ଏହି ୫ଟି କାରଣ ଯୋଗୁ ସୃଷ୍ଟି ହୋଇଥାଏ ଅବୈଧ ପ୍ରେମ ସମ୍ବନ୍ଧ, ତୃତୀୟ କାରଣ ହେଉଛି ସବୁଠୁ ପ୍ରମୁଖ……।

Spread the love

ଆପଣ ବହୁତ ଲୋକଙ୍କୁ ଦେଖିଥିବେ, ଯେଉଁମାନେ ନିଜର ଦାମ୍ପତ୍ୟ ଜୀବନର ସମ୍ପର୍କକୁ ସୁଖଶାନ୍ତିରେ ଆଗକୁ ବଢ଼ିଥିବେ । ଆମେ ସମସ୍ତେ ଏହି କଥା ଭଲଭାବରେ ଜାଣିଛୁ; ଯେକୌଣସି ସମ୍ପର୍କକୁ ଦୃଢ଼ କରିବା ପାଇଁ ଓ ଦୀର୍ଘସ୍ଥାୟୀ କରିବା ପାଇଁ ବିଶ୍ୱାସ ରହିବ ନିତ୍ୟାନ୍ତ ଆବଶ୍ୟକ । କିନ୍ତୁ ସବୁକିଛି କରିବା ପରେ ହଠାତ୍ ଏପରି କଣ ହୁଏ ଯେ, ବ୍ୟକ୍ତି ନିଜ ଜୀବନ ସାଥୀଙ୍କୁ ତ୍ୟାଗ କରି ଅନ୍ୟ ଲୋକ ଆଡକୁ ଆକର୍ଷିତ ହୋଇଥାଏ । କଣ କାରଣ ରହିଛି ଏହା ପଛରେ ? ଆଜି ଆମେ ଆପଣଂକୁ ଏହି ବିଷୟରେ କହିବାକୁ ଯାଉଛୁ । ଏପରି ହେବାର ୫ଟି ପ୍ରମୁଖ କାରଣ ! ଆପଣଂକୁ କହିବୁ ।

ଅବୈଧ ପ୍ରେମ ସମ୍ବନ୍ଧର ୫ଟି ପ୍ରମୁଖ କାରଣ :

୧) ଅତୀତ :

ଯଦି ଆପଣଙ୍କ ଓ ଆପଣଙ୍କ ଜୀବନ ସାଥିର ବିବାହ ନିଜ ସ୍ଵଇଚ୍ଛାରେ ହୋଇଥାଏ, ତେବେ ଏପରି ବହୁତ କମ ହୋଇଥାଏ; ଯେ କୌଣସି ତୃତୀୟ ବ୍ୟକ୍ତି ପ୍ରତି ଆକର୍ଷିତ ହୋଇନଥାନ୍ତି । କିନ୍ତୁ ଯଦି ବାହାଘର ନିଜର ବା ସାଥିର ବିନା ଇଚ୍ଛା ରେ ହୋଇଥାଏ ତେବେ ମହିଳା ହେଉ ଅବା ପୁରୁଷ କେହି ମଧ୍ୟ ନିଜ ପ୍ରେମକୁ ଭୁଲି ପାରନ୍ତି ନାହିଁ ଏବଂ ତୃତୀୟ ବ୍ୟକ୍ତି ପ୍ରତି ଆକର୍ଷିତ ହୋଇପାରନ୍ତି ।

୨) ଶାରୀରିକ ଆବଶ୍ୟକତା :

ଅଧିକାଂଶ ସମୟରେ ଆପଣଂକ ସାଥି କେବଳ ଏହା ପାଇଁ ଅନ୍ୟ ପ୍ରତି ଆକର୍ଷିତ ହୋଇଥାଏ, କାରଣ ଆପଣ ତାହାର ଶାରୀରିକ ବା ମାନସିକ ଆବଶ୍ୟକକୁ ପୁରଣ କରି ପାରୁନାହାନ୍ତି । ମହିଳା ବା ପୁରୁଷ ଉଭୟଙ୍କ ଶାରୀରିକ ଓ ମାନସିକ ଆବଶ୍ୟକତା ରହିଛି ଯାହାକୁ ଯଦି ଠିକ୍ ସେ ପୁରଣ ନ କରାଯାଏ ତ ଏପରି ସ୍ଥିତି ଉତ୍ପନ୍ନ ହୋଇଥାଏ ।

୩) ଭାବନାତ୍ମକ ଏକୁଟିଆପଣ :

ଆପଣ ଓ ଆପଣଂକ ସାଥିଙ୍କ ସମ୍ପର୍କ ଯଦି ଭାବନାତ୍ମକ ଭାବେ ଦୃଢ଼ ହୋଇଥାଏ, ତେବେ ଅନ୍ୟ ପ୍ରତି ଆକର୍ଷିତ ହେବା ବହୁତ କଷ୍ଟକର । ଯଦି ମହିଳା ନିଜ ସ୍ୱାମୀଙ୍କୁ ବା ସ୍ୱାମୀ ନିଜ ସ୍ତ୍ରୀକୁ ଯଥେଷ୍ଟ ସମୟ ଦେଇଥାଏ ଓ ଠିକ୍ ସେ କଥାବାର୍ତ୍ତା କରିଥାଏ ତ ଏଦ୍ୱାରା ଦୁଇଜଣଙ୍କ ମଧ୍ୟରେ ଭାବନାତ୍ମକ ସମ୍ପର୍କ ଦୃଢ ରହିଥାଏ । କିନ୍ତୁ ଯଦି କୌଣସି ସମ୍ପର୍କରେ ଏପରି ଇମୋସନଲ ଅଟ୍ଟାଚମେଣ୍ଟ ନଥାଏ ତ ଅଧିକାଂଶ ସମୟରେ ଅବୈଧ ସମ୍ପର୍କ ଉତ୍ପନ୍ନ ହୋଇଥାଏ ।

୪) ବିବାହରୁ ବିରକ୍ତ ହୋଇଯିବା :

ଯଦି ସାଥି ବ୍ୟବସାୟ ବା ନିଜର କାମ ଯୋଗୁ ବହୁତ କମ୍ ସମୟ ଦେଇଥାଏ ତ ଏହି କାରଣରୁ ପତି ପତ୍ନୀଙ୍କ ସମ୍ପର୍କରେ ବିରକ୍ତି ଭାବ ଆସିଯାଏ । ଯଦି ଏମିତିରେ କୌଣସି ତୃତୀୟ ବ୍ୟକ୍ତି ଆପଣଂକ ସାଥିକୁ ଧ୍ୟାନ ବା ସମୟ ଦେଇଥାଏ ବା ତାହାର ଯତ୍ନ ନେଇଥାଏ ତ ସେ ସେହି ବ୍ୟକ୍ତି ଆଡକୁ ଆକର୍ଷିତ ହୋଇଥାଏ । ଯାହାଦ୍ୱାରା ଧୀରେ ଧୀରେ ଅବୈଧ ପ୍ରେମ ସମ୍ପର୍କ ସୃଷ୍ଟି ହୋଇଥାଏ ।

୫) ପ୍ରତିଶୋଧ ପୂର୍ଣ୍ଣ ଭାବନା :

ବହୁତ ଥର ପତି ପତ୍ନୀ ମଧ୍ୟରେ ବା ନିଜ ସାଥୀଙ୍କ ସହ ଝଗଡା ଦ୍ୱାରା ମନରେ ପ୍ରତିଶୋଧର ଭାବନା ଜାଗ୍ରତ ହୋଇଥାଏ । ଏମିତିରେ ନିଜ ସ୍ୱାମୀଙ୍କ ଦେଖାଇବା ପାଇଁ ବା ସେମାନଙ୍କ ଚାପରେ ସେ ରହିପାରିବେ ନାହିଁ ବୋଲି ଦର୍ଶାଇବା ପାଇଁ ମହିଳାମାନେ ଏପରି କରିଥାନ୍ତି ।