30 ଜୁନ 2019 ରବିବାର : ସୂର୍ଯ୍ୟଦେବଙ୍କ କୃପାରୁ ଏହି ସାତୋଟି ରାଶି ସମ୍ପର୍ଣ୍ଣ ବ୍ୟକ୍ତିମାନେଙ୍କୁ ମିଳିବ ଅସରନ୍ତି ଖୁସି, ବ୍ୟବସାୟ ସମ୍ବନ୍ଧିତ କ୍ଷେତ୍ର ପାଇବେ ପୂର୍ଣ୍ଣ ସଫଳତା…

Spread the love

30 ଜୁନ 2019 ରବିବାର : ସୂର୍ଯ୍ୟଦେବଙ୍କ କୃପାରୁ ଏହି ସାତୋଟି ରାଶି ସମ୍ପର୍ଣ୍ଣ ବ୍ୟକ୍ତିମାନେଙ୍କୁ ମିଳିବ ଅସରନ୍ତି ଖୁସି, ବ୍ୟବସାୟ ସମ୍ବନ୍ଧିତ କ୍ଷେତ୍ର ପାଇବେ ପୂର୍ଣ୍ଣ ସଫଳତା…

ରାଶିଫଳ ଆମ ଜୀବନରେ ବହୁତ ମହତ୍ୱ ରହିଛି । ଗ୍ରହ ଓ ନକ୍ଷେତ୍ରଙ୍କ ଚାଲି ଚଳନ ଆଧାରରେ ରସିଫାଲରା ନିର୍ମାଣ ହୋଇଥାଏ । ଗ୍ରହଙ୍କ ଚାଲି ଚଳନ ସବୁବେଳେ ବଦଳି ଥାଏ । ସେଥିପାଇଁ ଆମ ଦୈନିକ ଜୀବନରେ ଘଟୁଥିବା ଘଟଣା ସବୁବେଳେ ସମାନ ହୋଇନଥାଏ । ତାହେଲେ ଆପଣ ବି ଜାଣିବାକୁ ଚାଁହୁଚନ୍ତି ଯଦି ଆଜିର ଦିନ ଆପଣଙ୍କ ପାଇଁ କିପରି ରହିବ ? ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ? ଏହି ସବୁର ଉତ୍ତର ଜାଣିବାପାଇଁ ପଢନ୍ତୁ ଆଜିର ରାଶିଫଳ ।

ମେଷ: ଦିନଟି ଆପଣଙ୍କ ପାଇଁ ଅତି ଉତ୍ତମ ରହିବା । ଉଚ୍ଚରାଶିରେ ଚନ୍ଦ୍ର ଥିବାରୁ ଖୁସି ମନରେ କାମ କରିବେ ଏବଂ ବନ୍ଧୁ ପରିଜନଙ୍କ ସ୍ନେହ, ଶ୍ରଦ୍ଧା, ଆଦର ପାଇ ମନର ଦୁଃଖକୁ ଲାଘବ କରିବାରେ ସମର୍ଥ ହେବେ । ଶତୃନାଶ, ଧନପ୍ରାପ୍ତି, ମିତ୍ରଲାଭ ଓ ଉଚ୍ଚ ସମ୍ମାନ ପାଇବେ । ଧୈର୍ଯ୍ୟ ଓ ବୁଦ୍ଧିବଳରେ ନିଜର କାର୍ଯ୍ୟ ହାସଲ କରିପାରିବେ । ଅଚାନକ ଭାବରେ ଧନ ପ୍ରାପ୍ତି କରିବାର ସୁଯୋଗ ମିଳିବ । ରାଜନୈତିକ କ୍ଷେତ୍ରରେ ସମ୍ମାନ ବୃଦ୍ଧି ହେବ ଓ ସୁନାମ ଅର୍ଜନ କରିବେ । କିନ୍ତୁ କର୍ମକ୍ଷେତ୍ରରେ କେତେକ ସାମାନ୍ୟ ଭୁଲ୍‌ରୁ କାମ ଗୁଡ଼ିକ ବିଶୃଙ୍ଖଳିତ ହୋଇପାରେ । ଗୃହରେ କୌଣସି ଶୁଭକର୍ମ ସମ୍ପାଦନ କରିପାରନ୍ତି । ଘରେ ସ୍ତ୍ରୀଙ୍କ ଅମନଯୋଗୀ ଓ ଚିଡ଼ା ସ୍ଵଭାବ ପାଇଁ କ୍ଷୁବ୍ଧ ହୋଇପାରନ୍ତି । ସ୍ୱାସ୍ଥ୍ୟ ଦିଗରୁ ଆଶ୍ଵସ୍ତି ଲାଭ କରିବେ । ଶୁଭରଙ୍ଗ: ହଳଦିଆ । ଆରାଧନା: ମାଆ ତାରିଣୀ ।

ବୃଷ: ବ୍ୟବହାରରେ ସକାରାତ୍ମକ ବଜାୟ ରଖନ୍ତୁ; ଲାଭ ହେବ । ନୂତନ କାର୍ଯ୍ୟ କରିବା ପାଇଁ ମନରେ ଦୃଦ ଆଶା ସଂଚାର ହେବ । କାରବାର ସମ୍ବନ୍ଧରେ ବଡ଼ଙ୍କ ସହିତ ସାକ୍ଷାତ ଆଲୋଚନା କରିବେ । ବନ୍ଧୁଙ୍କୁ ଦେଇଥିବା ଅର୍ଥ ପ୍ରାପ୍ତିରେ ବିଳମ୍ବ କଳହର କାରଣ ପାଲଟି ଯାଇପାରେ । ପାରିବାରିକ ଅଶାନ୍ତିରେ ମନର ଦୁଃଖକୁ ଲୁଚାଇ ରଖି ହସି ହସି କଥା କହିବେ । ବାଣିଜ୍ୟ, ଶିଳ୍ପ ଓ ଏଜେନ୍ସିରୁ ଖୁସି ରହିବେ । ରାଜନୈତିକ କ୍ଷେତ୍ର କିମ୍ବା ପ୍ରଶାସନିକ ସ୍ତରରେ ତପତ୍ରତା ଲାଗି ରହିପାରେ । ବନ୍ଧୁଙ୍କ କାମରେ ସହଯୋଗ କରି ଆତ୍ମତୃପ୍ତି ଲାଭ କରି ପାରନ୍ତି । ବାଦ ବିବାଦ ପରୀକ୍ଷା, ପ୍ରତିଯୋଗିତା ଓ ମାଲିମକଦ୍ଦମାର ଅବସାନ ହେବ । ମହିଳାମାନେ ଲକ୍ଷ୍ୟ ହାସଲ କରିବାରେ ସମର୍ଥ ହେବେ ଓ ଧୈର୍ଯ୍ୟ ଓ ସହନଶୀଳତା ଯୋଗେ ଯଶ ମିଳିବ । ଶୁଭରଙ୍ଗ: ଫିକା ଲାଲ । ଆରାଧନା: ମାଆ ଚର୍ଚ୍ଚିକା ।

ମିଥୁନ: ଦିନତି ଆପଣଙ୍କ ପାଇଁ ଖଟା ମିଠା ରହିବ । ଆପଣ ଜାତକରେ ଏକାଧିକ ରାଶିରେ ରହିଥିବାରୁ ଯେଉଁ କାମ ପାଇଁ ଚେଷ୍ଟା କରୁଛନ୍ତିି; ସେଥିରେ ବହୁ ଖର୍ଚ୍ଚାନ୍ତ ହେବା ସାଙ୍ଗକୁ ବିଳମ୍ବରେ ସଫଳତା ପାଇବେ । ଆପଣଙ୍କର ଆତ୍ମବିଶ୍ଵାସ ଓ ସଚ୍ଚୋଟତା ପାଇଁ ଆଗକୁ ବଢ଼ିବା ସହଜ ହେବ । ବ୍ୟବସାୟ କ୍ଷେତ୍ରରେ ଉନ୍ନତିମୂଳକ ପଦକ୍ଷେପରେ ବାଧା ପ୍ରତିରୋଧ ଦେଖାଦେଇ ପାରେ । ଅଫିସ କାମ ନିର୍ଦ୍ଦିଷ୍ଟ ସମୟରେ ପୂରା କରିବା‌େର ସକ୍ଷମ ହେବେ । ଆନୁଷ୍ଠାନିକ କ୍ଷେତ୍ରରେ କିମ୍ବା ରାଜନୀତିରେ ଦୃଢ଼ ପୃଷ୍ଠ ପୋଷକତା ଯୋଗୁ ଆଗେଇ ଯିବେ । ପିଲାମାନଙ୍କ ସମସ୍ୟାକୁ କେନ୍ଦ୍ରକରି ଓ ପ୍ରକୃତ ଘଟଣା ନ ବୁଝି ପଡ଼ୋଶୀ କ୍ରୋଧ ପ୍ରକାଶ କରିପାରନ୍ତି । ପାରିବାରିକକ୍ଷେତ୍ରରେ ବୁଝାମଣା ଠିକ୍ ରହିବ । ମହିଳାମାନେ ଧନମାନ ଦିଗରୁ ସୁରକ୍ଷିତ ରହିବେ । ଶୁଭରଙ୍ଗ: ସବୁଜ । ଆରାଧନା: ଲକ୍ଷ୍ମୀ ନାରାୟଣ ।

କର୍କଟ: ଦିନଟି ଆପଣଙ୍କ ସ୍ମରଣୀୟ ରହିବ । ଆନୁଷ୍ଠାନିକ କ୍ଷେତ୍ରରେ ବିଶିଷ୍ଟ ବ୍ୟକ୍ତିମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହୋଇପାରନ୍ତି । ସୁଖ ସମୃଦ୍ଧି ବୃଦ୍ଧି ସହ ସାମାଜିକ କ୍ଷେତ୍ରରେ ପ୍ରଶଂସିତ ହେବେ । ବ୍ୟବସାୟରେ ଆଶାତୀତ ଲାଭ ପାଇବେ । ଅଚାନକ ଧନପ୍ରାପ୍ତି, ବ୍ୟବସାୟିକ ଅନୁବନ୍ଧ, ବେପାର ବିସ୍ତାର, ଜାଗା, ଜମି ଓ ଉଚ୍ଚସ୍ତରୀୟ ବାହନ କ୍ରୟ କରିବେ । ପରିବାରର ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧିପାଇବା ହେତୁ ସାମୟିକ ଚିନ୍ତା ଉଦ୍ରେକ ହୋଇପାରେ । ମାନସିକ ଏକାଗ୍ରତା ଭଙ୍ଗ ହୋଇପାରେ । ଦୂରଯାତ୍ରାର ସୁଯୋଗ ପାଇବେ । ବାଦ ବିବାଦ, ପରୀକ୍ଷା ପ୍ରତିଯୋଗିତା ସାକ୍ଷାତ୍କାରରେ ସଫଳହେବେ । ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

ସିଂହ: ଆତ୍ମା ବିଶ୍ବାସ ରଖନ୍ତୁ; ସମସ୍ତ କାର୍ଯ୍ୟ ଠିକ୍‌ଠାକ୍‌ ସମ୍ପାଦନ ହୋଇଯିବ । ପ୍ରତ୍ୟେକ କ୍ଷେତ୍ରରେ ଯେତେଟା ପରିସ୍ଥିତିକୁ ଜଟିଳ ମନେ କରୁଛନ୍ତି ବାସ୍ତବରେ ସେପରି କିଛି ହେବନି । କୌଣସି ବିଷୟ ଉପରେ ବରିଷ୍ଠଙ୍କ ସହିତ କଥାବାର୍ତ୍ତା କରିବେ । ନିଜର ବିଚକ୍ଷଣତା ପ୍ରଭାବରେ ଆଲୋଚନା ପରିସରରେ କିମ୍ବା ସଭାସମିତିରେ ସମ୍ମାନିତ ହୋଇପାରନ୍ତି । ରାଜନୈତିକ କ୍ଷେତ୍ରରେ ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ । ନୂତନ କର୍ମପ୍ରାପ୍ତିର ସୁଯୋଗ ପାଇବେ । ପାରିବାରିକ ଜୀବନ ସୁଖ ଓ ଶାନ୍ତିରେ କଟିବ କିନ୍ତୁ ଭୁଲ୍‌ ବୁଝାମଣାରୁ ପରିବାରରେ ସ୍ତ୍ରୀଙ୍କ ସହ ମନୋମାଳିନ୍ୟ ଘଟିପାରେ । ସାମାଜିକ ପ୍ରତିଷ୍ଠା ଓ ମାନ ସମ୍ମାନ ବୃଦ୍ଧି ହେବ । ଶୁଭରଙ୍ଗ: ମେରୁନ । ଆରାଧନା: ଲିଙ୍ଗରାଜ ।

କନ୍ୟା: ଦିନଟି ଆପଣଙ୍କ ପାଇଁ ଭଲ ରହିବା । ଚନ୍ଦ୍ରଙ୍କ ପ୍ରଭାବରୁ ଆଜି ସକାଳୁ ସକାଳୁ ବନ୍ଧୁମିଳନ ଓ ଆନୁଷ୍ଠାନିକ କାମରୁ ଖୁସି ରହିବେ । କୌଣସି ବି କାମ କରନ୍ତୁ ସମୟ ପୂର୍ବରୁ ପୂରା ହୋଇଯିବ । କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ବ୍ୟବସାୟରେ ଉନ୍ନତି ଓ ଲାଭ ପ୍ରାପ୍ତି ହେବ, ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ଆସିବ । ସାମାଜିକ ପ୍ରତିଷ୍ଠା ଓ ମାନ ସମ୍ମାନବୃଦ୍ଧି ସହ କୃତକାର୍ଯ୍ୟ ହେବେ । ସାହାଯ୍ୟର ପ୍ରତିଶ୍ରୁତି ଦେଇଥିବା ବନ୍ଧୁ ପରକ୍ଷଣରେ ଓଲଟା କଥା କହି ଦୂରେଇ ରହିବେ । ପ୍ରେମିକ ଓ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳତା ଲାଭ କରିବେ । ପାରିବାରିକ ଜୀବନରେ ଦାମ୍ପତ୍ୟ ସୁଖ ବୃଦ୍ଧି ହେବ । ଆତ୍ମୀୟ ସ୍ଵଜନଙ୍କ କାର୍ଯ୍ୟକଳାପ ଆପଣଙ୍କ ପାଇଁ ଚିନ୍ତାର କାରଣ ହୋଇପାରେ । ଶୁଭରଙ୍ଗ: ଧଳା । ଆରାଧନା: ହର ପାର୍ବତୀ ।

ତୁଳା: ମନରେ ପାରିବାରିକ ଚିନ୍ତା ରହିବା । ପାରିବାରିକ ସମସ୍ୟାକୁ ମନ ଭିତରେ ରଖି କାମ କରିବାକୁ ବାଧ୍ୟ ହେବେ । ଅନ୍ୟମାନଙ୍କ ଉପରେ ନିର୍ଭର ନ କରି ଦୁଃସାହସିକ ପଦକ୍ଷେପ ନେଇ ସମସ୍ୟାକୁ ସୁଧାରି ନେବେ । କର୍ମକ୍ଷେତ୍ରରେ ଦୈହିକ ଦୁର୍ବଳତା ଯୋଗୁ ମନୋବଳ କମି ଯାଇପାରେ । ନୂଆ ବ୍ୟବସାୟରେ ଅର୍ଥ ନିବେଶ କରନ୍ତୁ, ଭବିଷ୍ୟତରେ ଲାଭ ମିଳିବ । ରାଜନୀତି କ୍ଷେତ୍ରରେ ମାନ ଓ ପ୍ରତିଷ୍ଠା ଅକ୍ଷୁର୍ଣ୍ଣ ରହିବ । ମାଲିମୋକଦ୍ଦମାରେ ମୁଣ୍ଡ ଉଚ୍ଚା ରହିବ । ଆର୍ଥିକ ସ୍ଥିତି ଭଲ ରହିଥିବାରୁ କାମ ଗୁଡ଼ିକ ସମ୍ପନ୍ନ କରିବାରେ ଅସୁବିଧା ରହିବ ନାହିଁ । ମହିଳାମାନେ ମାନେ ଅଧିକ ଲାଭ ପାଇ ପିଲାଙ୍କ ସହ ଖୁସିଗପ କରିବାରେ ମଉକା ଜୁଟିବ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ମାଣିକେଶ୍ବରୀ ।

ବିଛା: ମନରେ ସକାରାତ୍ମକ ଚିନ୍ତା ଧାରା ବଜାୟ ରଖନ୍ତୁ, ସଫଳତା ନିଶ୍ଚୟ ମିଳିବ । ଜୀବନରେ ଆଗକୁ ବଢ଼ିବା ପାଇଁ ନୂଆ ସୁଯୋଗ ମିଳିବ । କର୍ମକ୍ଷେତ୍ରରେ ଅଧସ୍ତନ କର୍ମଚାରୀଙ୍କ ମନମୁଖି ଚିନ୍ତାଧାରା କେତେ ନୂତନ ସମସ୍ୟା ସୃଷ୍ଟି କରିପାରେ । ପାରସ୍ପରିକ ଆଲୋଚନା ମାଧ୍ୟମରେ ପାରିବାରିକ ତିକ୍ତତାର ସମାପ୍ତି ଘଟାଇବେ । ଅନେକ ସୂତ୍ରରୁ କିଛି ଧନ ସମ୍ପତ୍ତି ପାଇବାର ଯୋଗ ଅଛି । ରାଜନୀତି କ୍ଷେତ୍ରରେ ସାମୁହିକ ପ୍ରୟାସ ଓ ସହଯୋଗ ଦ୍ଵାରା ଆଗକୁ ବଢିବା ସମ୍ଭବ ହେବ । ଅତୀତ ଘଟଣାକୁ ମନରେ ସ୍ଥାନ ଦେଉଥିବାରୁ ପ୍ରତ୍ୟେକ କ୍ଷେତ୍ରରେ ଦୁର୍ଭାବନା ବଢ଼ିପାରେ । ରଚନାମତ୍କ କାର୍ଯ୍ୟ, ସାହିତ୍ୟ ଚର୍ଚ୍ଚା, ସଭାସମିତିରେ ସଫଳତା ପାଇବେ । ଉଚ୍ଚ ସମ୍ଭାବନାର ଆଶା ଆଶ୍ୱାସନା ଲାଭ କରି ମାନସିକ ଶାନ୍ତି ପାଇବେ । ଶୁଭରଙ୍ଗ: ଧୂସର । ଆରାଧନା: ବାବା ଆଖଣ୍ତଳମଣି ।

ଧନୁ: ଦିନଟି ଆପଣ ବେଶ୍ ଭଲ ରହିବ । ବ୍ୟବସାୟ ବୃଦ୍ଧି ପାଇବ ଓ ଲାଭାଂଶ ଉପରେ ସୁପ୍ରଭାବ ପଡିବ । କର୍ମକ୍ଷେତ୍ରରେ ସଙ୍କୁଚିତ ହେଲେ ମଧ୍ୟ ସ୍ଵାଭିମାନକୁ ବଜାୟ ରଖି ଉପରିସ୍ଥଙ୍କ ଶ୍ରଦ୍ଧା ବା କୃପାଭାଜନ ହୋଇ କର୍ମୋନ୍ନତି ଭାଗ୍ୟୋନ୍ନତି କରି ପାରିବେ । ଆଜିର ଦୂରଯାତ୍ରା ସଫଳ ହେବ ଓ ଲକ୍ଷ୍ୟ ହାସଲରେ ସମର୍ଥ ହୋଇପାରିବେ । ଯାତ୍ରା ସମୟରେ କୌଣସି ବନ୍ଧୁଙ୍କ ସକାଶେ ପ୍ରତୀକ୍ଷାଜନିତ କଷ୍ଟ ସ୍ଵୀକାର କରିବାକୁ ପଡ଼ିପାରେ । ଅଚାନକ ଖୁସି ଖବର ପାଇବେ । ପାରିବାରିକ ଜଞ୍ଜାଳ ବୃଦ୍ଧି ମାନସିକ ସନ୍ତୁଳନ ନଷ୍ଟ କରିବାରେ ସହାୟକ ହୋଇପାରେ । ନୂତନ ଧାତୁ, ଅଳଙ୍କାର, ବସ୍ତ୍ରଭୂଷଣାଦି ଲାଭ କରିପାରନ୍ତି । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ମାଆ କଟକଚଣ୍ଡୀ ।

ମକର: ବ୍ୟସ୍ତମୟ ଜୀବନରେ ମଧ୍ୟ ଅତ୍ୟନ୍ତ ଖୁସି ଅନୁଭବ କରିବେ । ବିଭିନ୍ନ ପ୍ରକାର ସମସ୍ୟା ମଧ୍ୟରେ ଚେଷ୍ଟା କରୁଥିବା କାମରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ, କିନ୍ତୁ କାମ ଅଟକିବ ନାହିଁ । ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ । ବ୍ୟବସାୟରେ ନାନାପ୍ରକାର ସୁବିଧା ସୁଯୋଗ ମିଳିବ ଓ ପୁରୁଣା ପ୍ରାପ୍ୟ ମଧ୍ୟ ଆଦାୟ ହୋଇପାରେ । ଅଫିସରେ କୌଣସି ଭଲ ଖବର ମିଳିବ । ଆଗକୁ ବଢ଼ିବା ଲାଗି ନୂଆ ଯୋଜନା ପ୍ରସ୍ତୁତ କରିବେ । ପରିବାର ସହିତ ବାହାରକୁ ବୁଲି ଯାଇପାରନ୍ତି । ପାରିବାରିକ ଜୀବନରେ ବୁଝାମଣା ନେଇ ତିକ୍ତତା ସୃଷ୍ଟିର ସମ୍ଭାବନା ରହିଛି । ଆନୁଷ୍ଠାନିକ କାମରେ ବନ୍ଧୁମାନଙ୍କ ସହ ଆଜିର ମନୋରଞ୍ଜନ ପ୍ରୀତିପ୍ରଦ ହେବ । ସ୍ଵାସ୍ଥ୍ୟରେ ଉନ୍ନତି ହେବାରୁ ମନ ଭଲ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଗାୟତ୍ରୀ ।

କୁମ୍ଭ: ପରିସ୍ଥିତି ପ୍ରତି ଦୃଷ୍ଟି ଦେଇ କାମ କରି ଚାଲନ୍ତୁ ଅବଶ୍ୟ ସଫଳତା ପାଇବାରେ କୌଣସି ଅସୁବିଧା ରହିବ ନାହିଁ । ଭବିଷ୍ୟତକୁ ସୁଧାରିବା ଲାଗି ନୂଆ ପଦକ୍ଷେପ ନେବେ । ବ୍ୟବସାୟରେ ଲାଭ-କ୍ଷତି ପ୍ରତି ଭ୍ରୂକ୍ଷେପ କରିବେ ନାହିଁ ଯାହା ଫଳରେ ମନ ଅଧିକ ପ୍ରଭାବିତ ହେବ । ସରକାରୀ କାମରେ ବିଶେଷ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖା ଦେଇପାରେ । ରାଜନୈତିକ କ୍ଷେତ୍ରରେ ପ୍ରଶଂସିତ ହେବେ । ଆପଣଙ୍କ ଜୀବନରେ କୌଣସି ପ୍ରେମ ସମ୍ବନ୍ଧ ଆରମ୍ଭ ହୋଇପାରେ । ଜାଣିଶୁଣି ବନ୍ଧୁମାନେ ଠିକ୍‌ ଖବର ଦେବାରେ ହେଳା କରିପାରନ୍ତି । ପରିବାରର ସାଧାରଣ କଥାକୁ ବଡ଼ ଆକାରରେ ଚିନ୍ତାକରି ବ୍ୟସ୍ତ ରହିବେ । ଶୁଭରଙ୍ଗ: ଫିକା ଲାଲ । ଆରାଧନା: ପ୍ରଭୁ ହନୁମାନ ।

ମୀନ: ପୂଜାପାଠରେ ସମୟ ବିତିବ । ଦୀର୍ଘ ଦିନର ଚିନ୍ତା ଦୂର ହେବ । ପ୍ରତ୍ୟେକ କ୍ଷେତ୍ରରେ ସହଯୋଗ ଭିତ୍ତିରେ କାମ କଲେ ଉପକାର ପାଇବେ । ବ୍ୟବସାୟରେ ଦୁଃସ୍ଥିତିର ସମସ୍ୟା ଅନେକାଂଶରେ ହ୍ରାସ ପାଇବ । ବ୍ୟବସାୟ ବାଣିଜ୍ୟ ଓ ପରିବହନକ୍ଷେତ୍ରରେ ସୁଫଳ ପ୍ରାପ୍ତିହେବ ଓ ଦୂରଯାତ୍ରାର ସୁଯୋଗ ପାଇବେ । ସହକର୍ମୀମାନଙ୍କ ସହ ବାଦବିବାଦର ଅବସାନ ଘଟିବ । ପାରିବାରିକ କ୍ଷେତ୍ର ଭୋଗବିଳାସ ଓ ହସ ଖୁସିରେ ଅତିବାହିତ ହେବ । ନିଜର ଅନ୍ତରଙ୍ଗ ବନ୍ଧୁଙ୍କ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ରହିପାରନ୍ତି । ଅଯଥା ଗୁଡ଼ାଏ କାଳ୍ପନିକ ବିଷୟବସ୍ତୁକୁ ନେଇ ମନକୁ ଭାରାକ୍ରାନ୍ତ କରିପାରନ୍ତି । ମହିଳାମାନେ ନୂତନ ବନ୍ଧୁଙ୍କୁ ପାଇ ଖୁସୀହେବେ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ମାଆ ତାରିଣୀ ।