5 ଡିସେମ୍ବରରୁ ଲାଗୁ ହେବ ପାନ କର୍ଡ ଉପରେ ଏହି 5ଟି ନିୟମ !

Spread the love

5 ଡିସେମ୍ବର ରୁ ଲାଗୁ ହେବ ପାନ କର୍ଡ ଉପରେ ଏହି 5ଟି ନିୟମ:

ଟିକସ ଠକେଇ ରୋକିବା ପାଇଁ ଆୟକର ବିଭାଗ ପାନ କାର୍ଡରେ ପରିବର୍ତ୍ତନ ଆଣିଛନ୍ତି । ଏହି ନୂଆ ନିୟମ ଆସନ୍ତା ଡ଼ିସେମ୍ବର 5 ତାରିଖରୁ ଲାଗୁ ହେବ । ନୂଆ ନିୟମ ଅନୁଯାୟୀ ଯେଉଁ ବ୍ୟକ୍ତିମାନେ ବର୍ଷକୁ 2.5 ଲକ୍ଷ ଟଙ୍କାର କାରବାର କରନ୍ତି, ସେହି ବ୍ୟକ୍ତିଙ୍କ ନିମନ୍ତେ ପାନ କର୍ଡ ଅନିର୍ବାର୍ଯ୍ୟ ଅଟେ । କେନ୍ଦ୍ରୀୟ ପ୍ରତ୍ୟେକ୍ଷ ବୋର୍ଡ଼ (ସିବିଡିଟି) ଏକ ସମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଯେଉଁ ବ୍ୟକ୍ତିମାନଙ୍କ ବର୍ଷକୁ 2.5 ଲକ୍ଷରୁ ଅଧିକ ଦେଣନେଣ କାରବାର କରନ୍ତି ସେହି ବ୍ୟକ୍ତିମାନଙ୍କ ନିମନ୍ତେ ପାନକର୍ଡ ଏକାନ୍ତ ଅପରିହାର୍ଯ୍ୟ ଏବଂ ଯେଉଁମାନଙ୍କ ପନକାର୍ଡ ନାହିଁ ସେହି ବ୍ୟକ୍ତିମାନେ 31 ମେଇ 2019 ପୂର୍ବରୁ ପନକାର୍ଡ ପାଇଁ ଆବେଦନ କରିବେ ।

ନୂଆ ପନକାର୍ଡ ସହ ଜଡିତ 5ଟି ମୁଖ୍ୟ ତଥ୍ୟ :

1) ଆୟକର ବିଭାଗର 1962 ମସିହାର ସଂଶୋଧନ ଆନୁଯାୟୀ ଯେଉଁ ବ୍ୟକ୍ତି ବିଶେଷ ବା କୌଣସି ସଂସ୍ଥା ବର୍ଷକୁ 2.5 ଲକ୍ଷ ଟଙ୍କାର ଦେଣନେଣ କାରବାର କରନ୍ତି, ସେମାନଙ୍କ ନିମନ୍ତେ ପାନକାର୍ଡ ଅନିର୍ବାର୍ଯ୍ୟ ଅଟେ ।

2) ଏହି ଆୟକର ବିଭାଗର ନୂଆ ନିୟମ କେବଳ ବ୍ୟକ୍ତିବିଶେଷ ନୁହେଁ ବରଂ ଉଭୟ ବ୍ୟକ୍ତି ବିଶେଷ ଓ ସଂସ୍ଥା ପାଇଁ ଉଦ୍ଧିଷ୍ଟ ।

3) ଯଦି କୌଣସି ବ୍ୟକ୍ତି ପ୍ରବନ୍ଧ ନିର୍ଦ୍ଦେଶକ, ନିର୍ଦ୍ଦେଶକ, ପାର୍ଟନେର, ଟ୍ରଷ୍ଟ, ଲେଖକ, ସଂସ୍ଥାପକ, କର୍ତ୍ତା, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଅବା ଉଚ୍ଚ ପଦସ୍ଥ ସରକାରୀ କର୍ମଚାରୀ ହୋଇଥିବେ ଏବଂ ସେମାନଙ୍କ ପାଖରେ ପନକାର୍ଡ ନାହିଁ ତେବେ 31 ମେଇ 2019 ପୂର୍ବରୁ ଆବେଦନ କରିବେ ।

4) ଆୟକର ବିଭାଗର ଉପଦ୍ଧେଷ୍ଟାଙ୍କ କହିବ କଥା ଯେ, ଘୋରଇ କମ୍ପାନୀଗୁଡିକ ମଧ୍ୟ ପାନକର୍ଡ଼ କରିବା ଅନିର୍ବାର୍ଯ୍ୟ ଆଟେ । ଯେଉଁ କମ୍ପାନୀଗୁଡିକର ଦେଣନେଣ 5 ଲକ୍ଷରୁ କମ ହେଲେ ମଧ୍ୟ ପନକାର୍ଡ କରିବା ଏକାନ୍ତ ଜରୁରୀ ।

5) କେନ୍ଦ୍ରୀୟ ପ୍ରତ୍ୟେକ୍ଷ ବୋର୍ଡ ଏହା ମଧ୍ୟ କହିଛି ଯେ, ପାନକାର୍ଡ ଆବେଦନ କରିବା ସମୟରେ ପିତାଙ୍କ ନାମ ଆବଶ୍ୟକ ନାହିଁ ।

ଏହି ନୂତନ ନିୟମ ଗୁଡିକ ପ୍ରଚଳନ ହେବ ଦ୍ୱାରା ଟିକସ ଠକେଇ ରୋକାଯାଇପାରିବ ବୋଲି ଆୟକର ବିଭାଗର ବିଶ୍ୱାସ !