସର୍ବଜନଂ ନେ ବସମାନାୟ ସ୍ୱାହା”

ଯଦି ଆପଣ ଗୋଟିଏ ଭଲ ଚାକିରୀ ଖୋଜୁଛନ୍ତି କିନ୍ତୁ ନିଜ ପସନ୍ଦର ଚାକିରୀ ମିଳୁ ନାହିଁ, ତେବେ ଏହି ମନ୍ତ୍ରକୁ ଜପ କରି ନିଜ ଭାଗ୍ୟକୁ ଚମକାଇ ପାରିବେ । ଯେଉଁ ଲୋକମାନେ ନିଜ ଆର୍ଥିକ ସ୍ଥିତିରେ ସୁଧାର ଆଣିବାକୁ ଚାହୁଁଛନ୍ତି, ସେମାନେ ମଧ୍ୟ ଏହି ମନ୍ତ୍ର ଜରିଆରେ ନିଜକୁ ସମ୍ପନ୍ନ କରିପାରିବେ । ଏହି ମନ୍ତ୍ରକୁ ଆପଣ ବୁଧୁବାର ଦିନ ସକାଳେ ଓ ସନ୍ଧ୍ୟାରେ ଗଣେଶଙ୍କ ଆଗରେ ବସି ଜପିବା ଆବଶ୍ୟକ । ଏହି ମନ୍ତ୍ରକୁ ହାତରେ ରୁଦ୍ରାକ୍ଷର ମାଳ ନେଇ ୨୧ ଥର ଜପିବାକୁ ପଡ଼ିବ ।

୨) ଶୀଘ୍ର ବିବାହ ନିମନ୍ତେ : –

” ଓଁ ବକ୍ରତୁଣ୍ଡାୟ ଦଂଷ୍ଟ୍ରାୟ କ୍ଲିଂ ହ୍ରିଂ ଶ୍ରୀଂ ଗଂ ଗଣପତୟେ ବର ବରଦ ସର୍ବଜନଂ ନେ ବସମାନାୟ ସ୍ୱାହା”

ଏହି ମନ୍ତ୍ର ସେମାନଙ୍କ ପାଇଁ ଯେଉଁମାନଙ୍କୁ ବିବାହରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଯଦି ଆପଣ ନିଜ ଜୀବନ ସାଥି ଖୋଜୁଛନ୍ତି ଓ ଆପଣଙ୍କୁ ସଫଳତା ମିଳୁ ନାହିଁ; ତେବେ ଆପଣ ଏହି ମନ୍ତ୍ରକୁ ବୁଧୁବାର ଦିନ ନିଶ୍ଚୟ ଜପ କରନ୍ତୁ । ଏହି ମନ୍ତ୍ରକୁ ଆପଣ ୧୩ ଥର ଉଚ୍ଚାରଣ କରିବାକୁ ପଡ଼ିବ । ଏହାପରେ ଆପଣ ଗଣେଶଙ୍କ ଆରତୀ କରନ୍ତୁ ଓ ବୁଧୁବାରର ବ୍ରତ ମଧ୍ୟ ରଖନ୍ତୁ ।

୩) ସଙ୍କଟ ଦୂର କରିବା ନିମନ୍ତେ : –

“ଓଁ ଗଂ ନମଃ”

ଗଣେଶଙ୍କ ବିଘ୍ନହର୍ତା ମଧ୍ୟ କୁହାଯାଏ । ଭକ୍ତ ମାନଙ୍କର ଦୁଃଖ, କଷ୍ଟକୁ ଦୁର କରିଥାନ୍ତି । ଯଦି ଆପଣଙ୍କ ଜୀବନରେ କୌଣସି ସଙ୍କଟ ବା ସମସ୍ୟାର ସମାଧାନ ହେଉ ନାହିଁ; ତେବେ ଏହି ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ । ଭଗବାନ ଆପଣଙ୍କ କଷ୍ଟକୁ ଶୀଘ୍ର ଦୂର କରିଦେବେ ।

୪) ନିରାଶ ଓ କଳି ଦୂରୀକରଣ ନିମନ୍ତେ : –

“ଗଂ କ୍ଷିପ୍ର-ପ୍ରଶାଦନାୟ ନମଃ”

ଯଦି ଆପଣଙ୍କ ଜୀବନରେ ବହୁତ ଦୁଃଖ ଅଛି । ଆପଣ ଯେଉଁ କାମ କରୁଛନ୍ତି, ଯଦି ସେଥିରେ କେବଳ ନିରାଶ ହିଁ ହେବାକୁ ପଡୁଛି ଓ ନିଜ ମିତ୍ର ବା ଘର ଲୋକଙ୍କ ସହିତ ସବୁବେଳେ କଳି ବା ମତଭେଦ ହେଉଛି, ତେବେ ଏହି ମନ୍ତ୍ରକୁ ଜପି ନିଜ ଜୀବନରେ ସୁଖଶାନ୍ତିକୁ ପୁନର୍ଜୀବତ କରିପାରିବେ । ଏହି ମନ୍ତ୍ରର ଉଚ୍ଚାରଣ ଆପଣ ବୁଧୁବାର ଦିନ ୫୧ ଥର କରନ୍ତୁ ।

୫) ଶତୃମାନଙ୍କ ନିମନ୍ତେ : –

“ଓଁ ହସ୍ତୀ ପିସାଚିନୀ ଲିଖେ ସ୍ୱାହା”

ଯଦି ଆପଣଙ୍କୁ ଅନୁମାନ ଲାଗୁଛି କି, ଆପଣଙ୍କ ଶତ୍ରୁ, ଆପଣଙ୍କୁ ହଇରାଣ କରିବା ପାଇଁ କିଛି ପ୍ରୟାସ କରୁଛି; ତେବେ ଏହି ମନ୍ତ୍ରକୁ ଜପ କରନ୍ତୁ । ଏହାଦ୍ୱାରା ସେ କରୁଥିବା ସବୁ ପ୍ରୟାସ ବିଫଳ ହୋଇଯିବ । ଏହି ମନ୍ତ୍ରକୁ ଆପଣ ବୁଧୁବାର ଦିନ ରାତିରେ ଜପ କରନ୍ତୁ । ମନ୍ତ୍ର ଜପିବା ସମୟରେ ଆପଣ ହାତରେ ଗୂଡ଼, ଲବଙ୍ଗ, ଅଳେଇଚ, ତାମ୍ବୁଳ, ଗୁଆ ଥିବା ଅନିର୍ବର୍ଯ୍ୟ ଅଟେ । ମନ୍ତ୍ର ଆରମ୍ଭ କରିବା ଆଗରୁ ପ୍ରଥମେ ଆପଣଙ୍କ ଶତ୍ରୁର ନାମ ନିଅନ୍ତି ଓ ପରେ ଏହି ମନ୍ତ୍ର ଜପ କରିବା ଆରମ୍ଭ କରନ୍ତୁ । ଏହି ମନ୍ତ୍ରକୁ ୩୧ ଥର ଜପ କରନ୍ତୁ, ଏହାଦ୍ୱାରା ଆପଣଙ୍କ ଶତ୍ରୁ କରୁଥିବା ସବୁ ପ୍ରୟାସ ଗୁଡିକ ବିଫଳ ହୋଇଯିବ ।

୬) ମନୋସ୍କାମନା ପୂର୍ଣ୍ଣ ନିମନ୍ତେ : –

“ଓଁ ଗଣପତୟେ ନମଃ”

ଯଦି ଆପଣଙ୍କର କିଛି ମନୋସ୍କାମନା ଅଛି ଓ ତାହାକୁ ପୂରଣ କରିବାକୁ ଚାହୁଁଛନ୍ତି, ତେବେ ଏହି ମନ୍ତ୍ରକୁ ଆପଣ ସକାଳେ ବା ସନ୍ଧ୍ୟାରେ ୧୦୮ ଥର ଜପ କରିବାକୁ ପଡ଼ିବ । ଏହା ସହ ଗଣେଶଙ୍କୁ ମଣ୍ଡାର ଭୋଗ ଅର୍ପଣ କରନ୍ତୁ ।

୭) ଧନ ପ୍ରାପ୍ତି ନିମନ୍ତେ : –

“ଓଁ ବକ୍ରତୁଣ୍ଡାୟ ହୁମ”

ଯଦି ଆପଣଙ୍କ ଘରେ ଧନର ସମସ୍ୟା ଅଛି ବା ନିଜ ସମ୍ପତ୍ତିକୁ ବଢାଇବାକୁ ଚାହୁଁଛନ୍ତି; ତେବେ ଏହି ମନ୍ତ୍ରକୁ ବୁଧୁବାର ଦିନ ସକାଳେ ୭୧ ଥର ଜପ କରନ୍ତୁ ।