ଝିଅଟି ବିବାହ ନହେବା କାରଣରୁ ତାନ୍ତ୍ରିକ ପାଖକୁ ଯାଇଥିଲା ପରେ ଯାହା ହୋଇଥିଲା ପଢିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ପଡିବେ ।

Spread the love

ଦେଶରେ ଆଜିକାଲି ଅନେକ ବାବାଙ୍କ ପୋଲ ଖୋଲିବାରେ ଲାଗିଛି । ଆଜି ପୁଣିଥରେ ଜଣେ ବାବାଙ୍କ ଫରଦା ଫାସ୍ ହୋଇଛି, ଯେଉଁ ବାବା ଭକ୍ତି ନାମରେ ମହିଳା ମାନଙ୍କ ଶୋଷଣ କରୁଥିଲା । ଏହି ଘଟଣା ଦିଲ୍ଲୀର ଅଟେ । ଦେଶର ରାଜଧାନୀ ହେବା ସତ୍ତ୍ୱେ ଏଠରେ ବାବାମାନଙ୍କ ପ୍ରକୋପ ବହୁ ପରିମାଣରେ ବଢିଯାଇଛି ଏବଂ ଏଠାରେ ଏହିଭଳି ବାବାମାନେ ଭକ୍ତଙ୍କୁ ନିଜର ଶିକାର କରିବାରେ ସଫଳ ହୋଇଥାନ୍ତି । ଖବର ଅନୁସାରେ ଦିଲ୍ଲୀର ଜଣେ ଯୁବତୀଙ୍କ ସହ ଜଣେ ବାବା ଲଜ୍ୟାଜନକ ଘଟଣା ଘଟାଇଛି ।

ରିପୋର୍ଟ ଅନୁସାରେ ଜଣେ ୩୨ ବର୍ଷୀୟ ଯୁବତୀ ଦକ୍ଷିଣ ଦିଲ୍ଲୀର ଏକ କଲେଜରେ ଲାଇବ୍ରେରୀୟନ କାର୍ଯ୍ୟ କରୁଥିଲେ । ନିଜ ବିବାହରେ ଆସୁଥିବା ସମସ୍ୟାକୁ ଦୂର କରିବା ପାଇଁ ଜଣେ ବାବାଙ୍କ ପାଖରେ ପହଞ୍ଚି ଥିଲେ ।

ପ୍ରଥମେ ସବୁ କିଛି ଠିକ୍ ଚାଲିଥିଲା ଏବଂ ଯୁବତୀଙ୍କୁ ବାବା ଉପରେ ବିଶ୍ୱାସ ମଧ୍ୟ ହୋଇ ଯାଇଥିଲା ଯେ, ବାବା ସେହି ଯୁବତୀଙ୍କୁ ନିଜ ସମସ୍ୟାରୁ ମୁକ୍ତି ଦେଇ ଦେବେ ।
ଯୁବତୀ ଜଣଙ୍କ ପାଞ୍ଚ ମାସ ପର୍ଯ୍ୟନ୍ତ ବାରମ୍ବାର ବାବାଙ୍କ ପାଖକୁ ଯାଉଥିଲେ । ଯୁବତୀଙ୍କ ଅନୁସାରେ ତାଙ୍କର ଜଣେ ସାଙ୍ଗ ଯୁବତୀଙ୍କୁ ଏହି ବାବାଙ୍କ ପାଖକୁ ନେଇ ଯାଇଥିଲେ । ବାବା ଯୁବତୀଙ୍କୁ ପ୍ରଥମେ କିଛି ଉପାୟ କରିବା ପାଇଁ କହିଥିଲେ । ବାବା ଯୁବତୀଙ୍କୁ ଯୋଗ୍ୟ ବର ମିଳିବା ପାଇଁ ସୂଚନା ଦେଇଥିଲେ ।

ଯେତେବେଳେ ଯୁବତୀ କିଛି ଦିନ ପର୍ଯ୍ୟନ୍ତ ବାବାଙ୍କ ପାଖକୁ ଯାଇ ନ ଥିଲେ, ବାବାଙ୍କ ଆଶ୍ରମରୁ ଏକ ଫୋନ କଲ୍ ଯୁବତୀଙ୍କ ପାଖକୁ ଆସିଥିଲା ଏବଂ ଯୁବତୀଙ୍କୁ ନିଜ ବୟୋଡାଟା ସହ ଏକ ଫୋଟ ଏକ ନମ୍ବରକୁ ପଠାଇବା ପାଇଁ କୁହାଯାଇଥିଲା । ବାବାଙ୍କ ଉପରେ ବିଶ୍ୱାସ କରି ଯୁବତୀ ନିଜ ବୟୋଡାଟା ସହ ଏକ ଫୋଟ ପଠାଇ ଦେଇଥିଲେ । ଯୁବତୀ ପୋଲିସକୁ ଦେଇଥିବା ଲିଖିତ ରିପୋର୍ଟରେ କହିଛନ୍ତି, ବାବାଙ୍କ ନିର୍ଦେଶରେ ଜଣେ ବ୍ୟକ୍ତି ଯୁବତୀଙ୍କ ସମସ୍ୟାର ସମାଧାନ କରିପାରିବ ଏବଂ ନିଜ ବୟୋଡାଟା ସହ ଏକ ଫୋଟ ଏକ ନିର୍ଦ୍ଧିଷ୍ଟ ନମ୍ବରକୁ ପଠାଇବା ପାଇଁ ପଡିବ ।

ନିଜ ବୟୋଡାଟା ସହ ଏକ ଫୋଟ ପଠାଇବା ପରେ ଫୋନ କରିଥିବା ବ୍ୟକ୍ତି ଯୁବତୀଙ୍କୁ ଅନେକ ବାର ଫୋନ କରିଥିଲା ଏବଂ ବହୁତ ଗୁଡିଏ ନିଜସ୍ୱ ପ୍ରଶ୍ନ ପଚାରିଥିଲେ ।ସେହି ବ୍ୟକ୍ତି ଯୁବତୀଙ୍କୁ ପଚାରିଥିଲା, ତୁମର କୌଣସି ପୁରୁଷ ବନ୍ଧୁ ନାହାନ୍ତି ନା ? ଯୁବତୀଙ୍କୁ ଏହା ମଧ୍ୟ ପଚାରିଥିଲେ କେବେ କେହି ତୁମକୁ ଛୁଇଁଛନ୍ତି ? ପରେ କିଛି ଦିନ ପରେ ବ୍ୟକ୍ତି ଜଣଙ୍କ ଯୁବତୀଙ୍କୁ ଫୋନ କରିଥିଲା ଏବଂ ଯୁବତୀଙ୍କ ପ୍ରତି ସମସ୍ୟାର ସମାଧାନ ପାଇଁ ଟଙ୍କା ନୁହେଁ ଯୁବତୀଙ୍କ ଫୋଟ ମାଗିଥିଲା । ଏହା ପରେ ଯୁବତୀ ଭଣ୍ଡ ବାବା ବିଷୟର ପ୍ରତିଟି କଥାକୁ ବୁଝି ପାରିଥିଲେ ଏବଂ ପୋଲିସରେ ଏହା ବିଷୟରେ କେସ୍ ରଜ୍ଜୁ କରାଇଥିଲେ । ପୋଲିସ ଏହି ଘଟଣାରେ ଆଇପିସିର ଧାରା ୩୫୩-ଏ ଅନୁସାରେ କେସ୍ ରଜ୍ଜୁ କରିଛି ।