ତୁଳସୀ ଦାସ: ସଫଳତା ପାଇବାର ୬ଟି ମନ୍ତ୍ର !

Spread the love

ରାମ ଚରିତ ମାନସର ରଚୟତା ତୁଳସୀ ଦାସ କହିଛନ୍ତି, ପ୍ରତ୍ୟେକ ବ୍ୟକ୍ତି ସଫଳ ହେବା ପାଇଁ ୬ଟି ମନ୍ତ୍ର ଅପରିହାର୍ଯ୍ୟ । ଆଜିକାଲି ପ୍ରତ୍ୟେକ ବ୍ୟକ୍ତି ଜୀବନରେ ଆନନ୍ଦ ଓ ଉନ୍ନତିର ବାଟ ଖୋଜିଥାନ୍ତି । ପ୍ରତ୍ୟେକ ବ୍ୟକ୍ତି ଇଚ୍ଛା ରହିଥାଏ ଯେ, ନିଜକୁ ସମ୍ମାନ ମିଳୁ, ନିଜ ନାମ ଉଚ୍ଚା ହେଉ ଏବଂ ଧନ ସମ୍ପତ୍ତିରେ ପରିପୂର୍ଣ୍ଣ ହେଉ । କିନ୍ତୁ ସେ କେବେ ଏହି କଥାକୁ ଭାବି ନଥାଏ ଯେ ଏସବୁର ଆବଶ୍ୟକତା ଜୀବନରେ କାହିଁକି ? ଏବଂ ସମ୍ମାନ, ଯଶ, ଧନ ସମ୍ପତ୍ତି ପାଇବା ପାଇଁ ଦିନ ରାତି ଅକ୍ଲାନ୍ତ ପରିଶ୍ରମ କରିଚାଲେ । ତଥାପି ସଫଳ ପାଇବା କଷ୍ଟ ସାଧ୍ୟ ହୋଇଯାଇଥାଏ । ତେବେ ଆସନ୍ତୁ ଜାଣିବା, ସଫଳତା ପାଇବା ନିମନ୍ତେ ତୁଲସୀ ଦାସ କଣ କହିଛନ୍ତି ଓ ଛଅଟି ମନ୍ତ୍ର କଣ ଯାହା ମନୁଷ୍ୟକୁ ସଫଳତାର ମାର୍ଗ ଦେଖାଉଛି :-

1. ତୁଳସୀଦାସ କହିଛନ୍ତି ମିଠା ଵଚନ କହିବା ବ୍ୟକ୍ତି ସବୁବେଳେ ଖୁସିରେ ରହିଥାନ୍ତି । କାହାକୁ ବି ମୋହିତ କରିବା ପାଈଁ ଏହା ସବୁଠାରୁ ସହଜ ଉପାୟ ଅଟେ । ତେଣୁ କରି ପ୍ରତ୍ୟେକ ବ୍ୟକ୍ତିକୁ କଠୋର ବଚନ ଛାଡ଼ି ମିଠା ଵଚନ କହିବା ପାଇଁ ଚେଷ୍ଟା କରିବା ଉଚିତ ।

2. ତୁଳସୀ ଦାସ କହିଛନ୍ତି ଭଗବାନ ରାମଙ୍କ ଉପରେ ଵିଶ୍ଵାସ କରି ଆରାମର ବଂଶୀ ବଜାଅ । ଏହା ଦ୍ଵାରା ସଂସାରରେ କିଛି ବି ଅସମ୍ଭବ ହେବ ନାହିଁ । ଆଉ ଯାହା ହେବ ତାକୁ କେହି ଅଟକାଇ ପାରିବ ନାହିଁ । କାହିଁକି ନା ଭଗବାନଙ୍କ ବିନା, ଗୋଟିଏ ପତ୍ର ବି ହୋଲି ନଥାଏ । ତେଣୁକରି ଆପଣ ସମସ୍ତେ ଚିନ୍ତାରୁ ମୁକ୍ତ ହୋଇ ନିଜର କର୍ମ କରିଚାଲ ।

3. ତୁଳସୀ ଦାସ କହିଛନ୍ତି ବର୍ଷା ଋତୁରେ ବେଙ୍ଗର ଭୟାନକ ଧ୍ୱନି ଏତେ ବେଶି ହୋଇଯାଇଥାଏ ଯେ, କୋଇଲିର ମିଠା ବାଣୀ ତାର ମୁଣ୍ଡରେ ଦବି ଯାଇଥାଏ । ସେ କୋଇଲିର ମନ ଧାରଣ କରି ଦେଇଥାଏ । ଅର୍ଥାତ ଯେବେ ଚତୁର ଓ ମୁର୍ଖ ବାର୍ତ୍ତାଳାପ୍ ହୋଇଥାଏ, ତେବେ ଭଲ ଲୋକର କଥା ପ୍ରତି କେହି ଧ୍ୟାନ ଦିଅନ୍ତି ନାହିଁ । ଏହି ସମୟରେ ସେ ଚୁପ ରହିବା ହିଁ ଭଲ ।

4. ତୁଳସୀ ଦାସ କହିଛନ୍ତି ଗୁରୁ ଦେଇଥିବା ଶିକ୍ଷାକୁ ଯେଉଁ ବ୍ୟକ୍ତି ସମ୍ମାନ କରି ନଥାନ୍ତି ଏବଂ ତାହାକୁ ପରିହାସ କରିଥାନ୍ତି, ପରବର୍ତ୍ତୀ ସମୟରେ ସେମାନେ ବହୁତ ଅନୁତାପ ବା ପସ୍ତେଇ ଥାନ୍ତି ।

5. ତୁଳସୀ ଦାସ କହିଛନ୍ତି ମୁଖିଆ, ମୁଖ୍ୟ ସମାନ ହୋଇଥିବା ଦରକାର । ଅର୍ଥାତ ଖାଇବା ପିଇବା ପାଇଁ ଏକାକୀ କରିଥାଏ କିନ୍ତୁ ବିବେକ ପୂର୍ବକ ସବୁ ଅଙ୍ଗର ପାଳନ ପୋଷଣ କରିଥାଏ ।

6. ତୁଳସୀ ଦାସ କହିଛନ୍ତି; ସମୟ ହିଁ ମଣିଷକୁ ସର୍ବଶ୍ରେଷ୍ଠ ସ୍ଥାନକୁ ଉପନୀତ କରାଇଥାଏ ଏବଂ ସମୟ ହିଁ ମଣିଷକୁ ଦୁର୍ବଳ ବନେଇ ଦେଇଥାଏ । ଯେତେବେଳେ ଅର୍ଜୁନଙ୍କ ସମୟ ଖରାପ ଥିଲା ସେ ସ୍ତ୍ରୀ ରଉ

ଏହିପରି ପୌରାଣିକ ଓ ନୀତିଶିକ୍ଷା ଉପରେ ଆଧାରିତ ଆନୁଛେଦ ପାଇବା ପାଇଁ Follow Bottom କୁ Click କରନ୍ତୁ ! !! ଧନ୍ୟବାଦ !!