ଧନତେରସ ବା ଧନ୍ଵନ୍ତରୀରେ : କେଉଁ ରାଶିର ବ୍ୟକ୍ତି କେଉଁ ପଦାର୍ଥ କିଣିବା ଜରୁରୀ ଆସନ୍ତୁ ଜାଣିବା –

Spread the love

5 ନଭେମ୍ବର 2018, ସୋମବାର ଦିନକୁ ଧନତେରସ ବା ଧନ୍ଵନ୍ତରୀ ଉତ୍ସବ ପାଳନ କରାଯିବ ! ଭାରତୀୟ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ପର୍ବଟି କାର୍ତ୍ତିକ ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥିରେ ଧାନର ଦେବୀଙ୍କ ଆଗମନ ହୋଇଥାଏ, ତେଣୁ ଏହି ଦିନଟିକୁ ଧନତେରସ ବା ଧନ୍ଵନ୍ତରୀ ବୋଲି କୁହାଯାଏ ! ଧନତେରସ ବା ଧନ୍ଵନ୍ତରୀକୁ ଧାନ ତ୍ରୟୋଦଶୀ ବା ଧନ୍ଵନ୍ତରୀ ତ୍ରୟୋଦଶୀ ମଧ୍ୟ କୁହାଯାଏ ! ଜ୍ୟୋତିଷଶାସ୍ତ୍ରରେ କହିବା ଅନୁସାରେ ସମୁଦ୍ର ମନ୍ଥନ ସମୟରେ ଅମୃତ କଳସ ସହ ମତ ଲକ୍ଷ୍ମୀ ଧାରା ପୃଷ୍ଟକୁ ଅବତରଣ କରିଥିଲେ ! ସେହି ଦିନର ପ୍ରତୀକ ରୂପେ ଆଦ୍ୟବିଧି ଏହି ପର୍ବଟିକୁ ପାଳନ କରାଯାଉଛି ! ଐଶ୍ୱର୍ଯ୍ୟ ବୃଦ୍ଧି, ସୋଭାଗ୍ୟ ବୃଦ୍ଧି ନିମନ୍ତେ ବର୍ତ୍ତମାନ ସୁନା ରୂପ ଭଳି କିଛି ପଦାର୍ଥ କିଣିବା ପରମ୍ପରା ରହି ଆସିଛି ପୁରାତନ କାଳରୁ ! ତେଣୁ ଏହି ଦିନରେ ଅର୍ଥାତ ଧନତେରସରେ ସୁନା, ରୂପାର ଆଭୂଷଣ, ପିତ୍ତଳ କିମ୍ବା ତମ୍ବୁର ବାସନକୁସନ, ଘର, ଦୋକାନ ଏଥିମଧ୍ୟରୁ କିଛି କିଣିବାର ପରମ୍ପରା ରହିଛି !

ଧନତେରସ ଦିନରେ କେଉଁ ରାଶିର ବ୍ୟକ୍ତି କେଉଁ ପଦାର୍ଥ ବା ବସ୍ତୁ କିଣିବେ ତାହା ଜାଣିବା ନିହାତି ଜରୁରୀ ଅଟେ ! କାରଣ ଆପଣଙ୍କ ରାଶି ଅନୁସାରେ କୌଣସି ବସ୍ତୁ ଧନତେରସ ଦିନରେ କ୍ରୟ କରନ୍ତି, ତେବେ ଆପଣଙ୍କ ଜୀବନରେ ଖୁସି, ସୌଭାଗ୍ୟ ବୃଦ୍ଧି ପାଇବ ! ତେଣୁ ପ୍ରତି ବର୍ଷ ଧନତେରସରେ ଶୁଭ ମୁହୂର୍ତ୍ତ ଏବଂ ରାଶି ଅନୁସାରେ ବସ୍ତୁ ବା ପଦାର୍ଥ କ୍ରୟ କରିବା ଜରୁରୀ ଅଟେ ! ତେବେ ଚାଲନ୍ତୁ ଜାଣିବା କେଉଁ ରାଶିର ବ୍ୟକ୍ତି କେଉଁ ପଦାର୍ଥ ବା ବସ୍ତୁ କ୍ରୟ କରିବେ :

ମେଷ :

ମେଷ ରାଶି ବ୍ୟକ୍ତିମାନେ ତମ୍ବା ନିର୍ମିତ କୌଣସି ବସ୍ତୁ କ୍ରୟ କରିବା ସେମାନଙ୍କ ନିମିନ୍ତେ ଶୁଭପ୍ରଦ ଓ ଲାଭଦାୟକ ହୋଇଥାଏ ! ଏହା ସଂଗେ ସଂଗେ ଏହି ରାଶିର ବ୍ୟକ୍ତିମାନେ ଭୂମି, ଘର ମଧ୍ୟ କିଣିବା ଲାଭଦାୟକ ହେବ !

ବୃଷ :

ଏହି ରାଶିର ବ୍ୟକ୍ତିମାନେ ଯେ କୌଣସି ଧାତୁ ନିର୍ମିତତ୍ତ୍ୱ ବସ୍ତୁ କିମ୍ବା ମୂର୍ତ୍ତୀ ଏବଂ ଚାଉଳ ଧନତେରସ ଦିନରେ କିଣିଲେ, ବୃଷ ରାଶିର ନିମିନ୍ତେ ଶୁଭ ଦାୟକ ଓ ଲାଭପ୍ରଦ ହେବ !

ମିଥୁନ :

ଏହି ରାଶିର ବ୍ୟକ୍ତିମାନେ ଯେକୌଣସି ବସ୍ତୁ କିମ୍ବା ପଦାର୍ଥ କିଣିବା ପୂର୍ବରୁ ଗଣେଶଙ୍କ ମୂର୍ତ୍ତୀ କିଣିବା ଶୁଭ ଦାୟକ ଓ ଲାଭପ୍ରଦ ହେବ !

କର୍କଟ :

ଏହି ରାଶିର ବ୍ୟକ୍ତିମାନେ ଧାନ ପ୍ରାପ୍ତ ନିମିତ୍ତ ଧନତେରସ ଦିନରେ ମା ଲକ୍ଷ୍ମୀ ମନ୍ତ୍ର କିଣନ୍ତୁ ! ଏହି ରାଶିର ବ୍ୟକ୍ତିଙ୍କ ନିମିତ୍ତ ଉକ୍ତ ମନ୍ତ୍ରକୁ ଅନ୍ୟ କେଉଁ ବ୍ୟକ୍ତିଙ୍କ ଦ୍ୱାରା ଆଣିପାରିଲେ ଆହୁରି ଅଧିକ ଫଳପ୍ରଦ ହେବ !

ସିଂହ :

ଏହି ରାଶିର ଲୋକମାନେ ପ୍ରଥମେ ତମ୍ବା ନିର୍ମିତ ବାସନକୁସନ କିଣିବେ ପରେ ସୁନା ନିର୍ମିତ ଯେକୌଣସି ଜିନିଷ କିଣିଲେ ସେମାନଙ୍କ ପାଇଁ ଶୁଭଦାୟକ ହେବ !

କନ୍ୟା :

କନ୍ୟା ରାଶିର ବ୍ୟକ୍ତିମାନେ କଂସା ନିର୍ମିତ ଯେକୌଣସି ପଦାର୍ଥ କ୍ରୟ କରନ୍ତୁ ! ଏବଂ ଉକ୍ତଦିନ ଯେକୌଣସି କ୍ଷେତ୍ରରେ ପୁଞ୍ଜି ନିବେଶ ଅର୍ଥାତ ନିଜ ବ୍ୟବସାୟରେ ପୁଞ୍ଜି ବିନିଯୋଗ କଲେ ନିଶ୍ଚିତ ଲାଭବାନ ହେବେ !

ତୁଳା :

ତୁଳା ରାଶିର ବ୍ୟକ୍ତିମାନେ ରୂପ ନିର୍ମିତ ମୁଦ୍ରା କିଣନ୍ତୁ ଏବଂ ପରେ ଅନ୍ୟ ଯେକୌଣସି ପଦାର୍ଥ କିଣି ପାରିବେ !

ବିଛା :

ଏହି ରାଶିର ବ୍ୟକ୍ତିମାନେ ଧନତେରସ ଦିନରେ ଧାତୁ ନିର୍ମିତ ପତ୍ର କିଣିବା ଶୁଭ ଦାୟକ ! ଏହା ସଂଗେ ସଂଗେ ସାମାନ୍ୟ ଗୁଡ଼, ଚାଉଳ ଘରକୁ ଆଣନ୍ତୁ ଏବଂ ଏହା ପରେ ଯେକୌଣସି ଜିନିଷ କିଣିବା ଶୁଭପ୍ରଦ ଅଟେ !

ମକର :

ଏହି ରାଶିର ବ୍ୟକ୍ତିମାନେ ପ୍ରଥମେ ଘର ସାଜସଜ୍ଜା ସାମଗ୍ରୀ କିଣନ୍ତୁ ! ଏବଂ ପରେ ନିଜ ମନ ପସନ୍ଦ ଅନୁଯାୟୀ ଯେକୌଣସି ଜିନିଷ କିଣିପାରିବେ !

ଧନୁ :

ଧନୁ ରାଶିର ବ୍ୟକ୍ତିମାନେ କେଶର କିମ୍ବା ହଳଦୀ ପ୍ରଥମେ କିଣନ୍ତୁ ! ପରେ ସୁନା ନିର୍ମିତ ଆଭୂଷଣ କିଣିବେ ! ଏହି ରାଶିର ବ୍ୟକ୍ତିମାନେ ମାତା ଲକ୍ଷ୍ମୀ ଓ ଗଣେଶଙ୍କ ମୂର୍ତ୍ତୀ କିଣିବା ସେମାନଙ୍କ ପାଇଁ ବେଶ ସେମାନଙ୍କ ପାଇଁ ବେଶ ଲାଭଦାୟକ ବା ଶୁଭପ୍ରଦ ହୋଇଥାଏ !

କୁମ୍ଭ :

ଏହି ରାଶିର ବ୍ୟକ୍ତିମାନେ ଲୁହା ନିର୍ମିତ କୌଣସି ବସ୍ତୁ, ନିଲାମ, ଭୂମି, ବାହାନ ଅର୍ଥାତ ଗୃହପାଳିତ ପଶୁ କିମ୍ବା ପକ୍ଷୀ ଆଦି କିଣିବା ଦ୍ୱାରା ବର୍ଷତମାମ ଶୁଭପ୍ରଦ ହୋଇଥାଏ !

ମୀନ :

ଏହି ରାଶିର ବ୍ୟକ୍ତିମାନେ ଘରେ ବ୍ୟବହାରେ ନିମିତ୍ତ ଯେକୌଣସି ବସ୍ତୁ କ୍ରୟ କରିବା ଶେୟସ୍କର ଅଟେ !

!ନମସ୍କାର!