କ୍ଷୀରରେ ହଳଦୀ ମିଶାଇ ପିଇଲେ ଶରୀରକୁ ମିଳିଥାଏ ୫ଟି ଅତୁଳନୀୟ ଲାଭ, ଆଜି ହିଁ ଡାଇଟରେ ସାମିଲ କରନ୍ତୁ ।

Spread the love

ହଳଦୀ ରୋଷେଇ ଘରେ ବ୍ୟବହୃତ ହେଉଥିବା ଏକ ମସଲା, ଯାହା ଖାଦ୍ୟର ରଙ୍ଗ ଏବଂ ସ୍ୱାଦ ବଢ଼େଇବା ପାଇଁ ବ୍ୟବହାର କରାଯାଏ । ହଳଦୀକୁ ବହୁତ ବର୍ଷ ପୂର୍ବରୁ ଆୟୁର୍ବେଦ ଗ୍ରନ୍ଥରେ ଔଷଧ ରୂପେ ବ୍ୟବହାର କରାଯାଉ ଅଛି । ଏଥିରେ ଥିବା ରୋଗ ପ୍ରତିରୋଧକ ଓ ଫୁଙ୍ଗଲ ପ୍ରତିରୋଧକ ଗୁଣ କୌଣସି ପ୍ରକାର ଘା’ କିମ୍ବା ଆଘାତକୁ ଠିକ କରିବାରେ ସହାୟକ ହୋଇଥାଏ । ଏହାଛଡା ଚେହେରାର ରଙ୍ଗ ସଫା କରିବାରେ ହଳଦୀ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ଅନ୍ୟପଟେ କ୍ଷୀରର କଥା ଯଦି କହିବା କ୍ଷୀରକୁ ନବମ ରତ୍ନ ରୂପେ ଧାରାଯାଏ । ଏହା ଖାଇବାରେ ଯେତେ ସ୍ୱାଦିଷ୍ଟ ହୋଇଥାଏ, ତା’ଠାରୁ ଅଧିକ ଗୁଣରେ ଶରୀର ପାଇଁ ସ୍ୱସ୍ଥ୍ୟାବର୍ଦ୍ଧକ ହୋଇଥାଏ । କ୍ଷୀରରେ ଅଧିକ ମାତ୍ରାରେ ପୁଷ୍ଟିସାର ଥାଏ । ଏହି କାରଣରୁ ଅଧିକାଂଶ ଲୋକ କ୍ଷୀରକୁ ଡାଇଟ ରୂପେ ବ୍ୟବହାର କରନ୍ତି । ଏହା ଥିଲା କ୍ଷୀର ଏବଂ ହଳଦୀ ସହିତ ଜଡିତ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ କିନ୍ତୁ ଆପଣ କେବେ ଭାବିଛନ୍ତ କି ଏହି ଦୁଇଟିର ମିଶ୍ରଣରେ ଶରୀରକୁ କେତେ ଲାଭ ମିଳିବ ? ତେବେ ଆସନ୍ତୁ ଜାଣିବା :

ପ୍ରକୃତରେ, କ୍ଷୀରରେ ହଳଦୀ ମିଶାଇ ପିଇଲେ ଶରୀରକୁ ଭରପୁର ମାତ୍ରରେ ପୋଷକ ତତ୍ୱ ମିଲିଥାଏ । ଯେତେବେଳେ ହଳଦୀର ରୋଗ ପ୍ରତିରୋଧକ ଗୁଣ କ୍ଷୀରରେ ଥିବା କ୍ୟାଲସିୟମ ଓ ପ୍ରୋଟିନ ସହ ମିଶି ଯାଏ, ତେବେ ଏହି ମିଶ୍ରଣର ଔଷଧୀୟ ଗୁଣ ଆହୁରି ଅଧିକ ବଢ଼ିଯାଏ । ଆପଣ ଟିଭି ଧାରବାହିକ କିମ୍ବା ଫିଲ୍ମରେ ନିଶ୍ଚୟ ଦେଖିଥିବେ, ଯେତେବେଳେ ମଧ୍ୟ ହିରୋକୁ (ଅଭିନେତା) ଲଢେ଼ଇ ଦୃଶ୍ୟରେ ଆଘାତ ଲାଗେ, ତେବେ ତାଙ୍କୁ ହଳଦୀ କ୍ଷୀର ପିଇବାକୁ ଦିଆଯାଏ । ଏହାର ପଛର କାରଣ, ଏହା ଯେ ହଲଦୀ କ୍ଷୀର ଆଘାତ ପାଇଁ ରାମବାଣ ହୋଇଥାଏ । ଏହି ଲେଖାରେ ଆମେ ଆପଣଙ୍କୁ କ୍ଷୀରରେ ହଲଦୀ ମିଶାଇ ପିଇଲେ ମିଳୁଥିବା ୫ଟି ଉପକାରିତ ବିଷୟରେ କହିବୁ, ଯାହାକୁ ପଢି ଆପଣ ଆଜି ଠାରୁ ହିଁ ହଳଦୀ କ୍ଷୀରକୁ ନିଜ ଡାଇଟରେ ସାମିଲ କରନ୍ତୁ ।

ଋତୁସ୍ରାବ କଷ୍ଟକୁ କମ କରିଥାଏ :

ଝିଅମାନଙ୍କ ଏବଂ ମହିଳାମାନଙ୍କ ଋତୁସ୍ରାବ ସମସ୍ୟା ପ୍ରତ୍ୟେକ ମାସରେ ହୋଇଥାଏ । ଏମିତିରେ ଅନେକ ଥର ଭୁଲ ଖାଇବା ପିଇବା ବା ଭୁଲ ଡାଇଟ ଓ ଦୁର୍ବଳତା ଯୋଗୁଁ ଝିଅମାନଙ୍କୁ ଏହି ସମୟରେ ବହୁତ କଷ୍ଟ ହୋଇଥାଏ । ଏମିତି କିଛି ଝିଅମାନଙ୍କର ଅସହନୀୟ କଷ୍ଟ ଯୋଗୁଁ ସେମାନେ ଶେଜରେ ଲାଗି ଯାଆନ୍ତି । କିନ୍ତୁ ଯଦି ଏହି ସମୟରେ ହଳଦୀ କ୍ଷୀର ପିଅନ୍ତି, ତେବେ ଏହି କଷ୍ଟରୁ ମୁକ୍ତି ମିଳିଥାଏ ଏବଂ ପ୍ରସାବ ପରେ ଯେଉଁ ମହିଳାମାନେ ହଳଦୀ କ୍ଷୀର ପିଆନ୍ତି, ସେହି ମହିଳାମାନଙ୍କ ସ୍ତନରେ କ୍ଷୀରର ମାତ୍ରା ବଢ଼ିଯାଏ ।

ହାଡ଼ଗୁଡିକୁ ଶକ୍ତ କରିଥାଏ :

କ୍ଷୀରରେ ଭରପୂର ମାତ୍ରରେ କ୍ୟାଲସିୟମ ଥାଏ । ଏହାଛଡା ହଳଦୀରେ ରୋଗର ଜୀବାଣୁ ନଷ୍ଟକାରୀ ଗୁଣ ଥିବା ହେତୁ ଏହି ଦୁଇଟିକୁ ଏକା ସହିତ ପିଇଲେ ହାଡ଼ର ଦୁର୍ବଳତାକୁ ଠିକ କରି ହେବ । ଏହାଛଡା ଯେଉଁ ଲୋକମାନଙ୍କର ଆଣ୍ଠୁ ଓ ଗଣ୍ଠି ବ୍ୟଥା ଥାଏ, ସେମାନଙ୍କ ପାଇଁ ହଳଦୀ କ୍ଷୀର କୌଣସି ବରଦାନରୁ କମ ହୋଇ ନଥାଏ ।

କ୍ୟାନସରର ଭୟକୁ କମ କରେ :

ହଳଦୀର କାର୍କ୍ୟୁମିନ ନାମକ ପଦାର୍ଥ ଥାଏ, ଯାହା କ୍ୟାନସରକୁ ରୋକିବାରେ ସାହାର୍ଯ୍ୟ କରେ । ସେଥିପାଇଁ ନିୟମିତ ରୂପେ ହଳଦୀ କ୍ଷୀର ପିଇଲେ କ୍ୟାନସର ହେବାର ଭୟ କମ ହୋଇଥାଏ ।

ରକ୍ତର ସ୍ତରକୁ ସଠିକ ରଖେ :

ଅନେକଥର ଆମକୁ ଆଘାତ ଲାଗିଥାଏ କିମ୍ବା ଗୋଡ ମକଚି ଯାଇଥାଏ । ଯାହାଫଳରେ ଶରୀରରେ ରକ୍ତସଞ୍ଚାଳନର ଗତି ମନ୍ଥର ହୋଇଯାଏ । ଏମିତି ପରିସ୍ଥିତିରେ ହଳଦୀ କ୍ଷୀର ପିଇଲେ ଏହି ସଞ୍ଚାଳନକୁ ଠିକ ହୋଇଯାଇଥାଏ । ତା’ଛଡ଼ା ଏହା ପିଇବା ଦ୍ୱାରା ଆଘାତ ବା ମକଚି ଜନିତ ଯନ୍ତ୍ରଣରୁ ମଧ୍ୟ ତ୍ରାହି ମିଳିଥାଏ ।

ଅନିଦ୍ରାରେ ପ୍ରୟୋଗ :

ଆଜିର ଯୁବପିଢିମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କୁ ନିଦ ନ ଆସିବା ରୋଗ ଅର୍ଥାତ ଅନିଦ୍ରାରେ ପୀଡିତ ହୁଅନ୍ତି । ବିଶ୍ୱାସ କରନ୍ତୁ, ରାତିରେ ଶୋଇବା ପୂର୍ବରୁ ହଳଦୀ କ୍ଷୀର ପିଇଲେ ଭଲ ଏବଂ ଗଭୀର ନିଦ ଆସେ ।

ଆଶା କରୁଛୁ ଯେ, ସ୍ୱାସ୍ଥ୍ୟ ସମ୍ବନ୍ଧିତ ଏହି ଅନୁଛେଦ ଆପଣମାନଙ୍କୁ ନିଶ୍ଚୟ ପସନ୍ଦ ଆସିଥିବ । ପସନ୍ଦ ଆସିବା ପରେ ଏହାକୁ ଲାଇକ ଏବଂ ସେୟାର ନିଶ୍ଚୟ କରନ୍ତୁ ।