31 ମଇ 2019, ଶୁକ୍ରବାର –ଏହି ୫ଟି ରାଶିର ବ୍ୟକ୍ତିଙ୍କ ଉପରେ ମାଆ ସନ୍ତୋସୀଙ୍କ କୃପା ରହିବା । ଦୂର ହେବ ସମସ୍ତ ଦୁଃଖ, ମିଳିବ ସଫଳତା …

Spread the love

31 ମଇ 2019, ଶୁକ୍ରବାର –ଏହି ୫ଟି ରାଶିର ବ୍ୟକ୍ତିଙ୍କ ଉପରେ ମାଆ ସନ୍ତୋସୀଙ୍କ କୃପା ରହିବା । ଦୂର ହେବ ସମସ୍ତ ଦୁଃଖ, ମିଳିବ ସଫଳତା …

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ମନୁଷ୍ୟ ପାଇଁ ରାଶିଫଳର ମହତ୍ୱ ରହିଛି । ଯଦି କୌଣସି ବ୍ୟକ୍ତି ନିଜ ଭବିଷ୍ୟତ ବିଷୟରେ ଜାଣିବା ପାଇଁ ଚହୁଁଛନ୍ତି, ତେବେ ଜ୍ୟୋତିଷ ବିଦ୍ୟାର ସହାୟତା ନେଇ ନିଜ ରାଶିକୁ ଆଧାର କରି ଆଗାମୀ ଭବିଷ୍ୟତ ସମୟର ଘଟଣାବଳୀ ସମ୍ବନ୍ଧରେ ଜାଣିପାରିବେ । ରାଶିଫଳ ଅନୁସାରେ ବ୍ୟକ୍ତିର ସ୍ଵଭାଵ ଓ ଭବିଷ୍ୟତ ବିଷୟରେ ଜାଣିବାକୁ ମିଳିଥାଏ । କାରଣ ମନୁଷ୍ୟର ଦୈନନ୍ଦିନ କାର୍ଯ୍ୟକଳାପରେ ଗ୍ରହମାନଙ୍କ ପ୍ରଭାବ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ, ଯାହାଫଳରେ ଗ୍ରହମାନଙ୍କ ଗତିବିଧିକୁ ଆଧାର କରି ରାଶିଫଳ ନିର୍ଣ୍ଣୟ କରାଯାଇଥାଏ । ଗ୍ରହ ନକ୍ଷେତ୍ରଗୁଡି଼କ ନିରନ୍ତର ପରିବର୍ତ୍ତନ ଘଟିଥାଏ । ଯେଉଁଠି କାରଣରୁ ମନୁଷ୍ୟର ଦୈନନ୍ଦିନ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖା ଦେଇଥାଏ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଜୀବନରେ କଣ କଣ ପରିବର୍ତ୍ତନ ଘଟିବ ଜାଣିବା ।

ମେଷ: ଆଜି ଆପଣ ନିଜକୁ ଊର୍ଜାବାନ ଅନୁଭବ କରିବେ । ଆଜିର ଶୁକ୍ର ଓ ଚନ୍ଦ୍ରଙ୍କ ସମ୍ବନ୍ଧରୁ ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ଲାଭ କରିପାରିବେ । ଉନ୍ନତିର ନୂଆ ରାସ୍ତା ମିଳିବ । ବ୍ୟବସାୟ କ୍ଷେତ୍ରରେ ପ୍ରସାର ପ୍ରଚାର କରି ସାମାନ୍ୟ ଲାଭ ପାଇବେ । କର୍ମକ୍ଷେତ୍ରରେ କାହାରିଙ୍କୁ ବନ୍ଧୁଭାବେ ଗ୍ରହଣ କରିବେ । ଜମିଜମା ସଙ୍କ୍ରାନ୍ତିୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ। କର୍ମ କ୍ଷେତ୍ରରେ ଅନେକ ଦିନର ଅଭିଳାଷ ପୂର୍ଣ୍ଣ ହେବ । ଖର୍ଚ୍ଚଭାରର ଆଧିକ୍ୟ, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ ରହିପାରନ୍ତି । ଭାଇ, ପଡ଼ୋଶୀ କିମ୍ବା ନିକଟ ସମ୍ପର୍କୀୟମାନେ ନିଆଁରେ ଘିଅ ଢାଳିଲା ପରି କଟୁ କଥା କହି ମାନସିକ ଆଘାତ ଦେଇପାରନ୍ତି । ଜୀବନ ସାଥୀଙ୍କ ସହିତ ଆପଣଙ୍କ ସମ୍ବନ୍ଧ ମଧୁର ହେବ । ଶୁଭରଙ୍ଗ: ଧୂସର । ଆରାଧନା: ବାବା କପିଳସ ।

ବୃଷ: ଆଜି ପରିବାର ସହିତ ଅଧିକ ସମୟ ଅତିବାହିତ କରିବେ । ଯେଉଁ କାମରେ ମୁଣ୍ଡ ପୂରାଇଛନ୍ତି, ସେଥିରେ ବନ୍ଧୁବର୍ଗ ଓ ଆତ୍ମୀୟସ୍ଵଜନଙ୍କ ସାହାଯ୍ୟ ପୂର୍ଣ୍ଣମାତ୍ରାରେ ରହିବ । ଫଳରେ ଆପଣ ଯେମିତି, ଯାହା ଚାହୁଁଛନ୍ତି ତାହା ତ ନିଶ୍ଚିତ ଭାବରେ ପାଇପାରିବେ । କର୍ମକ୍ଷେତ୍ରରେ ଜବରଦସ୍ତି ଉନ୍ନତି ଓ ନ୍ୟାୟ ମିଳିବ । ବ୍ୟବସାୟରେ ଆଶାତୀତ ଲାଭ ପାଇବେ ଓ ଆୟରସ୍ରୋତ ଖୋଲିଯିବ । କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ ଓ ପଦୋନ୍ନତି ସହ ନୂତନକର୍ମ ପ୍ରାପ୍ତିହେବ । ଭାବିଚିନ୍ତି ଖର୍ଚ୍ଚ କରନ୍ତୁ । ପୁଞ୍ଜିଲଗାଣ, ଉଦ୍ୟୋଗ, ଧନ ଆଦାନପ୍ରଦାନରେ ଲାଭବାନ୍ ହେବେ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ବିଜୟୀ ହେବେ । ମାତ୍ର ଯେକୌଣସି ଆଲୋଚନାରେ ତର୍କ, ବିବାଦୀୟ କଥା ଓ ପିଲାଙ୍କ ସମସ୍ୟା ନେଇ ବ୍ୟସ୍ତତା ବଢ଼ିପାରେ । ମହିଳାମାନଙ୍କର ଆୟ ଅପରିବର୍ତ୍ତିତ ରହି ଶାରୀରିକ ଓ ମାନସିକ ସ୍ଥିରତା ଦେଖାଦେବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ବିମଳା ।

ମିଥୁନ: ପାପଗ୍ରହ ପ୍ରଭାବରୁ ଆପଣଙ୍କ ଭଲ କାମର ପ୍ରଶଂସା ବଦଳରେ ନିନ୍ଦୁକ ଗୋଷ୍ଠୀ ଓ ଈର୍ଷାପରାୟଣ ବ୍ୟକ୍ତିମାନେ ନିନ୍ଦା ଗାଇ ବୁଲିବେ । ଆତ୍ମସମୀକ୍ଷାରେ ସମୟ ବିତିବ । ଶତ୍ରୁଙ୍କ ଗତିବିଧି ଉପରେ ନଜର ରଖନ୍ତୁ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କିଛିଟା ସମସ୍ୟା ଦେଖା ଦେଇପାରେ । ବାକି ରଖିଥିବା ଲୋକଟିକୁ ବକେୟା ମାଗିବା କାରଣରୁ ପରିସ୍ଥିତି ଉତ୍ତେଜନା ମୂଳକ ହୋଇପାରେ । ଆୟ ଅପରିବର୍ତ୍ତିତ ରହିଲେ ମଧ୍ୟ ବ୍ୟୟ ବୃଦ୍ଧିପାଇବ । ଯୁବକ ଯୁବତୀମାନେ ତରବରିଆ ଭାବରେ କୌଣସି କାମ ନ କରି ପରିସ୍ଥିତିକୁ ଆଖିଆଗରେ ରଖି କାମ କରିଲେ ଭଲ ହେବ । ମନ ଉତ୍ତେଜିତ ଫଳରେ ମାନସିକ ଏକାଗ୍ରତା ଭଙ୍ଗ ହେବ । ଶୁଭରଙ୍ଗ: କଫି ରଙ୍ଗ । ଆରାଧନା: ମହାଲକ୍ଷ୍ମୀ ।

କର୍କଟ: ଆଜି କର୍ମ ଭାବରେ ଚନ୍ଦ୍ର ବିଳାସକାରକ ଗ୍ରହଯୁକ୍ତ ହେତୁ କର୍ମକ୍ଷେତ୍ର ଓ ପାରିବାରିକ ସ୍ଥିତି ବହୁତ ଭଲ ରହିବ । ମାତାପିତାଙ୍କ ଆଶୀର୍ବାଦରେ ମନୋବଳ ଦୃଢ଼ ରହିବ । ଦୀର୍ଘ ଦିନରୁ ସ୍ଥଗିତ ଥିବା କାର୍ଯ୍ୟ ପୂରା ହେବ । ସମାଜ ସେବା ଓ ରାଜନୀତିରେ ସ୍ଵନାମ ଅର୍ଜନ କରିପାରିବେ । କର୍ମକ୍ଷେତ୍ରରେ ଉତ୍ତମ ରୋଜଗାର କରିପାରିବେ । ମାତ୍ର ଅଫିସରେ ଅଶ୍ଳେଷା ନକ୍ଷତ୍ର ଅନ୍ୟମାନଙ୍କ ବେଖାତିର ମନୋଭାବ ହେତୁ ଟିକିଏ ଟିକିଏ କଥାରେ ରାଗିପାରନ୍ତି । ଜମା ପଟୁ ନ ଥିବା ପ୍ରତିଦ୍ୱନ୍ଦ୍ୱୀ, ଦୋଷାରୋପ କରି ସମସ୍ୟାକୁ ବଢ଼ାଇ ଦେବାର ସମ୍ଭାବନା ରହିଛି । ଜୀବନ ସାଥୀଙ୍କ ସହିତ ସମ୍ବନ୍ଧ ମଧୁର ହେବ । ମହିଳାମାନଙ୍କର ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ସମ୍ପର୍କ ସ୍ଥାପନ ହେବା ଫଳରେ ପ୍ରତିଷ୍ଠା, ପ୍ରତିପତି, ମାନସମ୍ମାନ ଓ କ୍ଷାତି ବଢ଼ିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ନାରାୟଣୀ ।

ସିଂହ: କଥାବାର୍ତ୍ତାରେ ସଂଯମତା ଅଭାବରୁ ବର୍ତ୍ତମାନ ପରିସ୍ଥିତିରେ ଅନ୍ୟମାନଙ୍କ ସହ ଆକସ୍ମିକ ଶତ୍ରୁତା ସୃଷ୍ଟି ହୋଇପାରେ । ଆପଣଙ୍କ କାର୍ଯ୍ୟଶୈଳୀରେ କର୍ତ୍ତୃପକ୍ଷ ପ୍ରଭାବିତ ହେବେ । ଆର୍ଥିକ ପକ୍ଷରେ ଯଥେଷ୍ଟ ସୁଧାର ଆସିବ । ବ୍ୟବସାୟରେ ସଫଳତା ଅର୍ଜନ ଓ ଆତ୍ମବିଶ୍ୱାସ ବୃଦ୍ଧି ପାଇବ । କର୍ମକ୍ଷେତ୍ରରେ ସହକର୍ମୀ ଓ ଉପରିସ୍ଥ କର୍ମଚାରୀଙ୍କ ଠାରୁ ପ୍ରଶଂସିତ ହେବେ । ପାରିବାରିକ କ୍ଷେତ୍ରରେ ଶାନ୍ତି ବିରାଜମାନ କରିବ । ସଭାସମିତି, ନୂତନ କାର୍ଯ୍ୟାରମ୍ଭରୁ ଖୁସି ରହିବେ । ପ୍ରେମ ପ୍ରସଙ୍ଗଯୁକ୍ତ ଜୀବନରେ ଖୁବ୍‌ ଆନନ୍ଦ ମିଳିବ । ମହିଳାମାନଙ୍କର ଚାକିରୀ କ୍ଷେତ୍ରରେ ପରିବର୍ତ୍ତନ ହେବାର ସମ୍ଭାବନା । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଦୁର୍ଗା ।

କନ୍ୟା: ପ୍ରଭୁଙ୍କ ସ୍ମରଣରେ ମନ‌ରେ ସକାରାତ୍ମକ ଶକ୍ତି ସଂଚାର ହେବ । ଅଧିକାଂଶ ସମୟରେ ନିଜର ଭୁଲ୍‌ ବୁଝାମଣା ଜନିତ ବିଶୃଙ୍ଖଳିତ କାର୍ଯ୍ୟ ସମସ୍ୟା ସୃଷ୍ଟିର ମୂଳ କାରଣ ହେବାର ସୂଚନା ରହିଛ । ଈର୍ଷା ଓ ଅସୂୟା ମନୋଭାବ ପୋଷଣ କରି ନିଜ ଲୋକମାନେ ଶତ୍ରୁତା ଆଚରଣ କରି ପାରନ୍ତି । କାର୍ଯ୍ୟ କ୍ଷେତ୍ରରେ ସୁଖ-ଶାନ୍ତି ବୃଦ୍ଧି ହେବ । ପ୍ରତିଦ୍ଵନ୍ଦିତାରେ ସଫଳ, ବିଦ୍ୟାକ୍ଷେତ୍ରରେ ଶୁଭଯୋଗ, ରାଜନୀତିରେ ଉଚ୍ଚପ୍ରଶଂସିତ ହେବେ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ସଫଳହେବେ । ବାହାର ଖାଦ୍ୟ ପରିହାର କରନ୍ତୁ । ପାରିବାରିକ ଜୀବନ ଶାନ୍ତିମୟ ହେବ । ଅସାବଧାନତା କାରଣରୁ ସୁନା, ଅଳଙ୍କାର ହଜି ଯାଇପାରେ । ଶୁଭରଙ୍ଗ: କଫି ରଙ୍ଗ । ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ ।

ତୁଳା: ଅତି ନିକଟରେ ରହି ଶତ୍ରୁତା କରୁଥିବା ଲୋକଟି ପ୍ରତି ସତର୍କ ରୁହନ୍ତୁ, ନତୁବା ଅସୁବିଧାରେ ପଡ଼ିପାରନ୍ତି । ଆଜି ଆପଣ ମନର ଇଚ୍ଛା ପୂରା କରିବା ପାଇଁ ଧ୍ୟାନ ଦିଅନ୍ତୁ । ଘରକୁ ପୁରୁଣା ବନ୍ଧୁ ଆସିବେ । ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ ଭଲ ପାଉଥିବା ବନ୍ଧୁ କିମ୍ବା ପଡ଼ୋଶୀ ଭୁଲ୍‌ ଧାରଣା ପୋଷଣ କରିପାରନ୍ତି । ବ୍ୟବସାୟୀମାନେ ଧନଲାଭ କରିବାର ସୁଯୋଗ ପାଇବେ । କର୍ମକ୍ଷେତ୍ରରେ ଉନ୍ନତିମୂଳକ ପଦକ୍ଷେପ ନେଇ ଆର୍ଥିକସ୍ଥିତି ସନ୍ତୋଷପ୍ରଦ ହେବ । ପରିବାରଜନଙ୍କ ଉନ୍ନତିରେ ଆନନ୍ଦିତ ହେବେ ଓ ଆର୍ଥିକସ୍ଥିତି ସନ୍ତୋଷପ୍ରଦ ହେବ । ପରିବାରର ମାମଲା ଘରୋଇ ସମସ୍ୟାର ସମାଧାନ ହେବ । ସତର୍କତା ଅଭାବରୁ ଟଙ୍କା, ସୁନା, ଚୋରି ହୋଇ ଯାଇପାରେ । ଶୁଭରଙ୍ଗ: ଆକାଶୀ ନୀଳ । ଆରାଧନା: ମାଆ ମଝିଘରିଆଣୀ ।

ବିଛା : ନୂତନ କାମରେ ହାତ ଦେଇ ଏକ ପ୍ରକାର ମାନସିକ ପରିତୃପ୍ତି ଲାଭ କରିପାରନ୍ତି । ବ୍ୟବସାୟରେ ମନମୁତାବକ ଲାଭ ପାଇ ଭବିଷ୍ୟତ ଯୋଜନାରେ ନିବେଶ କରିବେ । ପ୍ରତ୍ୟେକ ଦିଗରୁ ଖର୍ଚ୍ଚ କମାଇବା ପାଇଁ ଚେଷ୍ଟା କଲେ ଉପକୃତ ହେବେ । ସାମୟିକ ଭାବରେ ଶାରୀରିକ ଅସୁସ୍ଥି ଅନୁଭବ କରିପାରନ୍ତି । ସାମାଜିକ ସ୍ତରରେ ଭାବିଚିନ୍ତି କାମ ନ କଲେ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇପାରେ । ଅନ୍ୟମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ବିଦେଶ ଯାତ୍ରାକୁ ମନ ବଳାଇବେ । ଆର୍ଥିକ ଦିଗରୁ ସୁବିଧା ହେଲେ ମଧ୍ୟ ପୈତୃକ ସମ୍ପତ୍ତି ନେଇ ପାରିବାରିକ ଦ୍ୱନ୍ଦ ଉପୁଜି ପାରେ । ଉଚିତ୍ ପରାମର୍ଶ ପାଇ ହରେଇଥିବା ଦ୍ରବ୍ୟ ଫେରି ପାଇବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭୈରବୀ ।

ଧନୁ: ମନ ବଳ ଦୃଢ ହେବ । କର୍ମକ୍ଷେତ୍ରରେ ସହକର୍ମୀ ମାନଙ୍କ କେବଳ ଉପଦେଶ ଶୁଣି ଶୁଣି ମନରେ ବିରକ୍ତି ଆସିପାରେ । ଶିଳ୍ପ, ବ୍ୟବସାୟରେ ଅର୍ଥ ସମ୍ପର୍କୀୟ ଟଣାଓଟରା ଲାଗିବାର ଆଶଙ୍କା ରହିଛି । ବ୍ୟବସାୟୀକ ହିସାବପତ୍ର ସହ ଭଲ ଭାବରେ ଦେଖାଚାହାଁ କରିବା ଦ୍ୱାରା ବିଶେଷ ଲାଭବାନ୍ ହେବେ । ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ସଫଳ ହେବେ । ଶାରିରୀକ ଅସୁସ୍ଥତା ଦେଖା ଦେବ । ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ଭଲ । ପାରିବାରିକ ସ୍ତରରେ ମନ ଭୁଲାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳି ନେବେ । ମହିଳାମାନେ ଅଧିକ ଭାଗ୍ୟବାଦିନୀ ହୋଇ ନିଜ ଗୋଡରେ ନିଜେ ଠିଆ ହେବାକୁ ସାହସ ବାନ୍ଧିବେ । ଶୁଭରଙ୍ଗ: ହଳଦିଆ । ଆରାଧନା: ହନୁମାନ ।

ମକର: ଉଚ୍ଚ ଚିନ୍ତା ଓ ସଂଯମିତ ଚିନ୍ତାଧାରା ପ୍ରଭାବରେ ପ୍ରତ୍ୟେକ ପରିସ୍ଥିତିକୁ ସୁଧାରି ନେଇପାରିବେ । କାର୍ଯ୍ୟସିଦ୍ଧି ସାଙ୍ଗକୁ ଅର୍ଥ ଲାଭ ଓ ବନ୍ଧୁମିଳନରୁ ମଧ୍ୟ ମନ ଖୁସି ରହିବ । ଧନ ଉପାର୍ଜ୍ଜନ କରିବା ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ । କର୍ମକ୍ଷେତ୍ରରେ ସଫଳତା ପାଇବା ପାଇଁ ଅଧିକ ଧାଁ ଦଉଡ଼ କରିବାକୁ ପଡ଼ିବ । କିନ୍ତୁ ପୂର୍ବାଷାଢ଼ା ନକ୍ଷତ୍ର ଅନ୍ୟମନସ୍କ ହେତୁକ କୌଣସି ଭୁଲ୍‌ କାମ କରି ଅନୁତପ୍ତ ହେବେ । ସାମାଜିକ କ୍ଷେତ୍ରରେ ନିଜର ପ୍ରଭାବ ଓ ପରାକ୍ରମ ବଢିବ । ପୁରୁଣା ରୋଗର ଉପଶମ ସହ ସ୍ୱାସ୍ଥ୍ୟରେ ଆଶାଜନକ ପରିବର୍ତ୍ତନ ଦେଖାଦେବ । ପରିବାର କଥା ଚିନ୍ତା କରି ମନରେ ସନ୍ତୋଷ ଦେଖାଦେବ । ଜାଗା, ଜମି, ସମ୍ପତ୍ତି ଓ ଯାନବାହାନ ସମ୍ବନ୍ଧୀୟ କେତେ ସମସ୍ୟା ସମାଧାନ ହୋଇଯିବ । ଶୁଭରଙ୍ଗ: ହଳଦିଆ । ଆରାଧନା: ହର ପାର୍ବତୀ ।

କୁମ୍ଭ: ଆର୍ଥିକ ଲାଭ ପାଇଁ ଶୁଭ ଦିନଟିଏ । ସକାରାତ୍ମକ ଭାବନାରେ ରହନ୍ତୁ; କାମ କରିବା ସହଜ ହେବ । ପାରିବାରିକ ଅବସ୍ଥାରେ ବିଶେଷ ଉନ୍ନତି ଦେଖା ନ ଦେଲେ ମଧ୍ୟ ପରିସ୍ଥିତି ଶାନ୍ତ ରହିବ । କୌଣସି କ୍ଷେତ୍ରରେ ଅଧୈର୍ଯ୍ୟ ହୁଅନ୍ତୁ ନାହିଁ, ବନ୍ଧୁଙ୍କ ସହାନୁଭୂତି ନିଶ୍ଚୟ ଲାଭ କରିବେ । ବ୍ୟବସାୟୀଙ୍କୁ ଭଲ ସୁଯୋଗ ମିଳିବ । ଆର୍ଥିକ ସ୍ଥିତିରେ ବୃଦ୍ଧି ଘଟିବ । ସରକାରୀ କର୍ମଚାରୀମାନେ କର୍ମ କ୍ଷେତ୍ରରେ ସମ୍ମାନ ଲାଭ କରିବେ । ଈର୍ଷାପରାୟଣ ବ୍ୟକ୍ତିମାନେ ପ୍ରତିଷ୍ଠା ଓ ପ୍ରଶଂସାକୁ ସହି ନ ପାରି ମନକୁ ଦୁଃଖ ଦେବା ଭଳି ମନ୍ତବ୍ୟ ଦେଇପାରନ୍ତି । ବାଦବିବାଦ, ମାଲିମୋକଦ୍ଦମା, ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ଯଶସ୍ୱୀ ହେବେ । ଜୀବନ ସାଥୀଙ୍କ ଠାରୁ ଖୁସି ମିଳିପାରେ । ଶୁଭରଙ୍ଗ: ଆକାଶୀ ନୀଳ । ଆରାଧନା: ମାଆ ଅମ୍ବିକା ।

ମୀନ : ଦିନଟିରେ କିଛି ଭଲ ଓ କିଛି ମନ୍ଦର ମିଶ୍ରିତ ଫଳ ଆଜି ଅନୁଭବ କରିବେ । କର୍ମକ୍ଷେତ୍ରରେ କାର୍ଯ୍ୟ ବୃଦ୍ଧି ପାଇବା କାରଣରୁ ଘର କଥା ବୁଝିବା ପାଇଁ ସମୟ ପାଇବେ ନାହିଁ । ବନ୍ଧୁ କିମ୍ବା ଗୁରୁଜନଙ୍କ ପ୍ରେରଣାରେ ନୂତନ କାର୍ଯ୍ୟରେ ହାତ ଦେବାକୁ ସ୍ଥିର କରି ସଫଳତା ହାସଲ କରିପାରିବେ । ରାଜନୀତି କ୍ଷେତ୍ରରେ ନିରର୍ଥକ ମନସନ୍ତାପ, ମାନସିକ ଅଶାନ୍ତି, ଉତ୍ତେଜନା, ଡିପ୍ରେସନ, ସ୍ୱାସ୍ଥ୍ୟହାନୀ, ମା’ ଓ ପତ୍ନୀଙ୍କ ସହ ମତାନ୍ତର ହୋଇପାରେ । ପରିବାରର ଖର୍ଚ୍ଚ ପରିମାଣ ବୃଦ୍ଧି ଚିନ୍ତାଜନକ ସ୍ଥିତି ସୃଷ୍ଟି କରିବ । ପୁରାତନ ରୋଗର ପ୍ରକୋପ ବୃଦ୍ଧି ପାଇବ । ମହିଳାମାନେ ସନ୍ତାନ ପାଇଁ ଚିନ୍ତିତରହିବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଶାରଳା ।