୫ ଲକ୍ଷ ହିତାଧିକାରୀ ପାଇବେ ବାର୍ଦ୍ଧକ୍ୟ ଭତ୍ତା ଓ ୪୦ ହଜାର କଳାକାରଙ୍କୁ ମିଳିବ ମାସିକ ଭତ୍ତା

Spread the love

ସଚିବାଳୟରେ ଆଜି ଚାଲି ଥିବା ଏକ ବୈଠକ ରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଘୋଷଣା କରି କହିଲେ ୫ ଲକ୍ଷ ହିତାଧିକାରୀ ପାଇବେ ବାର୍ଦ୍ଧକ୍ୟ ଭତ୍ତା ଓ ୪୦ ହଜାର କଳାକାରଙ୍କୁ ମାସିକ ଭତ୍ତା ପ୍ରଦାନ କରାଯିବ । ଆସନ୍ତା ୧୫ ତାରିଖରୁ ଏହି ନୂଆ ପେନସନ୍ ଯୋଜନାରେ ହୀତାଧିକାରୀମାନେ ଉପକୃତ ହେବେ । କେହି ବି ଯୋଗ୍ୟ ହିତାଧିକାରୀ ମଧୁବାବୁ ପେନସନ୍ ଯୋଜନାରୁ ବଞ୍ଚିତ ନ ହୁଅନ୍ତି, ସେଥିପ୍ରତି ଗୁରୁତ୍ୱ ଦେଇଛନ୍ତି । ପୂର୍ବରୁ ବାର୍ଦ୍ଧକ୍ୟ ଭତ୍ତାରେ ୪୩ ଲକ୍ଷ ଲୋକ ଉପକୃତ ହେଉଛନ୍ତି । ବର୍ତ୍ତମାନ ଏହି ଯୋଜନାରେ ୪୮ ଲକ୍ଷ ହିତାଧିକାରୀ ଉପକୃତ ହେବେ ।

୬୦ ବର୍ଷରୁ ଅଧିକ ଲୋକଙ୍କୁ ମାସିକ ୩୦୦ ଟଙ୍କା ଏବଂ ୮୦ ବର୍ଷରୁ ଅଧିକ ଲୋକଙ୍କୁ ମାସିକ ୫୦୦ ଟଙ୍କା ଟଙ୍କା ବାର୍ଦ୍ଧକ୍ୟ ଭତ୍ତା ଆକାରରେ ଦିଆଯାଉଛି । ଦିବ୍ୟଙ୍ଗମାନେ ମଧ୍ୟ ମାସିକ ୩୦୦ ଟଙ୍କା ପାଉଛନ୍ତି କିନ୍ତୁ ଯେଉଁ ଦିବ୍ୟଙ୍ଗମାନଙ୍କ ଡ଼ାକ୍ତରୀ ପ୍ରମାଣ ପତ୍ର ଶତକଡା ୭୦% ଭାଗରୁ ଉର୍ଦ୍ଧ୍ବ ଦିବ୍ୟଙ୍ଗର ପ୍ରମାଣ ମିଳିଛି ସେହିମାନେ ମାସିକ ଏବଂ ୫୦୦ ଟଙ୍କା ଲେଖାଏଁ ପାଉଛନ୍ତି ।

ଏହି ଯୋଜନାରେ ୪୦ ହଜାର କଳାକାରଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି । ଚଳିତ ବର୍ଷ ଡିସେମ୍ବର ୧୫ ତାରିଖରୁ ଏହି ଯୋଜନା କାର୍ଯ୍ୟକାରୀ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ପଂଚୟତ ସ୍ତରରେ ପ୍ରତି ମାସ ୧୫ ତାରିଖରୁ ୨୦ ତାରିଖ ମଧ୍ୟରେ ହିତାଧିକାରୀଙ୍କୁ ସ୍ୱତନ୍ତ୍ର କ୍ୟାମ୍ପ କରାଯାଇ ଭତ୍ତା ପ୍ରଦାନ କରାଯିବ । ଏନେଇ ସମସ୍ତ ଜିଲାପାଳ ଙ୍କୁ ଏହି ନିର୍ଦେଶ ଦିଆଯାଇଛି ।