ନିମ୍ବ ଗଛ ଏହା କୌଣସି ଅମୃତଠାରୁ କମ୍ ନୁହଁ ! ଏଥିରେ ରହିଛି ଭରପୁର ଔଷଧୀୟ ଗୁଣ ।

Spread the love

ନିମ୍ବ କେବଳ ବୃକ୍ଷ ନୁହଁ ଏହା ଏକ ଔଷଧୀୟ ବୃକ୍ଷ ଅଟେ । ନିମ୍ବଗଛ ଏକ ଚିରସବୁଜ ବୃକ୍ଷ ଅଟେ । ନିମ୍ବଗଛ ସବୁ ଜାଗାରେ ପାଇଥାଉ । ଏହା ସ୍ଵାଦରେ ବହୁତ ପିତା ଅଟେ କିନ୍ତୁ ଏଥିରେ ବହୁତ ଔଷଧୀୟ ଗୁଣ ଭରି ରହିଛି । ନିମ୍ବ ଗୋଟିଏ ଏଭଳି ଏକ ଗଛ ଯାହାକି ଚେର ଠାରୁ ଆରମ୍ଭ କରି ଛାଲ ପର୍ଯ୍ୟନ୍ତ ଔଷଧୀୟ ରୂପରେ ବ୍ୟବହାରରେ ଲାଗିଥାଏ । ତେବେ ଆସନ୍ତୁ ଜାଣିବା ଆଜିର ଏହି ଅନୁଛେଦରେ ଆପଣଙ୍କ ଖାସ୍ କଣ ରହିଛି ।

● ଯଦି ରୋଷେଇ କରୁଥିବା ସମୟରେ ବା ଅନ୍ୟ କୌଣସି କାରଣରେ ହାତ ଜଳିଯାଏ, ତେବେ ତୁରନ୍ତ ନିମ୍ବ ପତ୍ରକୁ ପେଷ୍ଟ କରି ଜଳି ଥିବା ଜାଗାରେ ଲଗାଇଲେ, ସେଠାରେ ଫୋଟକା ବାହାରିବ ନାହିଁ । ଏଥିରେ ଅବସ୍ଥିତ ଆଣ୍ଟିଅକ୍ସିଡେଣ୍ଟ ଗୁଣ ଘା’ଆକୁ ବଢିବାକୁ ଦେଇ ନଥାଏ ।

● ନିମ୍ବ ଏକ ଭଲ କଣ୍ଡିସିଅନେର୍ ରୂପରେ କାମ କରିଥାଏ । ନିମ୍ବଗଛର ପତ୍ରକୁ ପାଣିରେ ଫୁଟାଇ ସେହି ପାଣିରେ କେଶ ଧୋଇଲେ, ରୂପି ସମ୍ପୁର୍ଣ ରୂପେ ନଷ୍ଟ ହୋଇଯାଏ ଓ କେଶ ମଜବୁତ ହୋଇଥାଏ ।

● ନିମ୍ବ ଶରୀରର ରକ୍ତକୁ ସଫା କରିଥାଏ, ଯାହା ଯୋଗୁଁ ଶରୀରରେ କେଉଁଠାରେ ଫୋଟକା ବା ଢ଼ିମିରି ହୋଇ ନଥାଏ । ଯଦି ଶରୀରରେ କୌଣସି ଜାଗାରେ ଫୋଟକା ହୋଇଥିଲେ ନିମ୍ବଗଛର ଛାଲକୁ ପେଷ୍ଟ କରି ସେହି ଫୋଟକା ଉପରେ ଲଗାଇଲେ ତାହା ଶୀଘ୍ର ଠିକ୍ ହୋଇଯାଏ ।

● ଦାନ୍ତ ପାଇଁ ନିମ୍ବଗଛର କାଠି ବହୁତ ଲାଭଦାୟକ ଅଟେ । ଏହି ଗଛର କାଠି ଦ୍ୱାରା ଯଦି ଦାନ୍ତକୁ ସଫା କରାଯାଏ; ତେବେ ଆପଣଙ୍କ ଦାନ୍ତ ଓ ଦାନ୍ତର ମାଢି ବହୁତ ମଜବୁତ ହୋଇପାରିବ ।

● ନିମ୍ବ ତେଲରେ ଦୀପ ଜାଳିଲେ ମଶା ଚାଲିଯାନ୍ତି, ଯାହାଦ୍ୱାରା କି ମଶାଙ୍କ ଯୋଗୁଁ ହେଉଥିବା ରୋଗ ଠାରୁ ସୁରକ୍ଷାରେ ପାଇପାରିବା ।

ଏହି ଅନୁଛେଦଟି ଆପଣଙ୍କୁ କିପରି ଲାଗିଲା Comment କରି ଜାଣନ୍ତୁ । ଭଲ ଲାଗିଲେ share କରନ୍ତୁ ।