6 ତାରିଖରେ ମାଟ୍ରିକ ରେଜଲ୍ଟ । ଜାଣନ୍ତୁ କେମିତି ଦେଖିବେ ରେଜଲ୍ଟ

zx

ଆଜି ମାଟ୍ରିକ ରେଜଲ୍ଟ ତାରିଖ ଘୋଷଣା କଲେ ଗଣ ଶିକ୍ଷା ମନ୍ତ୍ରୀ । ଆସନ୍ତା ୬ ତାରିଖ ଅପରାହ୍ନ ୧ଟା ବେଳକୁ ବାହାରିକ ରେଜଲ୍ଟ । ଏନେଇ ସୂଚନା ଦେଲେ ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାଶ । ଆସନ୍ତା ୬ ତାରିଖରେ ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି । ତେବେ ୬ ତାରିଖ ଦିନ ଗୋଟାଏ ବେଳେ ରେଜଲ୍ଟ ପ୍ରକାଶ ପାଇବ ।

ସୂଚନାଯୋଗ୍ୟ ଯେ କରୋନା ମହାମାରୀ ଯୋଗୁଁ ୨ବର୍ଷ ପରେ ଏଥର ଅଫଲାଇନ୍‌ରେ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଛନ୍ତି । ଚଳିତ ବର୍ଷ ୩, ୨୦୩ ପରୀକ୍ଷା କେନ୍ଦ୍ରରେ ମୋଟ ୫ ଲକ୍ଷ ୭୧ ହଜାର ୯୦୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଏପ୍ରିଲ ୨୯ରୁ ମେ ୭ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ଚାଲିଥିଲା । ମଧ୍ୟମା ଓ ଓପନ ସ୍କୁଲ ପିଲାଙ୍କୁ ମିଶାଇଲେ ମୋଟ ୫ ଲକ୍ଷ ୮୫ ହଜାର ୭୩୦ ଜଣ ପିଲା ୩୫୪୦ କେନ୍ଦ୍ରରେ ପରୀକ୍ଷା ଦେଇଥିଲେ ।

ମେ’ ୨୧ରେ ମାଟ୍ରିକ ଖାତା ମୂଲ୍ୟାୟନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ରେଗୁଲାର ପରୀକ୍ଷା ସହିତ ଏସ୍ଓସ୍ ଓ ମଧ୍ୟମା ପରୀକ୍ଷାର ଖାତା ମୂଲ୍ୟାୟନ ହୋଇଥିଲା । ରାଜ୍ୟର ମୋଟ୍‌ ୫୮ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖା ହୋଇଥିଲା । ଖାତା ଦେଖା ପାଇଁ ୪୮୧ ଜଣ ମୁଖ୍ୟ ପରୀକ୍ଷକଙ୍କ ସହ ୯୦୦ ଜଣ ଉପ ପରୀକ୍ଷକ, ୮୯୧୯ ଜଣ ସହକାରୀ ପରୀକ୍ଷକ ଓ ୯୩୦ ଜଣ ସ୍କ୍ରୁଟିନାଇଜର ଏଥିରେ ନିୟୋଜିତ ହୋଇଥିଲେ ।

ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ପାର୍ଟ-୧ ଅବ୍ ଜେକ୍ଟିଭ୍ ପରୀକ୍ଷା ସକାଳ ୮ଟାରୁ ୯ଟା ଓ ପାର୍ଟ-୨ ସବ୍ ଜେକ୍ଟିଭ୍ ୯ଟାରୁ ୧୦ଟା ପର୍ଯ୍ୟନ୍ତ ଚାଲିଥିଲା । ପରୀକ୍ଷା କେନ୍ଦ୍ରରେ ମୋବାଇଲକୁ କଡ଼ାକଡ଼ି ଭାବେ ବାରଣ କରାଯାଇଥିଲା । ପରୀକ୍ଷାକୁ ଶୃଙ୍ଖଳିତ ଓ କପି ରୋକିବାକୁ ବୋର୍ଡର ସ୍ଵତନ୍ତ୍ର ୩୮ ଟି ସ୍କ୍ୱାର୍ଡ ,୬୫ ଟି ଫ୍ଲାଇଙ୍ଗ ସ୍କ୍ବାଡ୍ ଗଠନ କରାଯାଇଥିଲା।

ତେବେ ରାଜ୍ୟ ଓ ଦେଶର ସବୁତକ ଟିକନିକ ଖବର ସବୁବେଳେ ପଢିବା ପାଇଁ ଏବେ ହିଁ ଗୋଟିଏ ଲାଇକ କରିବା ସହିତ ଆମ ପେଜକୁ ଫଲୋ କରି ଦିଅନ୍ତୁ । ଧନ୍ୟବାଦ ।

Leave a Reply

Your email address will not be published.

odisha band
Editorial

କାଲି ଓଡିଶା ବନ୍ଦ ଡାକରା – ଘରୁ ବାହାରିବା ଆଗରୁ ଜାଣି ନିଅନ୍ତୁ ଏହି ଖବର ।

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ଆସନ୍ତା କାଲି ଧର୍ମ ଘଟ ରେ ସାମିଲ ହେବନି ଘୋରଇ ବସ୍ ରାଜ୍ୟର ସମସ୍ତ ରୁଟ୍ ରେ ଘୋରଇ ବସ୍ ଗଡିବା ନେଇ ଆଭିମୂଖ୍ୟ ସ୍ପଷ୍ଟ କରିଛି ଘୋରଇ ବସ୍ ମାଲିକ ସଙ୍ଘ ଧର୍ମଘଟ ସମୟ ରେ ଘୋରଇ ବସ୍ ମାଲିକ ସଙ୍ଘ ଗୋଣ୍ଡଗୋଳ ଆଶଂକା କରିଛି ସୁରକ୍ଷା ପ୍ରଦାନ ପାଇଁ ପୋଲିସ ଡିଜି ଙ୍କୁ ଭେଟି ନିବେଦନ କରିଛି ସଂଘ । […]

ଅଧିକ ପଢ
Riya 1
Editorial

ସୁଟିଂ ସେଟରେ ସବୁ ଖୋଲି ଦେଲେ ରିୟା – ସ୍ୱାମୀଙ୍କୁ ଦେଖି ଆଉ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସୁଟିଂ ସେଟ୍ ରେ ସ୍ୱାମୀ ଙ୍କ ସହ ରୋମାନ୍ସ କରୁଥିବାର ନଜର ଆସିଛନ୍ତି ଓଡିଆ ଅଭିନେତ୍ରୀ ରିୟା ଦେ । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଗତ ମାସରେ ସୁନିଲ ଏବଂ ରିୟା ଙ୍କର ବିବାହ ହୋଇଥିଲା । ଆଉ ବାହାଘର ଟି ବହୁତ ଧୁମଧାମ୍ ରେ ହୋଇଥିଲା ଯେଉଁଥିରେ ଓଲିଉଡ ର ସମସ୍ତ ସେଲିବ୍ରେଟି ମାନେ ଯୋଗ ଦେଇଥିଲେ । ଆଉ […]

ଅଧିକ ପଢ
aret
Editorial

ବାପା ସହିତ ୫ ଟା ମୋବାଇଲ ଖୋଲିବ ଝିଅ ଅର୍ଚ୍ଚନାର କଳା ଗୁମର !

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱଗତ କରୁଛୁ । ବନ୍ଧୁଗଣ ଲେଡି ବ୍ଲାକ୍ ମେଲର ଅର୍ଚ୍ଚନା ନାଗଙ୍କ ବାପା ଙ୍କୁ ସମନ ପରେ ଇଡି ଜେରା କରିଛି । ପ୍ରବର୍ତ୍ତନ ନିର୍ଦ୍ଧେଶାଳୟ ରେ ସମନ ପରେ ତାଙ୍କୁ ହାଜର କରାଜାଇଥିବା ସୂଚନା ରହିଛି । ତେବେ ଅର୍ଚ୍ଚନା ଙ୍କ ବେନାମୀ ସଂମ୍ପତୀ ନେଇ ଇଡି ଖୋଳତାଳ କରୁଛି । ତାଙ୍କର ବାପାଙ୍କୁ ପଚରା ଉଚୁରା କରୁଛି ଏହି ସଂମ୍ପତୀ ବାବଦରେ ଅର୍ଚ୍ଚନା ଙ୍କ ସଂମ୍ପର୍କ […]

ଅଧିକ ପଢ