5 ମାର୍ଚ୍ଚ 2019, ମଙ୍ଗଳବାର – ମଙ୍ଗଳ ଗ୍ରହ ପ୍ରଭାବରେ ଏହି ୬ଟି ରାଶିର ବ୍ୟକ୍ତି ହେବେ ମାଲାମାଲ୍

Spread the love

ଆଜି ଆମେ ଆପଣଙ୍କୁ ୫ ମାର୍ଚ୍ଚ ୨୦୧୯ ମଙ୍ଗଳବାର ଦିନର ରାଶିଫଳ ବିସ୍ତୃତ ଭାବରେ କହିବା ପାଇଁ ଯାଉଛୁ । ପ୍ରତ୍ୟେକ ମନୁଷ୍ୟ ପାଇଁ ରାଷିଫଳାର ମହତ୍ୱ ରହିଛି ଆଜି ଆମେ ଆପଣଙ୍କୁ ୫ ମାର୍ଚ୍ଚ ୨୦୧୯ ମଙ୍ଗଳବାର ଦିନର ରାଶିଫଳ ବିସ୍ତୃତ ଭାବରେ କହିବା ପାଇଁ ଯାଉଛୁ । ରାଶିଫଳ ଅନୁସାରେ ବ୍ୟକ୍ତିର ସ୍ଵଭାଵ ଓ ଭବିଷ୍ୟତ ବିଷୟରେ ଜାଣିବାକୁ ମିଳିଥାଏ । କାରଣ ମନୁଷ୍ୟର ଦୈନନ୍ଦିନ କାର୍ଯ୍ୟକଳାପରେ ଗ୍ରହମାନଙ୍କ ପ୍ରଭାବ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ, ଯାହାଫଳରେ ଗ୍ରହମାନଙ୍କ ଗତିବିଧିକୁ ଆଧାର କରି ରାଶିଫଳ ନିର୍ଣ୍ଣୟ କରାଯାଇଥାଏ । ଗ୍ରହ ନକ୍ଷେତ୍ରଗୁଡି଼କ ନିରନ୍ତର ପରିବର୍ତ୍ତନ ଘଟିଥାଏ । ଯେଉଁଠି କାରଣରୁ ମନୁଷ୍ୟର ଦୈନନ୍ଦିନ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖା ଦେଇଥାଏ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଜୀବନରେ କଣ କଣ ପରିବର୍ତ୍ତନ ଘଟିବ ଜାଣିବା ।

ମେଷ: ପରିବାର ସହିତ ଅଧିକ ସମୟ ବିତେଇବେ । ଆଜି ଆପଣଙ୍କୁ କାର୍ଯ୍ୟରେ ସଫଳତା ମିଳିବ । ଚାକିରିରେ ସାଥୀ କାର୍ଯ୍ୟକର୍ତାମାନଙ୍କର ସଂପୂର୍ଣ୍ଣ ସହଯୋଗ ପ୍ରାପ୍ତ ହେବ । ଭ୍ରମଣ ଉପରେ ଆଧାରିତ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ଲାଗି ଦିନଟି ଭଲ ରହିବ । କୌଣସି ଅପରିଚିତଙ୍କ ଉପରେ ଭରସା କରନ୍ତୁ ନାହିଁ । ଭାବିଚିନ୍ତି ଖର୍ଚ୍ଚ କରନ୍ତୁ । ଶାରୀରିକ ଏବଂ ମାନସିକ ସ୍ଵାସ୍ଥ୍ୟ ଭଲ ରହିବ । ବୈବାହିକ ସୁଖର ଭରପୂର ଆନନ୍ଦ ପାଇବେ ।ଶୁଭରଙ୍ଗ: ଧଳା । ଆରାଧନା: ମାଆ ମାଣିକେଶ୍ବରୀ ।

ବୃଷ: ପ୍ରଭୁଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ । ଧାର୍ମିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ । ଗୁରୁଜନଙ୍କ ପ୍ରତି ମନରେ ପ୍ରେମଭାବ ରହିବ । ବ୍ୟବସାୟରେ ଲାଭର ପରିମାଣ ଅଧିକ ହେବ । ଅନେକ ଶୁଭ କର୍ମର ସୁଯୋଗ ପାଇବେ । ଉଚ୍ଚଧିକାରୀ ଓ ବରିଷ୍ଠ ବ୍ୟକ୍ତିଙ୍କ ସହ ସୁ ସମ୍ପର୍କ ଫଳରେ କର୍ମୋନ୍ନତି ହେବ । କିଛି ନୂଆ ସୁଯୋଗ ମିଳିପାରେ । କାର୍ଯ୍ୟ କ୍ଷେତ୍ରରେ ସୁଚାରୁରୂପେ କାମ କରିବେ । ଅଚାନକ ଧନଲାଭ ହେବ । ପରକଥାରେ ପଡି ପରିବାର ଲୋକଙ୍କୁ ଭୁଲ୍ ବୁଝି ପାରନ୍ତି । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ଶ୍ରୀକୃଷ୍ଣ ।

ମିଥୁନ: ଭାଗ୍ୟର ସହଯୋଗରେ ଦିନଟି ବେଶ୍ ଭଲ ରହିବ । ଠିକ୍‌ ଫଇସଲା ନେବା‌େର ସହଜ ହେବ ।ବ୍ୟବସାୟ କ୍ଷେତ୍ରରେ ବୁଦ୍ଧି ବିବେକ ଖେଳାଇ କର୍ତ୍ତବ୍ୟ ପରାୟଣତାକୁ ମୁଖ୍ୟକରି ଚାଲିବା ହିତକର । ଅଫିସ ଆଲୋଚନାରେ ନୂଆ ଲୋକଙ୍କ ସହିତ ମିଶିବେ । ବ୍ୟବସାୟରୁ ଆଶାଠୁଁ ଅଧିକ ଲାଭ ହେବ । ରାଜନୀତି କ୍ଷେତ୍ରରେ ଉଚ୍ଚସମ୍ପର୍କରୁ ସୁଯୋଗ ପାଇବେ । ବାଦ-ବିବାଦ, ପରୀକ୍ଷା ପ୍ରତିଯୋଗୀତା, ମାଲିମୋକଦ୍ଦମା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । ମହିଳାମାନେ ପିଲାଙ୍କ ସହ ଖୁସିଗପ କରିବାରେ ମଉକା ଜୁଟିବ ଓ ପାରିବାରିକ ସ୍ତରରେ ଭୁଲ ବୁଝାମଣାର ସମାଧାନ ହୋଇ ଉନ୍ନତିମୂଳକ ପଦକ୍ଷେପନେବେ । ଶୁଭରଙ୍ଗ: ଲାଲ । ଆରାଧନା: ବାବା ଲିଙ୍ଗରାଜ ।

କର୍କଟ: ସୌଭାଗ୍ୟ ପ୍ରାପ୍ତିର ଦିନଟିଏ । କର୍ମକ୍ଷେତ୍ରରେ ବହୁ ଲୋକଙ୍କର ପ୍ରଶଂସା ପାଇବା ଫଳରେ ଉତ୍ସାହିତ ହେବେ । ରାଜନୀତି କ୍ଷେତ୍ରରେ ପରସ୍ପରକୁ ସାହାଯ୍ୟ ସହଯୋଗ କରି ଗଠନମୂଳକ ଦିଗପ୍ରତି ଆଗ୍ରହ ଓ ଉତ୍ତମ ଯୋଜନାବଦ୍ଧ ହେବାର ସମ୍ଭାବନା ଅଛି ଏବଂ ରାଜନୀତିରେ ଆର୍ଥିକ ଲାଭ ହେବ । ପରିବାରରେ ସୁସ୍ଥ ବାତାବରଣ ଜାରି ରହିବ । ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ । ଛାତ୍ରଛାତ୍ରୀଙ୍କର ଲେଖାପଢ଼ାରେ ମନ ଲାଗିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ତାରିଣୀ ।

ସି˚ହ: ଆପଣଙ୍କ ଭିତରେ ନୂଆ ଊର୍ଜା ସ˚ଚାର ହେବ । ଇଚ୍ଛା ପୂରା କରିବା ଲାଗି ପ୍ରୟାସ‌େର ବାଧା ଆସିପାରେ । କର୍ମ କ୍ଷେତ୍ରରେ ଉଚ୍ଚଧିକାରୀ ସହକର୍ମୀଙ୍କ ସହ ବାଦବିବାଦ ମେଣ୍ଟି ଯିବ । ବ୍ୟବସାୟରେ ବକେୟା ଅର୍ଥ ଆଦାୟ ହେବ । ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିବ । ପାରିବାରିକ କ୍ଷେତ୍ରରେ ସ୍ନେହ ସଦ୍ଭାବ ଅତୁଟ ରହିବ । କୌଣସି ପୁରୁଣା ବନ୍ଧୁଙ୍କ ସହିତ ସାକ୍ଷାତ ଆଲୋଚନା ହୋଇପାରେ । ଖାଦ୍ୟପାନୀୟ ପ୍ରତି ସଜାଗ ରହନ୍ତୁ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଦୁର୍ଗା ।

କନ୍ୟା: ଦିମାକରେ ଲାଗି ରହିଥିବା ଓଲଟପାଲଟ ଚିନ୍ତାଧାରା ସମାପ୍ତ ହେବ । କର୍ମକ୍ଷେତ୍ରରେ ଈର୍ଷାପରାୟଣ ବ୍ୟକ୍ତିମାନେ ଦୂରେଇଯିବେ ଓ ସାମାଜିକ ସ୍ତରରେ ସମ୍ମାନଲାଭ କରିବେ । ବ୍ୟବସାୟ କ୍ଷେତ୍ରରେ ସାମାଜିକ ପ୍ରତିଷ୍ଠା, ମାନ-ସମ୍ମାନରେ ଦାଗ ଲାଗିବ । ସଙ୍ଗୀତକାରଙ୍କୁ ପ୍ରସିଦ୍ଧି ମିଳିବ । ରାଜନୈତିକ କ୍ଷେତ୍ରରେ ପ୍ରଶଂସିତ ହେବେ । ପ୍ରେମରେ ଆପଣଙ୍କୁ ସଫଳତା ମିଳିବ । ମହିଳାମାନେ ପରକଥାରେ ପଡି ପରିବାର ଲୋକଙ୍କୁ ଭୁଲ୍ ବୁଝିବେ ଓ ପିଲାମାନଙ୍କ ପାଇଁ ବ୍ୟସ୍ତ ବିବ୍ରତ ହେବେ । ଶୁଭରଙ୍ଗ: କଫି ରଙ୍ଗ । ଆରାଧନା: ମାଆ ଭଦ୍ରକାଳୀ ।

ତୁଳା: ସାମାଜିକ କାର୍ଯ୍ୟରେ ବ୍ୟସ୍ତ ରହିବେ । ଶିକ୍ଷାକ୍ଷେତ୍ରରେ ଊତ୍ସାହ ଏବଂ ସ୍ଵାସ୍ଥ୍ୟରେ ଉନ୍ନତି ଦେଖାଦେବ । ଅନ୍ୟମାନଙ୍କ ଭରସା ଜିତିବାରେ ସଫଳ ହେବେ । ବ୍ୟବସାୟରେ ବଡ଼ ଫଇସଲା ନେବାକୁ ପଡ଼ିପାରେ । ରାଜନୀତି କ୍ଷେତ୍ରରେ କଥା ଓ ବ୍ୟବହାର ନିୟନ୍ତ୍ରଣ ନକଲେ ଲୋକ ସଂପର୍କରେ ବାଧା ଉପୁଯିବ । ଜମି ଦଲାଲଙ୍କୁ ଯଥେଷ୍ଟ ଲାଭ ମିଳିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନଦେଇ କାର୍ଯ୍ୟ କରନ୍ତୁ । କର୍ମକ୍ଷେତ୍ରରେ ମିଥ୍ୟା ଆରୋପ ଓ କଳଙ୍କ ଲାଗିପାରେ । ମହିଳାମାନେ ନିଜର କର୍ତ୍ତବ୍ୟକୁ ଠିକ୍ ଭାବରେ ନିର୍ବାହ କରି ପରିବାରଜନଙ୍କ ଦ୍ୱାରା ପ୍ରସଂଶିତ ହେବେ । ଶୁଭରଙ୍ଗ: ନୀଳ । ଆରାଧନା: ବାବା କପିଳାସ ।

ବିଛା: ଭାଗ୍ୟର ସହଯୋଗ ପାଇ, ଉନ୍ନତି ପଥରେ ଅଗ୍ରସର ହେବେ । କର୍ମକ୍ଷେତ୍ରରେ ସହକର୍ମୀମାନଙ୍କ ସହ ଶତ୍ରୁତା ମେଣ୍ଟିଯିବ । ବ୍ୟବସାୟୀମାନେ ନଗଦ କାରବାରରେ ଅଧିକ ଲାଭପ୍ରଦ ହେବେ । ଠିକ ସମୟରେ କାର୍ଯ୍ୟ ପୂରଣ ହେବ । ବ୍ୟବସାୟୀଙ୍କୁ ବ୍ୟବସାୟ କ୍ଷେତ୍ରରୁ ଧନଲାଭ ହେବ । ଚାକିରିରେ ବିଶେଷ ଦାୟିତ୍ବ ଗ୍ରହଣ କରିବେ । ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଧୁର ହେବ । ଆତ୍ମୀୟ- ସ୍ଵଜନଙ୍କ ପାଇଁ ଭୋଗ ବିଳାସଦ୍ରବ୍ୟ ଓ ଗୃହୋପକାରଣ କ୍ରୟକରିବେ । ହରେ ମାଙ୍ଗଳିକ କାର୍ଯ୍ୟ ପାଇଁ ଆୟୋଜନ କରିବେ । ଶୁଭରଙ୍ଗ: ଧଳା । ଆରାଧନା: ହରପାର୍ବତୀ ।

ଧନୁ: ନିର୍ମାଣ ମୂଳକ ଯୋଜନାରେ ଆଗେଇବେ । କାମ ଓ ପରିଶ୍ରମରୁ ଆପଣଙ୍କୁ ପୂରା ଫାଇଦା ମିଳିବ । ନୂଆ ଲୋକଙ୍କ ସହିତ ସାକ୍ଷାତ ଆଲୋଚନା ହେବ । ରାଜନୀତିରେ ସଫଳତା ମିଳିବ । ପାରିବାରିକସ୍ଥିତି ସନ୍ତୋଷ ଜନକ ହେବ । ମାଲିମୋକଦ୍ଦମାରେ ସମ୍ମାନ ଓ ପ୍ରତିଷ୍ଠା ଅତୁଟ ରହିବ । ସନ୍ଧ୍ୟା ସୁଦ୍ଧା କୌଣସି ଶୁଭ ଖବର ମିଳିପାରେ । କୌଣସି ନିର୍ମାଣ କାର୍ଯ୍ୟ ପାଇଁ ଯୋଜନା କରିବେ । ମହିଳାମାନେ ପିଲାମାନଙ୍କ କାର୍ଯ୍ୟରେ ଖୁସି ହେବେ । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ହନୁମାନ ।

ମକର: ଦିନଟି ହସ ଖୁସିରେ ବିତିବ । ଆପଣ ନିଜ ବ୍ୟବହାରରେ ଲୋକଙ୍କ ହୃଦୟ ଜିଣିବେ । ଧାର୍ମିକ କାର୍ଯ୍ୟରେ ମନ ଲାଗିବ ଏବଂ ତୀର୍ଥଯାତ୍ରା ମଧ୍ୟ କରିବାକୁ ପଡିବ । ବ୍ୟବସାୟ କ୍ଷେତ୍ରରେ କଠିନ ପରିଶ୍ରମ ଫଳରେ ଆଶାତୀତ ଲାଭ ପାଇବେ । ରାଜନୀତି କ୍ଷେତ୍ରରେ ସାମାଜିକ ପ୍ରତିଷ୍ଠା, ମାନ-ସମ୍ମାନ ବୃଦ୍ଧି ହେବ । ଜମି ଦଲାଲଙ୍କୁ ପୁରୁଣା ଜମିରୁ ଯଥେଷ୍ଟ ଲାଭ ମିଳିବ । ଅଫିସରେ ଭଲ କାମ ପାଇଁ ପଦୋନ୍ନତି ମିଳିବ । ପତି ପତ୍ନୀଙ୍କ ମଧ୍ୟରେ ବୁଝାମଣା ଭଲ ରହିବ । ପ୍ରେମ ସମ୍ବନ୍ଧ ଭଲ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭୈରବୀ ।

କୁମ୍ଭ: ଆପଣ ନିଜର ଯୋଜନାରେ ଲୋକଙ୍କୁ ସହମତ କରାଇନେବେ । କାରବାରରେ ଅଚାନକ ଫାଇଦା ହେବାର ଯୋଗ ରହିଛି । କର୍ମକ୍ଷେତ୍ରରେ ଅଧିକ କାର୍ଯ୍ୟର ଦାୟିତ୍ଵ ନେଇ ଧାଆଁ ଦୌଡ କରିବା ଫଳରେ କଷ୍ଟ ଅନୁଭବ କରିବେ । ରାଜନୀତିରେ ଅଂଶ ଗ୍ରହଣ କରିଥିବା ନେତାମାନେ ବିଭିନ୍ନ ସଭାସମିତିରେ ଯୋଗ ଦେବେ । ଆର୍ଥିକ ଚିନ୍ତା ଦୁରହେବ ଓ ପିତାଙ୍କ ସ୍ୱାସ୍ଥ୍ୟ ରେ ଉନ୍ନତି ଦେଖାଦେବ । ପୁରୁଣା ମିତ୍ରଙ୍କୁ ଦେଖା କରିବା ପାଇଁ ତାଙ୍କ ଘରକୁ ଯିବେ । ବୈବାହିକ ଜୀବନ ଠିକ୍‌ଠାକ୍‌ ରହିବ । ମହିଳାମାନେ ପିଲାମାନ ସଫଳତାରେ ଖୁସିହେବେ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ଲକ୍ଷ୍ମୀ ।

ମୀନ: ଆଜି ସକାରାତ୍ମକ ପରିବର୍ତ୍ତନ ଆପଣଙ୍କ ଜୀବନକୁ ବଢ଼ିଆ କରିବ । ନୂତନ ଯୋଜନା ପ୍ରସ୍ତୁତ କରି ବ୍ୟବସାୟରେ ଆୟ ଉପାର୍ଜ୍ଜନର ବୃଦ୍ଧି ହେବ । କର୍ମକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ସହଯୋଗରେ ଉନ୍ନତି ହେବ । ଛୋଟ ଧରଣର କିଛି କାମ କରିବେ ଯାହା ଭବିଷ୍ୟତରେ ଯଥେଷ୍ଟ ଲାଭ ଦେବ । ନୂତନ କର୍ମ ନିଯୁକ୍ତି ପାଇବେ । ବାଦ-ବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ବିଜୟୀ ହେବେ । ନିର୍ମାଣମୂଳକ ଯୋଜନାରେ ଆଗେଇବେ । ଅର୍ଥ ସମ୍ପର୍କିତ ଚୁକ୍ତିପତ୍ର କଲେ ଲାଭବାନ୍ ହେବେ । ଶୁଭରଙ୍ଗ: ଧଳା । ଆରାଧନା: ନାରାୟଣ ।