30 ଜାନୁୟାରୀ 2019, ବୁଧବାର – ଏହି 7 ରାଶି ଉପର ବ୍ୟକ୍ତି ସମସ୍ତ କାର୍ଯ୍ୟରେ ସିଦ୍ଧ ପ୍ରାପ୍ତ କରିବେ

Spread the love

ମେଷ: ଦିନଟି ଆନନ୍ଦମୟ ରହିବ । ଭୋଗ ବିଳାସକୁ ତୁଚ୍ଛ ମଣି କର୍ତ୍ତବ୍ୟ ସାଧନକୁ ଭଗବତ୍ ସେବାଭଳି ମାନ୍ୟତା ଦେବେ । ଆପଣଙ୍କ ପ୍ରତିଭାରେ ସମସ୍ତେ ପ୍ରଭାବିତ ହେବେ । ବ୍ୟବସାୟୀମାନେ ସାଧୁ ଓ ସଚ୍ଚୋଟ ଭାବେ କର୍ମଯୋଗକୁ ଶ୍ରେଷ୍ଠତା କରି ସମ୍ମାନ ଓ ପ୍ରତିଷ୍ଠାର ଅଧିକାରୀ ହେବେ । ରାଜନୀତିରେ ସ୍ୱାର୍ଥରକ୍ଷା କରିବାରେ ସମର୍ଥ ହେବେ । ଚାକିରି ତଲାସରେ ଥିବା ମହିଳାଙ୍କୁ ଚାକିରି ମିଳିଯିବ ।

ମହିଳାମାନେ କଠିନ ପରିଶ୍ରମ କରି ପ୍ରଶଂସା ପାଇବେ । ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ସଫଳ ହେବେ । ଜୀବନସାଥୀଙ୍କର ସ୍ନେହ ଓ ସୁଖ ପାଇବେ । ଛାତ୍ରଛାତ୍ରୀମାନେ ପରୀକ୍ଷା ପ୍ରତିଯୋଗୀରେ ସକାରାତ୍ମକ ଫଳ ପାଇବେ ଏବଂ ପ୍ରସଂଶିତ ହେବେ । ଶୁଭରଙ୍ଗ: ଧୂସର । ଆରାଧନା: ମାଆ କଟକଚଣ୍ଡୀ ।

ବୃଷ: ସାଙ୍ଗ ସାଥିଙ୍କ ସହ ହସଖୁସିରେ ଦିନଟି ବେଶ ଆନନ୍ଦଦୟକରେ କାଟିବା । ବ୍ୟବସାୟୀମାନେ ନଗଦ କାରବାରରେ ଅଧିକ ଲାଭପ୍ରଦ ହେବେ । ଋଣ ଭରଣା ପାଇଁ ଚେଷ୍ଟା କରିବେ । ରାଜନୀତି କ୍ଷେତ୍ରରେ ଉଚ୍ଚସମ୍ପର୍କରୁ ଲାଭବାନ ହେବେ । ସ୍ଥଗିତ ଥିବା କାମ ପୂରା ହୋଇଯିବ । ଚାକିରିରେ ପଦୋନ୍ନତି ମିଳିବା ହେତୁ ଆର୍ଥିକ ସ୍ଥିତି ସୁଧୁରିବ । ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ଦକ୍ଷତାକୁ କେନ୍ଦ୍ରକରି ଉଚ୍ଚ ପ୍ରଶଂସିତ ହେବେ । ମହିଳାମାନେ ବୁଦ୍ଧି ବିବେକ ଖେଳାଇ କର୍ତ୍ତବ୍ୟ ପରାୟଣାତାକୁ ମୁଖ୍ୟ କରି ହସଖୁସିରେ ଚଳିବେ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ଦୁର୍ଗା ।

ମିଥୁନ: ଦିନଟି ଆପଣଙ୍କ ଲାଗି ଠିକ୍‌ଠାକ୍‌ ରହିବ । ଉଚ୍ଚଅଧିକାରୀଙ୍କ ଆଗରେ ଆପଣଙ୍କ କଥା ରଖନ୍ତୁ; ସକାରାତ୍ମକ ଫଳ ମିଳିବ । ବ୍ୟବସାୟୀମାନଙ୍କର କାରବାର ବଢ଼ିବ, ଲୋକ ସମ୍ପର୍କ ବୃଦ୍ଧି ହେବ ଓ ଯଥେଷ୍ଟ ଲାଭ ପାଇବେ । ବିବାହିତଙ୍କ ଲାଗି ଦିନଟି ଆନନ୍ଦମୟ ରହିବ । ମାଲିମୋକଦ୍ଦମାରେ ଆପୋଷ ସମାଧାନର ରାସ୍ତା ଖୋଲିଯିବ । ରାଜନୀତି କ୍ଷେତ୍ରରେ ସୁ-ସମ୍ପର୍କ ସ୍ଥାପନ କରି ନିଜର ଲୋକ ସମ୍ପର୍କ ବୃଦ୍ଧି ହେବ । ମହିଳାମାନେ ଜୀବନରେ ଆଗକୁ ବଢ଼ିବେ । ଶୁଭରଙ୍ଗ: ଧଳା । ଆରାଧନା: ବାବା ଆଖଣ୍ଡଳମଣି ।

କର୍କଟ: ଆଜି ଆପଣ ଊର୍ଜାବାନ ଓ ସକ୍ରିୟ ରହିବେ । ଆପଣଙ୍କ ବ୍ୟବହାର ଲାଗି ସମସ୍ତଙ୍କ ପ୍ରିୟ ହୋଇପାରିବେ । ବ୍ୟବସାୟ ବଢ଼ାଇବାରେ ସମର୍ଥ ହେବେ । କର୍ମଚାରୀ ଓ ଶ୍ରମିକମାନେ ବେଶି ଉପକୃତ ହେବେ । ବ୍ୟବସାୟିକ କାମରେ ଜିଲ୍ଲା ବାହାରକୁ ଯିବେ । ଅନ୍ତରଙ୍ଗ ବନ୍ଧୁଙ୍କୁ ମନର କଥା କହିବା ଲାଗି ଦିନଟି ଭଲ । ରାଜନୀତିରେ ଲୋକ ସମର୍ଥନକୁ ଆଧାର କରି ବଳିୟାନ ହେଲେ ବି ବଡ଼ନେତାଙ୍କୁ ସନ୍ତୁଷ୍ଟ କରିବା କାଠିକର ପାଠ ହେବ । ମହିଳାମାନେ ସୁଖ-ଶାନ୍ତିରେ ଦିନଟି କଟାଇବେ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ସଫଳ ହେବେ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ଲକ୍ଷ୍ମୀ ।

ସିଂହ: ଆପଣଙ୍କ ମନ ସକାରାତ୍ମକ କାମରେ ଲଗାନ୍ତୁ । ବ୍ୟର୍ଥ ଚିନ୍ତାରୁ ଆପଣଙ୍କୁ ମୁକ୍ତି ମିଳିବ । ଅରାଜନୀତି, ବିଜ୍ଞାନ, ବୈଷୟିକ ବିଦ୍ୟା, ଜ୍ୟୋତିଷ, ଦର୍ଶନ, ଅଧ୍ୟାପକ, ଓକିଲ, ପୋଲିସ, ଚିକିତ୍ସକମାନଙ୍କର ବିଶେଷ ଉନ୍ନତିହେବ । ବ୍ୟବସାୟରେ ଗତିବିଧି ପରିବର୍ତ୍ତନ ହେବ । ରାଜନୀତି ସ୍ତରରେ ମାନହାନି ହେଲା ଭଳି ପରିସ୍ଥିତି ଦେଖାଦେଇ ପାରେ । ମହିଳାମାନେ ସନ୍ତୁଷ୍ଟ ରହିଲେ ବି ଆର୍ଥିକ ଓ ପାରିବାରିକ କ୍ଷେତ୍ରରେ ସମସ୍ୟା ଦେଖାଦେବ । ପ୍ରେମ ଜୀବନ ଖୁବ୍‌ ରୋଚକ ଓ ଆନନ୍ଦମୟ ରହିବ। ଶୁଭରଙ୍ଗ: ହଳଦିଆ । ଆରାଧନା: ହନୁମାନ ।

କନ୍ୟା: ଜୀବନସାଥୀଙ୍କ ଠାରୁ ମହତ୍ୱପୂର୍ଣ୍ଣ ପରାମର୍ଶ ପାଇବେ । କର୍ମକ୍ଷେତ୍ରରେ ଭଲ ଯୋଜନା ପ୍ରସ୍ତୁତ କରି କାର୍ଯ୍ୟାରମ୍ଭ କରିବେ । ଗ୍ରାହକ ସେବାକୁ ଗ୍ରହଣ କରି ଯଶମାନ ବୃଦ୍ଧି ସହିତ ଉତ୍ତମ ଆୟର ପନ୍ଥା ଗ୍ରହଣ କରିବେ । ଚାକିରିଆଙ୍କୁ ବିଶେଷ ସଫଳତା ହାସଲ ହେବ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ ଓ ନିର୍ମାଣକ୍ଷେତ୍ରରେ ଉନ୍ନତମାନର ଫଳ ପାଇବେ । ପ୍ରିୟ ବନ୍ଧୁଙ୍କ ସହିତ ସମ୍ବନ୍ଧରେ ସୁଧାର ଆସିବ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ଓ ସାକ୍ଷାତ୍କାରରେ ବିଜୟୀହେବେ । ମହିଳାମାନେ ଅଳ୍ପରେ ସନ୍ତୁଷ୍ଟ ହେବେ । ଶୁଭରଙ୍ଗ: ଧଳା । ଆରାଧନା: ଗଣେଶ ।

ତୁଳା: ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିବ । ଆପଣଙ୍କ କାମ ପୂରା କରିବାରେ କେହି ବାଧା ଦେଇ ପାରିବେ ନାହିଁ । ଉନ୍ନତିର ନୂଆ ଦ୍ୱାରା ଖୋଲିବ । ବ୍ୟବସାୟୀମାନେ କଠିନ ପରିଶ୍ରମର ମୂଲ୍ୟ ଫେରି ପାଇବେ । କର୍ମକ୍ଷେତ୍ରରେ ଅପେକ୍ଷାକୃତ ସୁସ୍ଥ ବାତାବାରଣ ଦେଖାଦେବ । ଓକିଲଙ୍କୁ ପୁରୁଣା ମକଦ୍ଦମାରେ ସଫଳତା ମିଳିବ । ରାଜନୀତି କ୍ଷେତ୍ରରେ କୂଟନୀତି ପ୍ରୟୋଗ କରି ନିଜର ସ୍ଥିତି ବଜାୟ ରଖିପାରିବେ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ଯଶସ୍ୱୀ ହେବେ । ଅଚାନକ ଧନପ୍ରାପ୍ତି ହେବ । ମହିଳା ମାନଙ୍କର ଚାକିରି କ୍ଷେତ୍ରରେ ଉନ୍ନତି, ପ୍ରତିଷ୍ଠା, ପ୍ରତିପତି, ମାନସମ୍ମାନ ଓ କ୍ଷାତି ବଢ଼ିବ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ମାଆ ଗାୟତ୍ରୀ ।

ବିଛା: ଘରେ ଧାର୍ମିକ କାର୍ଯ୍ୟରେ ନିୟୋଜିତ ରହିପାରନ୍ତି । ବନ୍ଧୁଙ୍କ ଠାରୁ ସାହାଯ୍ୟ ମିଳିବ । ବ୍ୟବସାୟମାନେ ଅଧିକ ଲାଭ କରିବେ । କର୍ମକ୍ଷେତ୍ରରେ ନିଜ କର୍ମ ଯୋଗକୁ ଅଧିକ ମହତ୍ତ୍ୱ ଦେବେ । ଅଫିସରେ କୌଣସି ଗୁରୁତ୍ବପୂର୍ଣ୍ଣ ଫଇସଲା ନେବେ । ଯୁବକଙ୍କ ଲାଗି ଉନ୍ନତିର ଦ୍ବାର ଖୋଲିବ । ରାଜନୀତି କ୍ଷେତ୍ରରେ ମାନ ଓ ପ୍ରତିଷ୍ଠା ଅକ୍ଷୁର୍ଣ୍ଣ ରହିବ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ଉଚ୍ଚ ପ୍ରଶଂସିତ ହେବେ । ଛୋଟ ଛୋଟ କାମକୁ ବୁଝିବିଚାରି ନକଲେ ଦ୍ଵନ୍ଦରେ ପଡିବେ । ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ । ଶୁଭରଙ୍ଗ: ନୀଳ । ଆରାଧନା: ହର ପାର୍ବତୀ ।

ଧନୁ: ମହତ୍ତ୍ବପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ସାକ୍ଷାତ ଆଲୋଚନା ହୋଇପାରେ । ଅଚାନକ ଖୁସି ଖବର ମିଳିବ । ବ୍ୟବସାୟୀମାନେ ଅଳ୍ପ ପରିଶ୍ରମ କରି ଅଧିକ ଲାଭ ପାଇବେ । ରାଜନୀତି କ୍ଷେତ୍ରରେ ଅସ୍ୱସ୍ତି ଲାଭ କରିବେ । ବିଦେଶଯାତ୍ରାରେ ଯଶଲାଭ, ପରିବାରରେ ମାନ ମନାନ୍ତର ଦୂର ହେବ । ମାନସିକ ଏକାଗ୍ରତା ରଖି ପାରିବେ । ଆର୍ଥିକ ଦିଗରୁ ସୁବିଧା ସୁଯୋଗ ପାଇ ଉନ୍ନତିହେବ । ଛାତ୍ରମାନେ ଅଧ୍ୟୟନରେ ଧ୍ୟାନ ଦିଅନ୍ତୁ, ପରୀକ୍ଷା ପ୍ରତିଯୋଗିତା ସାକ୍ଷାତ୍କାରରେହେବେ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ଭୈରବୀ ।

ମକର: ଦିନଟି ଆପଣଙ୍କ ଲାଗି ଆନନ୍ଦମୟ ରହିବ । ଭଲ ସୁଯୋଗ ଆପଣଙ୍କ ସାମନାକୁ ଆସିପାରେ । ସାମାଜିକ କ୍ଷେତ୍ରରେ ନିଜର ପ୍ରଭାବ ଓ ପରାକ୍ରମ ବଢିବ । ଅଫିସର ଓ ଅଧିକାରୀ କାମରେ ପ୍ରସନ୍ନ ରହିବେ । ପୈତୃକ ସମ୍ପତ୍ତି ପାଇଁ ପାରିବାରିକ ଦ୍ଵନ୍ଦର ସମାଧାନ ହେବ । ରାଜନୀତିରେ ଥିବା ବ୍ୟକ୍ତିଙ୍କୁ ବଡ଼ ପଦ ମିଳିପାରେ । ଅଧ୍ୟାପକଙ୍କ ଲାଗି ଧନଲାଭର ନୂଆ ରାସ୍ତା ଖୋଲିବ । ନୂତନ ଗୃହ ନିର୍ମାଣ କରିବାର ଯୋଜନା ପ୍ରସ୍ତୁତ କରିପାରନ୍ତି । ଆର୍ଥିକ ଦିଗରୁ ସୁବିଧା ସୁଯୋଗ ପାଇ ଉନ୍ନତିହେବ । ପ୍ରେମରେ ସଫଳତା ମିଳିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ତାରାତାରିଣୀ ।

କୁମ୍ଭ: ଜରୁରୀ କାମର ସମାଧାନ ଲାଗି ଯୋଜନା କରିବେ । କାହାରି ସହିତ କଥା ହେବା ବେଳେ ଭାବିଚିନ୍ତି କଥା ହୁଅନ୍ତୁ । ବ୍ୟବସାୟରେ ପ୍ରତିଦ୍ଵନ୍ଦିତା ସତ୍ତ୍ୱେ ଆୟ ବଢିବ । କର୍ମ କ୍ଷେତ୍ରରେ ଶ୍ରମ ସାର୍ଥକ ହେବ । ଶତ୍ରୁହାନି, ଉଚ୍ଚ ପ୍ରଶଂସା ଲାଭ, ଦମ୍ଭ ସାହସ ବୃଦ୍ଧି, କ୍ଷମା ଗୁଣରେ ଯଶ ପ୍ରାପ୍ତି, ସୁସମ୍ବାଦ ଶୁଣିବେ ଓ ଆର୍ଥିକ ସଙ୍କଟ ଦେଖାଦେବ । ଅଫିସ କାମରେ ଅନ୍ୟମାନଙ୍କ ରାୟ ନେବାରୁ ନିବୃତ୍ତ ରହନ୍ତୁ । ମାଲି ମୋକଦ୍ଦମାରେ ଅନାଗ୍ରହ ସୃଷ୍ଟି ହେବ । ମହିଳାମାନେ ଜୀବନରେ ଆଗକୁ ବଢ଼ିବେ । ଶୁଭରଙ୍ଗ: ମେରୁନ । ଆରାଧନା: ମାଆ ମାଣିକେଶ୍ବରୀ ।

ମୀନ: କର୍ମ କ୍ଷେତ୍ରରେ ଅନେକ ଦିନର ଅଭିଳାଷ ପୂର୍ଣ୍ଣ ହେବ । ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରି ପ୍ରଚୁର ଲାଭ କରିବେ । ରାଜନୀତି କ୍ଷେତ୍ରରେ ମାନ ଓ ପ୍ରତିଷ୍ଠା ଅକ୍ଷୁର୍ଣ୍ଣ ରହିବ । ଅଫିସରେ ଆପଣଙ୍କ ସ୍ଥିତି ମଜବୁତ ହେବ । ପୁସ୍ତକ ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ ରହିବ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ସଫଳ ହେବେ । ପ୍ରେମ ପ୍ରସଙ୍ଗଯୁକ୍ତ ଜୀବନରେ ଖୁବ୍‌ ଆନନ୍ଦ ପାଇବେ । ମହିଳାମାନେ କର୍ତ୍ତବ୍ୟ ନିଷ୍ଠା ରକ୍ଷାକରି ସଚ୍ଚୋଟ ଭାବେ ଦାୟିତ୍ୱ ତୁଲାଇବେ । ଶୁଭରଙ୍ଗ: ଧୂସର । ଆରାଧନା: ପ୍ରଭୁ ନାରାୟଣ ।