6 ଫେବୃଆରୀ 2019, ବୁଧବାର – ଏହି ୫ଟି ରାଶିର ଉପରେ ମା’ ଲକ୍ଷ୍ମୀଙ୍କ ଅପାର କୃପା ରହିବ

Spread the love

ମନୁଷ୍ୟର ଦୈନନ୍ଦିନ କାର୍ଯ୍ୟକଳାପରେ ଗ୍ରହମାନଙ୍କ ଭୂମିକା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ, ଯାହାଫଳରେ ଗ୍ରହମାନଙ୍କ ଗତିବିଧିକୁ ଆଧାର କରି ରାଶିଫଳ ନିର୍ଣ୍ଣୟ କରାଯାଇଥାଏ । ଆଜି ଦିନଟି ସମସ୍ତ ରାଶିର ବ୍ୟକ୍ତିମାନେ ପାଇଁ ପ୍ରାୟତଃ ସୁଖଦାୟକ ରହିବ କିନ୍ତୁ ପାଞ୍ଚଟି ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କ ଉପରେ ମାଆ ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ରହିବ, ଏବଂ ସମସ୍ତ କାର୍ଯ୍ୟ ଅତି ସହଜରେ ସମାପନ କରିପାରିବେ ବିନା ବାଧା ବିଘ୍ନରେ ।

ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ: ଆପଣଙ୍କ ଜୀବନଶୈଳୀ ଲାଗି ଦିନଟି ବଢ଼ିଆ ରହିବ । ସାମାଜିକ ଜୀବନରେ ଆନନ୍ଦ ଉପଭୋଗ କରନ୍ତୁ । ବ୍ୟବସାୟୀମାନେ ସାଧୁ ଓ ସଚ୍ଚୋଟ ଭାବେ କର୍ମଯୋଗକୁ ଶ୍ରେଷ୍ଠତା କରି ସମ୍ମାନ ଓ ପ୍ରତିଷ୍ଠାର ଅଧିକାରୀ ହେବେ । ରାଜନୀତିରେ ସ୍ୱାର୍ଥରକ୍ଷା କରିବାରେ ସମର୍ଥ ହେବେ । ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ସଫଳ ହେବେ । ବୈବାହିକ ଜୀବନରେ ମଧୁରତା ବଜାୟ ରହିବ । ମହିଳାମାନେ କଠିନ ପରିଶ୍ରମ କରି ପ୍ରଶଂସା ପାଇବେ । ଶୁଭରଙ୍ଗ: ସବୁଜ । ଆରାଧନା: ହନୁମାନ ।

ବୃଷ: ଆତ୍ମବିଶ୍ୱାସ ବଢିବା, ଧୈର୍ଯ୍ୟ ଧରି ରହିଲେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ ସମ୍ପଦାନ କରିପାରିବେ । କୌଣସି ଫଇସଲା ନେବାରେ ସଂଶୟ ରହିବ ।ବ୍ୟବସାୟୀମାନେ ନଗଦ କାରବାରରେ ଅଧିକ ଲାଭପ୍ରଦ ହେବେ । ଋଣ ଭରଣା ପାଇଁ ଚେଷ୍ଟା କରିବେ । ରାଜନୀତି କ୍ଷେତ୍ରରେ ଉଚ୍ଚସମ୍ପର୍କରୁ ଲାଭବାନ ହେବେ । କୌଣସି ଫଇସଲା ନେବାରେ ସଂଶୟ ରହିବ । ମହିଳାମାନେ ବୁଦ୍ଧି ବିବେକ ଖେଳାଇ କର୍ତ୍ତବ୍ୟ ପରାୟଣାତାକୁ ମୁଖ୍ୟ କରି ହସ ଖୁସିରେ ଚଳିବେ । ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ଦକ୍ଷତାକୁ କେନ୍ଦ୍ରକରି ଉଚ୍ଚ ପ୍ରଶଂସିତ ହେବେ । ଜୀବନସାଥୀଙ୍କ ପରାମର୍ଶ ଆଗକୁ ବଢ଼ିବାରେ ସହାୟକ ହେବ । ଜରୁରୀ ସାମଗ୍ରୀ କିଣିବେ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

ମିଥୁନ: ଆର୍ଥିକ ଲାଭ ଓ ଉନ୍ନତିର ଯୋଗ ପ୍ରବଳ ରହିଛି । ବ୍ୟବସାୟରେ ଶୀଘ୍ର ଫଇସଲା ଲାଭପ୍ରଦ ହେବ । ବ୍ୟବସାୟୀମାନଙ୍କର କାରବାର ବଢ଼ିବ ଓ ଲୋକ ସମ୍ପର୍କ ବୃଦ୍ଧି ହେବ । ଅଫିସରେ ଆପଣଙ୍କ କାମକୁ ପ୍ରଶଂସା ମିଳିବ । ମାଲିମୋକଦ୍ଦମାରେ ଆପୋଷ ସମାଧାନର ରାସ୍ତା ଖୋଲିଯିବ । ରାଜନୀତି କ୍ଷେତ୍ରରେ ସୁ-ସମ୍ପର୍କ ସ୍ଥାପନ କରି ନିଜର ଭାବମୂର୍ତ୍ତିକୁ ଉଜ୍ଜ୍ୱଳତର କରିବାରେ ସାମର୍ଥ୍ୟ ବଢ଼ିବ । ଜୀବନସାଥୀଙ୍କ ଠାରୁ କୌଣସି ଶୁଭ ଖବର ପାଇବେ । ସଙ୍ଗୀତ ଛାତ୍ରୀଙ୍କ ଲାଗି ଦିନଟି ଭଲ । ଶୁଭରଙ୍ଗ: ନୀଳ । ଆରାଧନା: ମାଆ ଲକ୍ଷ୍ମୀ ।

କର୍କଟ: ଆର୍ଥିକ ମାମଲାକୁ ନେଇ ଯାତ୍ରା ସଫଳ ହେବ । ବ୍ୟବସାୟ ବଢ଼ାଇବାରେ ସମର୍ଥ ହେବେ । କର୍ମଚାରୀ ଓ ଶ୍ରମିକମାନେ ବେଶି ଉପକୃତ ହେବେ । ନୂଆ ଗାଡ଼ି କିଣିବା ପାଇଁ ମନ ବଳିବ । ନୂଆ ଚାକିରିର ସୁଯୋଗ ଆସିବ । ରାଜନୀତିରେ ଲୋକ ସମର୍ଥନକୁ ଆଧାର କରି ବଳିୟାନ ହେଲେ ବି ବଡ଼ ନେତାଙ୍କୁ ସନ୍ତୁଷ୍ଟ କରିବା କାଠିକର ପାଠ ହେବ । ପୈତୃକ ସମ୍ପତ୍ତିପାଇଁ ପାରିବାରିକ ଦ୍ଵନ୍ଦର ସମାଧାନ ହେବ । କୋର୍ଟ କଚେରୀ ମାମଲାରେ ବିଳମ୍ବ ହେବ । ବନ୍ଧୁଙ୍କ ଠାରୁ ସୁସମ୍ବାଦ ପାଇବେ । ମନ ପ୍ରଫୁଲ୍ଲ ରହିବ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ସଫଳ ହେବେ । ମହିଳାମାନେ ସୁଖ-ଶାନ୍ତିରେ ଦିନଟି କଟାଇବେ । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ବାବା କପିଳାସ ।

ସିଂହ: ଦିନଟି ଆପଣଙ୍କ ଲାଗି ସକାରାତ୍ମକ ରହିବ । ଶତ୍ରୁ ଆପଣଙ୍କର କ୍ଷତି କରିବାକୁ ଚେଷ୍ଟା କଲେ ବି କିଛି କରି ପାରିବେ ନାହିଁ । ଉନ୍ନତି ପାଇଁ ନୂଆ ସୁଯୋଗ ମିଳିବ । ଘରୋଇ ଚିନ୍ତା ଧୀରେଧୀରେ ସମାପ୍ତ ହେବ । ରାଜନୀତି, ବିଜ୍ଞାନ, ବୈଷୟିକ ବିଦ୍ୟା, ଜ୍ୟୋତିଷ, ଦର୍ଶନ, ଅଧ୍ୟାପକ, ଓକିଲ, ପୋଲିସ, ଚିକିତ୍ସକମାନଙ୍କର ବିଶେଷ ଉନ୍ନତିହେବ । ରାଜନୀତି ସ୍ତରରେ ମାନହାନି ହେଲାଭଳି ପରିସ୍ଥିତି ଦେଖାଦେଇ ପାରେ । ମହିଳାମାନେ ସନ୍ତୁଷ୍ଟ ରହିଲେବି ଆର୍ଥିକ, ପାରିବାରିକ ଓ ବ୍ୟବସାୟିକକ୍ଷେତ୍ରରେ ସମସ୍ୟା ଦେଖାଦେବ । ଶୁଭରଙ୍ଗ: ଧୂସର । ଆରାଧନା: ମାଆ ଚର୍ଚ୍ଚିକା ।

କନ୍ୟା: ଆର୍ଥିକ ସ୍ଥିତି ଦୁର୍ବଳ ହେବାରୁ ଜରୁରୀ କାମ ସ୍ଥଗିତ ହେବ । ଆପଣଙ୍କ କଥାବାର୍ତ୍ତ ଉପରେ ସଂଯମ ରଖନ୍ତୁ । ସୁଖଦ ସମାଚାର ମିଳିବାର ସମ୍ଭାବନା । ବ୍ୟବସାୟୀମାନେ ଗ୍ରାହକଙ୍କୁ ସନ୍ତୁଷ୍ଟ କରିବା ପାଇଁ ନୂଆ ଯୋଜନା ଆପାଣିବେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ ଓ ନିର୍ମାଣକ୍ଷେତ୍ରରେ ଉନ୍ନତମାନର ଫଳ ପାଇବେ । ଘରକୁ ବନ୍ଧୁଙ୍କ ଆସିବା ଯିବା ଲାଗି ରହିବ । କ୍ୟାରିୟରକୁ ନେଇ କୌଣସି ବଡ଼ ଫଇସଲା ନେଇ ପାରନ୍ତି । ମହିଳାମାନେ ଅଳ୍ପରେ ସନ୍ତୁଷ୍ଟ ହେବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ମଙ୍ଗଳା ।

ତୁଳା: ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ରହିବ । କାମ ଓ ପରିଶ୍ରମରୁ ଆପଣଙ୍କୁ ପୂରା ଫାଇଦା ମିଳିବ । ବ୍ୟବସାୟୀମାନେ କଠିନ ପରିଶ୍ରମର ମୂଲ୍ୟ ଫେରି ପାଇବେ । କର୍ମକ୍ଷେତ୍ରରେ ଅପେକ୍ଷାକୃତ ସୁସ୍ଥ ବାତାବାରଣ ଦେଖାଦେବ । ସରକାରୀ ଚାକିରିଆଙ୍କୁ ସହଯୋଗୀଙ୍କ ସାହାଯ୍ୟ ମିଳିବ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ଯଶସ୍ୱୀ ହେବେ । ମହିଳା ମାନଙ୍କର ଚାକିରି କ୍ଷେତ୍ରରେ ଉନ୍ନତି, ପ୍ରତିଷ୍ଠା, ପ୍ରତିପତି, ମାନସମ୍ମାନ ଓ ଖ୍ୟାତି ବଢ଼ିବ । ଛାତ୍ରୀଙ୍କୁ ପରୀକ୍ଷାରେ ଭଲ ଫଳାଫଳ ମିଳିବ । ପ୍ରେମୀ ଯୁଗଳଙ୍କ ପାଇଁ ଦିନଟି ଭଲ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ଭୈରବୀ ।

ବିଛା: ବେଶ ଖୁସିରେ ଦିନଟି ଅତିବାହିତ କରିବେ । ଆପଣଙ୍କର ଆତ୍ମବିଶ୍ୱାସ ଯଥେଷ୍ଟ ବୃଦ୍ଧି ହେବ । ବ୍ୟବସାୟମାନେ ଅଧିକ ଲାଭ କରିବେ । ବ୍ୟବସାୟରେ ନୂଆ ନୀତି ପ୍ରୟୋଗ କରିବେ । ସଙ୍ଗୀତକାରଙ୍କୁ ପ୍ରସିଦ୍ଧି ମିଳିବ । ରାଜନୀତି କ୍ଷେତ୍ରରେ ମାନ ଓ ପ୍ରତିଷ୍ଠା ଅକ୍ଷୁର୍ଣ୍ଣ ରହିବ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ଉଚ୍ଚ ପ୍ରଶଂସିତ ହେବେ । ଜୀବନସାଥୀଙ୍କ ସହିତ ସମ୍ବନ୍ଧ ବଢ଼ିଆ ରହିବ । ବିଦ୍ୟାର୍ଥିମାନେ ପାଠପଢ଼ାରେ ଚିନ୍ତିତ ରହିବେ । ଶୁଭରଙ୍ଗ: ଧୂସର । ଆରାଧନା: ମାଆ ମାଣିକେଶ୍ଵରୀ ।

ଧନୁ: ଧାର୍ମିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ । ନିଜ ଉପରେ ବିଶ୍ୱାସ ରଖନ୍ତୁ ଏବଂ ବୁଦ୍ଧି ବଳରେ ଆଗକୁ ବଢ଼ନ୍ତୁ । ବ୍ୟବସାୟୀମାନେ ଅଳ୍ପ ପରିଶ୍ରମ କରି ଅଧିକ ଲାଭ ପାଇବେ । ରାଜନୀତି କ୍ଷେତ୍ରରେ ଅସ୍ୱସ୍ତି ଲାଭ କରିବେ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ବିଜୟୀ ହେବେ । କୌଣସି ପୁରୁଣା ବନ୍ଧୁଙ୍କ ସହିତ ମିଶି ପାରନ୍ତି । ସନ୍ଧ୍ୟାରେ କୌଣସି ବନ୍ଧୁଙ୍କ ସହିତ ଭେଟ ସୁଖଦ ହେବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ତାରାତାରିଣୀ ।

ମକର: ଦିନଟି ଆପଣଙ୍କ ଲାଗି ଭଲ ରହିବ । ସାମାଜିକ କ୍ଷେତ୍ରରେ ନିଜର ପ୍ରଭାବ ଓ ପରାକ୍ରମ ବଢିବ ଏବଂ ସାମାଜିକ ସମାରୋହରେ ସହଭାଗିତା କରିବାରେ ସୁଯୋଗ ମିଳିବ । ବ୍ୟବସାୟରୁ ଆଶାନୁରୂପ ଲାଭ ପାଇବେ । କର୍ମକ୍ଷେତ୍ରରେ ନିଜ କର୍ମ ଯୋଗକୁ ଅଧିକ ମହତ୍ତ୍ୱ ଦେବେ । ଅଫିସର ଓ ଅଧିକାରୀ କାମରେ ପ୍ରସନ୍ନ ରହିବେ । ବହୁମୂଲ୍ୟ ବସ୍ତୁ କିଣିବା ଲାଗି ମନରେ ଆଗ୍ରହ ବଢ଼ିବ । ମହିଳାମାନେ ନିଜ ବନ୍ଧୁଙ୍କ ସହ ବାର୍ତ୍ତାଳାପ କରି ନିଜର ଜରୁରୀ କାମକୁ ଅବହେଳା କରିବେ । ଶୁଭରଙ୍ଗ: ଧଳା । ଆରାଧନା: ପ୍ରଭୁ ଜଗନ୍ନାଥ ।

କୁମ୍ଭ: ଅଟକି ରହିବ କାର୍ଯ୍ୟ ସୂଚାରୁ ରୂପେ ସମ୍ପାଦନ କରିପାରିବେ । ସମସ୍ୟା ଦୂରହେବ ଓ ଉଚ୍ଚ ଆଶାରେ ଆଗେଇବେ । ବ୍ୟବସାୟରେ ପ୍ରତିଦ୍ଵନ୍ଦିତା ସତ୍ତ୍ୱେ ଆୟ ବଢିବ । କର୍ମ କ୍ଷେତ୍ରରେ ଶ୍ରମ ସାର୍ଥକ ହେବ । ମାଲି ମୋକଦ୍ଦମାରେ ଅନାଗ୍ରହ ସୃଷ୍ଟି ହେବ । ରାଜନୀତି କ୍ଷେତ୍ରରେ ଅସ୍ୱସ୍ତି ଲାଭ କରିବେ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ଉଚ୍ଚ ପ୍ରଶଂସିତ ହେବେ । ବେକାରଙ୍କୁ ରୋଜଗାର ମିଳିବ । ପ୍ରିୟବନ୍ଧୁଙ୍କୁ କୌଣସି ଉପହାର ଦେଇପାରନ୍ତି । ମହିଳାମାନେ ସମ୍ୟକ ଅସ୍ୱାସ୍ଥ୍ୟ ଅନୁଭବ କରିବେ । ଶୁଭରଙ୍ଗ: ହଳଦିଆ । ଆରାଧନା: ମାଆ ଲକ୍ଷ୍ମୀ ।

ମୀନ: ଧାର୍ମିକ କାର୍ଯ୍ୟରେ ମନ ବଳାଇବେ ଓ ମନ‌ରେ ସକାରାତ୍ମକ ଶକ୍ତି ସଂଚାର ହେବ । କାରବାର ବୃଦ୍ଧି କରିବା ଲାଗି ଚେଷ୍ଟା କରିବେ ଏବ˚ ସଫଳ ହେବେ । ଆର୍ଥିକ ସ୍ଥିତି ଠିକ୍‌ ରହିବ । ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରି ପ୍ରଚୁର ଲାଭ କରିବେ । ରାଜନୀତି କ୍ଷେତ୍ରରେ ମାନ ଓ ପ୍ରତିଷ୍ଠା ଅକ୍ଷୁର୍ଣ୍ଣ ରହିବ । ଯୁବକଙ୍କ ଲାଗି ଉନ୍ନତିର ନୂଆ ଦ୍ୱାର ଖୋଲିବ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ସଫଳ ହେବେ । ମହିଳାମାନେ କର୍ତ୍ତବ୍ୟ ନିଷ୍ଠା ରକ୍ଷାକରି ସଚ୍ଚୋଟ ଭାବେ ଦାୟିତ୍ୱ ତୁଲାଇବେ । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ପ୍ରଭୁ ଗଣେଶ ।