ବନ୍ଧ୍ୟାପଣର ୫ଟି ପ୍ରମୁଖ କାରଣ ! ସମସ୍ତ ମହିଳା ଜାଣିବା ଜରୁରୀ…. ଏହାଠାରୁ ଦୂରେଇ ରୁହନ୍ତୁ !

Spread the love

ଅତୀତର ସମୟ ତୁଳନାରେ ବର୍ତ୍ତମାନ Infertility ଅର୍ଥାତ ବନ୍ଧ୍ୟାପଣର ସମସ୍ୟା ବଢିବାକୁ ଲାଗିଛି । ଆପଣଙ୍କୁ ଜଣାଇଦେଉଛୁ ଯେ, ବେଙ୍ଗଲୁର ସ୍ଥିତ ମେଡିକାଲ କମ୍ପାନୀ ଇନିଟୋ ଦ୍ୱାରା ଏକ ଗବେଷଣାରେ ମିଳିଥିବା ସୂଚନା ଅନୁସାରେ, ଭାରତରେ ପ୍ରାୟତଃ ୨ କୋଟି ୭୫ ଲକ୍ଷ ଲୋକେ ଏହି ବନ୍ଧ୍ୟାପଣର ଶିକାର ହୋଇଛନ୍ତି । ଏହାର ଅର୍ଥ ହେଲା, ଦଶ ଜଣ ବିବାହିତା ଯୋଡି ମଧ୍ୟରୁ ଗୋଟିଏ ଯୋଡ଼ା ଠାରେ ସନ୍ତାନ ଜନ୍ମ କରିବାର କ୍ଷମତା ନାହିଁ । ଅତୀତରୁ ବନ୍ଧ୍ୟାପଣକୁ ନେଇ ଲୋକଙ୍କ ମନରେ ଅନେକ ଚିନ୍ତାଧାରା ରହିଛି । କିନ୍ତୁ ଡାକ୍ତର କହିବା ଅନୁସାରେ ଯେଉଁମାନେ ବନ୍ଧ୍ୟାପଣର ଶିକାର ହେଉଛନ୍ତି, ବାସ୍ତବରେ ସେମାନଙ୍କ କିଛି ଖରାପ ଅଭ୍ୟାସର ହିଁ ବନ୍ଧ୍ୟାପଣର ପ୍ରମୁଖ କାରଣ ହୋଇଥାଏ । ଭାରତରେ ବନ୍ଧ୍ୟାପଣ ବଢିବାର ପ୍ରମୁଖ ପାଞ୍ଚଟି କାରଣ ବିଷୟରେ କହିବୁ, ଆସନ୍ତୁ ଜାଣିବା :

୧) ଅଧିକ ବୟସରେ ବିବାହ କରିବା :

Google

ମହିଳାମାନେ ଅଧିକ ବୟସରେ ବିବାହ କରିବା ଦ୍ୱାରା ମାଆ ହେବାର ସୌଭାଗ୍ୟ ପାଇବା ସେମାନଙ୍କ ପାଇଁ କଷ୍ଟସାଧ୍ୟ ହୋଇଯାଇଥାଏ । ଏମିତି ମଧ୍ୟ କିଛି କାରଣ ମହିଳାମାନଙ୍କ ଠାରେ ଦେଖିବାକୁ ମିଳିଛି, ଯେପରି କି ଫାଇବ୍ରୟଡ୍ (Fibroids), ଏଣ୍ଡୋମୋଟ୍ରିୟଜମ୍ (Endometrium) ସହ ସମ୍ବନ୍ଧିତ କିଛି ସମସ୍ୟା, ଯାହା ବନ୍ଧ୍ୟାପଣର କାରଣ ଅଟେ । ଏହା ସଂଗେ ସଂଗେ ଆପଣଙ୍କୁ ଜଣାଇବାକୁ ଚାହୁଁଛୁ, ବୟସ ବଢିବା କାରଣରୁ ହ୍ୱାଇପେର୍ଟେସନ୍ (Hypertension) ପରି କି ଅନ୍ୟାନ୍ୟ କିଛି ସମସ୍ୟା ମଧ୍ୟ ଶରୀରରେ ଦେଖାଯାଇଥାଏ, ଯେଉଁଥିପାଇଁ ମହିଳାମାନେ ବନ୍ଧ୍ୟାପଣର ଶିକାର ହେଉଛନ୍ତି ।

୨) ଖରାପ ଅଭ୍ୟାସ :

Google

ବର୍ତ୍ତମାନ ସମୟରେ ଅଧିକାଂଶ ଲୋକ ମଦ, ସିଗାରେଟ, ଗୁଟଖା, ଡ୍ରାଗସ୍, ଏହିସବୁ ମାଦକ ଓ ନିଶାଗ୍ରସ୍ତ ସାମଗ୍ରୀ ସେବନ କରିବାର ଅଭ୍ୟାସରେ ଲିପ୍ତ । ଏହିସବୁ ଅଭ୍ୟାସର କାରଣରୁ ଶୁକ୍ରାଣୁଗୁଡିକର ଗୁଣବତ୍ତା ଖରାପ ହେବାରେ ଲାଗିଛି ଏବଂ ଶୁକ୍ରାଣୁମାନଙ୍କ ସଂଖ୍ୟା ମଧ୍ୟ କମିବାରେ ଲାଗିଛି । ଡାକ୍ତରଙ୍କ ଅନୁସାରେ, କୌଣସି ପ୍ରକାର ଔଷଧ ସେବନ କରିବା ଏବଂ ଡ୍ରାଗସ୍ କୁ ଖରାପ ଭାବରେ ବ୍ୟବହାର କରିବା ଦ୍ୱାରା ବନ୍ଧ୍ୟାପଣ ହେବାରର ଅଧିକ ସମ୍ଭାବନା ଥାଏ ।

୩) ଅତ୍ୟଧିକ କାର୍ଯ୍ୟରତ ଚାପ :

Google

ସାମ୍ପ୍ରତିକ ପରିସ୍ଥିତରେ ମନୁଷ୍ୟ ସମାଜ ସଫଳତାର ଚାମର ଶିଖରରେ ପହଂଚିବା ପାଇଁ ଆପ୍ରାଣ ଉଦ୍ଦ୍ୟମ କରି ଆସୁଅଛି । କହିବା ଗଲେ, ଅତୀତ ତୁଳନାରେ ବର୍ତ୍ତମାନ ପ୍ରତ୍ୟେକ କ୍ଷେତ୍ରରେ କାର୍ଯ୍ୟ ଏବଂ ତାକୁ ନେଇ ସଫଳତାର ଚାପ ଅତ୍ୟଧିକ ମାତ୍ରାରେ ବଢିଯାଇଛି । ଯେଉଁଥିପାଇଁ ଲୋକମାନେ ନାଇଟ୍ ସିପ୍ଟ (Night Shift) ଏବଂ ଘରେ ମଧ୍ୟ କିଛି ନ କିଛି କାମ କରିଥାନ୍ତି । ଏହିପରି ସ୍ଥିତିରେ ଲୋକମାନେ ନିଜର ଖାଦ୍ୟପେୟ ପ୍ରତି ମଧ୍ୟ ଧ୍ୟାନ ଦେଇ ପାରୁନାହାନ୍ତି । କେବଳ ସେତିକି ନୁହେଁ, ଶୋଇବାରେ ମଧ୍ୟ ଅବହେଳା କରନ୍ତି । ଏହି କାରଣ ଯୋଗୁଁ ଶରୀରରୁ ଧିରେ ଧିରେ ଶୁକ୍ରାଣୁଗୁଡିକ ନିଜ ଗୁଣବତ୍ତା ହରାଇବସନ୍ତି, ଯାହାର ପରିମାଣ ସ୍ୱରୂପ ବନ୍ଧ୍ୟାପାଣର ଶିକାର ।

୪) ଲୋକଙ୍କ ମଧ୍ୟରେ ବଢ଼ୁଥିବା ରୋଗ :

Google

ବର୍ତ୍ତମାନ ସମୟରେ ଡାଇବେଟିସ୍, ମୋଟାପଣ, ବ୍ଲଡ୍ ପ୍ରେସର୍ ଏହିପରି ରୋଗଗୁଡିକ ସାଧାରଣ କଥା ହୋଇଗଲାଣି । ଡାଇବେଟିସ୍ ଓ ପିସିଆଡି କାରଣରୁ ମହିଳାମାନେ ଅନେକ ଗୁଡିଏ ରୋଗର ଶିକାର ହୋଇଥାନ୍ତି । ଆପଣଙ୍କୁ କହିବାକୁ ଚାହୁଁଛୁ, ଶତକଡା ୬୦ ଭାଗରୁ ୭୦ ଭାଗ ମହିଳାଙ୍କ ଓଭାଲେଶନ୍ (Ovulation) ନିଷ୍କ୍ରିୟ ହୋଇଯାଇଥାଏ । ଶରୀରରେ ଓଜନ ବଢିବା ଓ ବ୍ୟାୟମ ନ କରିବା କାରଣରୁ ଶରୀରରେ ଆବଶ୍ୟକ ମାତ୍ରର ହରମୋନ୍ ମଧ୍ୟ ପ୍ରସ୍ତୁତ ହୋଇପାରୁନାହିଁ ।

୫) ପ୍ରଦୂଷଣ ଓ ସହରର ବାତାବରଣ :

Google

ଆପଣମାନେ ଜାଣିଛନ୍ତି; ବର୍ତ୍ତମାନ ସହରରେ ଦ୍ରୁତଗତିରେ ପ୍ରଦୂଷଣ ବଢ଼ିବାରେ ଲାଗିଛି ଏବଂ ଏହି କାରଣରୁ ଶତକଡା ୪୫ ରୁ ୪୮ ପ୍ରତିଶତ ବନ୍ଧ୍ୟାପଣ ଜନିତ ସମସ୍ୟା ବଢ଼ିଯାଇଥାଏ । ସାମ୍ପ୍ରତିକ ପରିସ୍ଥିତିରେ ଭୂଲ ଜୀବନଚର୍ଯ୍ୟା, କିଛି ଖରାପ ଅଭ୍ୟାସ ଓ ପରିବର୍ତ୍ତନଶୀଳା ଜୀବନ ଶୈଳୀ ବନ୍ଧ୍ୟାପଣର ପ୍ରମୁଖ କାରଣ ଅଟେ ।

ବନ୍ଧ୍ୟାପଣ ସମସ୍ୟାରୁ କିପରି ମୁକୁଳିବେ :

Google

ବନ୍ଧ୍ୟାପଣ ସମସ୍ୟାରୁ ମୁକୁଳିବା ପାଇଁ, ଆଜି ହିଁ ଆପଣ ନିଜ ସ୍ୱାସ୍ଥ୍ୟର ଯତ୍ନ ନିବ ଆରମ୍ଭ କରି ଦିଅନ୍ତୁ । ଏହା ସଂଗେ ସଂଗେ ମୋଟାପଣ, ଡାଇବେଟିସ୍, ବ୍ଲଡ୍ ପ୍ରେସର୍ କୁ ନିୟନ୍ତ୍ରଣ କରନ୍ତୁ ଏବଂ ସିଗାରେଟ, ମଦ, ଗୁଟଖା ଇତ୍ୟାଦି ସେବନକୁ ଆଜି ହିଁ ବନ୍ଦ କରନ୍ତୁ । ଏତଦବ୍ୟତୀତ ପୋଷକଯୁକ୍ତ ଖାଦ୍ୟ ଗ୍ରହଣ କରନ୍ତୁ ଓ ପ୍ରତିଦିନ କିଛି ସମୟ ବ୍ୟାୟାମ କରନ୍ତୁ । ବନ୍ଧ୍ୟାପଣର ଦୁଃଖରୁ ମୁକ୍ତି ପାଇପାରିବେ ।