04 ନଭେମ୍ବର 2019, ସୋମବାର : – ଆଜି ଏହି ୬ଟି ରାଶିର ବ୍ୟକ୍ତିଙ୍କୁ ମିଳିବ କର୍ମକ୍ଷେତ୍ରରେ ନିଶ୍ଚୟ ସଫଳତା । ପୂର୍ଣ୍ଣ ହେବ

Spread the love

04 ନଭେମ୍ବର 2019, ସୋମବାର : – ଆଜି ଏହି ୬ଟି ରାଶିର ବ୍ୟକ୍ତିଙ୍କୁ ମିଳିବ କର୍ମକ୍ଷେତ୍ରରେ ନିଶ୍ଚୟ ସଫଳତା । ପୂର୍ଣ୍ଣ ହେବ ସମସ୍ତ ମନୋବାଞ୍ଛା ।

ଭାଗ୍ୟରେ ଗ୍ରହର ନିରନ୍ତନ ପରିବର୍ତ୍ତନ ହୋଇଥାଏ, ଏହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ହୋଇଥାଏ । ଗ୍ରହର ପରିବର୍ତ୍ତନ ଫଳରେ ରାଶି ଗୁଡିକ ଉପରେ ମଧ୍ୟ କିଛି ନା କିଛି ପ୍ରଭାବ ପଡିଥାଏ । ଯେତେବେଳେ ଗ୍ରହ ଗୁଡିକର ସ୍ଥାନ ପରିବର୍ତ୍ତନ ହୋଇଥାଏ ରାଶି ଗୁଡିକ ଉପରେ ମଧ୍ୟ ଏହାର ଶୁଭଫଳ ପଡିଥାଏ । ଜ୍ୟୋତିଷ୍କଙ୍କ ଅନୁସାରେ ରାଶି ଗୁଡିକର ମହତ୍ତ୍ୱ ବ୍ୟକ୍ତିଙ୍କ ଜୀବନ ଉପରେ ପ୍ରଭାବ ପକାଇଥାଏ । ରାଶିକୁ ଆଧାରରେ ବ୍ୟକ୍ତିର ଭବିଷ୍ୟତ ବିଷୟରେ କୁହାଯାଇପାରେ ।

ମେଷ : ପୂଜାପାଠରେ ଆପଣଙ୍କ ମନ ଅଧିକ ଲାଗି ରହିବ । ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିବ । ଆଜିର ଷଷ୍ଠସ୍ଥ ଚନ୍ଦ୍ର ପ୍ରଭାବରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେବେ । କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ । ଶିଳ୍ପ, ବାଣିଜ୍ୟ, ପରିବହନ ଓ ବ୍ୟବସାୟରେ ମଧ୍ୟ ଶିଥିଳତା ଦେଖାଦେବ । ବ୍ୟବସାୟରେ ଆୟ ବ୍ୟୟ ପ୍ରାୟ ସମାନ ରହିବା । ଆବଶ୍ୟକତା ଅନୁଭବ କରି ନୂତନ ଗୃହୋପକରଣ କ୍ରୟ କରିପାରନ୍ତି । ମାଲିମକଦମାରେ ଜୟ ଯୁକ୍ତ ହେବେ, ବୈବାହିକ ଜୀବନ ସୁଖମୟ ରହିବ । ପ୍ରେମରେ ସଫଳତା ମିଳିବ । ଶୁଭରଙ୍ଗ: ବାଦାମୀ । ଆରାଧନା: ମାଆ ଶାରଳା ।

ବୃଷ : କାମ ପ୍ରତି ଆପଣଙ୍କର ପରିଶ୍ରମ ଆନନ୍ଦ ଆଣିବ । ଆଜିର ପ୍ରତ୍ୟୁଷ ଯାତ୍ରା, ବାଣିଜ୍ୟ ପ୍ରଭୃତି କ୍ଷେତ୍ରରେ ଗ୍ରହସ୍ଥିତି ବାଧକ ସାଜିପାରେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ ଭଲ ରହିବା ସହ କର୍ମକ୍ଷେତ୍ରରେ ମନର ବଳ ଖୁବ୍‌ ଟାଣ ରହିବ ଓ ଅଟକି ରହିଥିବା କାମକୁ ଶେଷ କରି ପାରିବେ । ଅଫିସରେ କୌଣସି କାମକୁ ନେଇ ଚିନ୍ତନ ମନ୍ଥନ କରିପାରନ୍ତି । ଆପଣଙ୍କୁ କୌଣସି ବିଶେଷ କଥାର ସୂଚନା ମିଳିବ । ପରିବାର ଭିତରେ ସମସ୍ୟା ଦେଇ ଗତିକଲେ ମଧ୍ୟ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ପାଇଁ ସମର୍ଥ ହେବେ । ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ଭଲ ରହିବ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ମାଆ ବଗଳାମୁଖୀ ।

ମିଥୁନ : ଦିନଟି ବୁଲିବାରେ ଅଧିକ ସମୟ କଟିବ । ମହତ୍ଵପୂର୍ଣ୍ଣ ମାମଲାରେ ବନ୍ଧୁଙ୍କ ସହିତ କଥାବାର୍ତ୍ତା ହେବେ । ବେପାରିବର୍ଗଙ୍କୁ ଅଚାନକ ଧନଲାଭ ହୋଇପାରେ । ଉଚ୍ଚାଧିକାରୀଙ୍କ କୃପାରୁ ଆପଣଙ୍କ କାର୍ଯ୍ୟ ସହଜ ଓ ସରଳ ହୋଇଯିବ । କୌଣସି ଗୋଳମାଳିଆ ପରିସ୍ଥିତିରେ ମଧ୍ୟସ୍ଥତା କରିଥିବାରୁ ଅନ୍ୟକୁ କୈଫିୟତ ଦେବାକୁ ପଡିପାରେ । ନୂଆ ଘର ବା ଭୂ-ସମ୍ପତ୍ତି କିଣିବା ଲାଗି ଯୋଜନା କରିବେ । ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ । ଆପଣଙ୍କ ଦାମ୍ପତ୍ୟ ଜୀବନ ଭଲ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ସନ୍ତୋଷୀମାତା ।

କର୍କଟ : ଆଜି ଆପଣ ସଫଳତାର ଉଚ୍ଚ ଶିଖରରେ ପହଞ୍ଚି ପାରିବେ । ମନ ଚାହୁଁଥିବା କମ୍ପାନୀରେ ଚାକିରି ମିଳିବା ହେତୁ ଖୁସି ହେବେ । କାରବାରରେ ଆପଣଙ୍କୁ ଫାଇଦା ହେବ କିନ୍ତୁ ଆକସ୍ମିକ ସ୍ଥାନାନ୍ତର ସୂଚନା ମନକୁ ଭାରାକ୍ରାନ୍ତ କରିପାରେ । ଅଫିସରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି । ବନ୍ଧୁ ଗହଣରେ ଆଲୋଚନାକୁ କେନ୍ଦ୍ରକରି ଭାବପ୍ରବଣ ହୋଇପାରନ୍ତି । ପରିବାରରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ସମଲେଶ୍ଵରୀ ।

ସିଂହ : ଆମଦାନି ପାଇଁ ନୂଆ ରଣନୀତି ପ୍ରସ୍ତୁତ କରିବେ । ଅନୁଭବୀଙ୍କ ଠାରୁ ସାହାଯ୍ୟ ମିଳିପାରେ । ଅଫିସ କାମକୁ ପୂରା କରିବାରେ ସକ୍ଷମ ହେବେ । କୌଣସି ସମ୍ପର୍କୀୟଙ୍କ ସହିତ ମିଳନର ଯୋଗ ରହିଛି । ଆଜିର ଫେରନ୍ତା ରାସ୍ତାରେ କୌଣସି ବ୍ୟକ୍ତିଙ୍କୁ ଦୀର୍ଘ ସମୟ ଅପେକ୍ଷା କରି ବ୍ୟସ୍ତତା ଅନୁଭବ କରିପାରନ୍ତି । ରୋଗ, ଋଣ ଓ ପରୋକ୍ଷ ଶତ୍ରୁତା ମାନସିକ ସ୍ଥିତିକୁ ବିପନ୍ନ କରିପାରେ । ପାରସ୍ପରିକ ମତଭେଦ କିମ୍ବା ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢିଯିବ । ଶୁଭରଙ୍ଗ: କଫିରଙ୍ଗ । ଆରାଧନା: ମାଆ ଦୁର୍ଗା ।

କନ୍ୟା : ଦିନଚର୍ଯ୍ୟାରେ ପରିବର୍ତ୍ତନ କରିବା ଲାଗି ଚିନ୍ତା କରିବେ । ବ୍ୟବସାୟ ସମ୍ବନ୍ଧରେ ଯାତ୍ରା କରିବାକୁ ପଡ଼ିପାରେ । ଅଫିସରେ ଭଲ କାମ ପାଇଁ ପଦୋନ୍ନତି ମିଳିପାରେ । ପରିବାର ସଦସ୍ୟମାନଙ୍କ ସହିତ ପାରସ୍ପରିକ ସାମଞ୍ଜସ୍ୟ ଗଠନ ହେବ । ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ । ଅଫିସରୁ ଆସିବା ବେଳକୁ ନିଜ ମନ ପସନ୍ଦର ଜିନିଷଟି କିଣିବାରେ ସମର୍ଥ ହୋଇପାରନ୍ତି । ସତ୍‌ସଙ୍ଗ, କଳା, ସାହିତ୍ୟ ଓ ସଭା ସମିତିରେ ସମସ୍ୟା ସମାଧାନର ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ । ସ୍ଵାସ୍ଥ୍ୟ ସମ୍ବନ୍ଧରେ ସଚେତ ରହନ୍ତୁ । ଶୁଭରଙ୍ଗ: କଫିରଙ୍ଗ । ଆରାଧନା: ମାଆ ତାରିଣୀ ।

ତୁଳା : ଆର୍ଥିକ ମାମଲା ପାଇଁ ଦିନଟି ଭଲ । ବ୍ୟବସାୟ କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କ ଲାଗି ଧନ ଲାଭର ସୁଯୋଗ ରହିଛି । ଅଫିସରେ କର୍ତ୍ତୃପକ୍ଷଙ୍କ ଭଲ ସହଯୋଗ ମିଳିବ । ନୂଆ ପରି ଯୋଜନା ପୂରା କରିବାରେ ସଫଳ ହେବେ । କଳା, ସାହିତ୍ୟ, ନୂତନ କାର୍ଯ୍ୟାରମ୍ଭ ଓ ଶିଳ୍ପ, ବ୍ୟବସାୟ, ପରିବହନରେ ଉନ୍ନତି କରିବେ । ପ୍ରତ୍ୟେକ କ୍ଷେତ୍ରରେ ମନର ଅସନ୍ତୋଷକୁ ପରିପ୍ରକାଶ କରି ବନ୍ଧୁଙ୍କ ସହ ସମ୍ପର୍କ କ୍ଷୁଣ୍ଣ ହେବ । କିନ୍ତୁ ଶନିଙ୍କ ସଂସର୍ଗତା ଲାଭରୁ ପରିବାରରେ ସୁଖ ଶାନ୍ତି ଫେରାଇ ଆଣିବା ଦିଗରେ ପ୍ରଯତ୍ନ କଲେ ଚେଷ୍ଟା କଦାପି ବିଫଳ ହେବନି । ଶୁଭରଙ୍ଗ: ଲାଲ । ଆରାଧନା: ବାବା ଧବଳେଶ୍ଵର ।

ବିଛା : ବ୍ୟବସାୟୀଙ୍କ ପାଇଁ ଦିନଟି ଲାଭପ୍ରଦ । ଆପଣ ଭାବିଥିବା କାମ ପୂରା ହୋଇପାରେ । ଅନୁରାଧା ନକ୍ଷତ୍ର ଅର୍ଥନୈତିକ ଉନ୍ନତି, ଆନୁଷ୍ଠାନିକ କ୍ଷେତ୍ରରେ ସଫଳତା ହେତୁକ ଅପରାହ୍ନ ସମୟଟି ଖୁସିରେ କଟିବ । କାହାରିକୁ କିଛି ଦେବାର ଯୋଜନା କରିବେ । କର୍ମକ୍ଷେତ୍ରରେ ଶତ୍ରୁତା ପଥରୋଧ କରୁଥିବାର ସନ୍ଦେହ କରି ଅନ୍ୟମନସ୍କତା କାରଣରୁ କେତେକ ଭୁଲ୍‌ କରିପାରନ୍ତି । ରାଜନୀତି, ଆନୁଷ୍ଠାନିକ କାର୍ଯ୍ୟ, ନୂତନ ଯୋଜନାରମ୍ଭ ଓ ଦୂରଯାତ୍ରା କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବେ । ପରିବାରର ସବୁ ସଦସ୍ୟଙ୍କ ମଧ୍ୟରେ ପ୍ରେମ ବଢ଼ିବ । ବନ୍ଧୁମିଳନ, ନୂତନ ସମ୍ପର୍କ, ପ୍ରୀତିପ୍ରଦ ଆଲୋଚନା କରିବାର ସୁଯୋଗ ପାଇପାରନ୍ତି । ଶୁଭରଙ୍ଗ: ଲାଲ । ଆରାଧନା: ମାଆ କାଳୀଜାଈ ।

ଧନୁ : ଆଜି ଆପଣଙ୍କ ମନରେ ଆତ୍ମବିଶ୍ଵାସ ଭାରି ରହିବ । କୌଣସି ଅଶାନ୍ତି ଆପଣଙ୍କ ପାଖକୁ ଆସିବ ନାହିିଁ । ଜୀବନସାଥୀଙ୍କ ସହଯୋଗରେ ଆପଣଙ୍କର ସବୁ କାମ ପୂରା ହେବ । ବ୍ୟବସାୟ କ୍ଷେତ୍ରରେ ଆପଣଙ୍କୁ ଲାଭ ମିଳିବ । ବକେୟା ଅର୍ଥ ଆଦାୟ କରିବାରେ ଜଣେ ବନ୍ଧୁ ସାହାଯ୍ୟ କରିବେ । ଅଫିସ ସହକର୍ମୀଙ୍କ ପୂର୍ଣ୍ଣ ସମର୍ଥନରେ କାର୍ଯ୍ୟଗୁଡିକ ସହଜ ଓ ସରଳ ହୋଇଯିବ । ପରିବହନ, ଆଲୋଚନା ପରିସର, ସଭା, ତର୍କ ଓ ବିବାଦ, ଆଇନ ଅଦାଲତରେ ସ୍ଥଗିତ କାମକୁ ପୂରା କରିବେ । ସ୍ଵାସ୍ଥ୍ୟ ଭଲ ରହିବ । ପାରିବାରିକ ଜୀବନ ସୁଖମୟ ହେବ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

ମକର : ଧାର୍ମିକ କାର୍ଯ୍ୟରେ ସହଯୋଗ କରନ୍ତୁ, ସବୁ ସମସ୍ୟାର ସମାଧାନ ହୋଇଯିବ । ଆଜି ଆପଣ ଯେତେ ପ୍ରକାରର ଚେଷ୍ଟା କଲେ ମଧ୍ୟ ସବୁ କାମ ବିଳମ୍ବିତ ସମୟରେ ହିଁ ସମ୍ପନ୍ନ ହେବ । ନୂଆ ଲୋକଙ୍କ ସହିତ ମିଶିବେ । ବ୍ୟବସାୟରେ ଲାଭ ମିଳିବ, ଚାକିରୀ କ୍ଷେତ୍ରରେ ପ୍ରଭାବ ବଢିବ, ଧନ ପ୍ରାପ୍ତି ହେବ, ଘରେ ମାଙ୍ଗଳିକ କାର୍ଯ୍ୟ ହୋଇପାରେ । ଅଫିସରେ କୌଣସି ଗୁରୁତ୍ବପୂର୍ଣ୍ଣ ଫଇସଲା ନେବେ । ଯାତୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ । ପରିବାର କ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢିଯିବାରୁ ବ୍ୟସ୍ତ ହୋଇପାରନ୍ତି । ଶୁଭରଙ୍ଗ: ଧଳା । ଆରାଧନା: ଶ୍ରୀଗଣେଶ ।

କୁମ୍ଭ : ଆପଣ ନିଜକୁ ସୁସ୍ଥ ସବଳ ଅନୁଭବ କରିବେ । କିଛି ମହତ୍ଵପୂର୍ଣ୍ଣ ଲୋକଙ୍କ ସହିତ ସମ୍ପର୍କ ସ୍ଥାପନ କରିବେ । ଜୀବନରେ ଆଗକୁ ବଢ଼ିବା ପାଇଁ ନୂଆ ରାସ୍ତା ଖୋଲିବ । ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ । କର୍ମକ୍ଷେତ୍ରରେ ଆତ୍ମୀୟତାର ସହ କାମ କରିବେ ସତ କିନ୍ତୁ ପ୍ରତିବଦଳରେ ଓଲଟା ଫଳ ପାଇବେ । ପାଖ ପଡ଼ୋଶୀ କିମ୍ବା ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ । ଆନୁଷ୍ଠାନିକ କାର୍ଯ୍ୟ, କଚେରି ମାମଲାରେ, ଜମିଜମା ବିବାଦରେ ଉପକୃତ ହେବେ । ପ୍ରେମ ସମ୍ବନ୍ଧ ମଜଭୁତ ହେବ । ଶୁଭରଙ୍ଗ: ଧଳା । ଆରାଧନା: ମହାଲକ୍ଷ୍ମୀ ।

ମୀନ : ଆପଣଙ୍କର ମାନସିକ ଶାନ୍ତି ବଜାୟ ରହିବ । ଆଜିର ଯାତ୍ରା, ବ୍ୟବସାୟ, ପ୍ରତିଯୋଗିତା, ବନ୍ଧୁଙ୍କ ସହ ବାର୍ତ୍ତାଳାପ, ପ୍ରଶାସନିକ ଆଲୋଚନା ସମସ୍ୟା ମୁକ୍ତ ରହିବ । ଆପଣ କୌଣସି ନୂଆ କାମ ପାଇଁ ଯୋଜନା ପ୍ରସ୍ତୁତ କରିପାରନ୍ତି । ସହକର୍ମୀଙ୍କ ସହାନୁଭୂତି ଯୋଗୁ କାମଗୁଡିକ ସଂପନ୍ନ କରିବାରେ ବିଶେଷ ଅସୁବିଧା ହେବ ନାହିଁ । ରାଜନୀତିରେ ସାକ୍ଷାତ୍‌ ଆଲୋଚନା ଭଲ ରହିବ । ଆର୍ଥିକ ରୂପେ ଆପଣ ମଜଭୁତ ବଜାୟ ରହିବେ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ନେଇ ନିତ୍ୟଚର୍ଯ୍ୟାରେ ବ୍ୟବଧାନ ଉପସ୍ଥିତ ହେବ । ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଧୁର ହେବ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ଗାୟତ୍ରୀ ।