ଶିଳ୍ପା ସେଠୀଙ୍କ ଜୀବନର ସେହି ୫ଟି ବଡ଼ ବିବାଦ । ଗୋଟିଏରେ ଶିଳ୍ପାଙ୍କ ବିରୁଦ୍ଧରେ ଆରେଷ୍ଟ ୱାରେଣ୍ଟ ଜାରି ହୋଇଥିଲା ।

Spread the love

ଶିଳ୍ପା ସେଠୀ ମଧ୍ୟ ବଲିଉଡ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ ଅଟନ୍ତି । ଶିଳ୍ପା ସେଠୀ ଅନେକ ସୁପରହିଟ ଫିଲ୍ମରେ ଅଭିନୟ କରିଛନ୍ତି । କିନ୍ତୁ ଅନ୍ୟପକ୍ଷରେ ଶିଳ୍ପା ବିବାଦରେ ମଧ୍ୟ ଘେରି ହୋଇଛନ୍ତି । ଆଜି ଆମେ ଶିଳ୍ପା ସେଠୀଙ୍କ ୫ଟି ଏହିପରି ବିବାଦ ବିଷୟରେ କହିବୁ । ହୋଇପାରେ ଆପଣ ଏହି ବିବାଦ ଗୁଡିକ ବିଷୟରେ ଜାଣିନଥିବେ ।

ଶିଳ୍ପା ସେଠୀ ଏବଂ ଅକ୍ଷୟ କୁମାର ବହୁତ ସମୟ ପର୍ଯ୍ୟନ୍ତ ସମ୍ପର୍କରେ ଥିଲେ । କିନ୍ତୁ ପରେ ଅକ୍ଷୟ କୁମାର ଟ୍ୱୁଇଙ୍କଲ ଖାନ୍ନାଙ୍କୁ ବିବାହ କରିଥିଲେ ଏବଂ ରାଜ କୁଂଦ୍ରଙ୍କ ସହ ଶିଳ୍ପା ସେଠୀ ବିବାହ ବନ୍ଧନରେ ବାନ୍ଧି ହୋଇଯାଇଛନ୍ତି । କିନ୍ତୁ ଆଜି ପର୍ଯ୍ୟନ୍ତ ଦୁହିଁଙ୍କ ବ୍ରେକ୍-ଅପ୍ ବିଷୟରେ କୌଣସି ଖବର ମିଳିନାହିଁ ।

ରାଜସ୍ଥାନ ରାୟଲସ ଦଳର ମାଲିକ ହେବା ଫଳରେ ଶିଳ୍ପାଙ୍କ ଉପରେ ମ୍ୟାଚ ଫିକ୍ସିଂଗ ତଥା ସଟା ଲଗାଇବାର ଆରୋପ ଲାଗିଥିଲା । କିନ୍ତୁ ପ୍ରମାଣ ଅଭାବରୁ ଦିଲ୍ଲୀ ପୋଲିସ କୌଣସି କାର୍ଯ୍ୟକାରୀ କରିନଥିଲା ।

ଓଡ଼ିଶାରେ ସୁଟିଙ୍ଗ ଆସିଥିବା ସମୟରେ ଶିଳ୍ପା ସେଠୀ ଗୋପୀନାଥ ମନ୍ଦିର ପୂଜା କରିବା ପାଇଁ ଚାଲି ଯାଇଥିଲେ । ସେଠାରେ ତାଙ୍କ ଉପରେ ଆରୋପ ଲାଗିଥିଲା ଯେ, ଶିଳ୍ପା ନିଜ ଜୋତା ବାହାର ନ କରି ଗୋପୀନାଥ ମନ୍ଦିରରେ ପ୍ରବେଶ କରିଥିଲେ ।ଏହାପରେ ଶିଳ୍ପାଙ୍କ ବିରୁଦ୍ଧରେ ପୋଲିସରେ ମାମଲା ରଜ୍ଜୁ ମଧ୍ୟ କରାଯାଇଥିଲା । ଯାହାଫଳରେ ଶିଳ୍ପାଙ୍କୁ ସାମ୍ନାକୁ ଆସି ନିଜ ମତ ପୋଷଣ କରିବା ପାଇଁ ପଡିଥିଲା, ସେ ସୁଟିଙ୍ଗ ସମୟରେ ମନ୍ଦିରରେ ପ୍ରବେଶ କରିନଥିଲେ ।

ଏହା ବ୍ୟତୀତ ମୁମ୍ବାଇର ପୋବାଇ ମନ୍ଦିରରେ ଦର୍ଶନ କରିବା ପାଇଁ ଯାଇଥିଲେ ମନ୍ଦିରର ପୂଜାରୀଙ୍କ ସହ ଏକ ଫୋଟ ଭାଇରଲ ହୋଇଥିଲା । ଯେଉଁଥିରେ ଶିଳ୍ପାଙ୍କୁ ବହୁତ ଟ୍ରୋଲ କରାଯାଇଥିଲା । ଯାହା ଉପରେ ଉତ୍ତର ଦେଇ ଶିଳ୍ପା ଲେଖିଥିଲେ, କଣ ଜଣେ ପିତା ନିଜ ଝିଅକୁ ଚୁମ୍ବନ କରି ପାରିବ ନାହିଁ କି ?

୨୦୦୭ରେ ଗୋଟିଏ ଇଭେଣ୍ଟରେ ହଲିଉଡ଼ ଅଭିନେତା ରିଚାର୍ଡ ଗେୟର ଶିଳ୍ପାଙ୍କୁ ସମସ୍ତଙ୍କ ସାମ୍ନାରେ ଚୁମ୍ବନ ଦେଇଥିଲେ, ଯାହା ଉପରେ ବହୁତ ହଙ୍ଗାମା ସୃଷ୍ଟି ହୋଇଥିଲା । ଯାହାକୁ ନେଇ ଅନେକ ସ୍ଥାନରେ ବିବାଦ ସୃଷ୍ଟି ହୋଇଥିଲା ଏବଂ ପରେ ରାଜସ୍ଥାନ କୋର୍ଟ ରିଚାର୍ଡ ଏବଂ ଶିଳ୍ପାଙ୍କୁ ଗିରଫ କରିବା ପାଇଁ ୱାରେଣ୍ଟ ଜାରି କରିଥିଲେ ।

ଟାଇମସ ଅଫ୍ ଇଣ୍ଡିଆର ଖବର ଅନୁସାରେ ଅଭିନେତ୍ରୀ ଶିଳ୍ପା ସେଠୀଙ୍କ ପିତା ସୁରେନ୍ଦ୍ର ସେଠୀ ଜବରଦସ୍ତି ବସୁଳି ଆଦାୟ କରିବା ଏକ ଘଟଣାକୁ କେନ୍ଦ୍ର କରି ଜେଲ ଯାଇଥିଲେ, ଯେଉଁଥିରେ ଶିଳ୍ପାଙ୍କ ନାମ ମଧ୍ୟ ସାମିଲ ହୋଇଥିଲା ।