7 ଫେବୃଆରୀ 2019, ଗୁରୁବାର – ଏହି ୫ଟି ରାଶିର ଉପରେ ମା’ ଲକ୍ଷ୍ମୀଙ୍କ ଅପାର କୃପା ରହିବ

Spread the love

ମନୁଷ୍ୟର ଦୈନନ୍ଦିନ କାର୍ଯ୍ୟକଳାପରେ ଗ୍ରହମାନଙ୍କ ଭୂମିକା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ, ଯାହାଫଳରେ ଗ୍ରହମାନଙ୍କ ଗତିବିଧିକୁ ଆଧାର କରି ରାଶିଫଳ ନିର୍ଣ୍ଣୟ କରାଯାଇଥାଏ । ଆଜି ଦିନଟି ସମସ୍ତ ରାଶିର ବ୍ୟକ୍ତିମାନେ ପାଇଁ ପ୍ରାୟତଃ ସୁଖଦାୟକ ରହିବ କିନ୍ତୁ ପାଞ୍ଚଟି ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କ ଉପରେ ମାଆ ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ରହିବ, ଏବଂ ସମସ୍ତ କାର୍ଯ୍ୟ ଅତି ସହଜରେ ସମାପନ କରିପାରିବେ ବିନା ବାଧା ବିଘ୍ନରେ ।

ମେଷ: ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ । ବ୍ୟବସାୟ କ୍ଷେତ୍ରରେ ପ୍ରସାର ପ୍ରଚାର କରି ସାମାନ୍ୟ ଲାଭ ପାଇବେ । କର୍ମ କ୍ଷେତ୍ରରେ ଅନେକ ଦିନର ଅଭିଳାଷ ପୂର୍ଣ୍ଣ ହେବ । ସିନିୟର ଆପଣଙ୍କ କାମରେ ଖୁସି ରହିବେ । ସେୟାର ବଜାରରେ ଅର୍ଥ ନିବେଶ ସମୟ ବହୁତ ଭଲ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ସଫଳ ହେବେ । ଛାତ୍ରମାନେ ବିଦ୍ୟାରେ ମନଯୋଗ ଦେଇ ପ୍ରଶଂସିତ ହେବେ । ଶୁଭରଙ୍ଗ: ଧଳା । ଆରାଧନା: ବାବା କପିଳାସ ।

ବୃଷ: ଭାଗ୍ୟର ସହଯୋଗ ପାଇ ଆଗକୁ ବଢିବେ । କର୍ମକ୍ଷେତ୍ରରେ ଜବରଦସ୍ତି ଉନ୍ନତି ଓ ନ୍ୟାୟମିଳିବ । ବ୍ୟବସାୟରେ ଆଶାତୀତ ଲାଭ ପାଇବେ ଓ ଆୟରସ୍ରୋତ ଖୋଲିଯିବ । କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ ଓ ପଦୋନ୍ନତି ସହ ନୂତନକର୍ମ ପ୍ରାପ୍ତିହେବ । ରାଜନୀତିରେ ସଫଳତା ମିଳିବା ସହ କୃତକାର୍ଯ୍ୟ ହେବେ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ବିଜୟୀ ହେବେ । ମହିଳାମାନଙ୍କର ଆୟ ଅପରିବର୍ତ୍ତିତ ରହି ଶାରୀରିକ ଓ ମାନସିକ ସ୍ଥିରତା ଦେଖାଦେବ । ଜୀବନସାଥୀଙ୍କ ଠାରୁ ଅପର୍ଯ୍ୟାପ୍ତ ପ୍ରେମ ମିଳିବ । ଶୁଭରଙ୍ଗ: କଫି ରଙ୍ଗ । ଆରାଧନା: ମାଆ ମାଣିକେଶ୍ଵରୀ ।

ମିଥୁନ: ଧାର୍ମିକ ତଥା ଆଧ୍ୟାତ୍ମିକ କାର୍ଯ୍ୟରେ ସମୟ ଅତିବାହିତ କରିବେ । ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ । ରାଜନୀତିରେ ପ୍ରଶଂସିତ ହେବେ । ଶାରୀରିକ ଓ ମାନସିକ ସ୍ଥିରତା ଦେଖାଦେବ । ପୁରୁଣା ବନ୍ଧୁଙ୍କ ସହିତ ସାକ୍ଷାତ ହେବ । ଉନ୍ନତି ପାଇଁ ବିଭିନ୍ନ ରାସ୍ତା ସାମନାକୁ ଆସିବ। ଲୁହା ଓ ଷ୍ଟିଲ ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ । ପାରିବାରିକ ଜୀବନରେ ସୁଖୀ ରହିବେ । ମହିଳାମାନେ ବ୍ୟବସାୟରେ ପ୍ରଚୁର ଲାଭ କରିବେ ଓ ରାଜନୀତିରେ କୃତକାର୍ଯ୍ୟ ହେବେ । ଶୁଭରଙ୍ଗ: ଲାଲ । ଆରାଧନା: ବାବା କପିଳାସ ।

କର୍କଟ: ନିଜ ଉପରେ ବିଶ୍ୱାସ ରଖନ୍ତୁ । କେବଳ ନିଜ କାମରେ ମନଯୋଗ ଦିଅନ୍ତୁ । ବ୍ୟବସାୟରେ ଉଧାର ଦେଇ ଫେରି ପାଇବା ସହଜ ହେବ । ବ୍ୟବସାୟରେ ନୂଆ ପ୍ରସ୍ତାବ ପାଇବେ । ଅଫିସ ତରଫରୁ ବାହାରକୁ ଯିବାର ସୁଯୋଗ ମିଳିବ । ସମାଜ ସେବା ଓ ରାଜନୀତିରେ ସ୍ଵନାମ ଅର୍ଜନ କରିପାରିବେ । କର୍ମ କ୍ଷେତ୍ରରେ ଉତ୍ତମ ରୋଜଗାର କରିପାରିବେ । ମହିଳାମାନଙ୍କର ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ସମ୍ପର୍କ ସ୍ଥାପନ ହେବା ଫଳରେ ପ୍ରତିଷ୍ଠା, ପ୍ରତିପତି, ମାନସମ୍ମାନ ଓ କ୍ଷାତି ବଢ଼ିବ । ବୁଦ୍ଧିମତା କାରଣରୁ ପ୍ରଚୁର ଅର୍ଥ ଲାଭହେବ କିନ୍ତୁ ପିଲାମାନଙ୍କ ପଢା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିବ । ଶୁଭରଙ୍ଗ:ଘିଅ ରଙ୍ଗ । ଆରାଧନା: ମାଆ ଦୁର୍ଗା ।

ସିଂହ: ଦିନଟି ବେଶ ଭଲରେ କାଟିବା । ନିଜ ବାକ୍ୟରେ ସଂଯମ ରଖନ୍ତୁ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ପାଇବେ । ବ୍ୟବସାୟ କ୍ଷେତ୍ରରେ ସଫଳତା ମିଳିବା ଯୋଗ ରହିଛି । ଅଭାବ ଅନାଟନ ପାଇଁ ବ୍ୟୟ ସଂକୋଚନ ହେବ । ଯୁବକ ଯୁବତୀ ମାନଙ୍କର କୌଣସି ଆବଶ୍ୟକୀୟ ଜିନିଷ କିଣିବା ପାଇଁ ଧାର କରିବାକୁ ବାଧ୍ୟ ହେବେ । ପାରିବାରିକ କ୍ଷେତ୍ରରେ ଶାନ୍ତି ବିରାଜମାନ କରିବ । ବୈବାହିକ ଜୀବନରେ ମଧୁରତା ବଢ଼ିବ । ମହିଳାମାନଙ୍କର ଚାକିରୀକ୍ଷେତ୍ରରେ ପରିବର୍ତ୍ତନ ହେବାର ସମ୍ଭାବନା । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଶାରଳା ।

କନ୍ୟା: ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ । ପ୍ରତିଷ୍ଠିତ ଲୋକଙ୍କ ସହିତ ମିଶିବାର ଅବସର ପାଇବେ । ବ୍ୟବସାୟ ପାଇଁ ନୂଆ ସୁଯୋଗ ମିଳିବ । ପ୍ରତିଦ୍ଵନ୍ଦିତାରେ ସଫଳ, ବିଦ୍ୟାକ୍ଷେତ୍ରରେ ଶୁଭଯୋଗ, ରାଜନୀତିରେ ଉଚ୍ଚପ୍ରଶଂସିତ ହେବେ । କାର୍ଯ୍ୟ କ୍ଷେତ୍ରରେ ସୁଖ-ଶାନ୍ତି ବୃଦ୍ଧି ହେବ । ସାମାଜିକ କ୍ଷେତ୍ରରେ ନିଜର ପ୍ରଭାବ ଓ ପରାକ୍ରମ ବଢିବ । ଅଫିସର ଓ ଅଧିକାରୀ କାମରେ ପ୍ରସନ୍ନ ରହିବେ । ନେତାମାନଙ୍କ ଲାଗି ଦିନଟି ଶୁଭ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ସଫଳହେବେ । ବିଜ୍ଞାନ ଛାତ୍ର କିଛି ନୂଆ ଶିକ୍ଷା ଲାଭ କରିବେ । ଶୁଭରଙ୍ଗ: ସବୁଜ । ଆରାଧନା: ସତ୍ୟ ନାରାୟଣ ।

ତୁଳା: ପ୍ରତ୍ୟେକ ଦୃଷ୍ଟି କୋଣରୁ ଦିନଟି ଆପଣଙ୍କ ପାଇଁ ଭଲ ରହିବ । ବ୍ୟବସାୟୀମାନେ ଧନଲାଭ କରିବାର ସୁଯୋଗ ପାଇବେ । ନୂଆ କାମ ହାତକୁ ନେଇ ପାରନ୍ତି । କର୍ମକ୍ଷେତ୍ରରେ ଉନ୍ନତିମୂଳକ ପଦକ୍ଷେପ ନେଇ ଆର୍ଥିକସ୍ଥିତି ସନ୍ତୋଷପ୍ରଦ ହେବ । ଉଧାର ଦେଇଥିବା ପଇସା ଅଚାନକ ଫେରସ୍ତ ପାଇବେ । ଆଜି ଆପଣ ଦରକାରୀ ସାମଗ୍ରୀ କିଣିବା ପାଇଁ ବଜାରକୁ ଯିବେ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ସଫଳହେବେ । ପରିବାରଜନଙ୍କ ଉନ୍ନତିରେ ଆନନ୍ଦିତ ହେବେ ଓ ଆର୍ଥିକସ୍ଥିତି ସନ୍ତୋଷପ୍ରଦ ହେବ । ପ୍ରେମ ପ୍ରସଙ୍ଗରେ ପ୍ରଗାଢ଼ତା ଆସିବ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ମାଆ ଲକ୍ଷ୍ମୀ ।

ବିଛା: ଧାର୍ମିକ କାର୍ଯ୍ୟରେ ରୁଚି ବଢିବ । ସଂଘର୍ଷ ଦ୍ଵାରା ସଫଳତା ମିଳିବ । କ୍ୟାରିୟରରେ ଆଗକୁ ବଢ଼ିବା ଲାଗି ନୂଆ ପରିବର୍ତ୍ତନ କରିବେ । ଆର୍ଥିକ ସ୍ଥିତିରେ ସୁଧାର ନିଶ୍ଚୟ ହେବ । ବ୍ୟବସାୟରେ ନୂଆ ଚୁକ୍ତି ହେବ । ସୁଖ ସମୃଦ୍ଧି ବୃଦ୍ଧି ଓ ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । ଘରକୁ ଅତିଥି ଆସିବେ । ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ନୂତନପନ୍ଥା ଅନୁସରଣ କରିବେ । ମାଲିମୋକଦ୍ଦମା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । ମହିଳାମାନଙ୍କର ସନ୍ତାନଙ୍କ ଚିନ୍ତାରେ ମାନସିକ ଅସ୍ଥିରତା ବୃଦ୍ଧି ହେବ ଓ ଉଚିତ ପନ୍ଥା ଗ୍ରହଣ କରିବେ । ଶୁଭରଙ୍ଗ: ଧୂସର । ଆରାଧନା: ମାଆ ସମଲେଶ୍ୱରୀ ।

ଧନୁ: ଦିନଟି ଆପଣଙ୍କ ଲାଗି ଖଟାମିଠା ରହିବ । ବ୍ୟବସାୟରେ ଉନ୍ନତି ପାଇଁ ଯଥେଷ୍ଟ ଧ୍ୟାନ ଦେବେ । ବ୍ୟୟ ଅଧିକ ହେତୁ ବଜେଟ ବୃଦ୍ଧି ହେବ । ବାଦ-ବିବାଦ ଯୋଗେ ଚିନ୍ତିତ ରହିବେ । ପରିବାରରେ ଅପ୍ରୀତିକର ପରିସ୍ଥିତି ଦେଖାଦେଲେ ମଧ୍ୟ ତାହା କୌଶଳକ୍ରମେ ସମାଧାନ କରିବେ । ପ୍ରିୟ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହେବ । କୌଣସି ଗୁରୁତ୍ବପୂର୍ଣ୍ଣ କାଗଜପତ୍ରକୁ ନେଇ କାମ ଅଧାରେ ଅଟକିବ । ମହିଳାମାନେ ବନ୍ଧୁଙ୍କ ସହଯୋଗରେ କାର୍ଯ୍ୟ ସମ୍ପାଦନା କରିବେ । ଶୁଭରଙ୍ଗ: ଧଳା । ଆରାଧନା: ଗଣେଶ ।

ମକର: ମାନସିକ ଶାନ୍ତି ମିଳିବ, ଦିନଟି ମଙ୍ଗଳମୟ ହେବ । ନିଜର ବ୍ୟବହାର ଯୋଗୁଁ ସମସ୍ତ କାର୍ଯ୍ୟ ସୁଚାରୁ ରୂପେ ସମ୍ପାଦନା କରିପାରିବେ । ଆୟ ଉପାର୍ଜ୍ଜନର ବୃଦ୍ଧି, କର୍ମ ଓ ବ୍ୟବସାୟରେ ଉନ୍ନତି । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ବିଜୟୀ ହେବେ । ପାରିବାରିକକ୍ଷେତ୍ରରେ ସ୍ନେହସଦ୍ଭାବର ବୃଦ୍ଧିହେବ । କୌଣସି ନୂଆ ଲୋକଙ୍କ ସହିତ ବନ୍ଧୁତା କରିବେ । ରାଜନୀତିରେ ଲୋକସମର୍ଥନକୁ ଆଧାର କରି ବଳୀୟାନ ହେବେ । ପ୍ରେମ ସମ୍ବନ୍ଧରେ ସଫଳତା ପାଇବେ। ଛାତ୍ରଙ୍କ ପାଇଁ ଦିନଟି ଭଲ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭୈରବୀ ।

କୁମ୍ଭ: ନିଜର ମନୋଭାବକୁ ନିୟନ୍ତ୍ରଣ ରଖନ୍ତୁ । ଆଜି କିଛି ନୂଆ ଶିକ୍ଷା ଲାଭ କରିବେ । ଧନୀ ବ୍ୟକ୍ତିଙ୍କ ସାହାଯ୍ୟ ପାଇବେ । ଅଫିସରେ ଅଟକି ରହିଥିବା କାମ ଗୁଡିକ ସୁରୁଖୁରୁରେ ସମ୍ପନ୍ନ ହେବ । ପରିବହନ ବ୍ୟବସାୟରେ ଆଶାଜନକ ସଫଳତା ହାସଲ କରିବେ । ନୂଆ ବ୍ୟବସାୟ ପାଇଁ ଯୋଜନା କରିବେ । ଅଫିସରେ ଆପଣଙ୍କର ସ୍ଥିତି ମଜଭୁତ ହେବ । ରାଜନୀତି କ୍ଷେତ୍ରରେ ସୁ-ସମ୍ପର୍କ ସ୍ଥାପନ କରି ନିଜର ଧାର୍ମିକ କାର୍ଯ୍ୟପ୍ରତି ଆଗ୍ରହୀ ହେବେ । ନିର୍ମାଣମୂଳକ ଯୋଜନାରେ ଆଗେଇବେ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ସଫଳ ହେବେ । ପରିବାରରେ କୌଣସି ବଡ଼ ଖୁସି ଆସିପାରେ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ କଟାକଚଣ୍ଡୀ ।

ମୀନ: ନିଜ ଚେଷ୍ଟାରେ କାର୍ଯ୍ୟରେ ସଫଳତା ମିଳିବା ସହ ସନ୍ତାନ ସୁଖ ମିଳିବ । ଶାରୀରିକ ସୁସ୍ଥତା ସହ ମାନସିକ ଶାନ୍ତି ଦେଖାଦେବ । ମନରେ ଲାଗିରହିଥିବା ଓଲଟପାଲଟ ଚିନ୍ତାଧାରା ସମାପ୍ତ ହୋଇଯିବ । ରୋଜଗାର ସମସ୍ୟା ସୁଧୁରି ଯିବ । ଧନ ଲାଭ ହେବାରୁ ମନ ଖୁସି ରହିବ । ବ୍ୟବସାୟୀକ କ୍ଷେତ୍ରରେ ଉନ୍ନତି ହେବ । ସଫଳତା ଏବଂ ଲୋକସମ୍ପର୍କ ଆତ୍ମସନ୍ତୋଷ ବଢେଇବ । ମହିଳାମାନଙ୍କର କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତି ହେବ । ଶୁଭରଙ୍ଗ: ଗୋଲାପି । ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ ।