03 ଅକ୍ଟୋବର 2019 ଗୁରୁବାର : ଆଜି ଚାରୋଟି ସମ୍ପର୍ଣ୍ଣ ବ୍ୟକ୍ତି ସତ୍ୟତାର ସମ୍ମୁଖୀନ କରିବେ ! ଆତ୍ମବିଶ୍ଵାସର ସହ ଆଗକୁ ବଢିବେ ।

Spread the love

03 ଅକ୍ଟୋବର 2019 ଗୁରୁବାର : ଆଜି ଚାରୋଟି ସମ୍ପର୍ଣ୍ଣ ବ୍ୟକ୍ତି ସତ୍ୟତାର ସମ୍ମୁଖୀନ କରିବେ ! ଆତ୍ମବିଶ୍ଵାସର ସହ ଆଗକୁ ବଢିବେ ।

ପ୍ରତ୍ୟେକ ମନୁଷ୍ୟଙ୍କ ଭାଗ୍ୟରେ ଗ୍ରହ ନକ୍ଷେତ୍ରଙ୍କର ନିରନ୍ତନ ପରିବର୍ତ୍ତନ ହୋଇଥାଏ, ଏହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଗ୍ରହ ଓ ନକ୍ଷେତ୍ରର ପରିବର୍ତ୍ତନ ଫଳରେ ରାଶି ଗୁଡିକ ଉପରେ ମଧ୍ୟ କିଛି ନା କିଛି ପ୍ରଭାବ ପଡିଥାଏ । ଯେତେବେଳେ ଗ୍ରହ ଗୁଡିକର ସ୍ଥାନ ପରିବର୍ତ୍ତନ ହୋଇଥାଏ, ରାଶି ଗୁଡିକ ଉପରେ ମଧ୍ୟ ଏହାର ଶୁଭଫଳ ପଡିଥାଏ । ଜୋତିଷଙ୍କ ଅନୁସାରେ ରାଶି ଗୁଡିକର ମହତ୍ତ୍ୱ ବ୍ୟକ୍ତିଙ୍କ ଜୀବନ ଉପରେ ପ୍ରଭାବ ପକାଇଥାଏ । ଗ୍ରହମାନଙ୍କ ଗତିବିଧିକୁ ଆଧାର କରି ରାଶିଫଳ ନିର୍ଣ୍ଣୟ କରାଯାଇଥାଏ । ଗ୍ରହ ନକ୍ଷେତ୍ରଗୁଡି଼କ ନିରନ୍ତର ପରିବର୍ତ୍ତନ ଘଟିଥାଏ, ଯେଉଁଥି କାରଣରୁ ମନୁଷ୍ୟର ଦୈନନ୍ଦିନ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖା ଦେଇଥାଏ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ: ଆପଣଙ୍କ ଆଖପାଖରେ ସୁଖଦ ଓ ମଧୁର ବାତାବରଣ ରହିବ । ଆଜି ଅଷ୍ଟମସ୍ଥ ଚନ୍ଦ୍ରଙ୍କ ସହ ବୃହସ୍ପତିଙ୍କ ସମ୍ପର୍କ ଆପଣଙ୍କୁ ଅର୍ଥ, ସମ୍ମାନ ଦାନରେ କୁଣ୍ଠା ପ୍ରକାଶ କରିବେ ନାହିଁ । ଯେଉଁ କାର୍ଯ୍ୟ ହାତକୁ ନେବେ, ତାହାକୁ ପୂରା କରି ବିଶ୍ରାମ ନିଅନ୍ତୁ । ବୃତ୍ତିଗତ କାମରେ ଦୂରସ୍ଥାନକୁ ଯାତ୍ରାରେ ଯିବେ । ନିଜ ଦକ୍ଷତାରୁ ଉଚ୍ଚ ସମ୍ମାନ ପାଇବେ ଏବଂ ବୁଦ୍ଧିଜୀବୀମାନଙ୍କ ସାନ୍ନିଧ୍ୟରେ ଆସିବେ । ଅଫିସରେ ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ର କରି ଝଗଡ଼ା ଲାଗିପାରେ । ଭାସମିତି, ସଙ୍ଗଠନ, ରାଜନୀତି କ୍ଷେତ୍ରରେ ଉନ୍ନତମାନର ସୁଫଳ ପାଇବେ । କୌଣସି କାମରେ ଅଧିକ ପରିଶ୍ରମ ଓ ସମୟ ଲାଗିବ । ଉତ୍ତମ ବୁଝାମଣା ଜନିତ ଉତ୍ସାହ-ଉଦ୍ଦୀପନାଯୁକ୍ତ ହେବେ । ବୈବାହିକ ଜୀବନରେ ମଧୁରତା ବଢ଼ିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭଦ୍ରକାଳୀ ।

ବୃଷ: ଦିନଟି ଆପଣଙ୍କ ଲାଗି ଅନୁକୂଳ । ବୁଧ ଷଷ୍ଠଭାବସ୍ଥ ଯୋଗୁ ଯେକୌଣସି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିପାରିଲେ ଭଲ । ଅଫିସରେ ଆପଣଙ୍କର ଦାୟିତ୍ଵ ବୃଦ୍ଧି ହେବାର ସମ୍ଭାବନା । ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ହେବ । ବ୍ୟବସାୟ ପାଇଁ ନୂଆ ସୁଯୋଗ ମିଳିବ । ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟ ଭଲରେ ଚାଲିବ ଏବଂ ଲାଭବାନ୍‌ ମଧ୍ୟ ହେବେ । ବନ୍ଧୁବର୍ଗଙ୍କ ସକାଶେ ଯେତେ ଭଲ କାମ କଲେ ମଧ୍ୟ ପ୍ରଶଂସା ବଦଳରେ ଅଭିଯୋଗ ପାଇବେ । ମନର ଦୁଃଖକୁ ଲୁଚାଇ ରଖି ହସି ହସି କଥା କହିବାର ଅପଚେଷ୍ଟା କରି ଧରାପଡ଼ି ଯାଇପାରନ୍ତି । ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ଭଲ । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ଶ୍ରୀଗଣେଶ ।

ମିଥୁନ: ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ । ରାହୁ ରାଶିରେ ଅବସ୍ଥାନ କରିଥିବାରୁ ପରିସ୍ଥିତିକୁ ଆଖିଆଗରେ ରଖି ଯେସାକୁ ତେସା ନୀତିରେ କାମ କରିବାକୁ ମନସ୍ଥ କରିପାରନ୍ତି । ଆପଣଙ୍କର ସ୍ଥଗିତ ଥିବା କାମ ପୂରା ହେବ । ଅର୍ଥନୈତିକ ଅଭିବୃଦ୍ଧି ସାଙ୍ଗକୁ ବିଭିନ୍ନ ଯୋଜନା କ୍ଷେତ୍ରରେ ଅନୁକୂଳ ବାତାବରଣ ସୃଷ୍ଟି ହେବାରୁ ଖୁସି ରହିବେ । ବାଣିଜ୍ୟ, ବ୍ୟବସାୟରେ ଉନ୍ନତି କରିବେ କିନ୍ତୁ ଋଣ ପରିଶୋଧର ମାର୍ଗ ଉନ୍ମୁକ୍ତ ହୋଇପାରିବ ନାହିଁ । ସମାଜରେ ଆପଣଙ୍କର ସମ୍ମାନ ବଢ଼ିବ । ଚାକିରିଆଙ୍କୁ ଲାଭ ମିଳିବାର ସମ୍ଭାବନା ରହିଛି । କଳା, ସାହିତ୍ୟ, ପ୍ରଶାସନିକ ସ୍ତରରେ ଏପରି କି ମାଲିମକଦ୍ଦମାରେ ସ୍ଥିତି ଅନୁକୂଳ ହୋଇପାରେ । ଛୋଟ ଛୋଟ କଥାକୁ କେନ୍ଦ୍ର କରି ପରିବାର ଭିତରେ ସମ୍ପର୍କ ହାନି ଘଟିପାରେ । ପ୍ରେମ ପ୍ରସଙ୍ଗରେ ପ୍ରଗାଢ଼ତା ଆସିବ । ଶୁଭରଙ୍ଗ: ଧଳା । ଆରାଧନା: ବାବା କପିଳାସ ।

କର୍କଟ: ସକାରାତ୍ମକ ମନୋଭାବ ଘେନି କାମ କରନ୍ତୁ; ସଫଳତା ପାଇବେ । ଆଜିର ଚନ୍ଦ୍ର ଷଷ୍ଠାଧିପତିଙ୍କ ସହ ସଂଯୁକ୍ତ କାରଣରୁ ସ୍ଵାସ୍ଥ୍ୟରେ ବିଶେଷ ଉନ୍ନତି ନ ଘଟିଲେ ମଧ୍ୟ ଭାଗ୍ୟାଧିପତି ହେତୁ ଅସୁବିଧା ହେବ ନାହିଁ । ଆନୁଷ୍ଠାନିକ କାମ, ବନ୍ଧୁ ସମ୍ପର୍କ, କଳା, ସାହିତ୍ୟ ଓ ରଚନାମତ୍କ କାର୍ଯ୍ୟରେ ଅଗ୍ରଗତି ଘଟିବ । କ୍ୟାରିଅରରେ ଆଗକୁ ବଢ଼ିବା ଲାଗି ନୂଆ ସୁଯୋଗ ମିଳିବ । ବ୍ୟବସାୟରେ ନୂଆ ଚୁକ୍ତି ହେବ । ଆର୍ଥିକ ସ୍ଥିତି ମଜବୁତ ରହିବ । ସାମାଜିକ ଆୟୋଜନରେ ସହଭାଗିତା କରିବେ । ଭୋଗବିଳାସ ଓ ଆନନ୍ଦରେ ସମୟ କାଟିବେ । ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ । ସନ୍ଧ୍ୟାରେ ପରିବାର ଲୋକଙ୍କ ସହିତ ମଉଜମସ୍ତିରେ ସମୟ କଟିବ । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ଆରାଧନା: ମାଆ ଦୁର୍ଗା ।

ସିଂହ: ଆତ୍ମା ବିଶ୍ଵାସ ବଜାୟ ରଖନ୍ତୁ, ଭଗବାନଙ୍କୁ ସ୍ମରଣ କରନ୍ତୁ ଦିନଟି ଭଲରେ କଟିବ । ରବିଙ୍କ ଦୁର୍ବଳତା ଆପଣଙ୍କ ଦୁର୍ବଳ ସ୍ଵାସ୍ଥ୍ୟକୁ ନିର୍ଦ୍ଦେଶିତ କରୁଥିଲେ ମଧ୍ୟ ଅନ୍ୟମାନଙ୍କ ସହାୟତାରେ ଆଶା ପୂରଣ ହୋଇପାରିବ । ଦୀର୍ଘଦିନ ହେଲା ଯେତେ ଚେଷ୍ଟା କଲେ ମଧ୍ୟ ଆର୍ଥିକ ସ୍ବଚ୍ଛଳତା ନ ରହିବା କାରଣରୁ ମାନସିକ ଶାନ୍ତି ବ୍ୟାହତ ହୋଇପାରେ । ନୀଚସ୍ଥ ଶୁକ୍ର ପ୍ରଭାବରେ ଯାହା କଲେ ମଧ୍ୟ ସୁଫଳ ମିଳିବ ନାହିଁ । ବ୍ୟବସାୟରେ ଆର୍ଥିକ ସ୍ଥିତି ମାନ୍ଦା ରହିବା ସଙ୍ଗେ ସଙ୍ଗେ ସମସ୍ୟା ବହୁଳ ରହିବ । ଅଫିସରେ ମଧ୍ୟ କାର୍ଯ୍ୟ ଚାପ ସଙ୍ଗେ ସଙ୍ଗେ ଉଚ୍ଚଧିକାରୀଙ୍କ କ୍ଷୁବ୍ଧ କଥାବାର୍ତ୍ତା ମନକୁ ବିଚଳିତ କରିବ । ପରିବାରରେ ପାରସ୍ପରିକ ସହଯୋଗ ପରିବେଶକୁ ସରସ, ସୁନ୍ଦର କରିବାରେ ସହାୟକ ହେବ । ଜୀବନ ସାଥିଙ୍କ ପୂର୍ଣ୍ଣ ସହଯୋଗ ଫଳରେ ମନକୁ ସମ୍ୟକ ଶାନ୍ତି ମିଳିବ । ଶୁଭରଙ୍ଗ: ଧଳା । ଆରାଧନା: ହର ପାର୍ବତୀ ।

କନ୍ୟା: ଦିନଟି ଆପଣଙ୍କ ଲାଗି ଶୁଭଦାୟକ ଓ ଖୁସିଭରା ରହିବ ।ମାନସିକ ଶାନ୍ତି ଅନୁଭବ କରିବେ । ଗୁରୁ ଓ ଶୁକ୍ରଙ୍କ ପାରସ୍ପରିକ ଦୃଷ୍ଟି ଆପଣଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ଶୁଭଫଳ ପ୍ରଦାନ କରିବ । କ୍ରୀଡ଼ା କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କୁ ଲାଭର ସୁଯୋଗ ମିଳିବ । କୌଣସି ନୂଆ ଲୋକଙ୍କ ସହିତ ବନ୍ଧୁତା କରିବେ । ଆଜିର ଯାତ୍ରା, ନୂତନ କର୍ମାରମ୍ଭ, ବ୍ୟବସାୟିକ ସ୍ଥିତି ବିଶେଷ ଭଲ ରହିବ । ବ୍ୟବସାୟ ବାଣିଜ୍ୟରେ ଆଶାତୀତ ଲାଭ ମିଳିବ । ଅଫିସ ମଧ୍ୟରେ ସହକର୍ମୀଙ୍କ ପୂର୍ଣ୍ଣ ସଫଳତା ପାଇବେ । ଆପଣଙ୍କ ପ୍ରତିଭାରୁ ଅନ୍ୟମାନଙ୍କୁ ପ୍ରେରଣା ମିଳିବ । ପରୀକ୍ଷା ପ୍ରତିଯୋଗିତାରେ ବିଜୟୀ ହେବେ । ତଥାପି ଭୁଲ୍‌ ବୁଝାମଣା ହେତୁ ଆତ୍ମୀୟମାନଙ୍କ ଅସହଯୋଗ, ଅସମ୍ମାନ ଦୁଃଖର ମାତ୍ରାକୁ ବଢ଼ାଇ ଦେଇପାରେ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ଶାରଳା ।

ତୁଳା: ମନରେ ଆତ୍ମା ବିଶ୍ଵାସ ବୃଦ୍ଧି ପାଇବ । ଚନ୍ଦ୍ରଙ୍କ କୋଣଭାବରେ ଶୁକ୍ର ହେତୁ ନିଜ ମନ ମୁତବକ କାମ ହାସଲ କରିବାରେ ଅସୁବିଧା ହେବନାହିଁ । ବ୍ୟବସାୟ କ୍ଷେତ୍ରରେ ଲାଭବାନ ହେବେ । ବ୍ୟବସାୟରେ ନୂଆ ନୀତି ମଧ୍ୟ ପ୍ରୟୋଗ କରିବେ । ପାରିବାରିକ ପରିସ୍ଥିତି ପୂର୍ବପରି ରହିବ କିନ୍ତୁ ସଭାସମିତିରେ ଯୋଗଦେଇ ଲାଭବାନ ହେବେ । ସାମାଜିକ ସମ୍ମାନର ସହ କାର୍ଯ୍ୟସିଦ୍ଧି ହେବ । ଅନ୍ୟମାନଙ୍କୁ ସାହାଯ୍ୟ କରିବାକୁ ଯାଇ ନିଜେ ହଇରାଣରେ ପଡ଼ିପାରନ୍ତି । ବାଦବିବାଦ, ମାଲିମକଦ୍ଦମା, ପ୍ରତିଯୋଗିତା ପରୀକ୍ଷା, ସାକ୍ଷାତକାରରେ ଜୟଯୁକ୍ତ ହେବେ ଓ ଆଶା ମୁତାବକ ଫଳ ପାଇବେ । ଦୈହିକ ଦୁର୍ବଳତା ଯୋଗୁ ମନୋବଳ କମିଯାଇପାରେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ତାରିଣୀ ।

ବିଛା: ଦିନଟି ଆପଣଙ୍କ ପାଇଁ ଉତ୍ସାହ ପୂର୍ଣ୍ଣ ରହିବ । ମନରେ ଲାଗିରହିଥିବା ଓଲଟପାଲଟ ଚିନ୍ତାଧାରା ସମାପ୍ତ ହୋଇଯିବ । ରାଶିରେ ଗୁରୁଚାନ୍ଦ୍ରୀ ଯୋଗ ଆପଣଙ୍କ ସମସ୍ତ ସୁଖ, ସୁବିଧା ସହ ଅଭିଳାଷ ପୂରଣ କରିବାରେ ସାହାଯ୍ୟ କରିବ । ଶନିଙ୍କ କୁପ୍ରଭାବରୁ ନିଜ ହାତମୁଠାରୁ କେତେକ ସୁ୍‌ଯୋଗ ଖସି ଯାଇପାରେ । କାର୍ଯ୍ୟ କ୍ଷେତ୍ରରେ ସୁଖ-ଶାନ୍ତି ବୃଦ୍ଧି ହେବ ଓ ଉଚ୍ଚ ସମ୍ଭାବନାର ଆଶା ଆଶ୍ୱାସନା ଲାଭ କରି ମାନସିକ ଶାନ୍ତି ପାଇବେ । ସାମାଜିକ କାର୍ଯ୍ୟରେ ସଫଳତା ଓ ମାନସମ୍ମାନ ବୃଦ୍ଧି ହେବ । ଅଫିସରେ କର୍ତ୍ତୃପକ୍ଷ ଆପଣଙ୍କ କାର୍ଯ୍ୟରେ ପ୍ରସନ୍ନ ରହିବେ । ଅଫିସ ତରଫରୁ ବାହାରକୁ ଯିବାର ସୁଯୋଗ ମିଳିବ । କଳା, ସାହିତ୍ୟ, ସଭାସମିତି ଓ ମନୋରଞ୍ଜନରେ ଆଗ୍ରହୀ ହେବେ । ପ୍ରିୟତମଙ୍କ ସହିତ ବୁଝାମଣା ଠିକ୍‌ ରହିବ । ଶୁଭରଙ୍ଗ: ଲାଲ । ଆରାଧନା: ମହାଲକ୍ଷ୍ମୀ ।

ଧନୁ: ଆପଣଙ୍କ କୌଣସି ନିଷ୍ପତି, ଆପଣଙ୍କ ପାଇଁ କଷ୍ଟଦାୟକ ହୋଇପାରେ । ଶନିଙ୍କ ପ୍ରଭାବରୁ ପ୍ରତ୍ୟେକ କାର୍ଯ୍ୟ ବିଳମ୍ବରେ ସମ୍ପନ୍ନ ହେବ । କିନ୍ତୁ ଆଜି ପୂର୍ବାଷାଢ଼ା ନକ୍ଷତ୍ର ସ୍ଥଗିତ କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ ଏବଂ ଅର୍ଥ ସଂଗ୍ରହ କରିବାରେ ତତ୍ପରତା ପ୍ରକାଶ କରି ସଫଳତା ପାଇବେ । ପ୍ରତିଟି କାମ ସୁରୁଖୁରୁରେ କରିବେ । ପାରିବାରିକ ଜଞ୍ଜାଳ ବୃଦ୍ଧି ପାଇପାରେ । କର୍ମ କ୍ଷେତ୍ରରେ ପ୍ରତିଷ୍ଠା ଓ ଖ୍ୟାତି ମିଳିବ । ଆପଣଙ୍କ ଅନୁରୋଧକୁ ଉଚ୍ଚଅଧିକାରୀ ଅଗ୍ରାଧିକାର ଦେବେ ଓ ଗୁରୁତ୍ଵର ସହିତ ବିଚାର କରିବେ । ବିବାଦୀୟ ଘଟଣାରେ ଦୁଃସାହସିକ ପଦକ୍ଷେପ ନେବା ଠିକ୍‌ ହେବ ନାହିଁ । ଦେହ ଭଲ ରହିଲେ ମଧ୍ୟ ରକ୍ତଚାପ କିମ୍ବା ଡାଇବେଟିସ୍‌ ରୋଗରେ କଷ୍ଟ ପାଇପାରନ୍ତି । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭୈରବୀ ।

ମକର: ଭାଗ୍ୟର ସହଯୋଗ ପାଇବେ । ରାଶିରେ ଚନ୍ଦ୍ରଥିବାରୁ ମାନସିକ ସ୍ତର ବହୁତ ଭଲ ରହିବ । ତଥାପି ଆକସ୍ମିକ ଆବଶ୍ୟକତା ପୂରଣ କରିବା ସକାଶେ ଧାର କରଜ କରି କାମ ତୁଲାଇ ନେବାକୁ ବାଧ୍ୟ ହେବେ । ମହତ୍ତ୍ଵପୂର୍ଣ୍ଣ ଲୋକଙ୍କ ସହିତ ସାକ୍ଷାତ୍‌ ଆଲୋଚନା ହେବର ସମ୍ଭାବନା । ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟରେ ନିଜର ଯୋଜନାମୁତାବକ କାମ କରିବେ । ଆର୍ଥିକ ସ୍ଥିତି ସମ୍ୟକ ମାନ୍ଦା ରହିପାରେ । ରାଜନୈତିକ କ୍ଷେତ୍ରରେ ପ୍ରଶଂସିତ ହେବେ । ସାମାଜିକ କାର୍ଯ୍ୟକଳାପରେ ଭାଗ ନେଇ ପ୍ରଶଂସିତ ହେବେ । ପରୋକ୍ଷ ଶତ୍ରୁତା କାରଣରୁ କର୍ମକ୍ଷେତ୍ରରେ କେତେକ ପ୍ରତିବନ୍ଧକ ଦେଖା ଦେଇପାରେ । ବାଦବିବାଦ, କୋର୍ଟ କଚେରୀରେ ସକାରାତ୍ମକ ଫଳ ପାଇବେ । ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବା କାରଣରୁ ସାମୟିକ ଆଶ୍ୱସ୍ତିଲାଭ କରିପାରନ୍ତି । ଜୀବନସାଥୀଙ୍କ ଠାରୁ ପର୍ଯ୍ୟାପ୍ତ ପ୍ରେମ ପାଇବେ । ଶୁଭରଙ୍ଗ: କଫିରଙ୍ଗ । ଆରାଧନା: ଶ୍ରୀକୃଷ୍ଣ ।

କୁମ୍ଭ: ଧାର୍ମିକ ତଥା ଆଧ୍ୟାତ୍ମିକ କାର୍ଯ୍ୟରେ ସମୟ ବିତିବ । ଶନିଙ୍କ ଶୁଭଦୃଷ୍ଟିରୁ ସ୍ଵାସ୍ଥ୍ୟ ଭଲ ରହିଲେ ମଧ୍ୟ ବିଚାରଧାରା ଠିକ୍‌ ରହି ନ ପାରେ । ସାହିତ୍ୟ, କଳା ଓ ରଚନାମତ୍କ କାମରେ ଉଚ୍ଚ ପ୍ରଶଂସା ପାଇବେ । ବ୍ୟବସାୟ କ୍ଷେତ୍ରରେ ଆୟ ବ୍ୟୟ ସମାନ ରହିବ । କର୍ମ କ୍ଷେତ୍ରରେ ତରବରିଆ ପଦକ୍ଷେପ ନିଅନ୍ତୁ ନାହିଁ, ଯାହାକି ପରିସ୍ଥିତିକୁ ବଦଳାଇ ଦେଇପାରେ । ସାମାଜିକ କାର୍ଯ୍ୟରେ ସଫଳତା ଓ ମାନସମ୍ମାନ ପାଇବାର ସୌଭାଗ୍ୟ ପ୍ରାପ୍ତ ହେବ କିନ୍ତୁ ବନ୍ଧୁମାନେ ଈର୍ଷାନ୍ଵିତ ହେବେ । ପରିବାରର ଆବଶ୍ୟକତା ଅନୁଯାୟୀ ନୂତନ ଜିନିଷ କ୍ରୟ କରିବା ସକାଶେ ମନ ବଳାଇ ପାରନ୍ତି । ଆଶା ଆଶ୍ୱାସନା ଲାଭ କରି ମାନସିକ ଶାନ୍ତି ପାଇବେ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ବିରଜା ।

ମୀନ: ଆପଣଙ୍କ ଭାବନାରେ ସକାରାତ୍ମକ ବଜାୟ ରଖନ୍ତୁ । ଦେବଗୁରୁଙ୍କ କୃପାରୁ କୌଣସି କାମ ଅଟକି ରହିବ ନାହିଁ ଏବଂ ପ୍ରତ୍ୟେକ ସ୍ତରରେ ସମ୍ମାନିତ ହେବେ । ମହତ୍ତ୍ଵପୂର୍ଣ୍ଣ ଲୋକଙ୍କ ସହିତ ଯୋଗାଯୋଗ ହେବ । ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ, ତଥାପି ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ । ବ୍ୟବସାୟରେ ଯଥେଷ୍ଟ ଲାଭ ମିଳିବ ଓ ନୂଆ ପ୍ରସ୍ତାବ ମଧ୍ୟ ପାଇବେ । ଅଫିସ ତରଫରୁ ବାହାରକୁ ଯିବାର ସୁଯୋଗ ମିଳିବ । କୋର୍ଟ କଚେରି ମାମଲାରେ ବିଜୟୀ ହେବେ । ସତର୍କତା ଅବଲମ୍ବନ ନକଲେ କୌଣସି ଭୁଲ୍ କାମରେ ଫଶିଯିବେ । ବିବାହିତଙ୍କ ଲାଗି ଦିନଟି ବଢ଼ିଆ ରହିବ । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ମାଆ ତାରିଣୀ ।