ପତି ପତ୍ନୀଙ୍କ ମଧ୍ୟରେ ଏହି 6ଟି କାରଣ ପାଇଁ ଛାଡପତ୍ର ହୋଇଥାଏ । ୩ୟଟି ମୁଖ୍ୟକାରଣ ଅଟେ ।

Spread the love

ବିବାହର ସମ୍ପର୍କ ପ୍ରେମଭରା ହୋଇଥାଏ, ଯାହା ନିବିଡ଼ ସଂପର୍କରେ ପରିଣତ ହେବା ପାଇଁ ପତି ପତ୍ନୀଙ୍କୁ ମିଳିତ ଭାବରେ ତୁଲାଇବା ଉଚିତ୍ ।ସମ୍ପର୍କରେ ଫାଟ ସୃଷ୍ଟି ହେଲେ ସମ୍ପର୍କ ଭାଙ୍ଗି ଯାଇଥାଏ । ଆପଣମାନେ ପ୍ରତିଦିନ ଖବରକାଗଜରେ ଅନେକ ଛାଡପତ୍ରର ଘଟଣା ପଢୁଥିବେ ।ଛୋଟମୋଟ ଝଗଡା ଆରମ୍ଭ ହେବା ଫଳରେ ଏହା ପରିଶେଷରେ ଛାଡପତ୍ରରେ ଯାଇ ଶେଷ ହୋଇଥାଏ । ଆଜିର ଏହି ଲେଖାରେ ଆମେ ଛାଡପତ୍ର ହେବାର ପ୍ରମୁଖ କାରଣ ବିଷୟରେ କହିବୁ ।

ପରସ୍ପରର ଯତ୍ନ ନ ନେବା :

ଯେତେବେଳେ ପତି ପତ୍ନୀ ବିବାହ ପରେ ଗୋଟିଏ ନୂଆ ସମ୍ପର୍କରେ ବାନ୍ଧି ହୋଇଯାଆନ୍ତି; ସେହି ସମୟରେ ସେମାନେ ଉଭୟର ବହୁତ ଯତ୍ନ ନେଇଥାନ୍ତି । କିନ୍ତୁ ସମୟ ଗଡି ଚାଲିଲେ ଧୀରେ ଧୀରେ, ଏହା କମି କମି ଚାଲିଥାଏ ଯାହାର ପରିଣତି ସ୍ୱରୂପ ଏହା ଛାଡପତ୍ରର ରୂପ ନେଇଥାଏ ।

ଝଗଡା :

ଯେତେବେଳେ ପତି ପତ୍ନୀଙ୍କ ମଧ୍ୟରେ ବୁଝାମଣା ଠିକ୍ ହୋଇନ ଥାଏ, ଛୋଟଛୋଟ କଥାରେ ଝଗଡା ବାରମ୍ବାର ହୋଇଥାଏ । ପରିଶେଷରେ, ଗୋଟିଏ ଦିନ ଏହିପରି ଆସେ, ଯେଉଁଦିନ ଝଗଡା ଛାଡପତ୍ରର ରୂପ ନେଇଥାଏ ।

ସମ୍ପର୍କ ମଧ୍ୟରେ ନୂଆ ସମ୍ପର୍କ ଚାଲି ଆସୁବା :

ଆଜିକାଲି ସମ୍ପର୍କ ଭାଙ୍ଗିବାର କାରଣ ହେଉଛି ସମ୍ପର୍କ ମଧ୍ୟରେ ନୂତନ ସମ୍ପର୍କ ଆସିବା । ପତି କିମ୍ବା ପତ୍ନୀ ଯଦି ଅନ୍ୟ କୌଣସି ବ୍ୟକ୍ତି ପ୍ରତି ଆକର୍ଷିତ ହୋଇଥାନ୍ତି; ତେବେ ଏହା ଛାଡ଼ପତ୍ରର ରୂପ ନେଇଥାଏ ।

ଅଧିକ ଆଶା ରଖିବା :

ବିବାହ ପୂର୍ବରୁ ପତିପତ୍ନୀ ନିଜ ଜୀବନସାଥୀଙ୍କୁ ନେଇ ବହୁତ ଆଶା ରଖିଥାନ୍ତି । କିନ୍ତୁ ବିବାହ ପରେ ସେହି ଆଶା ପୂରଣ ନ ହେଲେ ସଂପର୍କରେ ଫାଟ ସୃଷ୍ଟି ହୋଇଥାଏ ଓ ଏହା ଛାଡପତ୍ରର କାରଣ ହୋଇଥାଏ ।

ଜବରଦସ୍ତି ବିବାହ କରିବା :

ବହୁତ ଥର ଆମେ ଶୁଣିଥିବା କିମ୍ବା ଦେଖିଥିବା କୌଣସି ପୁଅ କିମ୍ବା ଝିଅ ନିଜ ଘର ଲୋକଙ୍କ ଚାପରେ ବିବାହ କରିଥାନ୍ତି କିନ୍ତୁ ନିଜ ଜୀବନ ସାଥି ସହ ଠିକ୍ ରୂପରେ ସମ୍ପର୍କ ତୁଲାଇ ପାରନ୍ତି ନାହିଁ । ଏହା ଫଳରେ ଛାଡପତ୍ର ହୋଇଥାଏ ।

ଝଗଡାରେ ମାରପିଟ କରିବା :

ପତିପତ୍ନୀଙ୍କ ମଧ୍ୟରେ ଝଗଡା ଅଧିକରୁ ଅଧିକ ହୋଇ ଯାଇଥାଏ, ତେବେ କୌଣସି ସମୟରେ ପତି ନିଜ ପତ୍ନୀଙ୍କ ଉପରେ ହାତ ଉଠାଇ ଦେଇଥାନ୍ତି । ଏହିପରି ବାରମ୍ବାର ହେବା ଫଳରେ କୌଣସି ମଧ୍ୟ ସମ୍ପର୍କ ବହୁତ ଦିନ ପର୍ଯ୍ୟନ୍ତ ତିଷ୍ଠି ରହିପାରେ ନାହିଁ । ପରିଶେଷରେ ଏହା
ଛାଡପତ୍ରର ରୂପ ନେଇଥାଏ ।