୯୦ ଦଶକରେ ଅବିଛିନ୍ନ ଭାବରେ ସବୁଠୁ ଅଧିକ ହିଟ୍ ଚଳଚ୍ଚିତ୍ର ଦେଇଥିବା ୫ ଜଣ ଅଭିନେତା । ୧ ନମ୍ବର ଜଣକ ୫ଟି ହିଟ୍ ଚଳଚ୍ଚିତ୍ର ଦେଇଥିଲେ ।

Spread the love

ବଲିଉଡ ଇଣ୍ଡଷ୍ଟ୍ରିର ଇତିହାସ ଅବିସ୍ମରଣୀୟ । ସମୟର ସ୍ରୋତରେ ଅନେକ କଳାକାର ନିଜର ଅଭିନୟ ଦ୍ଵାରା ଲକ୍ଷ ଲକ୍ଷ ଜନତାଙ୍କ ହୃଦୟରେ ବିରାଜମାନ କରିଛନ୍ତି । ସେହି କଳାକାରମାନଙ୍କ ମଧ୍ୟରୁ କେହି କେହି ବଲିଉଡ ଜଗତରେ ସୁ-ପ୍ରସିଦ୍ଧ ହୋଇଛନ୍ତି ତ କେହି ହୋଇପାରି ନାହାନ୍ତି । ଯେଉଁ କଳାକାରମାନେ ସୁପ୍ରସିଦ୍ଧ ହୋଇଛନ୍ତି, ତାହା କେବଳ ତାଙ୍କର ଅଭିନୟ ନୁହେଁ ବରଂ ଚଳଚିତ୍ରର ବିଷୟ ବସ୍ତୁ ପାଇଁ ମଧ୍ୟ । ଆଜି ଆମେ ଏହି ଅନୁଛେଦରେ ୯୦ ଦଶକ ସବୁଠୁ ଅଧିକ ହିଟ୍ ଚଳଚିତ୍ର ଦେଇଥିବା ସେହି ୫ଜଣ ଅଭିନେତାଙ୍କ ବିଷୟରେ ଆଲୋଚନା କରିବୁ । ସେହି ୫ ଜଣଙ୍କ ମଧ୍ୟରୁ ୧ ନମ୍ବର ଅଭିନେତାଙ୍କ ସମସ୍ତ ଅର୍ଥାତ ୯୦ ଦଶକର ଦେଇଥିବା ୫ଟି ଯାକ ଚଳଚିତ୍ର ହିଟ୍ ହୋଇଥିଲା । ଆସନ୍ତୁ ଜାଣିବା ସଂପୂର୍ଣ୍ଣ ଭାବରେ –

୫) ଅମୀର ଖାନ :

୯୦ ଦଶକରୁ ହିଁ ଅମୀର ଖାନ ଜଣେ ବଡ କଳାକାର ରୂପେ ପରିଚିତ । ସେହି ସମୟରେ ମଧ୍ୟ ତାଙ୍କର ପରିପୂର୍ଣତା ଚଳଚ୍ଚିତ୍ର ପ୍ରତି ବହୁତ ଭଲ ଥିଲା । ଆପଣଙ୍କୁ କହିଦେଉଛୁ ଯେ, ଅମୀର ଖାନ ୧୯୯୬, ନଭେମ୍ବର ୧୧ ରୁ ୧୯୯୯ ଅପ୍ରେଲ ୩୦ ମଧ୍ୟରେ ଅବିଛିନ୍ନ ଭାବରେ ୪ଟି ହିଟ୍ ଚଳଚ୍ଚିତ୍ର ଦେଇଥିଲେ ଯେଉଁଥିରେ ‘ରାଜା ହିନ୍ଦୁସ୍ତାନୀ’, ଇସ୍କ, ଗୁଲାମ ଏବଂ ସରଫୋରଶ ସାମିଲ ରହିଛି ।

୪) ଅଜୟ ଦେବଗନ :

ବଲିଉଡର ସୁପରଷ୍ଟାର ଅଭିନେତା ଅଜୟ ଦେବଗନ ମଧ୍ୟ ୯୦ ଦଶକରେ ଅବିଛିନ୍ନ ଭାବରେ ୩ଟି ହିଟ୍ ଫିଲ୍ମ ଦେଇଛନ୍ତି । ୧୯୯୭, ନଭେମ୍ବର ୨୮ ରୁ ୧୯୯୮ ଜୁଲାଇ ୨୪ ମଧ୍ୟରେ ଇସ୍କ, ମେଜର ସାହେବ, ପ୍ୟାର ତୋ ହୋନା ହି ଥା ଆଦି ଚଳଚ୍ଚିତ୍ର ଗୁଡିକ ବକ୍ସ ଅଫିସରେ ହିଟ୍ ହୋଇଥିଲା ।

୩) ସଲମାନ ଖାନ :

୯୦ ଦଶକରେ ହମ୍ମ ଆପକେ ହେ କୌନ, ସାଜନ, ମୈନେ ପ୍ୟାର କିୟା ଭଳି ଲୋକପ୍ରିୟ ଚଳଚ୍ଚିତ୍ର ଦେଇଥିଲେ । ସୁପରଷ୍ଟାର ସଲମାନ ଖାନ ୧୯୮୯ ମାର୍ଚ୍ଚ ୨୭ ରୁ ୧୯୯୮ ଅକ୍ଟୋବର ୨ ମଧ୍ୟରେ ପ୍ୟାର କିୟା ତ ଡରନା କ୍ୟା, ଜବ ପ୍ୟାର କିସି ସେ ହୋତା ହେ ଏବଂ ବନ୍ଧନ ଭଳି ଅବିଛିନ୍ନ ଭାବରେ ୩ଟି ହିଟ ଚଳଚ୍ଚିତ୍ର ଦେଇଥିଲେ ।

୪) ଶାହରୁଖ ଖାନ :

୯୦ ଦଶକରେ ଶାହରୁଖ ଖାନଙ୍କର କିଛି ଅଲଗା ହି ଚମକ ଥିଲା । ଯେକୌଣସି ଚରିତ୍ରରେ ଶାହରୁଖ ଖାନର ଅଭିନୟକୁ ଦର୍ଶକ ପସନ୍ଦ କରୁଥିଲେ ଏବଂ ଆଜି ମଧ୍ୟ ପସନ୍ଦ କରୁଛନ୍ତି । ସେହି ସମୟରେ ସେ ଖଳନାୟକ ଭୂମିକାରେ ମଧ୍ୟ ଅଭିନୟ କରି ଦର୍ଶକଙ୍କ ହୃଦୟରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନ ଲାଭ କରିଥିଲେ । କିଙ୍ଗ ଶାହରୁଖ ଖାନ ୧୯୯୭ ଜୁଲାଇ ୧୮ ରୁ ୧୯୯୭ ଅକ୍ଟୋବର ୩୧ ମଧ୍ୟରେ ଦିଲ ତୋ ପାଗଲ ହେ, ପରଦେଶ ଏବଂ ୟେସ ବୋଷ ଭଳି ଅବିଛିନ୍ନ ଭାବରେ ୩ଟି ହିଟ୍ ଚଳଚ୍ଚିତ୍ର ଦେଇଥିଲେ ।

୫) ସୋନି ଦେଓଲ :

ବଲିଉଡର ଆକ୍ସନ ହିରୋ ସୋନି ଦେଓଲ ୯୦ ଦଶକର ସର୍ବଶ୍ରେଷ୍ଠ ଆକ୍ସନ ହିରୋ ବୋଲି ଗ୍ରହଣ କରାଯାଉଥିଲା ଏବଂ ସେତେବେଳେ ତାଙ୍କର ଚଳଚ୍ଚିତ୍ର ଗୁଡ଼ିକ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିବା ସହିତ ରୋଜଗାର ମଧ୍ୟ ଭଲ କରୁଥିଲା । ଆପଣଙ୍କୁ କହି ଦେଉଛୁ ଯେ, ୧୯୯୬ ଅଗଷ୍ଟ ୨୩ ରୁ ୧୯୯୭ ଜୁଲାଇ ୧୩ ମଧ୍ୟରେ ସୋନି ଦେଓଲ ଅବିଛିନ୍ନ ଭାବରେ ୫ଟି ଚଳଚ୍ଚିତ୍ର ଦେଇଥିଲେ ଯେଉଁଠି ଜିତ, ଘାତକ, ଅଜୟ, ଜିଦଦୀ ଏବଂ ବୋର୍ଡର ସାମିଲ ରହିଛି ।