୬ ମାର୍ଚ୍ଚ ୨୦୧୯, ବୁଧବାର :- ରାହୁ ଓ କେତୁ ନିଜର ସ୍ଥିତି ପରିବର୍ତ୍ତନ କରିବେ, ୭ଟି ରାଶି ସଂପ୍ରନ୍ନ ବ୍ୟକ୍ତିଙ୍କ ଜୀବନ ପ୍ରତି ରହିଛି ସମ୍ୟକ ବିପଦ….

Spread the love

ରାହୁ ଓ କେତୁ ନିଜର ସ୍ଥିତି ପରିବର୍ତ୍ତନ କରିବେ, ୭ଟି ରାଶି ସଂପ୍ରନ୍ନ ବ୍ୟକ୍ତିଙ୍କ ଜୀବନ ପ୍ରତି ରହିଛି ସମ୍ୟକ ବିପଦ….

ଆଜି ରାହୁ ମିଥୁନରେ ତଥା କେତୁ ଧନୁ ରାଶିରେ ପ୍ରବେଶ କରିବେ । ଯାହାଦ୍ୱାରା କିଛି ରାଶି ଉପରେ ଏହାର ପ୍ରଭାବ ପଡିପାରେ । ଆଜି ଆମେ ଆପଣଙ୍କୁ ୬ ମାର୍ଚ୍ଚ ବୁଧବାରର ରାଶିଫଳ କହିହୁ । ଗ୍ରହ ନକ୍ଷେତ୍ରଙ୍କ ଗତିବିଧିକୁ ଅନୁସରଣ କରି ରାଶିଫଳ ନିର୍ଣ୍ଣୟ କରାଯାଇଥାଏ । କଣ ଆପଣ ଜାଣିଛନ୍ତି କି ? ଆଜିର ଦିନଟି ଆପଣ ପାଇଁ କେତେ ମହତ୍ୱପୂର୍ଣ୍ଣ ଓ ଦିନଟି କିପରି କାଟିବା ? ଏବଂ ଆଜି ଏହି ଦିନଟିରେ ଆପଣଙ୍କ ଜୀବନରେ କଣ କଣ ପରିବର୍ତ୍ତନ ଘଟିବ ? ଆସନ୍ତୁ ଜାଣିବା ସମ୍ୟକ ଭାବରେ ଆଜିର ରାଶିଫଳ ?

ମେଷ: ଦିନଟି ସକାରାତ୍ମକ ଭରା ରହିବ । ପାରିବାରିକ ଜୀବନରେ ଆନନ୍ଦ ଉଲ୍ଲାସ ଭାରି ରହିବ । କିନ୍ତୁ ଇଚ୍ଛା ଅନୁଯାୟୀ କାର୍ଯ୍ୟ କରିପାରିବେ ନାହିଁ । ବ୍ୟବସାୟରେ ଆଶାନୁରୂପକ ଲାଭ ହୋଇପାରିବ ନାହିଁ । ଅଫିସ କାମରେ ସହର ବାହାରକୁ ଯାଇପାରନ୍ତି । ରାଜନୀତିରେ ମହତ୍ତ୍ବାକା˚କ୍ଷା ପୂରା ହେବ । ପାରିବାରିକ ଜୀବନ ସୁଖମୟ ରହିବ । ଭବିଷ୍ୟତ ଯୋଜନାକୁ ନେଇ ଚିନ୍ତିତ ରହିବେ । ମହିଳାମାନେ ବୟୋଜ୍ୟେଷ୍ଠଙ୍କ ଠାରୁ ପ୍ରସଂଶିତ ହେବେ । ପ୍ରେମ-ପ୍ରେମିକାଙ୍କ ପାଇଁ ଦିନଟି ବେଶ୍ ଭଲ ରହିବ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ଦୁର୍ଗା ।

ବୃଷ: ଆଜି ପୂର୍ବ ଦିନ ଅପେକ୍ଷା ସାମାନ୍ୟ ଭଲ ରହିବ। ଆଧ୍ୟାତ୍ମିକଜ୍ଞାନକୁ ବଢାଇବାକୁ ଚେଷ୍ଟା କରନ୍ତୁ । ଏହି ମାର୍ଗରେ ଗତି କଲେ ଆଜି ଆପଣଙ୍କୁ ବହୁତ ଲାଭ ହେବ ଓ ଶାନ୍ତି ମଧ୍ୟ ମିଳିବ । କାର୍ଯ୍ୟ ସମ୍ପର୍କିତ ଭ୍ରମଣ କିମ୍ବା ଦର୍ଶନୀୟ ସ୍ଥାନ ବିତେଇବା ପାଇଁ କୋଉଁ ଆଡେ ଯାଇପାରନ୍ତି । ଚାକିରି ପରିବର୍ତ୍ତନ କରିବାକୁ ଚାହୁଁଥିବା ବ୍ୟକ୍ତି ବିଶେଷ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ । କୌଣସି ସ˚ପର୍କୀୟ ଆପଣଙ୍କୁ ଉଧାର ମାଗି ପାରନ୍ତି । ବାହନ ଚଳାଇବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ । ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ମାଆ କାଳିଜାଇ ।

ମିଥୁନ: ଦିନସାରା ଖୁସି ମନରେ ରହିବେ । ନିଜର ପରିବାର ବର୍ଗଙ୍କୁ ସାହାଯ୍ୟ କରନ୍ତୁ କାରଣ ଯେବେ ଆପଣଙ୍କୁ ତାଙ୍କର ଦରକାର ପଡିବ ସେମାନେ ସବୁବେଳେ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ରହିଥିବେ । ଉଚ୍ଚପଦ ଅଳଙ୍କୃତ ପାଇଁ ବାଧା ଦୂର ହେବ । ଇଷ୍ଟଦେବଙ୍କ ପ୍ରତି ଆସ୍ଥା ବଢ଼ିବ । ବ୍ୟବସାୟୀଙ୍କୁ ଆଶାଠୁଁ ଅଧିକ ଲାଭ ମିଳିବ । ସାଥିରେ କାମ କରୁଥିବା ଲୋକଙ୍କର ସହଯୋଗ ପ୍ରାପ୍ତ ହେବ । ପରିଜନମାନଙ୍କ ସହିତ ଆପଣ ସମୟ ଆନନ୍ଦପୂର୍ବକ ବିତାଇ ପାରିବେ । ଦାମ୍ପତ୍ୟ ଜୀବନ ପ୍ରେମପୂର୍ବକ ବିତିବ । ଶୁଭରଙ୍ଗ: ହଳଦିଆ । ଆରାଧନା: ଶ୍ରୀ ଗଣେଶ ।

କର୍କଟ: ଦୃଢ ବିଶ୍ୱାସ ଓ ଆତ୍ମବଳ ବୃଦ୍ଧି ପାଇବ । ଗୋଟିଏ ଦିଗରେ ପ୍ରୟାସ କରନ୍ତୁ; ଯଥେଷ୍ଟ ସଫଳତା ପାଇବେ । ଆର୍ଥିକ ସ୍ଥିତିରେ ଉନ୍ନତି ହେବ । ଅଫିସରେ ଆପଣଙ୍କ ରାୟ ରଖିବାରେ ସୁଯୋଗ ମିଳିବ । କୌଣସି ଏକ ଧର୍ମପୀଠ,ସାଂସ୍କୃତିକ କିମ୍ବା ଐତିହାସିକ ଗୁରୁତ୍ତ୍ୱପୂର୍ଣ୍ଣ ସ୍ଥାନ ବୁଲିବାକୁ ଯାଇପାରନ୍ତି । ପରିବାର ସମ୍ବନ୍ଧୀୟ କୌଣସି କାମ ପୂରା ହୋଇପାରେ । ସ୍ଵାସ୍ଥ୍ୟ ପ୍ରତି ଆଜି ଅଧିକ ଧ୍ୟାନ ରଖିବାର ଆବଶ୍ୟକତା ଅଛି । ଆଧ୍ୟାତ୍ମିକତା ପ୍ରତି ରୁଚି, ଧ୍ୟାନ ତଥା ଜପ ଆପଣଙ୍କୁ ଉଚିତ ମାର୍ଗକୁ ନେଇପାରିବ । ଆଜି ଆପଣ ଯାହା ନିଷ୍ପତ୍ତି ନେବେ ଭାବିଚ଼ିନ୍ତି ନିଅନ୍ତୁ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ତାରିଣୀ ।

ସି˚ହ: ଦିନଟି ଠିକ୍‌ଠାକ୍‌ ରହିବ କିନ୍ତୁ ନିଜ ବାଣୀ ଉପରେ ଧ୍ୟାନ ଦିଅନ୍ତୁ । ସାମୟିକ ନିରାପତ୍ତାର ଅଭାବ ଅନୁଭବ କରିବେ । ଆପଣ କିଛି ନୂଆ ଯୋଜନା ପ୍ରସ୍ତୁତ କରିବେ । ଆୟ ବୃଦ୍ଧିର ଯୋଗ ରହିଛି । ଜୀବନସାଥୀଙ୍କ ସହିତ ବାହାରକୁ ବୁଲି ଯିବାର ଯୋଜନା କରିବେ । ସ୍ଥାବର ସଂପତ୍ତିର କାଗଜପତ୍ର କରିବା ସମୟରେ ବିଶେଷ ଧ୍ୟାନ ରଖିବେ । ଛାତ୍ରଙ୍କୁ ଆଜି କମ୍‌ ପରିଶ୍ରମରେ ଯଥେଷ୍ଟ ସଫଳତା ମିଳିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ମଙ୍ଗଳା ।

କନ୍ୟା: ଦିନଟି ଉତ୍କର୍ଷପୂର୍ଣ୍ଣ ରହିବ । ଉତ୍ସାହପୂର୍ଣ୍ଣ ବାତାବରଣ ହେବାରୁ ନୂଆ କାର୍ଯ୍ୟର ପ୍ରାରମ୍ଭ କରିବାର ପ୍ରେରଣା ମିଳିବ । କୌଣସି କ˚ପାନିରେ ଚାକିରିରେ ଡାକରା ଆସିବ । କାରବାରରେ ଅଚାନକ ଫାଇଦା ହୋଇପାରେ । ରାଜନୀତି କ୍ଷେତ୍ରରେ ସମ୍ମାନ ମିଳିବ । ସାମାଜିକ କାର୍ଯ୍ୟରେ ନିୟୋଜିତ ରହିବେ । ପାରିବାରିକ ଦାୟିତ୍ବ ପୂରା ହେବାରୁ ଆପଣଙ୍କୁ ସନ୍ତୋଷ ମିଳିବ । ମହିଳାମାନେ ନିଜ ସନ୍ତାନଙ୍କ ପାଇଁ ଚିନ୍ତାଟା ରହିବେ ।ଶୁଭରଙ୍ଗ: ଗୋଲାପି । ଆରାଧନା: ମାଆ ସମଲେଶ୍ୱରୀ ।

ତୁଳା: ଆପଣଙ୍କ ମନରେ ନୂଆ ନୂଆ ବିଚାର ଆସିବ । ଆପଣଙ୍କ ଦାୟିତ୍ବକୁ ଭଲଭାବେ ନିର୍ବାହ କରିବେ । ବ୍ୟବସାୟରେ ଆୟ ବ୍ୟୟ ପ୍ରାୟ ସମାନ ରହିବ । ଚାକିରୀ କରୁଥିବା ଲୋକେ କର୍ତ୍ତବ୍ୟପରାୟଣର ସହ କାର୍ଯ୍ୟ କରିଲେ ମଧ୍ୟ ଉଚ୍ଚାଧିକାରୀଙ୍କ ଠାରୁ ଅପମାନିତ ହୋଇପାରନ୍ତି । ଧାର୍ମିକ ଓ ସାହିତ୍ୟ ଚର୍ଚ୍ଚରେ ଦିନ ଅତିବାହିତ କରିବେ । ବନ୍ଧୁମାନଙ୍କ ମଧ୍ୟରେ ଆପଣଙ୍କର ସମ୍ମାନ ବଢ଼ିପାରେ । ସନ୍ଧ୍ୟାରେ ଜୀବନସାଥୀଙ୍କ ସହିତ ହୋଟେଲକୁ ଭୋଜନ ପାଇଁ ଯାଇପାରନ୍ତି । ଶୁଭରଙ୍ଗ: ନୀଳ । ଆରାଧନା: ମହାଲକ୍ଷ୍ମୀ ।

ବିଛା: ଦିନଟି ଅନୁକୂଳ ରହିବ । ଆଜି ଆପଣ ଆତ୍ମବିଶ୍ଳେଷଣରେ ସମୟ ବିତାଇବେ । ବ୍ୟବସାୟରେ ବଡ଼ ସଉଦାରୁ ଲାଭ ହେବ । କମ୍ପାନୀରେ ଚାକିରି କରୁଥିବା ବ୍ୟକ୍ତି ବିଶେଷଙ୍କର ଦରମା ବୃଦ୍ଧି ହୋଇପାରେ । ରାଜନୀତିରେ ସାକ୍ଷାତ ଆଲୋଚନା ଭଲ ରହିବ । ଶାରୀରିକ ସୁସ୍ଥତା ଏବଂ ମାନସିକ ପ୍ରସନ୍ନତା ଅନୁଭବ କରିବେ । ବସ୍ତ୍ରାଭୂଷଣର କ୍ରୟରେ ମନ ଆନନ୍ଦିତ ହେବ । ପରିଜନମାନଙ୍କର ଏବଂ ସ୍ନେହୀଜନମାନଙ୍କର ସହିତ ସମ୍ବନ୍ଧରେ ମଧୁରତା ରହିବ । ଶୁଭରଙ୍ଗ: ଧୂସର । ଆରାଧନା: ମାଆ ଗୌରୀ ।

ଧନୁ: ଦେବାଦେବୀଙ୍କ ପୂଜାର୍ଚ୍ଚନା କରନ୍ତୁ, ମନ‌େର ଆତ୍ମା ବିଶ୍ୱସ ବୃଦ୍ଧି ହେବ । ପରିବାରର ଲୋକଙ୍କୁ ଏବଂ ବନ୍ଧୁମାନଙ୍କ ଠାରୁ ସାହାଯ୍ୟ ପାଇ ସେମାନଙ୍କୁ ପ୍ରଶଂସା କରିବେ । କୌଣସି ବ୍ୟକ୍ତି ଆପଣଙ୍କ ଜୀବନରେ ଖୁସି ଓ ଉତ୍ସାହ ନେଇ ଆସି‌େବ । ଅଫିସ କାମ ସମୟ ପୂର୍ବରୁ ପୂରା ହୋଇଯିବ । ବ୍ୟବସାୟ ପାଇଁ ଦିନଟି ଭଲ ରହିବ । ଆଜି ଆପଣଙ୍କୁ ଶାରୀରିକ ଶିଥିଲତା ଏବଂ ମାନସିକ ବ୍ୟଗ୍ରତା ଅନୁଭବ ହୋଇପାରେ । ଆକସ୍ମିକ ଧନଖର୍ଚ୍ଚର ଯୋଗ ଅଛି । ଶୁଭରଙ୍ଗ: ଗୋଲାପି । ଆରାଧନା: ମାଆ ତାରିଣୀ ।

ମକର: କୌଣସି ପୁରୁଣା କଥାକୁ ନେଇ ମାନସିକ ଅଶାନ୍ତିରେ ରହିପାରନ୍ତି । ଅଧିକ ସମୟ ପରିବାର ଲୋକଙ୍କ ସହିତ କଟାଇବେ ।
ପିତାମାତାଙ୍କ ପରାମର୍ଶ ନେଇ ଆଗକୁ ବଢ଼ନ୍ତୁ; ସଫଳତା ପାଇବେ । ଅଫିସରେ ଲାଗି ରହିଥିବା ବିଶୃଙ୍ଖଳାର ସମାଧନ କରିବେ । କାର୍ଯ୍ୟ-ସଫଳତା ଏବଂ ଯଶ-କୀର୍ତ୍ତି ପ୍ରାପ୍ତ ହେବା ପାଇଁ ଆଜିର ଦିନ ଶୁଭ ଅଟେ । ପରିଜନମାନଙ୍କ ସହିତ ଆପଣ ଆନନ୍ଦ-ଉଲ୍ଲାସପୂର୍ଣ୍ଣ ବାତାବରଣରେ ସୁଖଦପୂର୍ଣ୍ଣ ସମୟ ବିତାଇବେ । ଆର୍ଥିକ ଲାଭର ମଧ୍ୟ ଆଜି ସମ୍ଭାବନା ଅଧିକ ଅଛି । ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ହନୁମାନ ।

କୁମ୍ଭ: ମନରେ ବିଶ୍ୱାସ ଦୃଢ ହେବ । ଅତୀତରଫ ସମସ୍ତ କାର୍ଯ୍ୟ ସମ୍ପାଦନା କରିବା ପାଇଁ ମନୋବଳ ବାନ୍ଧିବେ ଓ ଯଥାସମ୍ଭବ ଚେଷ୍ଟା ମଧ୍ୟ କରିବେ । ବ୍ୟବସାୟରେ କ୍ଷେତ୍ରରେ ଆୟ ବ୍ୟୟାର ତାଳମେଳ ରହିବ ନାହିଁ । ନୂତନ ବ୍ୟବସାୟୀ ଆରମ୍ଭ କରିବା ପାଇଁ ଇଚ୍ଛା ପ୍ରକାଶ କଇର୍ବ ବନ୍ଧୁଙ୍କ ନିକଟରେ । ଚାକିରୀ କ୍ଷେତ୍ରରେ କର୍ତ୍ତୃପକ୍ଷ ଆପଣଙ୍କ କାମର ପ୍ରଶଂସା କରିବେ । ନୂଆ ଦାୟିତ୍ୱ ମଧ୍ୟ ମିଳିପାରେ । ପରିଜନମାନଙ୍କ ସହିତ କୌଣସି ପର୍ଯ୍ୟଟନ-ସ୍ଥଳକୁ ଯାତ୍ରାର ଆନନ୍ଦ ପ୍ରାପ୍ତ କରି ପାରିବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଗାୟତ୍ରୀ ।

ମୀନ: ଆପଣଙ୍କ ଜୀବନ ଲାଗି ସଫଳତାର ଦିନଟିଏ । ଆପଣ ଯାହା ଚାହିଁଥିଲେ, ତାହା ଆପଣଙ୍କୁ ମିଳିବ । ଅଫିସରେ ଆପଣଙ୍କ ସ୍ଥିତି ମଜଭୁତ ହେବ । ଚାକିରିରେ ଉଚ୍ଚାଧିକାରିମାନଙ୍କର ପ୍ରସନ୍ନତା କାରଣରୁ ପଦୋନ୍ନତିର ଯୋଗ ଅଛି । ବ୍ୟବସାୟରେ ଫାଇଦା ହେବ । ପ୍ରିୟ ବନ୍ଧୁଙ୍କ ସହିତ ନାଟକ ଦେଖିବାକୁ ଯିବେ । ପ୍ରତ୍ୟେକ କାର୍ଯ୍ୟରେ ସରଳତାରେ ସଫଳତା ପ୍ରାପ୍ତି ହେବ । ପରିଣାମ ସ୍ଵରୂପ ଆପଣ ମାନସିକରୂପରେ ପ୍ରଫୁଲ୍ଲିତ ରହିବେ । ଶୁଭରଙ୍ଗ: ଧଳା । ଆରାଧନା: ଜଗନ୍ନାଥ ।