ବିହାରର ଏହି ଚାରିଜଣ ବିଧାୟକ ସରକାରୀ ଖର୍ଚ୍ଚରେ ମଜାମସ୍ତି କରୁଥିଲେ । ଭାଇରଲ ହେଉଛି ଭିଡିଓ

Spread the love

ବିହାରର ୪ଜଣ ବିଧାୟକ ଝିଅମାନଙ୍କ ସହିତ ଖରାପ ଢଙ୍ଗରେ ନୃତ୍ୟୁ କରିବା ସମୟରେ ଧରାପଡିଲେ । ମଣିପୁରକୁ ଷ୍ଟଡି ଟୁରରେ ବିହାରର ଚାରି ବିଧାୟକ ଯାଇଥିଲେ । କିନ୍ତୁ ଏହି ବିଧାୟକମାନେ ଝିଅମାନଙ୍କ ସହିତ କରୁଥିବା ନୃତ୍ୟୁର ଫୋଟ ଗୁଡ଼ିକ ଭାଇରଲ ହୋଇଗଲା । ଯେଉଁ ଫୋଟରେ ସ୍ପଷ୍ଟରେ ଦେଖାଯାଉଛି ଯେ, କେତେକ ବିଧାୟକ ସେହି ଝିଅକୁ ଖରାପ ଢଙ୍ଗରେ ଛୁଇଁବାକୁ ପ୍ରୟାସ କରୁଥିଲା । ଏଥିରେ ଜେଡିୟୁ ରାଷ୍ଟ୍ର ଜନତା ଦଳ ଓ ବିଜେପିର ବିଧାୟକ ସାମିଲ ଥିଲେ । ଖବର ଅନୁସାରେ, ବିହାରର ଏ ସବୁ ବିଧାୟକ ଭାରତ-ମିଆମର ସୀମାରେ ଅବସ୍ଥିତ ମୋରେହ ସହରର ଝିଅ ସହିତ ଜବରଦସ୍ତି ନାଚିବା ଦୃଶ୍ୟ ଦେଖିବାକୁ ମିଳିଲା । ଏହି ଷ୍ଟଡି ଟୁରରେ କେବଳ ଆର.ଜେ.ଡ଼ି ହିଁ ନୁହେଁ ଜେଡିୟୁ ଓ ବିଜେପିର ନେତା ମଧ୍ୟ ସାମିଲ ଥିଲେ ।

ମଣିପୁରର ଖବର କାଗଜ ଇମ୍ଫାଲ ଟାଇମସ୍ ପ୍ରକାଶ୍ୟ ଅନୁସାରେ ବିହାରର ବିଧାୟକ ଝିଅର କାନ୍ଧ ଉପରେ ହାତ ରଖିଥିବା ଦୃଶ୍ୟ ଦେଖିବାକୁ ମିଳୁଛି । କିନ୍ତୁ ସେହି ଝିଅଟି ବାରମ୍ବାର ବିଧାୟକର ହାତକୁ ନିଜ କାନ୍ଧ ଉପରୁ ହଟାଉ ଥିଲେ । ବିଧାୟକ ସହ ଅନ୍ୟ ଲୋକମାନେ ମଧ୍ୟ ଥିଲେ । ଭାଇରଲ ହୋଇଥିବା ଭିଡିଓରେ ଦିନବେଳେ ବିଧାୟକ ଝିଅମାନଙ୍କ ସହିତ ନାଚୁଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା । ବିଧାୟକ ନାଚୁ-ନାଚୁ ହଠାତ ସେଠାରେ ଥିବା ଝିଅକୁ ଆଲିଙ୍ଗନ କରିବାକୁ ଚେଷ୍ଟା କରୁଥିଲେ ।

କୁହାଯାଉଛି କି, ଚାରି ଜଣ ବିଧାୟକ ଜୁନ ୧ରେ ବିହାର ବିଧାନ ସଭାର ଆନ୍ତରିକ ସାଧନ ଓ କେନ୍ଦ୍ରୀୟ ସହାୟତାର ସମିତି ସଦସ୍ୟର ରୂପେ ମୋରେହକୁ ଯାଇଥିଲେ । ଏହି ସଦସ୍ୟ ଏନଡିଏ ସରକାରର ଏକ୍ଟ ଇଷ୍ଟ ପୋଲିସିର ଅଧୀନରେ ଆୟୋଜିତ ବିକାଶ କାର୍ଯ୍ୟକ୍ରମ ଦେଖିବାକୁ ଯାଇଥିଲେ ।

କୁହାଯାଉଛି କି, ସୁପୌଲର ପିପରା ବିଧାନସଭା କ୍ଷେତ୍ରର ବିଧାୟକ ଓ ସମିତିର ଅଧ୍ୟକ୍ଷ ୟଦୁବଂଶ କୁମାର ୟାଦୱ ବିଧାୟକ ଦଳର ନେତୃତ୍ୱ କରିଥିଲେ, ଯେଉଁଥିରେ ବିଜେପିର ବିଧାୟକ ସଚିନ ପ୍ରସାଦ ସିଂହ, ଜଦୟୁ ବିଧାୟକ ରାଜକୁମାର ରାୟ ଓ ରାଜଦର ଅନ୍ୟ ବିଧାୟକ ରାଜା ପାକର ସାମିଲ ଥିଲେ ।

ଇମ୍ଫାଲ ଟାଇମ୍ସର ଗୋଟିଏ ରିପୋର୍ଟ ଅନୁସାରେ ବିଧାୟକ ମାନଙ୍କୁ ମଣିପୁର ରାଜ୍ୟ ବିଧାନସଭାର କର୍ମଚାରୀ ନିର୍ଦ୍ଧେଶ ଦେଉଥିଲେ । କିନ୍ତୁ ଏବେ ପର୍ଯ୍ୟନ୍ତ ଜଣା ପଡିନାହିଁ କି ଭିଡିଓ ରେ ଦେଖାଯାଉଥିବା ଲୋକମାନେ ସମିତିର ଅନ୍ୟ ସଦସ୍ୟ ଥିଲେ ନା ନାହିଁ ।