୪ଟି ଜିଲ୍ଲାରେ ବନ୍ୟା ଆଶଙ୍କା । ୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ଉପରେ କଟକଣା ।

Spread the love

ଓଡ଼ିଶାର ଚାରିଆଡେ ଲଗାଣ ବର୍ଷା ଯୋଗୁଁ, ଏସଆର୍ସି ପକ୍ଷରୁ ୪ଟି ଜିଲ୍ଲା ବନ୍ୟା ଆଶଙ୍କା ଉପୁଜିଛି ଏବଂ ଏହି ୪ଟି ଜିଲ୍ଲାକୁ ରେଡ୍ ରେଡ୍ ୱାର୍ଣ୍ଣିଂ ଚେତାବନୀ ଜାରି କରାଯାଇଛି । ସେହିପରି ୮ଟି ଜିଲ୍ଲାକୁ ଅରେଞ୍ଜ ଚେତାବନୀ ଓ ୬ଟି ଜିଲ୍ଲାକୁ ୟେଲୋ ଚେତାବନୀ ଦିଆଯାଇଛି ଏବଂ ମତ୍ସ୍ୟଜୀବୀମାନେ ସମୁଦ୍ର ଭିତରକୁ ନ ଯିବା ପାଇଁ କଟକଣା ମଧ୍ୟ ଜାରି କରାଯାଇଛି ।

ଗତ କିଛି ଦିନ ହେବ ଓଡ଼ିଶାର ପ୍ରବଳ ବର୍ଷା ଲାଗି ରହିଛି । ବିଶେଷ କରି ୪ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଯୋଗୁଁ ରେଡ୍ ରେଡ୍ ୱାର୍ଣ୍ଣିଂ ଚେତାବନୀ ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ସୋନପୁର, ସମ୍ବଲପୁର, ବରଗଡ ଓ ଝାରସୁଗୁଡାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସହ ଏହି ଜିଲ୍ଲା ଗୁଡିକରେ ବନ୍ୟା ଆଶଙ୍କା କରାଯାଇଛି । ଏମିତିକି ଏସବୁ ଜିଲ୍ଲାର ତଳିଆ ଅଂଚଳରେ ମଧ୍ୟ ବନ୍ୟା ଆଶଙ୍କା ରହିଛି । ଏହା ସହିତ ଏହି ଜିଲ୍ଲା ଗୁଡିକର ରାସ୍ତାଘାଟ ନଷ୍ଟ ହେବା ନେଇ ମଧ୍ୟ ଆଶଙ୍କା କରାଯାଇଛି ।

ସେହିପରି ବଲାଙ୍ଗୀର, ନବରଙ୍ଗପୁର, ସୁନ୍ଦରଗଡ, କେନ୍ଦୁଝର, ଦେବଗଡ ଓ ଅନୁଗୁଳ ସମେତ ମୋଟ ୮ଟି ଜିଲ୍ଲା ପାଇଁ ଅରେଞ୍ଜ ଚେତାବନୀ ଜାରି କରାଯାଇଥିବା ବେଳେ ଏହା ସହ କୋରାପୁଟ, କଳାହାଣ୍ଡି, କନ୍ଧମାଳ, ଢେଙ୍କାନାଳ, କଟକ ଓ ମୟୂରଭଂଜ ୬ଟି ଜିଲ୍ଲା ପାଇଁ ୟେଲୋ ଚେତାବନୀ ଜାରି କରାଯାଇଛି ।

ଏସବୁ ଜିଲ୍ଲା ଗୁଡିକରେ କେତେକ ସ୍ଥାନରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ତରଫରୁ ପୂର୍ବନୁମାନ କରାଯାଇଛି । ଏବଂ ଏହା ସହିତ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ବନ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖିବାକୁ ଜିଲ୍ଳାପାଳ ମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ଆନୁସଙ୍ଗିକ ବ୍ୟବସ୍ଥା କରିବା ପାଇଁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ଏବଂ ଅନ୍ୟ ପଟେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀ ମାନଙ୍କୁ ମଧ୍ୟ ସମୁଦ୍ର ଭିତରକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି ।