05 ନଭେମ୍ବର 2019, ମଙ୍ଗଳବାର – ହନୁମାନଙ୍କ କୃପାରୁ ଏହି ୫ଟି ରାଶିର ବ୍ୟକ୍ତି ଋଣ ମୁକ୍ତି ହେବା ସଙ୍ଗେ ସଙ୍ଗେ

Spread the love

05 ନଭେମ୍ବର 2019, ମଙ୍ଗଳବାର – ହନୁମାନଙ୍କ କୃପାରୁ ଏହି ୫ଟି ରାଶିର ବ୍ୟକ୍ତି ଋଣ ମୁକ୍ତି ହେବା ସଙ୍ଗେ ସଙ୍ଗେ ଧନ ଲାଭର ଯୋଗ ମଧ୍ୟ ରହିଛି ।

ମନୁଷ୍ୟର ଦୈନନ୍ଦିନ କାର୍ଯ୍ୟକଳାପରେ ଗ୍ରହମାନଙ୍କ ଭୂମିକା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ, ଯାହାଫଳରେ ଗ୍ରହମାନଙ୍କ ଗତିବିଧିକୁ ଆଧାର କରି ରାଶିଫଳ ନିର୍ଣ୍ଣୟ କରାଯାଇଥାଏ । ଆଜି ଦିନଟି ସମସ୍ତ ରାଶିର ବ୍ୟକ୍ତିମାନେ ପାଇଁ ପ୍ରାୟତଃ ସୁଖଦାୟକ ରହିବ କିନ୍ତୁ ଚାରୋଟି ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କ ଉପରେ ପ୍ରଭୁ ହନୁମାନଙ୍କ ଅପାର କୃପା ରହିବ । ସମସ୍ତ ବାଧା ବିଘ୍ନ ଦୂର ହେବ । ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ: ଦିନଟି ଆପଣଙ୍କ ଲାଗି ଅତି ଉତ୍ତମ ରହିବ । ଚନ୍ଦ୍ର ଗୁରୁଦୃଷ୍ଟିରେ ରହିଥିବାରୁ ଯାତ୍ରାରେ ଲକ୍ଷ୍ୟପୂରଣ ହେବା ସହ କର୍ମକ୍ଷେତ୍ରରେ, ପ୍ରଶଂସିତ ହେବେ । ସବୁ କାମ ସହଜରେ ସମ୍ପନ୍ନ ହେବ । ବ୍ୟବସାୟକୁ ଆଗକୁ ବଢାଇବା ପାଇଁ ନୂତନ ପଦକ୍ଷେପ ଗ୍ରହଣ କରିବାକୁ ମନସ୍ଥ କରିପାରନ୍ତି । ଆର୍ଥିକ ସ୍ଥିତି କ୍ରମଶଃ ବୃଦ୍ଧି ପାଉଥିବାରୁ ନୂତନ ଘର, ଜମି କ୍ରୟ କରିବା ପାଇଁ ଯୋଜନା କରିପାରନ୍ତି । ଜୀବନସାଥୀ ଆପଣଙ୍କ କଥାରେ ପ୍ରଭାବିତ ହେବେ । ବୈବାହିକ ଜୀବନ ଆନନ୍ଦମୟ ହେବ । ଦୂରସ୍ଥାନକୁ ଯାତ୍ରାରେ ଯାଇପାରନ୍ତି । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଦୁର୍ଗା ।

ବୃଷ: ମନରେ ଧାର୍ମିକ ଭାବନା ଉଦୟ ହେବ । ସାର୍ବଜନିକ କାର୍ଯ୍ୟରେ ସହଭାଗିତା କରିବେ । ବ୍ୟବସାୟୀଙ୍କୁ ଲାଭ ମିଳିବ । ଚାକିରିଜୀବୀଙ୍କୁ ଭଲ ଖବର ମିଳିପାରେ । କିନ୍ତୁ କର୍ମକ୍ଷେତ୍ରରେ ଅପ୍ରିୟ ସତ୍ୟ ଭାଷଣ ସମସ୍ୟା ସୃଷ୍ଟିର ଏକମାତ୍ର ମୁଖ୍ୟ କାରଣ ହେବ । ଦେବଦର୍ଶନର ସୁଯୋଗ ମିଳିପାରେ । କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ । କୌଣସି ମନୋରଞ୍ଜନ କାର୍ଯ୍ୟରେ ଯୋଗ ଦେଇପାରନ୍ତି । ବୈବାହିକ ଜୀବନରେ ମନର ଆବେଗ ସମାପ୍ତ ହେବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭୈରବୀ ।

ମିଥୁନ: ଇଷ୍ଟଦେବୀଙ୍କୁ ସ୍ମରଣ କରନ୍ତୁ, ସଙ୍କଟ ଆପଣା ଛାଏଁ ଦୂର ହୋଇଯିବ । କାରବାରରେ କିଛି ଲୋକ ସହାୟକ ହେବେ । ବନ୍ଧୁଙ୍କ ସହାୟତାରେ ଆଜି ଦିନଟିରେ ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ । ଅଫିସ୍‌ କାମରେ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିବେ । ସକାଳୁ ସକାଳୁ କିଛି ଅପେକ୍ଷା କରି ରହିଥିବା ଖବର ପାଇ ସାମୟିକ ଖୁସୀ ହୋଇଯିବେ । ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ଚର୍ଚ୍ଚିକା ।

କର୍କଟ: ମନରୁ ନକରାତ୍ମକ ଚିନ୍ତାଧାରା ବାହାର କରିଦିଅନ୍ତୁ । ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିପାରେ । କର୍ମକ୍ଷେତ୍ରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତିି ପ୍ରକାଶ କରିପାରନ୍ତି । ବାଣିଜ୍ୟ, ବ୍ୟବସାୟରେ ପ୍ରତିବନ୍ଧକ ଲାଗି ରହିବାରୁ ବ୍ୟସ୍ତତା ପ୍ରକାଶ କରିପାରନ୍ତି । ଆବଶ୍ୟକତା ପୂରଣ କରିବା ପାଇଁ ଧାରା କରଜ ମଧ୍ୟ କରିବାକୁ ବାଧ୍ୟ ହେବେ । ସରକାରୀ ଚାକିରିଆଙ୍କୁ ଲାଭ ମିଳିବ । ସାହିତ୍ୟ, କଳା, କ୍ରୀଡା ପ୍ରଭୃତି ସହ ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ । ମନରେ ଲାଗି ରହିଥିବା ବିରକ୍ତି ଭାବ ଯୋଗୁଁ ପରିବାରରେ ଶାନ୍ତି ବଜାୟ ରହିବା ସମ୍ୟକ କଷ୍ଟକର ହେବ । ଶୁଭରଙ୍ଗ: ଧଳା । ଆରାଧନା: ପ୍ରଭୁ ହନୁମାନ ।

ସିଂହ: ଆଜି ଆପଣ ଊର୍ଜାରେ ପରିପୂର୍ଣ୍ଣ ରହିବେ । ବିଭିନ୍ନ ସମସ୍ୟା ଲାଗି ରହିଥିବା କାରଣରୁ କୈାଣସି ନିଶ୍ଚିତ କାର୍ଯ୍ୟପନ୍ଥା ଗ୍ରହଣ କରିପାରିବେ ନାହିଁ । ବାଣିଜ୍ୟ, ବ୍ୟବସାୟ, ଶିଳ୍ପ ଓ ଏଜେନ୍ସିପରୁ ଖୂସି ରହିବେ । ସାମାଜିକ କାର୍ଯ୍ୟରେ ଅଂଶ ଗ୍ରହଣ କରିବେ । କୌଣସି ବଡ଼ କମ୍ପାନୀ ସହିତ ସଉଦା କରିବାର ସୁଯୋଗ ମିଳିପାରେ । ଆଜିର ଯାତ୍ରା ପ୍ରଶାସନ, ଆଇନ କଳା ସାହିତ୍ୟ କ୍ଷେତ୍ର ମନ୍ଦ ରହିବ ନାହିଁ । ଅର୍ଥ ଅଭାବ ଥିଲେ ମଧ୍ୟ ତାହାକୁ ବନ୍ଧୁଙ୍କ ସାହାଯ୍ୟକ୍ରମେ ସୁଧାରି ନେଇ ପାରିବେ । ଆପଣଙ୍କ ନିଜ ଲୋକ କେହି ହଇରାଣରେ ପକାଇବାକୁ ଚେଷ୍ଟା କରିପାରନ୍ତି । ଦାମ୍ପତ୍ୟ ଜୀବନରେ ସମ୍ୟକ ଝଡ ଦେଖା ଦେଇପାରେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ତାରିଣୀ ।

କନ୍ୟା: ଆପଣ ନିଜକୁ ଖୁବ୍‌ ଊର୍ଜାବାନ ଅନୁଭବ କରିବେ । କୌଣସି କାମରୁ ଆପଣଙ୍କୁ ଅଶାଠୁଁ ଅଧିକ ଧନଲାଭ ହେବ । ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ବଢିପାରେ । ସରକାରୀ କ୍ଷେତ୍ରରେ ଲାଗି ଅସୁବିଧା ସମାପ୍ତ ହେବ । ସାହିତ୍ୟ, କଳା, କ୍ରୀଡା ଓ ଚଳଚ୍ଚିତ୍ର ଓ ଅଇନ ଅଦଲତା କ୍ଷେତ୍ରରେ ଆଶାନୁଯାୟୀ ଫଳ ପାଇବେ । ଯେତେ ଭଲ କାମ କଲେ କ’ଣ ହେବ, ଟିକିଏ ଟିକିଏ କଥାରେ ଚିହ୍ନା ପଡି ସମାଲୋଚିତ ହୋଇପାରନ୍ତି । ବନ୍ଧୁ ପ୍ରତିଶ୍ରୁତି ରକ୍ଷାକରି ଠିକ୍‌ ସମୟରେ ଆସି ସାହାଯ୍ୟ କରିବେ । ଶୁଭରଙ୍ଗ: କଫିରଙ୍ଗ । ଆରାଧନା: ଶ୍ରୀକୃଷ୍ଣ ।

ତୁଳା: ମନ ଓ ହୃଦୟରେ ସକାରାତ୍ମକ ଭାବନାରେ ରଖନ୍ତୁ, କାମ କରିବା ସହଜ ହେବ । ନୂଆ କାମ କରିବାକୁ ଥିଲେ, ବଡ଼ଙ୍କ ଅନୁମତି ନେଇ କରନ୍ତୁ । ବ୍ୟବସାୟରେ ଆୟ ବ୍ୟୟ ପ୍ରାୟ ସମାନ ରହିବ । ତଥାପି କେତେକ କ୍ଷେତ୍ରରେ ଇଚ୍ଛା ବିରୁଦ୍ଧରେ କାମ କରି ଅନୁତାପ କରିବାକୁ ପଡ଼ିପାରେ । ସରକାରୀ କାମ ଓ ପଦସ୍ଥ ବ୍ୟକ୍ତି ବିଶେଷଙ୍କ କ୍ଷେତ୍ରରୁ ଉପକୃତ ହେବ । କମ୍ପାନୀରେ ଚାକିରି କରୁଥିବା ବ୍ୟକ୍ତିଙ୍କର ପଦୋନ୍ନତି ହୋଇପାରେ । ପରିବାରର ସ୍ଥିତି ଠିକ୍‌ ରହିବ । ସ୍ୱାସ୍ଥ୍ୟ ସମସ୍ୟାରେ ସୁଧାର ଆସିବ । ଅପରାହ୍ନେ କାୈଣସି ଖବର ପାଇ ବିସ୍ମୟ ପ୍ରକାଶ କରିପାରନ୍ତି । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ମାଆ ବିମଳା ।

ବିଛା: ଆପଣଙ୍କ ସ୍ନେହର ଆଭାସ ଅନ୍ୟକୁ ପ୍ରଭାବିତ କରିବ । ଯାହାଫଳରେ କେତେକ କାମ ସହଜରେ ସଂପୂର୍ଣ୍ଣ ହୋଇଯିବ । ଆର୍ଥିକ ସ୍ଥିତି ମଜଭୁତ ରହିବ । ଦୀର୍ଘଦିନରୁ ଅପେକ୍ଷା କରିଥିବା କାମ ସମ୍ପର୍କରେ କିଛି ଆଶା ଜନକ ଖବର ପାଇ ସାମୟିକ ଖୁସୀ ହୋଇଯିବେ । ଚାକିରି କରୁଥିବା କର୍ମଜୀବୀମାନେ ସହକର୍ମୀଙ୍କ ସହଯୋଗ ପାଇବା ସଙ୍ଗେ ସଙ୍ଗେ ଉଚ୍ଚାଧିକାରୀଙ୍କ ଠାରୁ ମଧ୍ୟ ପ୍ରଶଂସିତ ହେବେ । ସଂଗଠନ, ରାଜନୀତି, ପ୍ରଶାସନ ପାଇଁ ଆଜି ଦିନଟି ବହୁତ ଭଲ । ପାରିବାରିକ ଜୀବନ ସୁଖମୟ ହେବ । ଜୀବନସାଥୀଙ୍କ ସହିତ ଦେବୀମାତାଙ୍କର ପୂଜାର୍ଚ୍ଚନା କରିବାକୁ ଯିବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ମାଣିକେଶ୍ଵରୀ ।

ଧନୁ: ନିରନ୍ତର ପ୍ରୟାସରେ ସଫଳତା ପାଇବେ । ବିଶିଷ୍ଟବ୍ୟକ୍ତିଙ୍କ ପୃଷ୍ଠପୋଷକତା ଲାଭକରି କାର୍ଯ୍ୟ ହାସଲ କରିବେ । ଆଶା ପୂରଣ ହେବାରେ ଜଣେ ବନ୍ଧୁ ସାହାଯ୍ୟ କରିବେ । ଆର୍ଥିକ ସ୍ଥିତି ସୁଧୁରିବ । ଅଫିସରେ ବଢ଼ିଆ ବାତାବରଣ ଆପଣଙ୍କୁ ଖୁସି କରାଇବ । କେତେକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବାକୁ ପଡିପାରେ । ସଭାସମିତିରେ ବନ୍ଧୁମାନଙ୍କର କଟୁକ୍ତି ଶୁଣି ମନ ଦୁଃଖ କରିପାରନ୍ତି । ଆଜିର ଦୂରଯାତ୍ରା ସଫଳ ହେବ ଓ ଆଶା କରିଥିବା ଦିଗରୁ ଅର୍ଥଲାଭ ଘଟିବ । ପାରିବାରିକ ସମ୍ବନ୍ଧ ମଜଭୁତ ହେବ । ଶୁଭରଙ୍ଗ: ଗୋଲାପୀ । ମାଆ ହିଙ୍ଗୁଳା ।

ମକର: ଆଧ୍ୟାତ୍ମିକ ଭାବନାରେ ଅଧିକ ସମୟ ବିତିବ । ବହୁତ ଦିନରୁ ଚେଷ୍ଟା ଚଳାଇଥିବା କାମଟି କାମ ହାସଲ ହେବା କାରଣରୁ ମାନସିକ ସ୍ଥିତି ଏକ ପ୍ରକାର ଭଲ ରହିବ । ବ୍ୟବସାୟ ଲାଭ ନ ହେଲେ ମଧ୍ୟ କ୍ଷତି ସହିବାକୁ ପଡିବ ନାହିଁ । ବ୍ୟବସାୟ ନିମନ୍ତେ ଆପଣ କିଛି ନୂଆ ଯୋଜନା ପ୍ରସ୍ତୁତ କରିବେ । ଅଫିସରେ ସମସ୍ତଙ୍କ ସହିତ ବଢ଼ିଆ ତାଳମେଳ ବଜାୟ ରହିବ । ଯାତ୍ରାରେ ଜିନିଷ ପତ୍ର ପ୍ରତି ସତର୍କ ରୁହନ୍ତୁ । ନତୁବା ଅଦଳ ବଦଳ ହୋଇ ଯାଇପାରେ । ଅନ୍ତରଙ୍ଗ ବନ୍ଧୁଙ୍କୁ ମନର କଥା କହିବେ । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ବାବା ଆଖଣ୍ତଳମଣି ।

କୁମ୍ଭ: ଜରୁରୀ କାମ କରିବା ପୂର୍ବରୁ ବଡ଼ଙ୍କ ସମ୍ମତି ନିଅନ୍ତୁ । ଉଚ୍ଚ ଅଧିକାରୀଙ୍କ ସହିତ ଭଲ ସମ୍ବନ୍ଧ ବଜାୟ ରଖନ୍ତୁ । ଅଫିସରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ । ଶିଳ୍ପ, ବାଣିଜ୍ୟ, ପରିବହନ ଓ ବ୍ୟବସାୟରେ ସଫଳତା ହାସଲ କରିବେ । ଆର୍ଥିକ ଦୁଃସ୍ଥିତି ଚିନ୍ତା ଜନକ ପରିଣାମ ସୃଷ୍ଟି କରିବାର ଆଶଙ୍କା ରହିଛି । ସ୍ଵାସ୍ଥ୍ୟରେ ସମସ୍ୟା ଦେଖା ଦେଇପାରେ । ଏକାଧିକ ଗ୍ରହ ପ୍ରଭାବରେ ବାଦ ବିବାଦରେ ସଫଳତା ପାଇବେ ଓ ଅର୍ଥାଭାବ ଦୂରେଇଯିବ । ଆତ୍ମୀୟ ସ୍ଵଜନଙ୍କ ପରୋକ୍ଷ ଶତ୍ରୁତା ମନୋଭାବକୁ ଲକ୍ଷ୍ୟକରି ମାନସିକ ସ୍ତରରେ ଯନ୍ତ୍ରଣା ଅନୁଭବ କରବେ । ଶୁଭରଙ୍ଗ: ନୀଳ । ଆରାଧନା: ମହାଲକ୍ଷ୍ମୀ ।

ମୀନ: ସକାରାତ୍ମକ ପରିବର୍ତ୍ତନ ଆପଣଙ୍କ ଜୀବନକୁ ବଢ଼ିଆ କରିବ । ସାମାଜିକ ଜୀବନ ସବୁ ଦୃଷ୍ଟିରୁ ଭଲ ରହିବ । ଆପଣ କୌଣସି ବ୍ୟବସାୟ ଆରମ୍ଭ କରିପାରନ୍ତି । ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରେ ଆସି କେତେକାଂଶରେ ସାନ୍ତ୍ୱନାମୂଳକ ପରାମର୍ଶ ପାଇପାରନ୍ତି । ବ୍ୟାବସାୟିକ କାମରେ ଦୂରସ୍ଥାନକୁ ଯାତ୍ରାରେ ଯିବେ । ସାଙ୍ଗଠନିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିବ । ପ୍ରେମରେ ସଫଳତା ମିଳିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭଦ୍ରକାଳୀ ।