୨୧ ବର୍ଷର ବୋହୁ ସହିତ ବିବାହ କରିଲେ ୬୫ ବର୍ଷର ବୟସ୍କ ବ୍ୟକ୍ତି ! କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ ।

Spread the love

୬୫ ବର୍ଷୀୟ ବୟସ୍କ ବ୍ୟକ୍ତି ନିଜ ୨୧ ବର୍ଷୀୟ ବୋହୁଙ୍କ ସହ ବିବାହ କରିଛନ୍ତି । ସାରା ଅଞ୍ଚଳରେ ହାହାକାର ସୃଷ୍ଟି ହୋଇଯାଇଛି ।

ଆଜିକାଲି ସୋସିଆଲ ମିଡ଼ିଆ ଏହିପରି ଏକ ମାଧ୍ୟମ ହୋଇଯାଇଛି ଯାହା ଦ୍ୱାରା ଛୋଟବଡ଼ ଘଟଣା ଦେଖିବା ଓ ଶୁଣିବା ପାଇଁ ମିଳୁଛି । ଏଥିରେ ଭିନ୍ନ ଭିନ୍ନ ଘଟଣା ସବୁ ଭାଇରଲ ହେବାରେ ଲାଗିଛି ଏବଂ ଏହି ସବୁ ଘଟଣାରୁ ଲୋକଙ୍କ ମଧ୍ୟରେ ଚଞ୍ଚଲ୍ୟକର ପରିସ୍ଥିତି ସୃଷ୍ଟି ହୋଇଯାଏ । ଆଜି ଆମେ ଏହିପରି ଏକ ଘଟଣା ବିଷୟରେ କହିବୁ ଯାହା ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ଯେତେବେଳେ କାହାର ବିବାହ ହୋଇଥାଏ, ତେବେ ବର ଏବଂ କନ୍ୟାର ବୟସ ପାଖାପାଖି ୫ ରୁ ୬ ବର୍ଷ ଛୋଟ ବଡ଼ ହୋଇଥାଏ କିନ୍ତୁ ଆଜି ଆମେ ଯେଉଁ ବିବାହ ଯୋଡି ବିଷୟରେ କହିବା ପାଇଁ ଚାହୁଁଛୁ; ସେହି ଯୋଡ଼ିଙ୍କ ବୟସର ତାରତମ୍ୟ ୪୦ ରୁ ୪୨ ବର୍ଷ ! ଏହି ବିବାହରେ ଏକ ୬୫ ବର୍ଷିୟ ବ୍ୟକ୍ତି ନିଜର ୨୧ ବର୍ଷୀୟ ବୋହୁ ସହ ବିବାହ କରି ନେଇଛନ୍ତି । ଏହା ପଛର କାହାଣୀ ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇପଡିବେ କିନ୍ତୁ ଆପଣଙ୍କୁ ଅନ୍ୟପଟେ ଲାଗିବ ଯାହା ହୋଇଛି ଠିକ୍ ହୋଇଛି । ୬୫ ବର୍ଷୀୟ ବୟସ୍କ ଶଶୁର ନିଜ ୨୧ ବର୍ଷୀୟ ବୋହୁଙ୍କ ସହ ବିବାହ କରିବା ଘଟଣା ଚାରିଆଡେ ପ୍ରସାରିତ ହେବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଏବଂ ପ୍ରଶ୍ନ ପଚାରିବାରେ ଲାଗିଲେ ଏହାର କାରଣ ?

ନିଜ ୨୧ ବର୍ଷୀୟ ବୋହୁଙ୍କ ସହ ବିବାହ କରିଲେ ୬୫ ବର୍ଷୀୟ ଶଶୁର :

google

ଏହି ଭାଇରଲ ଖବରଟି ବିହାରର ସମସ୍ତିପୁର ଜିଲ୍ଲାର ଅଟେ । ଯେଉଁଠି ଜଣେ ୬୫ ବର୍ଷିୟ ବ୍ୟକ୍ତି ରୋଶନ ଲାଲ ନିଜର ୨୧ ବର୍ଷୀୟ ବହୁ ସ୍ଵପ୍ନା ସହ ବିବାହ କରିଥିଲେ । ଲୋକେ ଯେତେବେଳେ ପ୍ରଶ୍ନ ପ୍ରଚାରିଥିଲେ, ସେହି ସମୟରେ ସେ ଏହାକୁ ମଜଭୁରି ବୋଲି କହିଥିଲେ । ରୋଶନ ଲାଲଙ୍କ ଅନୁସାରେ ଏହି ବିବାହ ସେ ମଜଭୁରିରେ କରିଛନ୍ତି ଏବଂ ସେହି ଝିଅର ଇଜ୍ଜତ ରଖିବା ପାଇଁ ବିବାହ କରିଥିଲେ । ରୋଶନ ଲାଲ ନିଜ ପୁଅ ପପୁଙ୍କ ବିବାହ ସ୍ୱପ୍ନାଙ୍କ ସହ ଠିକ କରିଥିଲେ ଏବଂ ବରଯାତ୍ରୀ ନେଇ ସ୍ୱପ୍ନାଙ୍କ ଘରେ ପହଞ୍ଚିଥିଲେ । କିନ୍ତୁ ସେଠାରେ କିଛି ଏହିପରି ହୋଇଥିଲା, ଯାହାଫଳରେ ରୋଶନ ଲାଲଙ୍କୁ ବିବାହ କରିବା ପାଇଁ ପଡିଥିଲା । ପପୁ ସବୁ ଛାଡି ସେଠାରୁ ଫେରାର ହୋଇ ଯାଇଥିଲା । ଏହାର କାରଣ ହେଉଛି ପପୁ ଅନ୍ୟ ଗୋଟିଏ ଝିଅକୁ ଭଲ ପାଉଥିଲା । ପପୁ ରୋଶନ ଲାଲଙ୍କୁ ଡରି ବିବାହ ପାଇଁ ରାଜି ହୋଇଯାଇଥିଲା କିନ୍ତୁ ବିବାହ ମଣ୍ଡପରେ ପହଂଚି ନଥିଲା । କାହାରିକୁ କୌଣସି କଥା ନ ଜଣାଇ ସେଠାରୁ ଫେରାର ହୋଇ ଯାଇଥିଲା । ଯଦି ବରଯାତ୍ରୀ ବିନା କନ୍ୟାରେ ଫେରିଥାନ୍ତା; ତେବେ ଉଭୟ ପକ୍ଷଙ୍କ ଇଜ୍ଜତ ଖରାପ ହୋଇଥାନ୍ତା । ଏହି କାରଣରୁ ରୋଶନ ଲାଲ ସ୍ୱପ୍ନାଙ୍କ ସହ ବିବାହ କରିନେଇଥିଲେ । ଦୁଇ ପରିବାରର ସହମତିରେ ଏହି ବିବାହ ହୋଇଛି ।

google

ଏହି ଭାଇରଲ ହୋଇଥିବା ଖବରରେ କେତେ ପରିମାଣରେ ସତ୍ୟତା ରହିଛି, ଏହାର ଯାଞ୍ଚ ପୋଲିସ କରିବାରେ ଲାଗିପଡିଛି । ଲୋକେ କନ୍ୟା ପକ୍ଷକୁ ଆରୋପ ଲଗାଇଛନ୍ତି ଏବଂ କହିବାରେ ଲାଗିଛନ୍ତି, ଭୁଲ୍ ଯାହାର ମଧ୍ୟ ହେଉ ନା କାହିଁକି ଝିଅକୁ ହିଁ ସହିବା ପାଇଁ ପଡିଛି । ନିଜ ମନରେ ଏକ ରାୟ ଠିକ କରି ଲୋକେ ସ୍ୱପ୍ନାଙ୍କ ପରିବାର ଲୋକଙ୍କୁ ଅନେକ କିଛି କହିବାରେ ଲାଗି ପଡିଛନ୍ତି । ବହୁତ ଲୋକ ଏହା କହିବା ପାଇଁ ଲାଗି ପଡିଛନ୍ତି, ବୟସ୍କ ବ୍ୟକ୍ତି ସହ ବିବାହ କରି ୨୧ ବର୍ଷୀୟ ଝିଅର ଜୀବନ ବର୍ବାଦ ହୋଇଯାଇଛି । ପୋଲିସ ବର୍ତ୍ତମାନ ଅପେକ୍ଷାରେ ଅଛି ଝିଅ ନିଜ ବୟାନ କଣ ଦେଵ ?