ଏହା ହେଉଛି ଦୁନିଆର ସବୁଠାରୁ ୪ଟି ମହଙ୍ଗା ଫଳର ତାଲିକା । ଏଗୁଡିକର ଦାମ ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

Spread the love

ଏହି ଦୁନିଆରେ ଫଳର ଆବଶ୍ୟକତା ସମସ୍ତଙ୍କୁ ହୋଇଥାଏ । ଯେ କୌଣସି ବ୍ୟକ୍ତି ଅସୁସ୍ଥ ହୋଇଥାନ୍ତି; ତେବେ ସେହି ଅସୁସ୍ଥ ବ୍ୟକ୍ତିକୁ ଦେଖିବା ପାଇଁ ତାଙ୍କ ସମ୍ପର୍କୀୟମାନେ ସାଥିରେ ଫଳ ନେଇ ଆସିଥାନ୍ତି । ଯଦି ହିମୋଗ୍ଲୋବିନ କିମ୍ବା କୌଣସି ଜିନିଷର ଅଭାବ ଶରୀରରେ ହୁଏ, ତେବେ ଡାକ୍ତର ମଧ୍ୟ ଫଳ କିମ୍ବା ଫଳରସ ନେବା ପାଇଁ ପରାମର୍ଶ ଦେଇଥାନ୍ତି । ପ୍ରକୃତିରୁ ତିଆରି ଏହି ବିଶେଷ ସୃଷ୍ଟିରେ ଫଳର ଭୂମିକା ମଧ୍ୟ ଅଧିକ ମହତ୍ତ୍ୱପୂର୍ଣ୍ଣ ଅଟେ ଓ ଏହାକୁ ଖାଇବାର ମଜା ହିଁ ଅଲଗା ଥାଏ । କିଛି ଫଳ ସର୍ବଦା ଅର୍ଥାତ ସମସ୍ତ ଋତୁରେ ମିଳିଥାଏ ଏବଂ ଆଉ କେତେକ ଫଳ କୌଣସି ନିର୍ଦ୍ଦିଷ୍ଟ ୠତୁ (ବର୍ଷା, ଖରା ଓ ଶୀତ)ରେ ହିଁ ମିଳିଥାଏ । ମାତ୍ର କିଛି ଫଳର ଦାମ ଏତେ ବେଶୀ ହୋଇଯାଏ ଯେ, ଆକାଶ ଛୁଏଁ ଯାହାକୁ ଲୋକ ଖାଇ ପାରନ୍ତି ନାହିଁ । ଖାଇବା ଦୂରରେ ଥାଉ କିଣିବା ପାଇଁ ମଧ୍ୟ ଭାବିବାକୁ ପଡେ । ଏହା ହେଉଛି ଦୁନିଆର ଚାରୋଟି ମହଙ୍ଗା ଫଳର ତାଲିକା, ଏହି ଫଳଗୁଡ଼ିକର ଦାମ ଲକ୍ଷ ଲକ୍ଷ ଟଙ୍କା ଅଟେ, ତେବେ ଏମିତି କଣ ଅଛି ଏହି ଫଳ ଗୁଡିକରେ…, ଆପଣଙ୍କୁ ଆଗକୁ ହିଁ ଏହି ପୋଷ୍ଟ ମାଧ୍ୟମରେ ଜଣା ପଡିବ ।

ଏହା ହେଉଛି ଦୁନିଆର ୪ଟି ମହଙ୍ଗା ଫଳର ସୂଚୀ

ଦୁନିଆରେ ଅନେକ ଫଳ ମିଳିଥାଏ ଏବଂ ପ୍ରତ୍ୟେକ ବ୍ୟକ୍ତି ପ୍ରତ୍ୟେକ ଫଳ ଖାଇ ପାରନ୍ତି ନାହିଁ । କାରଣ ଏହା ଭିନ୍ନ ଭିନ୍ନ ରକମର ହୋଇଥାଏ । କିଛି ଫଳ ବହୁତ ଶସ୍ତାରେ ମିଳେ ତ ଆଉ କିଛି ଏମିତି ଅଛି ଯାହାକୁ କିଣିବା ଗରିବ ଲୋକଙ୍କ ପାଇଁ ଦୂରରେ ଥାଉ ବରଂ ମଧ୍ୟବିତ୍ତ ପରିବାର ପାଇଁ ମଧ୍ୟ ସହଜ ନୁହେଁ । ଆସନ୍ତୁ ଜାଣିବା ସେହି ଚାରୋଟି ସୂଚୀ :

୧. ରୁବି ରୋମନ ଅଙ୍ଗୁର :

ଏହି ଅଙ୍ଗୁରର ଦାମ ଏତେ ଅଧିକ ଯେ ! ଆପଣ ଏହି ଦାମରେ ଏକ ମୋଟର ସାଇକେଲ ସହଜରେ କିଣି ପାରିବେ । ଏହାର ନାମରୁ ହିଁ ଜଣା ପଡୁଛି ଯେ, ଏହି ଅଙ୍ଗୁର ଦେଖିବାକୁ ରୁବି ପରି ଲାଗୁଥିବ । ଜାପାନର କୃଷିରେ ମିଳୁଥିବା ରୁବି ରୋମନ ଅଙ୍ଗୁର ଅଧିକ ମହଙ୍ଗାରେ ମିଳେ । ଏହା ଜାପାନର କ୍ଷେତମାନଙ୍କରେ ବହୁତ ବିଷମ ପରିସ୍ଥିତିରେ ହୋଇଥାଏ । ଏହି ଫଳ ଭାରତରେ ବହୁତ କଷ୍ଟରେ ମିଳେ କିନ୍ତୁ ଏଠାରେ ମିଳିଲେ ମଧ୍ୟ ଏହାର ଦାମ ଏତେ ଅଧିକ ଯେ କୌଣସି ସାଧାରଣ ମଣିଷ କିଣି ପାରିବେ ନାହିଁ । ଏହାର ଗୋଟିଏ ପେନ୍ଥାର ଦାମ ୨ ଲକ୍ଷ ୬୬ ହଜାର ଟଙ୍କା ଅଟେ । ଏହି ଅଙ୍ଗୁର କେବଳ ଜାପାନରେ ହିଁ ଉତ୍ପାଦନ କରାଯାଇଥାଏ । ଏହାର ଗୋଟିଏ ପେନ୍ଥାରେ ୩୦ଟି ଅଙ୍ଗୁର ଥାଏ । ଗୋଟିଏ ଅଙ୍ଗୁରର ଓଜନ ୨୦ ଗ୍ରାମ ହୋଇଥାଏ ।

୨. ହେଲିଗନ ସପୁରୀପଣସ :

ହେଲିଗନ ସପୁରୀପଣସ ଏକ ଏମିତି ଫଳ ଯାହା ଦୁନିଆର ଗରମ ଦେଶ ମାନଙ୍କରେ ହିଁ ମିଳିଥାଏ ଓ ଏହାର ଉତ୍ପାଦନ ପାଇଁ ବିଶେଷ ସାବଧାନ ରହିବାର ଆବଶ୍ୟକତା ଥାଏ । ଏହାର ଚାଷ ସମୟରେ କୃଷକ ମାନଙ୍କୁ ବହୁତ ସତର୍କ ରହିବାକୁ ପଡେ ପରେ; ତେବେ ଯାଇ ଏହି ଫଳ ଠିକ ରୂପେ ଉତ୍ପାଦନ ହୋଇପାରିବ । ଏହି ଫଳର ଦାମ ପାଖାପାଖି ୧ ଲକ୍ଷ ଟଙ୍କା ଅଟେ ।

୩. ଟାଇୟୋ ନୋ ଟୋମେଟୋ ଆମ୍ବ :

ଫଳର ରାଜା ଆମ୍ବ ଅଟେ, ମାତ୍ର ଏହି ଆମ୍ବ ସାଧାରଣ ମନୁଷ୍ୟ ପାଇଁ କିଣିବା ଦୂରର କଥା । ଜାପାନର କ୍ଷେତରେ “ଟାଇୟୋ ନୋ ଟୋମେଟୋ ଆମ୍ବ” ଉତ୍ପାଦନ କରାଯାଏ । ଯାହା ବହୁତ ବଡ଼ ଓ ଅଣ୍ଡା ଆକାରର ହୋଇଥାଏ । ଏହାକୁ କେବଳ ଅର୍ଡର କରିଲେ ହିଁ ଉତ୍ପାଦନ କରଯାଏ । ଏହି ଫଳ ବଜାରରେ ମିଳେ ନାହିଁ ବରଂ ଏହି ଫଳକୁ ନିଲାମ କରାଯାଏ ଏବଂ ଏହାର ଦାମ ବଢ଼ି ବଢ଼ି ଚାଲିଥାଏ । ବର୍ତ୍ତମାନର ସମୟରେ ଏହି ଫଳର ଦାମ ପାଖାପାଖି ୨୦ ଲକ୍ଷ ଟଙ୍କା ହୋଇଛି ।

୪. ଡେନସୁକେ ତରଭୁଜ :

ଗ୍ରୀଷ୍ମ ଋତୁର ଆରମ୍ଭରେ ହିଁ ଭାରତର ପାଖାପାଖି ୮୦ ପ୍ରତିଶତ ଘରେ ତରଭୁଜ ଆଣିବା ଆରମ୍ଭ ହୋଇଯାଇଥାଏ । ଏହା ମଧ୍ୟ ୩୦ ରୁ ୫୦ ଟଙ୍କା ମଧ୍ୟରେ ଗୋଟିଏ ତରଭୁଜ ମିଳିଥାଏ କିନ୍ତୁ ବିଦେଶରେ ମିଳୁଥିବା ଏହି ତରଭୁଜର ଦାମ ପାଖାପାଖି ୩ ଲକ୍ଷ ୫୦ ହଜାର ଟଙ୍କା ଅଟେ । ଏହି ତରଭୁଜ ଦେଖିବାକୁ ସବୁଜ ଓ ଏଥିରେ ଫିକା କଳା ରଙ୍ଗର ଉଜ୍ଜ୍ଵଳତା ମଧ୍ୟ ଥାଏ ଯାହା ଅଲଗା ପ୍ରକାରରେ ଜଣାପଡ଼େ । ମାତ୍ର ଏଥିରେ ଭାରତୀୟ ତରଭୁଜ ପରି ଧାର ଧାର ଗୁଡିକ ନ ଥାଏ ।