05 ଅଗଷ୍ଟ 2019, ଗୁରୁବାର – ୨ଟି ରାଶିର ବ୍ୟକ୍ତି ହିଁ ସାବଧାନତା ଅବଲମ୍ବନ କରିବାକୁ ପଡିବ, ନଚେତ ବିଭିନ୍ନ ପ୍ରକାର

Spread the love

05 ଅଗଷ୍ଟ 2019, ଗୁରୁବାର – ୨ଟି ରାଶିର ବ୍ୟକ୍ତି ହିଁ ସାବଧାନତା ଅବଲମ୍ବନ କରିବାକୁ ପଡିବ, ନଚେତ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ କରିବାକୁ ପଡିପାରେ ।

ମନୁଷ୍ୟର ଦୈନନ୍ଦିନ କାର୍ଯ୍ୟକଳାପରେ ଗ୍ରହମାନଙ୍କ ଭୂମିକା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ । ଯାହାଫଳରେ ଗ୍ରହମାନଙ୍କ ଗତିବିଧିକୁ ଆଧାର କରି ରାଶିଫଳ ନିର୍ଣ୍ଣୟ କରାଯାଇଥାଏ । ଗ୍ରହ ନକ୍ଷେତ୍ରଗୁଡି଼କ ନିରନ୍ତର ପରିବର୍ତ୍ତନ ଘଟିଥାଏ, ଯେଉଁଥି କାରଣରୁ ମନୁଷ୍ୟର ଦୈନନ୍ଦିନ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖା ଦେଇଥାଏ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ: ଦିନଟି ଆପଣଙ୍କ ଲାଗି ଭଲ ଫଳାଫଳ ନେଇ ଆସିବ ଓ ପ୍ରତିଟି କ୍ଷେତ୍ରରେ ବିଜୟ ଲାଭ କରିବେ । ଧାର ଦେଇଥିବା ଟଙ୍କା ଫେରିପାଇବେ । ଶତୃବୃଦ୍ଧି ହେବ ସଂଗେ ସଂଗେ ଚାକିରୀ କରୁଥିବା ବ୍ୟକ୍ତିଙ୍କ ଉପରେ ସମ୍ୟକ ମାନସିକ ଚାପ ରହିପାରେ । କଥାବାର୍ତ୍ତାରେ ନିଆଯକୁ ସଂଯମତା ରକ୍ଷା କରନ୍ତୁ । କୌଣସି ଯୋଜନା କରିବା ପୂର୍ବରୁ ଗଭୀର ଚିନ୍ତା କରନ୍ତୁ । ବ୍ୟବସାୟିକ କାମରେ ଜିଲ୍ଲା ବାହାରକୁ ଯିବେ । ଅଫିସରେ ଅନ୍ୟମାନଙ୍କ ସହିତ ତାଳମେଳ ବଢ଼ିଆ ରହିବ । ଶୁଭରଙ୍ଗ: ହଳଦିଆ । ଆରାଧନା: ମାଆ ଗାୟତ୍ରୀ ।

ବୃଷ: ସାରାଦିନ ଅଶାନ୍ତି ମୁକ୍ତ ରହିବେ । ବ୍ୟବସାୟ ଓ ଚାକିରି ସମ୍ବନ୍ଧିତ କାମ ପୂରା ହେବ । ଆର୍ଥିକ ସ୍ଥିତି ମଜଭୁତ ହେବ କିନ୍ତୁ ବ୍ୟବସାୟରେ ଆୟ ଠାରୁ ବ୍ୟୟ ଅଧିକ ହେବ । ମାଲିମକଦ୍ଦମାରେ ସଫଳତା ମିଳିବ । ପରିବାରରେ ମନାମାଳିନ୍ୟ ଦେଖା ଦେଇପାରେ । ଯାହାଫଳରେ ଦାମ୍ପତ୍ୟ ପ୍ରତିଦିନ ପରି ସୁଖ ରହିବ ନାହିଁ ।ବନ୍ଧୁଙ୍କ ମେଳରେ ଆପଣଙ୍କ ମାନସମ୍ମାନ ବଢ଼ିବ । ପାଠପଢା କ୍ଷେତ୍ରରେ, ପରୀକ୍ଷା, ପ୍ରତିଯୋଗିତା, ଓ କ୍ଷେତ୍ରରେ ଅଶାନ୍ତି ରହିବ ଆଜି ଦିନଟି । ଶୁଭରଙ୍ଗ: ଧଳା । ଆରାଧନା: ମାଆ ମାଣିକେଶ୍ବରୀ ।

ମିଥୁନ: ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମାରେ ବିଜୟୀ ହେବେ । ଆୟ ଊତ୍ତମ ସ୍ଥଳେ କେତେକ ବାଧା ପ୍ରତିବନ୍ଧକ ଦେଖାଦେଇ ପାରେ । ଖାଇବା ପିଇବାରେ ଅବହେଳା କରିବାରୁ ସ୍ଵାସ୍ଥ୍ୟ ଖରାପ ହେବ । ସ୍ଥଗିତ ଥିବା କାମ ପୂରଣ ହେବ ଓ ଆର୍ଥିକ ସଙ୍କଟ ଦୂରେଇ ଯିବ । ପାରିବାରିକ କ୍ଷେତ୍ରରେ ସ୍ୱାର୍ଥ ପ୍ରବୃତ୍ତିର ଶୀକାର ହୋଇ ସମ୍ପର୍କର ମଧୁର ସ୍ୱାଦରୁ ବଞ୍ଚିତ ହେବେ । ପିତ୍ତ ଦୋଷ ସାଙ୍ଗକୁ ଗୁହ୍ୟରୋଗର ଶିକାର ହୋଇପାରିବେ । ଅର୍ଥ ସମ୍ପର୍କିତ ଚୁକ୍ତିପତ୍ର କଲେ କ୍ଷତିରେ ପଡିବେ । ବାକ୍ୟ ସଂଯମତା ନ ରଖିଲେ ମାଲିମୋକଦ୍ଦମାର ଭୟ ରହିବ । ବନ୍ଧୁଙ୍କ ସହିତ ମଉଜ ମଜଲିସରେ ସମୟ କଟିବ । ଶୁଭରଙ୍ଗ: ମେରୁନ । ଆରାଧନା: ବାବା ଆଖଣ୍ତଳମଣି ।

କର୍କଟ: ମାନସିକ ବିଷାଦ, ଦାମ୍ପତ୍ୟ କଳହ ଓ ଭୟ ଆଶଙ୍କା ଦୂରେଇ ଯିବ । ବକେୟା ଅର୍ଥ କିଛି ମିଳିବ । ମାନସିକଶାନ୍ତି ଓ ସ୍ୱାସ୍ଥ୍ୟରେ ଉନ୍ନତି ପରିଲିକ୍ଷିତ ହେବ । ପାରିବାରିକକ୍ଷେତ୍ରରେ ସ୍ନେହସଦ୍ଭାବର ବୃଦ୍ଧିହେବ । ଆୟ ଉପାର୍ଜ୍ଜନର ବୃଦ୍ଧି, କର୍ମ ଓ ବ୍ୟବସାୟରେ ଉନ୍ନତି । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ବିଜୟୀ ହେବେ । ଋଣରୁ ମୁକ୍ତି ମିଳିବ । ଶତ୍ରୁବାଧା ଦୂରେଇ ଯିବ । ରାଜନୀତିରେ ଲୋକସମର୍ଥନକୁ ଆଧାର କରି ବଳୀୟାନ ହେବେ । ବ୍ୟବସାୟିକ କାମରେ ଜିଲ୍ଲା ବାହାରକୁ ଯାଇପାରନ୍ତି । ଅଫିସରେ ଅନ୍ୟମାନଙ୍କ ସହିତ ତାଳମେଳ ବଢ଼ିଆ ରହିବ । ଶୁଭରଙ୍ଗ: ହଳଦିଆ । ଆରାଧନା: ମାଆ ଗାୟତ୍ରୀ ।

ସିଂହ: ଭାଗ୍ୟ ସ୍ଥାନରେ ଚନ୍ଦ୍ର ଯୋଗୁ ଆଜିର ଉଦ୍ୟମ ବ୍ୟର୍ଥ ଯିବ ନାହିଁ । ଦିନଟି ଆପଣଙ୍କ ଲାଗି ଖୁବ ଭଲ ରହିବ । ଛାତ୍ର-ଛାତ୍ରୀମାନେ କ୍ୟାରିୟରରେ ଆଗକୁ ବଢ଼ିବା ଲାଗି ସୁଯୋଗ ଆସିବ । ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ରହିବ କିନ୍ତୁ ପରୋକ୍ଷ ଶତ୍ରୁତା କାରଣରୁ କର୍ମକ୍ଷେତ୍ରରେ ସମାଲୋଚନାର ପାତ୍ର ହେବାକୁ ପଡ଼ିପାରେ । ଅଫିସରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି । ଦାମ୍ପତ୍ୟ ଜୀବନ ପ୍ରେମପୂର୍ବକ ବିତିବ କିନ୍ତୁ ଭୁଲ୍‌ ବୁଝାମଣାରୁ ପାରିବାରିକ କଳହକୁ କେନ୍ଦ୍ରକରି ଭାବପ୍ରବଣ ହୋଇପାରନ୍ତି । ମାନସିକ ଅଶାନ୍ତି ଦେଖା ଦେଇପାରେ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ଠାକୁରାଣୀ ।

କନ୍ୟା: ମଙ୍ଗଳଙ୍କ ପୂର୍ଣ୍ଣ ଦୃଷ୍ଟି କାରଣରୁ ପରିବାରରେ ସୁଖ ଶାନ୍ତି ଫେରିବା ଦିଗରେ ପ୍ରଯନତ୍ କଲେ ଚେଷ୍ଟା ସଫଳ ହେବ । ସକାରାତ୍ମକ ଭାବନାରେ ଦିନଟି ଅତିବାହିତ ହେବ । ବ୍ୟବସାୟୀମାନେ ବେଶ ଲାଭବାନ ହେବେ ଏବଂ କର୍ମଜିବିମାନେ ଅପେକ୍ଷାକୃତ ସୁସ୍ଥ ବାତାବାରଣ ହସ ଖୁସିରେ ଦିନଟି ବିତାଇବେ । ବିବାହିତା କୌଣସି ଧର୍ମାନୁଷ୍ଠାନକୁ ଯାତ୍ରାରେ ଯିବେ । ସତ୍‌ସଙ୍ଗ ଓ ଧର୍ମଚର୍ଚ୍ଚା, କଳା, ସାହିତ୍ୟ ଓ ସଭା ସମିତିରେ ସମସ୍ୟା ସମାଧାନର ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ । ଦାମ୍ପତ୍ୟଜୀବନ ସୁଖରେ କଟିବା । ବନ୍ଧୁମାନଙ୍କ ସହ ଆଲୋଚନା କରିବାର ସୁଯୋଗ ଲାଭକରି କାର୍ଯ୍ୟ ହାସଲ କରିବେ । ଶୁଭରଙ୍ଗ: ସବୁଜ ରଙ୍ଗ । ଆରାଧନା: ବିଷ୍ଣୁ ।

ତୁଳା: ଆଜି ପୁନର୍ବସୁ ନକ୍ଷତ୍ରସ୍ଥ ଚନ୍ଦ୍ର କର୍ମକ୍ଷେତ୍ର, ପରିବାର ଓ ଆର୍ଥିକ ଦିଗ ସକାଶେ କିଛିଟା ବ୍ୟତିକ୍ରମ ମଧ୍ୟ ପରିଲକ୍ଷିତ ହୋଇପାରେ । ଏହି ରାଶିର ବ୍ୟକ୍ତିଙ୍କ ଉପରେ କୁବେରଙ୍କ ବିଶେଷ ଦୃଷ୍ଟି ରହିବ । ବିଶେଷ କରି ଖର୍ଚ୍ଚ ପରିମାଣ ବୃଦ୍ଧି, ଦୂରଯାତ୍ରା ଓ ସ୍ଥାନାନ୍ତରର ସୂଚନାରୁ ସାମୟିକ ଚିନ୍ତିତ ରହିପାରନ୍ତି । ଘର ପରିବାରରେ ମାଙ୍ଗଳିକ କାର୍ଯ୍ୟ ହେବ । ଆପଣ କୌଣସି ବିପଦପୂର୍ଣ କାର୍ଯ୍ୟ ହାତକୁ ନେଇପାରନ୍ତି; ଯାହା ଆପଣଙ୍କ ପାଇଁ ଲାଭବାନ ହୋଇପାରିବ । ମିତ୍ରଙ୍କ ସହ ଭଲ ସମୟ ଅତିବାହିତ ହେବ ।ରୋଜଗାରରେ ବୃଦ୍ଧି ହେବ । ଶୁଭରଙ୍ଗ: ଧଳା। ଆରାଧନା: ମାଆ କାଳୀଜାଈ ।

ବିଚ୍ଛା: ଆପଣଙ୍କ ରାଶିରେ ସପ୍ତମ ସ୍ଥାନ ପ୍ରଭାବଶାଳୀ ଯୋଗୁ ଆଜିର ଯାତ୍ରା,ବାଣିଜ୍ୟ, ପ୍ରତିଦ୍ୱନ୍ଦ୍ୱିତା ଆପଣଙ୍କ ସକାଶେ ବିଶେଷ ଅନୁକୂଳ ରହି ନ ପାରେ । ଆପଣଙ୍କୁ ଶତ୍ରୁ ମାନଙ୍କ ଠାରୁ ଦୁରେଇ ରହିବା ଉଚିତ୍ । କୌଣସି ସ୍ଥାନରେ ନିବେଶ କରିବା ପାଇଁ ଚାହିଁଲେ ପରାମର୍ଶ ନେଇ ନିବେଶ କରନ୍ତୁ । ପ୍ରଶାସନ ଓ ପ୍ରକାଶନ କ୍ଷେତ୍ରରୁ ସମସ୍ୟା ଓ ପ୍ରତିବନ୍ଧକ ଦୂର ହୋଇଯିବ । ରାଜନୀତିରେ ଓ ସାଂଗଠନିକ କ୍ଷେତ୍ରରେ ବହୁତ ଜନକଲ୍ୟାଣ କାମ ହାତକୁ ନେଇ ପ୍ରଶଂସିତ ହୋଇପାରନ୍ତି । ଭାଗ୍ୟ ପରିବର୍ତ୍ତେ ନିଜ ପରିଶ୍ରମ ଉପରେ ବିଶ୍ୱାସ ରଖନ୍ତୁ । ଚେଷ୍ଟା କରି ସ୍ଥଗିତ କାର୍ଯ୍ୟ ସମ୍ପୂର୍ଣ୍ଣ କରିପାରିବେ । ଶୁଭରଙ୍ଗ: ଧଳା । ଆରାଧନା: ବାବା ଆଖଣ୍ତଳମଣି ।

ଧନୁ: ଜୀବନସାଥୀଙ୍କ ସମର୍ଥନ ଓ ପ୍ରେମ ପାଇବେ । ଉତ୍ସାହର ସହିତ ସବୁ କାମ କରିବେ । ଏକାଧିକ ଗ୍ରହ ରାଶିରେ ଅବସ୍ଥାନ କରିଥିବାରୁ ଆଜି ଯାହା କରନ୍ତୁନା କାହିଁକି କୌଣସି କାମରେ ପଛକୁ ହଟିବେ ନାହିଁ । ବ୍ୟବସାୟରେ ଉନ୍ନତି ହେବ । ନୂଆ ଜିନିଷପତ୍ର କିଣିବା ପାଇଁ ସମୟ ଶୁଭ । ସାମାଜିକ ପ୍ରତିଷ୍ଠା ଓ ପ୍ରତିପତ୍ତି ବୃଦ୍ଧି ପାଇବ । ଗଠନମୂଳକ ଯୋଜନା ପ୍ରସ୍ତୁତ କରି ଆଗେଇ ଯିବାର ରାସ୍ତା ଖୋଲିଯିବ । କର୍ମକ୍ଷେତ୍ରରେ ପ୍ରକୃତ ଘଟଣା ନ ବୁଝି ଉପରିସ୍ଥ କର୍ମଚାରୀ ଅଯଥା କ୍ରୋଧ ପ୍ରକାଶ କରିପାରନ୍ତି । ପିଲାଙ୍କ ଅଭିଯୋଗକୁ ଅଦେଖା ଅଶୁଣା କରିବା ଆଗାମୀ ଦିନ ପାଇଁ ସମସ୍ୟାର କାରଣ ହୋଇପାରେ । ପ୍ରେମିକ ପ୍ରେମିକା ମାନେ ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣକରି ଆନନ୍ଦ ଅନୁଭବ କରିବେ । ଶୁଭରଙ୍ଗ: ଗୋଲାପି । ଆରାଧନା: ସନ୍ତୋଷୀ ମାତା ।

ମକର: ଆନନ୍ଦ ଉଲ୍ଲାସରେ ଦିନଟି ବିତାଇବେ । ବ୍ୟବସାୟରେ ସୁଧାର ଆଣିବେ । ବହୁମୂଲ୍ୟ ବସ୍ତୁ କିଣି ପାରନ୍ତି । ବ୍ୟବସାୟ କ୍ଷେତ୍ରରେ ପ୍ରଚୁର ପରିମାଣରେ ଆମଦାନୀ ରପ୍ତାନି କରି ପାରିବେ । ରବି ଦଶମ କେନ୍ଦ୍ରରେ ଥିବାରୁ କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସହାୟତା ଅବଶ୍ୟ ଲାଭ କରିବେ । ଅନ୍ୟମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ସତ୍‌ସଙ୍ଗ ସାଙ୍ଗକୁ ଧର୍ମଚର୍ଚ୍ଚା ପ୍ରତି ମନ ବଳିପାରେ । କଳା, ନୃତ୍ୟ ଓ ସଙ୍ଗୀତ ସମାରୋହରେ ନିଜକୁ ପ୍ରତିଷ୍ଠିତ କରାଇପାରିବେ । ଆନୁଷ୍ଠାନିକ କିମ୍ବା ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ । ପତିପତ୍ନୀଙ୍କ ମଧ୍ୟରେ ପ୍ରେମଭାବ ବୃଦ୍ଧି ହେବ । ବିଶେଷ କରି ମହିଳାମାନେ ସାବଧାନତା ପୂର୍ବକ ନ ଚଳିଲେ ବିପଦରେ ପଡିବେ । ଶୁଭରଙ୍ଗ: କଫି ରଙ୍ଗ । ଆରାଧନା: ବାବା ଆଖଣ୍ତଳମଣି ।

କୁମ୍ଭ: ଅଯଥାରେ ଅନ୍ୟମାନଙ୍କ ଉପରେ ବିରକ୍ତି ପ୍ରକାଶ କରନ୍ତୁ ନାହିଁ, ଯାହାକି ଶତ୍ରୁତା ସୃଷ୍ଟି କରିବ । କାରବାରରେ ପରିବର୍ତ୍ତନ ଆଣିବା ଲାଗି ଚେଷ୍ଟା କରିବେ ଏବଂ ସଫଳ ମଧ୍ୟ ହେବେ । ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟ ଭଲରେ ଚାଲିବ ଏବଂ ଲାଭବାନ୍‌ ମଧ୍ୟ ହେବେ । ଅଫିସ୍ କାମରେ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି । ପ୍ରିୟବନ୍ଧୁଙ୍କ ସହିତ ବାର୍ତ୍ତାଳାପରେ ସମୟ କଟିବ । ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇ ପାରନ୍ତି । ପରିବହନରେ ସାଧାରଣ କଥାରେ ଝଗଡ଼ା କିମ୍ବା ତଜ୍ଜନିତ ସମସ୍ୟାର ଆଶଙ୍କା ରହିଛି । ମହିଳାମାନେ ଆନୁଷ୍ଠାନିକ କାମ ହାସଲ କରିବା ସକାଶେ ବନ୍ଧୁଙ୍କ ସାହାଯ୍ୟ ଉପରେ ନିର୍ଭର କରିବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ କାଳୀଜାଈ ।

ମୀନ: ଦିନଟି ଆପଣଙ୍କ ଲାଗି ଶୁଭଦାୟକ ଓ ଖୁସିଭରା ରହିବ । ଗୁରୁ ଓ ଶୁକ୍ରଙ୍କ ପାରସ୍ପରିକ ଦୃଷ୍ଟି ଆପଣଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ଶୁଭଫଳ ପ୍ରଦାନ କରିବ । ଆତ୍ମବିଶ୍ଵାସ ଓ ଦୃଢତା ଯୋଗେ ସମ୍ମାନର ଆଧିକାରୀ ହୋଇ ପାରିବେ । ଆଜିର ଯାତ୍ରା, ନୂତନ କର୍ମାରମ୍ଭ, ବ୍ୟବସାୟିକ ସ୍ଥିତି ବିଶେଷ ଭଲ ରହିବ । ସ୍ଵାସ୍ଥ୍ୟରେ ଉନ୍ନତି ଓ ସମ୍ମାନଜନକ ଘଟଣା ଘଟି ପାରେ । ପରୀକ୍ଷା ପ୍ରତିଯୋଗିତାରେ ବିଜୟୀ ହେବେ । ତଥାପି ଭୁଲ୍‌ ବୁଝାମଣା ହେତୁ ଆତ୍ମୀୟମାନଙ୍କ ଅସହଯୋଗ, ଅସମ୍ମାନ ଦୁଃଖର ମାତ୍ରାକୁ ବଢ଼ାଇ ଦେଇପାରେ । ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶାନୁରୂପ ଫଳ ପାଇବେ । ଆପଣଙ୍କ ପ୍ରତିଭାରୁ ଅନ୍ୟମାନଙ୍କୁ ପ୍ରେରଣା ମିଳିବ । ଶୁଭରଙ୍ଗ: ଧଳା । ଆରାଧନା: ବାବା ସାଇରାମ ।