ଏକୁଟିଆ ବୋହୂକୁ ପାଇ ୫୦ ବର୍ଷୀୟ ଶଶୁର ଅଣଆୟତ ହୋଇଯାଇଥିଲା । ପରେ କିଛି ଏହିପରି ହୋଇଥିଲା ।

Spread the love

ଆଜିର ସମୟରେ କେତେବେଳେ କୌଣସି ବ୍ୟକ୍ତିର ମନ ବଦଳିଯାଏ, ଏହି ବିଷୟର ଅନ୍ଦାଜ କେହି ଲଗାଇ ପାରନ୍ତି ନାହିଁ । ଥରେ ଯଦି କୌଣସି ବ୍ୟକ୍ତିର ମନରେ ଖରାପ ଚିନ୍ତାଧାରା ଚାଲି ଆସିଥାଏ; ତେବେ ମନୁଷ୍ୟ ନିଜର ମର୍ଯ୍ୟାଦା ଭୁଲି ଯାଇଥାଏ । ମର୍ଯ୍ୟାଦାର ସୀମା ଲଙ୍ଘିଥିବା ଏହିପରି ଏକ ଘଟଣା ବିଷୟରେ କହିବୁ ଯାହା ରାଜସ୍ଥାନର ଚେରୁ ଅଞ୍ଚଳରୁ ସାମ୍ନାକୁ ଆସିଛି । ଏହି ଘଟଣାରେ ଏକ କଳିଯୁଗର ଶଶୁର ନିଜ ମର୍ଯ୍ୟାଦା ଭୁଲି ନିଜ ବୋହୁ ଉପରେ ଖରାପ ନଜର ପକାଇଥିଲା ଏବଂ ନିଜ ବୋହୁ ସହ ଅସଫଳ ଦୁଷ୍କର୍ମର ପ୍ରୟାସ କରିଥିଲା । କିନ୍ତୁ ଦୁଷ୍କର୍ମ କରିବାରେ ଅସଫଳ ହେବା ପରେ ଏହିଭଳି କିଛି କରିଥିଲା ଯାହା ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

କାମ କରିବା ପାଇଁ ପତି ବାହାରକୁ ଯାଇଥିଲା :

ରାଜସ୍ଥାନର ଚେରୁରେ ଘଟିଥିବା ଘଟଣା ଅନୁସାରେ ଦିନେ ଯେତେବେଳେ ପିଡିତା ମହିଳାର ପତି ଷ୍ଟୁଡିଓ କାମରେ ଜୟପୁର ଯାଇଥିଲା, ସେହି ସମୟରେ ବୋହୂର ଶଶୁର ଘରକୁ ଆସିଥିଲା । ଘରକୁ ଆସିବା ପରେ ପିଡିତା ମହିଳାର ଶଶୁର ସେହି ଦିନ ରାତିରେ ଘରେ ରହିଥିଲା । ଘରେ ରହିବା ପରେ ରାତ୍ର ସମୟରେ ମହିଳାର ଶଶୁର ମହିଳାର ପିଲାଙ୍କ ପାଖରେ ଶୋଇ ପଡିଥିଲେ । ଯେତେବେଳେ ମହିଳାର ପିଲାମାନେ ଶୋଇ ଯାଇଥିଲେ, ସେହି ସମୟରେ ମହିଳାର ଶଶୁର ମହିଳାର କକ୍ଷର କବାଟ ଖୋଲି କକ୍ଷ ଭିତରକୁ ପ୍ରବେଶ କରିଥିଲା । କକ୍ଷରେ ପଶିବା ପରେ ଚାକୁରେ ଭୟଭୀତ କରାଇ ବୋହୁ ସହ ଦୁଷ୍କର୍ମ କରିବା ପାଇଁ ପ୍ରୟାସ କରିଥିଲା ।

ଚାକୁର ଭୟ ଦେଖାଇ ଦୁଷ୍କର୍ମ କରିବା ପାଇଁ ପ୍ରୟାସ କରିଥିଲା :

ଚାକୁର ଭୟ ଦେଖାଇ ଦୁଷ୍କର୍ମ କରିବା ପ୍ରୟାସ ଅସଫଳ ହେବା ପରେ ଚାକୁ ସାହାଯ୍ୟରେ ମହିଳା ଉପରକୁ ଆକ୍ରମଣ କରିଥିଲା । ଚାକୁରେ ଆକ୍ରମଣ କରିବା ଫଳରେ ମହିଳା ଲହୁଲୁହାଣ ହୋଇଯାଇଥିଲା ଏବଂ ଶଶୁର ସେଠାରୁ ପଳାୟନ କରିଥିଲା । ଯେତେବେଳେ ଏହି ଘଟଣା ବିଷୟରେ ମହିଳାଙ୍କ ପଡୋଶୀ ମାନେ ଜାଣି ପାରିଥିଲେ, ସେହି ସମୟରେ ମହିଳାଙ୍କୁ ଡାକ୍ତରଖାନା ନେଇ ଯାଇଥିଲେ । ଏହାସହ ଏହି ଘଟଣାର ସୂଚନା ପୋଲିସକୁ ଦେଇଥିଲେ । ପରେ ପୋଲିସ ଆରୋପୀର ଘରେ ପହଞ୍ଚିଥିଲା କିନ୍ତୁ ଆରୋପୀ ବିଷ ଖାଇ ଆତ୍ମହତ୍ୟା କରି ନେଇଥିଲେ ।