6000 ଝିଅର ବାପା : ପଞ୍ଜାବ ଠାରୁ ଆମେରିକା ପର୍ଯ୍ୟନ୍ତି ପରିଚିତ

Spread the love

ଜୀବନ ପାଣି ଫୁଟକା ସଦୃଶ୍ୟ । କେତେବେଳେ କଣ ହେବ କେହି ଜାଣି ନାହାନ୍ତି । ତେଣୁ ଯେତେ ଦିନ ପର୍ଯ୍ୟନ୍ତ ଆମେ ଏହି ମୋହମାୟାରୂପୀ ଦୁନିଆରେ ବଞ୍ଚିବା, ନିଜର ପ୍ରତିଭାରେ ସମସ୍ତଙ୍କୁ ଖୁସୀ ବାଣ୍ଟି ଯିବା । ହଁ ଆଜ୍ଞା, ଏହିପରି ଏକ ବ୍ୟକ୍ତି ଯିଏ କି 6000 ଝିଅଙ୍କ ବାପା ହୋଇସାରିଲେଣି । ପଞ୍ଜାବ ଠାରୁ ଆମେରିକା ପର୍ଯ୍ୟନ୍ତ ପରିଚିତ, ଆସନ୍ତୁ ଜାଣିବା ସେହି ମହାନ ଵ୍ୟକ୍ତି ଙ୍କ ବିଷୟରେ :

ପଞ୍ଜାବ ସହରର ଅମୃତସରରେ ବାସ କରୁଥିଲେ ଅମରବୀର ସିଂହ ସନ୍ଧୁ। ଆମେରିକାରେ ଉଚ୍ଚ ଶିକ୍ଷା ସମାପ୍ତ କରି ସେଠାରେ ହୋଟେଲ ବ୍ୟବସାୟରେ ଲିପ୍ତ । ନିଜ କର୍ମମୟ ଜୀବନରେ ବ୍ୟସ୍ତ ରହି ମଧ୍ୟ ନିଜ ଜନ୍ମଭୂମିକୁ ଭୂଲି ପାରିନାହାନ୍ତି ।

ମା’ଙ୍କ କଥାକୁ ଅକ୍ଷରେ ଅକ୍ଷରେ ପାଳନ କରୁଥିଲେ । ମାଙ୍କ କହିବା କଥା, କିଛି ସାମାଜିକ କାର୍ଯ୍ୟ କରେ । ଏହି କଥାକୁ ଗୁଋତ୍ୱ ଦେଇ ଆଜି ଅମରବୀର ସିଂହ ସନ୍ଧୁ ନିଜ ଅଞ୍ଚଳ ଓ ଆଖପାଖ ଅଞ୍ଚଳର ପ୍ରାୟ ଗରିବ ଝିଅଙ୍କ ବିବାହ କାର୍ଯ୍ୟରେ ଅର୍ଥ ଦେଇଆସିଛନ୍ତି । ଝିଅ ବାହା ଘର ହେଲେ ସତୁରି ହଜାର ରୁ ଦେଢ଼ ଲକ୍ଷ ଖର୍ଚ୍ଚ ହୋଇଥାଏ । ଅମରବୀର ସିଂହ ସନ୍ଧୁ ଏହି ଅର୍ଥ ଯୋଗାଇବାରେ ତାଙ୍କ ପକ୍ଷେ କିଛି କଷ୍ଟ ନଥିଲା । ଏହିପରି ଭାବରେ ସେ ଛଅ ହଜାର ଝିଅଙ୍କ ବାହା ଘର କରିଛନ୍ତି । ତାଙ୍କର ଏହି କାର୍ଯ୍ୟରେ ତାଙ୍କ ଧର୍ମ ପତ୍ନୀ ମଧ୍ୟ ସମର୍ଥନ କରୁଛନ୍ତି ।

ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ଏହି କାର୍ଯ୍ୟ ପାଇଁ ଦୁହେଁ ପଞ୍ଜାବରୁ ଆମେରିକା ପର୍ଯ୍ୟନ୍ତ ଚର୍ଚ୍ଚିତ ।