ଶରୀରରେ ଦେଖାଯାଉଥିବା ଏହି ୬ଟି ସଙ୍କେତ ପାଇଁ ଆପଣଙ୍କ ବୃକକ ନଷ୍ଟ ହୋଇଥାଏ । ଜାଣନ୍ତୁ ସଙ୍କେତଗୁଡିକ କଣ ଓ ହୋଇଯାଆନ୍ତୁ ସାବଧାନ ।

Spread the love

ଶରୀର ସୁସ୍ଥ ରହିବା ପାଇଁ ଆପଣଙ୍କ ବୃକକ ସୁସ୍ଥ ରହିବା ନିହାତି ଜରୁରୀ ଅଟେ । ଏହି ଲକ୍ଷଣ ଗୁଡିକୁ ଅଣଦେଖା କରନ୍ତୁ ନାହିଁ ନଚେତ ଶରୀରରେ ବହୁତ ସମସ୍ୟା ଦେଖାଯିବ ।

ଭଗବାନ ଆମକୁ ଯେଉଁ ସବୁ ଅଙ୍ଗ ଦେଇଛନ୍ତି; ସେ ଗୁଡିକ ଅତି ମହତ୍ୱପୂର୍ଣ୍ଣ ଅଟେ । ପ୍ରତ୍ୟେକ ଅଙ୍ଗ କୌଣସି ନ କୌଣସି ଅନ୍ୟ ଅଙ୍ଗ ସହ ଯୋଡି ହୋଇରହିଛି । ଏମିତିରେ ଯଦି ଶରୀରର କୌଣସି ଅଙ୍ଗ ନଷ୍ଟ ହୋଇଯାଏ, ତାହା ହେଲେ ସେହି ଅଙ୍ଗ ଅନ୍ୟ ଅଙ୍ଗ ଉପରେ ଖରାପ ପ୍ରଭାବ ପକାଇଥାଏ । ଆମ ଶରୀରରେ ବୃକକ ଏକ ଅତିଜରୁରୀ ଅଙ୍ଗ ଅଟେ । ଏଥିପାଇଁ ବୃକକର ଯତ୍ନ ରଖିବା ଜରୁରୀ । ବୃକକ ଆମ ଶରୀରର ଅପରିଷ୍କାର ବସ୍ତୁକୁ ବାହାର କରିଥାଏ । ଏମିତିରେ ବୃକକ ଖରାପ ହୋଇଗଲେ ଶରୀରର ଅପରିଷ୍କାର ବସ୍ତୁ ବାହାରକୁ ଯାଇପରିବ ନାହିଁ । ଏହାର ସିଧା ପ୍ରଭାବ ଆମ ଯକୃତ ଓ ହୃଦୟ ଉପରେ ପଡିଥାଏ । ଆପଣଙ୍କୁ କହିବାକୁ ଚାହୁଁଛୁ, ବୃକକ ଖରାପ ହୋଇଗଲେ କଣ ସବୁ ଲକ୍ଷଣ ଦେଖାଯାଇଥାଏ ଓ ଏଥିରୁ ଆପଣ କିପରି ମୁକୁଳିବେ ?

ଆଜିର ସମୟରେ କ୍ରନିକ୍ କିଡ୍ନୀ ରୋଗ ଅର୍ଥାତ ବୃକକ ଖରାପ ହେବ ସମସ୍ୟା ବଢିଚାଲିଛି । ଯଦି ଆମ୍ଭେମାନେ ଏହାର ଲକ୍ଷଣ ଜାଣି ଶୀଘ୍ର ଏହାର ଉପଚାର କରିପାରିବା ତାହା ହେଲେ ଏହି ସମସ୍ୟାରୁ ବର୍ତ୍ତୀ ଯାଈପାରିବା । ପ୍ରତିଟି ରୋଗ ଶରୀରକୁ ଆକ୍ରମଣ କରିବା ପୂର୍ବରୁ ପ୍ରଥମେ ତାହାର ଲକ୍ଷଣ ଜଣା ପଡି ଯାଇଥାଏ । ସେହି ସମୟରେ ରୋଗକୁ ଜାଣି, ତାହାର ଠିକ୍ ଉପଚାର କରିପାରିଲେ ରୋଗ ଠାରୁ ଦୂରେଇ ରହିପାରିବା ।

ହାତ ଗୋଡ ଫୁଲିଯିବା :

ବୃକକ ଖରାପ ହେଲେ ଶରୀରର ଅପରିଷ୍କାର ପଦାର୍ଥ ନିଷ୍କାସନ ହୋଇନଥାଏ ଯାହାଫଳରେ ଅପରିଷ୍କାର ପଦାର୍ଥ ଶରୀର ଭିତରେ ରହିଯାଇଥାଏ । ଫଳରେ ହାତ ଗୋଡ ଫୁଲିଯାଇ ଥାଏ । ପରିସ୍ରା ରଙ୍ଗ ଯଦି ଖୁବ୍ ହଳଦିଆ ହୋଇଯାଏ କିମ୍ବା ପରିସ୍ରାର ରଙ୍ଗରେ କିଛି ପରିବର୍ତ୍ତନ ଦେଖାଯାଏ, ଜାଣି ନିଅନ୍ତୁ ଯେ ଆପଣଙ୍କ ବୃକକ ଖରାପ ହେବାରେ ଲାଗୁଛି ।

ପେଟରେ ଯନ୍ତ୍ରଣା :

ଯଦି ପେଟର ବାମ କିମ୍ବା ଡାହାଣ ପାଖରେ ବହୁତ ଜୋରରେ ଯନ୍ତ୍ରଣା ଅନୁଭବ କରୁଛନ୍ତି; ତାହା ହେଲେ ଆପଣଙ୍କ ବୃକକ ଖରାପ ହୋଇଛି ବୋଲି ଜାଣିବେ । ବୃକକରେ ହୋଇଥିବା ସମସ୍ୟା ପାଇଁ ଆପଣଙ୍କ ପେଟ ଯନ୍ତ୍ରଣା ଦେଖାଯାଇଥାଏ । ଯଦି ଏପରି ସମସ୍ୟା ଭୋଗୁଛନ୍ତି ତାହା ହେଲେ ଶୀଘ୍ର ଉପଚାର କରାଇ ନିଅନ୍ତୁ ।

ପରିସ୍ରାରେ ସମସ୍ୟା ଦେଖାଯିବା :

ଯଦି ବୃକକ ଖରାପ ହୋଇଛି ତାହା ହେଲେ ଆପଣଙ୍କୁ ଅଧିକ ପରିସ୍ରା ଲାଗିପାରେ । ବେଳେବେଳେ ପରିସ୍ରା ଲାଗିଥାଏ କିନ୍ତୁ ପରିସ୍ରା ହୋଇନଥାଏ । ଏହା ମଧ୍ୟ ଆପଣଙ୍କ ବୃକକ ଖରାପ ହେବାର ଲକ୍ଷଣ ଅଟେ ।

ରକ୍ତ ପଡିବା :

ବାରମ୍ବାର ପରିସ୍ରା ଆସିବା ବଡ କଥା ଅଟେ କିନ୍ତୁ ପରିସ୍ରାରେ ରକ୍ତ ପଡିଲେ ଏହା ଏକ ଚିନ୍ତାର ବିଷୟ ଅଟେ । ଏହି ସମୟରେ କୌଣସି ଗୋଟିଏ Urologistଙ୍କ ସହ ଦେଖାକରି ନିଜ ସମସ୍ୟା ବିଷୟରେ ଜାଣନ୍ତୁ । ଯାହା ଫଳରେ ଏହି ସମସ୍ୟାରୁ ଆପଣ ମୁକୁଳି ପାରିବେ ।

ବାରମ୍ବାର ପରିସ୍ରା ଆସିବା ପରି ଲାଗିବା :

ବୃକକ ଶରୀରର ପ୍ରତିଟି ଅପରିଷ୍କାର ପଦାର୍ଥକୁ ମୁତ୍ର ମାଧ୍ୟମରେ ଶରୀର ବାହାରକୁ ବାହାର କରିଦେଇଥାଏ । ଯଦି ଆପଣ ଅଧିକ ପାଣି ପିଉଛନ୍ତି କିନ୍ତୁ ବେଶୀ କମ ଥର ବାଥରୂମ ଯାଉଛନ୍ତି ତାହାହେଲେ ଏହା ଠିକ୍ ନୁହେଁ । ଯଦି ପରିସ୍ରା ସମୟରେ ଆପଣଙ୍କ ପରିସ୍ରା ଥଳୀ ଜଳାପୋଡା ହେଉଛି, ତାହାହେଲେ ଏହା ୟୁରିନ୍ ଇନଫେକ୍ଶନର ଲକ୍ଷଣ ଅଟେ କିମ୍ବା ଆପଣକର ବୃକକ ଖରାପ ହୋଇଯାଇଛି ।

ଥକାପଣ :

କୌଣସି ବି ଛୋଟ କିମ୍ବା ବଡ କମ କରିବା ସମୟରେ ଯଦି ଆପଣ ଥକି ପଡ଼ୁଛନ୍ତି; ତାହା ହେଲେ ଆପଣ ବୃକକ ଖରାପ ହେବା ପରିସ୍ଥିତିରେ ଅଛନ୍ତି । ଯଥା ଶୀଘ୍ର ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ଓ ନିଜକୁ ସୁସ୍ଥ ରଖନ୍ତୁ ।