5 ଫେବୃଆରୀ 2019, ମଙ୍ଗଳବାର – ଏହି ୭ଟି ରାଶିର ବ୍ୟକ୍ତିଙ୍କ ଉପରେ ହନୁମାନଙ୍କ କୃପା ଦୃଷ୍ଟି ରହିବ

Spread the love

ମନୁଷ୍ୟର ଦୈନନ୍ଦିନ କାର୍ଯ୍ୟକଳାପରେ ଗ୍ରହମାନଙ୍କ ଭୂମିକା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ, ଯାହାଫଳରେ ଗ୍ରହମାନଙ୍କ ଗତିବିଧିକୁ ଆଧାର କରି ରାଶିଫଳ ନିର୍ଣ୍ଣୟ କରାଯାଇଥାଏ । ଆଜି ଦିନଟି ସମସ୍ତ ରାଶିର ବ୍ୟକ୍ତିମାନେ ପାଇଁ ପ୍ରାୟତଃ ସୁଖଦାୟକ ରହିବ କିନ୍ତୁ ଚାରୋଟି ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କ ଉପରେ ପ୍ରଭୁ ହନୁମାନଙ୍କ ଅପାର କୃପା ରହିବ । ସମସ୍ତ ବାଧା ବିଘ୍ନ ଦୂର ହେବ । ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ: ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ । ଆପଣ ସକାରାତ୍ମକ ମନୋଭାବ ଅନୁଭବ କରିବେ । ପରିବାରରେ ସୁସ୍ଥ ବାତାବରଣ ଜାରି ରହିବ । ପରସ୍ପରକୁ ସାହାଯ୍ୟ ସହଯୋଗ କରି ଗଠନମୂଳକ ଦିଗପ୍ରତି ଆଗ୍ରହ ଓ ଉତ୍ତମ ଯୋଜନାବଦ୍ଧ ହେବାର ସମ୍ଭାବନା ଅଛି । ସ୍ୱାସ୍ଥ୍ୟରେଉନ୍ନତି, ପଦନ୍ନୋତି, ସ୍ଥାନପରିବର୍ତ୍ତନ, ବିନା ପରିଶ୍ରମରେ ଧନପ୍ରାପ୍ତି ହେବ । ଖେଳ, କୁଦ, ପ୍ରତିଯୋଗିତା ପରୀକ୍ଷାରେ ଓ ବିଦ୍ୟା କ୍ଷେତ୍ରରେ ପ୍ରଶଂସା ପାଇବେ । ବାଦବିବାଦ, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ବିଜୟୀ ହେବେ । ବୈବାହିକ ଜୀବନ ଆନନ୍ଦମୟ ହେବ । ଶୁଭରଙ୍ଗ: ଧଳା । ଆରାଧନା: ଶ୍ରୀ ଗଣେଶ ।

ବୃଷ: ଆପଣଙ୍କ ମନ ଆଧ୍ୟାତ୍ମିକ ଦିଗରେ ଲାଗି ରହିବ । ବ୍ୟବସାୟ ଓ ଚାକିରିରେ ଅଧୁରା ସ୍ବପ୍ନ ପୂରା ହୋଇପାରେ । ରାଜନୀତିରେ ସଫଳତା ମିଳିବ କର୍ମକ୍ଷେତ୍ରଟି ସୁଦୃଢ ହେବ ଓ ଆୟ ଅପେକ୍ଷା ବ୍ୟୟ ବୃଦ୍ଧି ହେବ । ବନ୍ଧୁମିତ୍ରଙ୍କ ସହ ହସଖୁସିର ବାତାବରଣ ସୃଷ୍ଟି ହେବ । ବାଦବିବାଦ, ମାଲିମକଦ୍ଦମା, ପ୍ରତିଯୋଗିତାପରୀକ୍ଷା ଓ ସାକ୍ଷାତକାରରେ ଜୟଯୁକ୍ତ ହେବେ । କୌଣସି ମନୋରଞ୍ଜନ କାର୍ଯ୍ୟରେ ଯୋଗ ଦେଇପାରନ୍ତି । ପ୍ରେମିକ ପ୍ରେମିକା ମାନେ ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣକରି ଆନନ୍ଦ ସହ କଷ୍ଟ ଅନୁଭବ କରିବେ । ଶୁଭରଙ୍ଗ: ଲାଲ । ଆରାଧନା: ହନୁମାନ ।

ମିଥୁନ: ଦିନଟି ଆପଣଙ୍କ ଲାଗି ସୁଖ ଓ ଦୁଃଖ ମିଶ୍ରିତ ହୋଇ ରହିବ । ଆପଣ କିଛି ନୂଆ ଶିକ୍ଷା ଲାଭ କରିବେ । ଧନ ବୃଦ୍ଧିର ସଂକେତ ପାଇବେ । ଅଫିସରେ କାମ ଭାବିଚିନ୍ତି କରନ୍ତୁ । ନିର୍ମାଣ ମୂଳକ ଯୋଜନାରେ ଆଗେଇ ପାରିବେ । ପାରିବାରିକସ୍ଥିତି ସନ୍ତୋଷ ଜନକ ହେବ । ରାଜନୀତିରେ ସଫଳତା ମିଳିବ । ଜମିଜମା ସଂକ୍ରାନ୍ତୀୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ ଓ ଆୟର ସ୍ରୋତ ବୃଦ୍ଧିହେବ । ସ୍ୱାସ୍ଥ୍ୟ ପ୍ରତି ସାବଧାନ ରହନ୍ତୁ । ଛାତ୍ରଙ୍କୁ ଆଜି ଅଧିକ ପରିଶ୍ରମ କରିବାକୁ ପଡ଼ିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ କଟାକଚଣ୍ଡୀ ।

କର୍କଟ: ଦିନଟି ଆପଣଙ୍କ ପାଇଁ ବହୁତ ବଢିଆ ରହିବ । ବ୍ୟବସାୟ କ୍ଷେତ୍ରରେ ପ୍ରସାର ପ୍ରଚାର କରି ସାମାନ୍ୟ ଲାଭ ପାଇବେ । ରାଜନୀତିରେ ସୀମା ବଢ଼ାଇବେ । ଅପରିଚିତଙ୍କ ସହିତ ସମ୍ପର୍କ ସ୍ଥାପନ ହେବ; ଯାହା ଦ୍ୱାରା ଭବିଷ୍ୟତରେ ଯଥେଷ୍ଟ ଲାଭ ମିଳିବ । ଆର୍ଥିକଦିଗରୁ ସୁବିଧାହେଲେ ମଧ୍ୟ ପୈତୃକସମ୍ପତ୍ତି ନେଇ ପାରିବାରିକ ଦ୍ୱନ୍ଦ ଉପୁଜି ପାରେ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ସଫଳ ହେବେ । ମହିଳାମାନେ ନିଜ କାର୍ଯ୍ୟରେ ବ୍ୟସ୍ତ ରହିବେ ଏବଂ ଶାରୀରିକ ପିଢା ଭୋଗ କରିପାରନ୍ତି । ଛାତ୍ରଛାତ୍ରୀମାନେ ପାଠପଢ଼ାରେ ଅବହେଳା କରିବେ । ଶୁଭରଙ୍ଗ: ହଳଦିଆ । ଆରାଧନା: ମାଆ ଦୁର୍ଗା ।

ସିଂହ: ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ନୂତନପନ୍ଥା ଅନୁସରଣ କରିବେ । ନୂଆ ବେପାରରେ ପିତା ଓ ଭାଇଙ୍କ ସହଯୋଗ ମିଳିବ । ସୁଖ ସମୃଦ୍ଧି ବୃଦ୍ଧି ଓ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ । କର୍ମକ୍ଷେତ୍ରରେ ପରିସ୍ଥିତି ଯେତେ ଜଟିଳ ହେଲେ ମଧ୍ୟ ଆପଣଙ୍କର କୌଣସି ପ୍ରକାର ଅସୁବିଧା ହେବନାହିଁ । ଆପଣଙ୍କ ଯୋଜନାକୁ ନେଇ ସିନିୟରଙ୍କ ସହିତ କଥାବାର୍ତ୍ତା କରନ୍ତୁ, ଲାଭ ହେବ । କଳା, ସାହିତ୍ୟ, କ୍ରୀଡ଼ା, ଚଳଚ୍ଚିତ୍ର ତଥା ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ । ଦାମ୍ପତ୍ୟ ଜୀବନରେ ସୁଖୀ ରହିବେ । ଶୁଭରଙ୍ଗ: ଗୋଲାପି । ଆରାଧନା: ମାଆ ଶାରଳା ।

କନ୍ୟା: ଦିନଟି ଆପଣଙ୍କ ପାଇଁ ଠିକ୍‌ଠାକ୍‌ ରହିବ । ଆଗକୁ ବଢ଼ିବା ପାଇଁ ନୂଆ ସୁଯୋଗ ନଜରକୁ ଆସିବ । ବ୍ୟବସାୟରେ ଇଚ୍ଛା ମୁତାବକ ଲାଭ ପାଇବେ । ରୋଜଗାର ସମସ୍ୟା ସୁଧୁରି ଯିବ । ରାଜନୀତି କ୍ଷେତ୍ରରେ ପ୍ରତିଷ୍ଠା ପ୍ରତିପତ୍ତି ବୃଦ୍ଧି ପାଇବ । ଆୟବୃଦ୍ଧି, ଋଣମୁକ୍ତି, କର୍ମ କ୍ଷେତ୍ରରେ ଲୋକ ସମ୍ପର୍କ ବୃଦ୍ଧି ହେବ । ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ସମାଜ ସେବାରେ ସମୟ ଦେବେ । ପାରିବାରିକ ଓ ଦାମ୍ପତ୍ୟ ସୁଖରେ ସଫଳତା ଏବଂ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢ଼େଇବ । ମହିଳାମାନେ କର୍ମକ୍ଷେତ୍ରରେ କୃତକାର୍ଯ୍ୟ ହେବେ ଓ ପ୍ରସଂଶିତ ହେବେ ।ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ମାଆ ମାଣିକେଶ୍ଵରୀ ।

ତୁଳା: ମାତାପିତାଙ୍କ ପରାମର୍ଶ ନେଇ ଆଗକୁ ବଢ଼ନ୍ତୁ, ସଫଳତା ମିଳିବ । ବ୍ୟବସାୟରେ ବକେୟା ଅର୍ଥ ଆଦାୟ ହେବ । ମାନସିକ ଦୁଶ୍ଚିନ୍ତା, ଶତୃବାଧା ଦୂରେଇ ଯିବ । କମ୍ପାନୀରେ ଚାକିରି କରୁଥିବା ବ୍ୟକ୍ତିଙ୍କର ପଦୋନ୍ନତି ହୋଇପାରେ । ବ୍ୟବସାୟରେ ଆଶାଠୁଁ ଅଧିକ ଲାଭ ପାଇବେ । ପାରିବାରିକ କ୍ଷେତ୍ରରେ ସ୍ନେହ ସଦ୍ଭାବ ବଜାୟ ରହିବ । ଦାମ୍ପତ୍ୟ ଜୀବନରେ ସାମଞ୍ଜସ୍ୟ ବଜାୟ ରହିବ । ମହିଳାମାନେ ନିଜର ଇଚ୍ଛା ବିରୋଧରେ କୌଣସି କର୍ମ କରି ଅନୁତାପ କରିବେ । ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭୈରବୀ ।

ବିଛା: ପାରିବାରିକ କ୍ଷେତ୍ରରେ ସାହାଯ୍ୟ ଓ ସହଯୋଗ ମାନସିକ ସ୍ଥିତିକୁ ମଜଭୁତ୍ କରିବ । ଆର୍ଥିକ ଲାଭ ଓ ଉନ୍ନତି ଯୋଗ ପ୍ରବଳ ରହିଛି । ସଂଘର୍ଷ ଦ୍ୱାରା ସଫଳତା ମିଳିବ । ଆପଣଙ୍କ କାମରେ ସକାରାତ୍ମକତା ନଜରକୁ ଆସିବ । ସରକାରୀ ଚାକିରିରେ ଥିବା ବ୍ୟକ୍ତି ବିଶେଷ ସୁଖବର ପାଇବେ । ବ୍ୟବସାୟୀଙ୍କୁ ବଡ଼ ଅର୍ଡର ମିଳିବ । ପାରିବାରିକ ସ୍ତରରେ ଭୁଲ ବୁଝାମଣା ଜନିତ ସୁଖ- ଶାନ୍ତିହାନି ହେବ । ପ୍ରିୟ ବନ୍ଧୁଙ୍କ ଠାରୁ ଉପହାର ପାଇବେ । ମହିଳାମାନେ ବୟୋଜ୍ୟେଷ୍ଠଙ୍କ ଠାରୁ ପ୍ରସଂଶିତ ହେବେ । ଶୁଭରଙ୍ଗ: ସବୁଜ । ଆରାଧନା: ସୂର୍ଯ୍ୟଦେବ ।

ଧନୁ: ଧର୍ମାତ୍ମା, ଗୁରୁବ୍ରାହ୍ମଣଙ୍କ ସହ ସମ୍ପର୍କ ସ୍ଥାପନହେବ । ପ୍ରତ୍ୟେକ କ୍ଷେତ୍ରରେ କୌଶଳପୂର୍ଣ୍ଣ କଥାକହିବା ଦ୍ୱାରା କାମହାସଲ କରି ପାରିବେ । ରାଜନୀତି କ୍ଷେତ୍ରରେ ଯେଉଁମାନେ ସକ୍ରିୟ ଅଛନ୍ତି ସେମାନଙ୍କୁ ଲାଭ ପ୍ରାପ୍ତ ହେବ । ନୂତନ କର୍ମାରମ୍ଭ ଓ ବିନ୍ଧୁମିଳନ ହେତୁ ନୂଆ ଉତ୍ସାହ ନେଇ କାମ କରିବେ । ସମ୍ପର୍କୀୟ ଠାରୁ ଶୁଭ ଖବର ପାଇବେ । ପାରିବାରିକ କ୍ଷେତ୍ରରେ ସାହାଯ୍ୟ ଓ ସହଯୋଗ ମାନସିକ ସ୍ଥିତିକୁ ମଜଭୁତ୍ କରିବ । ଆଶା କରିଥିବା ଦିଗରୁ ଅର୍ଥପ୍ରାପ୍ତି ହେବ । ବିଦ୍ୟାକ୍ଷେତ୍ରରେ ପ୍ରଶଂସିତ ହେବେ ଓ ପ୍ରତିଯୋଗିତାରେ ବିଜୟୀ ହେବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ତାରାତାରିଣୀ ।

ମକର: ଦିନଟି ଆପଣଙ୍କ ଲାଗି ସକାରାତ୍ମକ ରହିବ । ସାମାଜିକ ଉତ୍ସବରେ ସହଯୋଗ କରିବେ । ବ୍ୟବସାୟରେ ଉନ୍ନତି ଲାଗି ନୂଆ ରଣକୌଶଳ ପ୍ରସ୍ତୁତ କରିବେ । କର୍ମକ୍ଷେତ୍ରରେ ସହକର୍ମୀମାନଙ୍କ ସହ ଶତ୍ରୁତା ମେଣ୍ଟିଯିବା ଫଳରେ ସନ୍ତୋଷ ଓ ଅର୍ଥାଗମହେବ । ବାଦ-ବିବାଦ, ପରୀକ୍ଷା, ପ୍ରତି ଯୋଗୀତା, ମାଲିମୋକଦ୍ଦମା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । ଆନୁଷ୍ଠାନିକ କାମ, ଗୃହ, ଜମିଜମା, ଗାଡ଼ି ମୋଟର, ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ମାନସିକତା ଅକ୍ଷୁର୍ଣ୍ଣ ରହିବ । ମନର କଥା ମନରେ ରଖନ୍ତୁ; ସଫଳତା ପାଇବେ । ମହିଳାମାନଙ୍କ କର୍ମକ୍ଷେତ୍ର ସମସ୍ୟା ଦୂର ହୋଇଯିବ । ଶୁଭରଙ୍ଗ: ବାଦାମୀ । ଆରାଧନା: ମାଆ ମଙ୍ଗଳା ।

କୁମ୍ଭ: ଆଜି ଆପଣଙ୍କର ଆତ୍ମବିଶ୍ୱାସ ବଢ଼ିବ । ବ୍ୟବସାୟିକ କାମରେ ଦୂରସ୍ଥାନକୁ ଯାତ୍ରା କରିବେ । ଆର୍ଥିକ ସ୍ୱଚ୍ଛଳତା ଫେରିପାଇବେ । ବଜେଟକୁ ଧ୍ୟାନ ରଖି ଖର୍ଚ୍ଚ କରନ୍ତୁ । ଅଫିସରେ କିଛି ବଡ଼ ସଉଦା କରିବାର ସୁଯୋଗ ମିଳିବ । ନାନା ସମସ୍ୟାର ସମାଧାନ ହେବ । ସ୍ୱାସ୍ଥ୍ୟରେ ସାମାନ୍ୟ ବ୍ୟତିକ୍ରମ ଦେଖାଦେବ । ମିତ୍ରମାନଙ୍କ ସହ ସୁସମ୍ପର୍କ ରହିବା ଫଳରେ ଅନେକ କାର୍ଯ୍ୟରେ ସଫଳ ହେବେ । ଜୀବନସାଥୀଙ୍କ ସହିତ ସମ୍ବନ୍ଧ ଭଲ ରହିବ । ଛାତ୍ରଛାତ୍ରୀମାନେ ବିଦ୍ୟା କ୍ଷେତ୍ରରେ ପ୍ରସଂଶିତ ହେବେ । ମହିଳାମାନେ ବନ୍ଧୁଙ୍କ ସହ ବାର୍ତ୍ତାଳାପ କରି ନିଜ କାର୍ଯ୍ୟକୁ ଅବହେଳା କରିପାରନ୍ତି । ଶୁଭରଙ୍ଗ: ଧଳା । ଆରାଧନା: ମାଆ କାଳୀଜାଈ ।

ମୀନ: ଆଜି ଆପଣଙ୍କର ଅଧିକତର କାମ ପୂରା ହୋଇଯିବ । ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ । ଶାରୀରିକ ସୁସ୍ଥତା ଅନୁଭବ କରିବେ । ସାମାଜିକ କାମରେ ଆପଣଙ୍କର ଯୋଗଦାନ ପାଇଁ ପୁରସ୍କାର ମିଳିବ । ଅଫିସରେ ଆପଣଙ୍କର କର୍ତ୍ତୃତ୍ୱ ବଢ଼ିବ । ସଭାସମିତି,କଳା,କ୍ରୀଡ଼ା,ସଙ୍ଗୀତ ତଥା ନୂତନବନ୍ଧୁ ସମ୍ପର୍କ ସ୍ଥାପନ କ୍ଷେତ୍ରରେ ଆଶାନୁଯାୟୀ ଫଳ ପାଇବେ । ସାଙ୍ଗଠନିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିବ । ରାଜନୀତିରେ ସଫଳହେବେ । ବୁଦ୍ଧିମତା କାରଣରୁ ପ୍ରଚୁର ଅର୍ଥ ଲାଭହେବ । ବିଦ୍ୟାର୍ଥୀମାନେ ଆନନ୍ଦିତ ହେବେ । ଶୁଭରଙ୍ଗ: ସବୁଜ । ଆରାଧନା: ବାବା କପିଳାସ ।