୫ଟି ଏହିପରି ଅଭ୍ୟାସ ଯାହାକି ଆପଣଙ୍କ ମୋଟାପଣ କମ କରିବାରେ ବାଧା ସାଜିପାରେ ।

Spread the love

ଓଜନ ହ୍ରାସ କରିବା ବହୁତ କଷ୍ଟକର । ଲୋକମାନେ ବିଭିନ୍ନ ପ୍ରକାରର ଡ଼ାଇଟ ପନ୍ଥା ଆପଣାନ୍ତି, ବିଭିନ୍ନ ପ୍ରକାରର ବ୍ୟାୟାମ ମଧ୍ୟ କରନ୍ତି । ଯାହା ବି ହେଉ ଆମର ପ୍ରତିଦିନର କିଛି ନିର୍ଦ୍ଦିଷ୍ଟ ଅଭ୍ୟାସ ଯୋଗୁଁ ଏହା ଆମ ଓଜନ ହ୍ରାସ କରିବାରେ ବାଧା ସାଜି ଥାଏ ।

ଆମର ନିତି ଦିନିଆ ଅଭ୍ୟାସ ଗୁଡିକ ମଧ୍ୟରୁ ୫ଟି ଏପରି ଅଭ୍ୟାସ ଅଛି ଯାହା ଦ୍ୱାରା ଓଜନ ହ୍ରାସ ହୋଇପାରୁନାହିଁ । କହିବାକୁ ଗଲେ ସେହି ଅଭ୍ୟାସ ଗୁଡିକ ଓଜନ ହ୍ରାସ କରିବା ବଦଳରେ ଆମ ଶରୀରର ଓଜନ ବୃଦ୍ଧି କରାଏ । ଚାଲନ୍ତୁ ସେହି ଅଭ୍ୟାସ ଗୁଡିକ କଣ ଆଉ ଆମେମାନେ କିପରି ସେହି ଅଭ୍ୟାସଗୁଡିକ ଠାରୁ ଦୂରରେ ରହିବା ସେ ବିଷୟରେ ଆଲୋଚନା କରିବା।

କିନ୍ତୁ ମନେରଖନ୍ତୁ ନିଜର ଖାଦ୍ୟ ଶୈଳୀରେ କୌଣସି ପରିବର୍ତ୍ତନ କରିବା ପୂର୍ବରୁ ଡାକ୍ତର କିମ୍ବା ଵିଶେଜ୍ଞଙ୍କ ପରାମର୍ଶ ନିଶ୍ଚୟ ନେବା ଦରକାର ।

୧- ପ୍ରାତଃଭୋଜନ ନ କରିବା :

ବିଶେଷଜ୍ଞମାନଙ୍କ ଗବେଷଣା ଅନୁଯାୟୀ ଯେଉଁମାନେ ପ୍ରାତଃକାଳୀନ ଭୋଜନ କରନ୍ତି ବା ସକାଳେ ଜଳଖିଆ କରନ୍ତି ସେମାନଙ୍କ ଓଜନ ଜଳଖିଆ କରୁ ନଥିବା ଵ୍ୟକ୍ତି ଙ୍କ ଠାରୁ କମ ହୋଇଥାଏ । ଏକ ପରୀକ୍ଷାରୁ ଜଣା ପଡିଛି ଯେ ୩୫୦ ଜଣ ପ୍ରାପ୍ତ ବୟସ୍କ ବ୍ୟକ୍ତି ଯେଉଁମାନେ ପ୍ରତିଦିନ ସକାଳେ କିଛି ଖାଦ୍ୟ ଖାଇଥାନ୍ତି, ସେମାଙ୍କ ଅଣ୍ଟାର ମାପ ଅନ୍ୟ ବ୍ୟକ୍ତିଙ୍କ ଠାରୁ କମ ହୋଇଥାଏ । ଏହି ବ୍ୟକ୍ତିମାନେ ପ୍ରାତଃଭୋଜନ ସେବନ କରନ୍ତି ନାହିଁ କିମ୍ବା ଏହାକୁ ନିଜ ଦୈନିକ ଖାଦ୍ୟ ସୂଚୀର ତାଲିକାରେ ସାମିଲ କରନ୍ତି ନାହି । ଏହା ଗୋଟେ ଜାଣିବାର ଜିନିଷ ଅଟେ ଯେ, ଯେତେବେଳେ ଆପଣ ପ୍ରାତଃଭୋଜନ କରନ୍ତି ନାହିଁ ଆପଣ ଭୋକିଲା ଥାନ୍ତି ତେଣୁ ଆପଣ ମଧ୍ୟାହ୍ନ ସମୟରେ ଅଧିକ ଭୋଜନ କରିଥାନ୍ତି ।

୨- ଯଥେଷ୍ଟ ପାଣି ନ ପିଇବା :

ଅଧିକ ପାଣି ପିଇବା ଦ୍ୱାରା ଆପଣଙ୍କ ଶରୀରରେ ଯାହା ବି କ୍ୟାଲେରି ଥାଏ ତାହା ନଷ୍ଟ ହୋଇଯାଏ, ଯାହା କି ଆପଣଙ୍କୁ ଓଜନ କମାଇବାରେ ସାହାଯ୍ୟ କରେ । ଗୋଟିଏ ମୋଟା ମହିଳାଙ୍କ ଉପରେ ଏକ ପରୀକ୍ଷା କରଯାଇଥିଲା ଯାହାକି ତାଙ୍କୁ ଅଧିକ ମାତ୍ରାରେ ପାଣି ପିଇବାକୁ କୁହାଯାଇଥିଲା ଏବଂ ସେଥିରୁ ଜଣା ପଡିଛି ଯେ ଦୈନଦୀନ ଏକ ଲିଟର ପାଣି ପିଇବା ଦ୍ୱାରା ଏକ ବର୍ଷ ମଧ୍ୟରେ ୨ପାଉଣ୍ଡ ଓଜନ ହ୍ରାସ ହୁଏ। ତେଣୁ, ଏହା ପରଠାରୁ ଯେତେବେଳେ ବି ଆପଣ କିଛି ପିଇବା ପାଇଁ ଚାହାନ୍ତି ତେବେ ଚେଷ୍ଟା କରନ୍ତୁ ଯେ ଆପଣ ଏକ ଗ୍ଲାସ ପାଣି ପିଇବେ ।

୩- ବହୁତ ବିଳମ୍ବରେ ରାତ୍ରି ଭୋଜନ କରିବା

ବିଭିନ୍ନ ପରୀକ୍ଷାରୁ ଜଣା ଯାଉଛି ଯେ, ଯଦି ଆପଣ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି ତେବେ ବିଳମ୍ବରେ ଖାଦ୍ୟ ଖାଇବା ଭଳି ଅଭ୍ୟାସ ଠାରୁ ଦୂରରେ ରହିବ ଉଚିତ । ଯଦି ଆପଣ ବିଳମ୍ବିତ ରାତିରେ ଓ ସକାଳେ ବହୁତ ଶୀଘ୍ର ଖାଦ୍ୟ ଖାଉଛନ୍ତି ତେବେ ଆପଣଂକ ଶରୀର ସେହି ଖାଦ୍ୟରେ ଥିବା କ୍ୟାଲେରିକୁ ନଷ୍ଟ କରିବା ବଦଳରେ ଏହାକୁ ଚର୍ବି ଭାବରେ ସଞ୍ଚିତ କରି ରଖିଦିଏ । ସ୍ଵଳ୍ପଆହାର କରିବା ଏହି ସମୟରେ ଭଲ କିନ୍ତୁ ରେଫ୍ରିଜେଟର ହୋଇଥିବା ଖାଦ୍ୟ ଠାରୁ ଦୂରରେ ରହିବା ଉଚିତ।

୪- ଆବଶ୍ୟକତା ଠାରୁ କମ ଶୋଇବା:

ନିଦରୁ ନିଜକୁ ବଂଚିତ ରଖୁଛନ୍ତି ତେବେ ଏହା ଆପଣଙ୍କ ଓଜନ ଉପରେ ବି ପ୍ରଭାବ ପକାଇବ । ଯେତେବେଳେ ଆପଣ ହାଲିଆ ହୋଇଯାଇଥାନ୍ତି ସେତେବେଳେ ଆପଣ ବ୍ୟାୟାମ କରନ୍ତି ନାହିଁ ଏବଂ ଆପଣ କାର୍ବୋହାଇଡ୍ରାଟେ ଯୁକ୍ତ ଖାଦ୍ୟ ଖାଇଥାନ୍ତି । ଯାହା ଫଳରେ ବ୍ୟାୟାମ ନ କରିବା ଦ୍ୱାରା , ନିଦରୁ ବଂଚିତ ରହିବା ଆଉ ନିମ୍ନ ମାନର ଖାଦ୍ୟ ଶୈଳୀ ଯୋଗୁ ଆପଣଙ୍କ ଶରୀରର ମେଟାବୋଲିଜିୟମ ଧୀର ଧୀରେ କମିଯାଏ । ଦୈନିକ ୭ ରୁ ୮ ଘଣ୍ଟା ଶୋଇବା ପାଇଁ ଚେଷ୍ଟା କରନ୍ତୁ।

୫- ଚର୍ବି ନ ଥିବା ଖାଦ୍ୟ ଖାଇବା:

ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ ଯେ, ଫ୍ୟାଟଫ୍ରି ଖାଦ୍ୟ ଡାଏଟରେ ସାମିଲ କରିବା ଦ୍ୱାରା ଆପଣଙ୍କ ଓଜନ ବୃଦ୍ଧି ହୁଏ । ଏହିପରି ଖାଦ୍ୟ ନ ଖାଇବା ଦ୍ୱାରା ଆପଣ ଅଧିକ ଭୋକିଲା ଅନୁଭବ କରନ୍ତି ଓ ଅଧିକ ଖାଦ୍ୟ ଖାଇଥାନ୍ତି ଏବଂ ଫ୍ୟାଟ ଫ୍ରି ଖାଦ୍ୟ ଖାଇବା ଦ୍ୱାରା ଆମ ଶରୀରରେ ଭିଟାମିନ ଏ ଏବଂ ଡି ର ଅଭାବ ଦେଖାଯାଏ ।

ସ୍ୱାସ୍ଥ୍ୟ ସମ୍ବନ୍ଧିତ ଏହି ଅନୁଛେଦଟି ଆପଣଙ୍କୁ କିପରି ଲାଗିଲା Comment କରି ଜଣାନ୍ତୁ ଏବଂ Share କରି ଅନ୍ୟଙ୍କୁ ଜଣାନ୍ତୁ !