30 ଅପ୍ରେଲ 2019, ମଙ୍ଗଳବାର – ଏହି ୭ଟି ରାଶିର ବ୍ୟକ୍ତିଙ୍କୁ କର୍ମକ୍ଷେତ୍ରରେ ମନୋବାଞ୍ଛା ପୂରଣ ହେବ ।

Spread the love

ମନୁଷ୍ୟର ଦୈନନ୍ଦିନ କାର୍ଯ୍ୟକଳାପରେ ଗ୍ରହମାନଙ୍କ ଭୂମିକା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ, ଯାହାଫଳରେ ଗ୍ରହମାନଙ୍କ ଗତିବିଧିକୁ ଆଧାର କରି ରାଶିଫଳ ନିର୍ଣ୍ଣୟ କରାଯାଇଥାଏ । ଆଜି ଦିନଟି ସମସ୍ତ ରାଶିର ବ୍ୟକ୍ତିମାନେ ପାଇଁ ପ୍ରାୟତଃ ସୁଖଦାୟକ ରହିବ କିନ୍ତୁ ଚାରୋଟି ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କ ଉପରେ ପ୍ରଭୁ ହନୁମାନଙ୍କ ଅପାର କୃପା ରହିବ । ସମସ୍ତ ବାଧା ବିଘ୍ନ ଦୂର ହେବ । ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ: ଆଜି କୌଣସି କଥାକୁ ନେଇ ମନରେ ଦ୍ଵନ୍ଦ ରହିବ । ନିଜ ବିଚ଼ାରକୁ ସ୍ପଷ୍ଟଭାବରେ ଅଭିବ୍ୟକ୍ତ କରନ୍ତୁ । ଯେତେ ମିଠା କଥା କଥା କହିବେ ସେତେ ଲାଭ ପାଇବେ । ଆର୍ଥିକ ଯୋଜନାରେ ଆପଣଙ୍କୁ ଟିକେ ଅସୁବିଧା ହୋଇପାରେ, କିନ୍ତୁ ଶେଷରେ ଫାଇଦା ହେବ । ଚାକିରି-ବ୍ୟାପାରରେ ଅନୁକୂଳ ବାତାବରଣ ରହିବ ଏବଂ ସାଥିମାନଙ୍କର ସହଯୋଗ ମିଳିବ । କୋର୍ଟ କଚେରି ମାମଲାରେ ଖର୍ଚ୍ଚାନ୍ତ ହୋଇପାରନ୍ତି । ସନ୍ଧ୍ୟାରେ ପରିବାର ସମ୍ବନ୍ଧୀୟ ଭଲ ଖବର ମିଳିପାରେ । ଗୃହସ୍ଥଜୀବନରେ ମଧୁରତା ଆସିବ । ଶୁଭରଙ୍ଗ: ଘିଅରଙ୍ଗ । ଆରାଧନା: ମାଆ ଭଦ୍ରକାଳୀ ।

ବୃଷ: ଦିନଟି ଆପଣଙ୍କ ଲାଗି ବଢ଼ିଆ ରହିବ । ନିଜର ଜୀବନ ଶୈଳୀ ପରିବର୍ତ୍ତନ ପାଇଁ ବନ୍ଧୁ ମାନଙ୍କର ସହିତ ଆଲୋଚନା କରନ୍ତୁ ଏବଂ ସେମାନଙ୍କ ଠାରୁ ସକାରତ୍ମକ ଉତ୍ତର ନିଅନ୍ତୁ । ଯାହା ବି କାମ କରିବେ ତହିଁରେ ସଫଳ ହେବେ । ବ୍ୟବସାୟ କ୍ଷେତ୍ରରେ ଭଲ ସଫଳତା ମିଳିପାରେ । ବିଦେଶରେ ଚାକିରି ଲାଗି ପ୍ରୟାସ କରି ଆସୁଥିବା ବ୍ୟକ୍ତି ବିଶେଷଙ୍କୁ ଶୁଭ ସଂକେତ ମିଳିପାରେ । ରାଜନୀତିରେ ଲୋକସମ୍ପର୍କ ବଢିବ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ମହିଳାମାନେ ହସଖୁସିରେ ଦିନ ଅତିବାହିତ କରିବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଶାରଳା ।

ମିଥୁନ: ଆପଣଙ୍କର ଆତ୍ମବିଶ୍ଵାସ ଓ ସଚ୍ଚୋଟତା ପାଇଁ ଆଗକୁ ବଢ଼ିବା ସହଜ ହେବ । ମିତ୍ରଙ୍କ ମାଧ୍ୟମରେ ଲାଭ ମିଳିବ । ବ୍ୟବସାୟରେ ଆୟ ବ୍ୟୟ ପ୍ରାୟ ସମାନ ରହିବ । ସାମାଜିକ କାର୍ଯ୍ୟରେ ମହତ୍ତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିବେ । ଶତ୍ରୁ ପକ୍ଷ ଦୂରେଇ ରହିବେ । କୌଣସି ଏକ ଧର୍ମପୀଠ, ସାଂସ୍କୃତିକ କିମ୍ବା ଐତିହାସିକ ଗୁରୁତ୍ତ୍ୱପୂର୍ଣ୍ଣ ସ୍ଥାନ ବୁଲିବାକୁ ଯାଇପାରନ୍ତି । ଆର୍ଥିକ ସ୍ଥିତିକୁ ନେଇ ମାନସିକ ବ୍ୟଗ୍ରତାକୁ ଦୂର କରିବା ପାଇଁ ବ୍ୟୟୋଜ୍ୟେଷ୍ଟମାନଙ୍କ ପରାମର୍ଶ ନିଅନ୍ତୁ । ବାସଗୃହ କିମ୍ବା ଜମିର କାଗଜପତ୍ର ପ୍ରତି ଧ୍ୟାନ ରଖିବେ । ଜୀବନ ସାଥିଙ୍କ ପୂର୍ଣ୍ଣ ସହଯୋଗ ମିଳିବ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ଭୈରବୀ ।

କର୍କଟ: ଆପଣଙ୍କ ଦୃଷ୍ଟିକୋଣ ପ୍ରଗତିଶୀଳ ରହିବ । କୌଣସି ଖାସ୍‌ ବିଷୟ ଉପରେ ସିନିୟରଙ୍କ ସହିତ କଥାବର୍ତ୍ତା ହେବେ । ବ୍ୟବସାୟ ସ୍ଥଳ ଉପରେ ପ୍ରତିକୂଳ ପରିସ୍ଥିତି ରହିବ । କାରବାରରେ ଆପଣଙ୍କର ଲାଭ ହିଁ ଲାଭ ହେବ । ପ୍ରତିଦ୍ୱନ୍ଦ୍ୱୀମାନଙ୍କ ସହିତ ବାଦ-ବିବାଦ କରନ୍ତୁ ନାହିଁ । ସମାଜରେ ଲୋକହିତକର କାର୍ଯ୍ୟରେ ଲାଗି ରହିବେ । କୌଣସି ପ୍ରିୟ ବନ୍ଧୁଙ୍କ ସହିତ ସାକ୍ଷାତ ହେବ । ପ୍ରେମ ପାଇଁ ଦିନଟି ଭାରି ଭଲ । ମହିଳାମାନେ ନିଜ କାର୍ଯ୍ୟରେ ବ୍ୟସ୍ତ ରହିବେ ଏବଂ ଶାରୀରିକ ପିଢା ଭୋଗ କରିପାରନ୍ତି । ଶୁଭରଙ୍ଗ: ଗୋଲାପୀ । ଆରାଧନା: ମହାଲକ୍ଷ୍ମୀ ।

ସିଂହ: ଆପଣଙ୍କୁ ଉଚିତ ସମୟର ଉଚିତ ନିର୍ଣ୍ଣୟ ନେବେ । ବ୍ୟାପାରରେ ବୃଦ୍ଧି ଯୋଗ ଅଛି ତା’ସଙ୍ଗେ ସଙ୍ଗେ କାମର ବୋଝ ଅଧିକ ହୋଇପାରେ । ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ଅନ୍ୟମାନଙ୍କ ସହିତ କଥାବାର୍ତ୍ତା ବେଳେ ଠିକ୍‌ ଶବ୍ଦ ଚୟନ କରନ୍ତୁ । ପ୍ରେମିମାନଙ୍କ ପାଇଁ ଆଜି ପ୍ରଣୟ ପରିଚୟର ଯୋଗ ଅଛି । ଯାନବାହନରେ ଦୂର ସ୍ଥାନକୁ ଯାତ୍ରା କରନ୍ତୁ ନାହିଁ । ପରିବାରରେ ଶାନ୍ତଶିଷ୍ଟ ବାତାବରଣ ରହିବା । ମହିଳାମାନେ ସନ୍ତାନଙ୍କ ଭବିଷ୍ୟତକୁ ନେଇ ଚିନ୍ତିତ ରହିବେ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ଦୁର୍ଗା ।

କନ୍ୟା: ଦିନଟି ଆପଣଙ୍କ ଲାଗି ଉତ୍ତମ ରହିବ । ନିଜ କଥାବାର୍ତ୍ତା ଓ ବ୍ୟବହାରରେ ଲୋକଙ୍କ ମନ ଜିଣିପାରିବେ । କୌଣସି ବି କାମ ସମୟ ପୂର୍ବରୁ ପୂରା ହୋଇଯିବ । ଭବିଷ୍ୟତ୍ ଲାଗି ଯୋଜନା ପ୍ରସ୍ତୁତ କରିବେ । ରାଜନିତରେ ଶତ୍ରୁମାନେ ନତମସ୍ତ ହେବେ । ଶାରୀରିକ ସ୍ଵାସ୍ଥ୍ୟ ବିଗିଡ଼ି ପାରେ । ମନ ଅସ୍ଥିର ଏବଂ ବ୍ୟଗ୍ର ରହିବ । କୌଣସି ଆଇନଗତ ସମସ୍ୟା ଆଜି ଆପଣଙ୍କ ସପକ୍ଷରେ ଯିବ । ଜୀବନସାଥୀଙ୍କ ଠାରୁ ବହୁତ ପ୍ରେମ ପାଇବେ । ମହିଳାମାନେ କର୍ମ କ୍ଷେତ୍ରରେ ପ୍ରଶଂସିତ ହେବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ମଙ୍ଗଳା ।

ତୁଳା: ଦିନଟି ବଢ଼ିଆ ରହିବ । ବ୍ୟବସାୟରେ ବଡ଼ ସଉଦା ପାଇଁ ସ୍ଵାକ୍ଷର କରିବେ । ବ୍ୟବସାୟସମ୍ବନ୍ଧୀୟ ଜରୁରୀ କାର୍ଯ୍ୟପାଇଁ ଯାତ୍ରାକରିବାକୁ ପଡ଼ିବ । ଉଧାର ଦେଇ ଥିବା ପଇସା ପାଇବେ । ଅଫିସରେ ନିଜର କାମକୁ ମନୋଯୋଗରେ କରିବେ । କର୍ମକ୍ଷେତ୍ରରେ ବରିଷ୍ଠ ବ୍ୟକ୍ତି ଓ ସହଯୋଗୀ ମାନଙ୍କର ସାହାଯ୍ୟ ସହଯୋଗ ମିଳିବ । ସନ୍ତାନର ସୁ-ଖବର ଶୁଣି ଖୁସିହେବେ । ସ୍ୱାସ୍ଥ୍ୟର କିଛି ପରିବର୍ତ୍ତନ ଘଟିବ । ଅଟକି ଥିବା କାର୍ଯ୍ୟ ପୂରଣ ହେବ । ପ୍ରତିଯୋଗିତା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ । ପ୍ରେମରେ ସଫଳତା ପାଇବେ । ଶୁଭରଙ୍ଗ: ନୀଳ । ଆରାଧନା: ମାଆ ଭୈରବୀ ।

ବିଛା: ଶରୀର ସୁସ୍ଥ ଓ ମନ ଖୁସି ରହିବ । ଯାହା ବି କାମ କରିବେ ସଫଳ ହେବେ । ଘରେ ଆନନ୍ଦର ମାହୌଲ ହେବ । ଚାକିରିରେ ମଧ୍ୟ ଆପଣଙ୍କୁ ସାଥିମାନଙ୍କର ଭରପୂର ସହଯୋଗ ମିଳିପାରିବ ଏବଂ ନେତା ଓ ଉଚ୍ଚଅଧିକାରୀଙ୍କ ସହଯୋଗ ମିଳିବ । ବ୍ୟବସାୟରେ ଆଶାତୀତ ଲାଭ ମିଳିବ । ପରିବାରର ମାହୌଲ ସୁଖ-ଶାନ୍ତି ଭରା ରହିବ । ସନ୍ଧ୍ୟାରେ ପରିବାର ସହିତ ମଉଜ ମଜଲିସରେ ସମୟ କଟିବ । ପତି ପତ୍ନୀଙ୍କ ମଧ୍ୟ ମଧୁର ସମ୍ପର୍କ ରହିବା । ମହିଳାମାନେ ଜ୍ଞାତି ପରିବାରନିଜନଙ୍କ ଠାରୁ ପ୍ରଶଂସିତ ହେବେ । ଶୁଭରଙ୍ଗ: ଧଳା । ଆରାଧନା: ହର ପାର୍ବତୀ ।

ଧନୁ: ସକାରାତ୍ମକ ଭାବନାରେ ରହନ୍ତୁ । କଷ୍ଟ ମନେ ହେଉଥିବା କାର୍ଯ୍ୟ ସହଜରେ କରି ପାରିବେ । ଲୋକମାନଙ୍କ ବିଶ୍ଵାସ ଆପଣଙ୍କ ଉପରେ କାଏମ ରହିବ । ବ୍ୟବସାୟରେ ଲୋକଙ୍କ ମନ ଜିଣି ପାରିବେ । ଜନସେବାରେ ନିଜକୁ ନିୟୋଜିତ କରିବେ । କର୍ମକ୍ଷେତ୍ରରେ ସହଯୋଗୀମାନଙ୍କ ଯୋଗୁଁ ଶାନ୍ତି ପାଇବେ । ପରିବାରରେ ସୁଖ ଶାନ୍ତି ଓ ସାମଞ୍ଜସ୍ୟ ବାତାବରଣ ରହିବ । ଉଚ୍ଚ ଶିକ୍ଷାପାଇଁ ବିଦେଶ ଯାତ୍ରାର ସୁଯୋଗ ପାଇବେ । ପୁରାତନ ରୋଗର ଉପଶମ ଫଳରେ ସ୍ୱାସ୍ଥ୍ୟ ଠିକ୍ ରହିବ । କୌଣସି ନିର୍ମାଣ କାର୍ଯ୍ୟ ପାଇଁ ଯୋଜନା କରିବେ । ଶୁଭରଙ୍ଗ: ମେରୁନ । ଆରାଧନା: ମାଆ ଗାୟତ୍ରୀ ।

ମକର: ଆଜିର ଦିନ ବହୁତ ଖୁସି କରିବାର ଦିନ ଅଟେ । ଆପଣଙ୍କ ଯୋଜନାକୁ ଗୋପନ ରଖନ୍ତୁ ଭଲ ହେବ । କାମର ତାଲିକା କରି ଆଗକୁ ବଢ଼ନ୍ତୁ । ସମୟର ତାଳେ ତାଳେ ଏହି ସମ୍ପର୍କ ଆହୁରି ମଜବୁତ ହେବ । ଆଜି ଆପଣ ସମାଜସେବା କରିବାକୁ ମନବଳାଇବେ । ରାଜନୀତିରେ ସଫଳତା ପାଇବେ । ଆର୍ଥିକ ରୂପେ ସବୁ କିଛି ଭଲ ରହିବ । ପାରିବାରିକ ଜୀବନ ସୁଖମୟ ହେବ । ଶୁଭରଙ୍ଗ: ଧଳା । ଆରାଧନା: ଶ୍ରୀକୃଷ୍ଣ ।

କୁମ୍ଭ: ଗରମ ମିଜାଜ ଆପଣଙ୍କୁ ଲାଭ ଦେବ । ଅଫିସରେ କୌଣସି କଥାକୁ ନେଇ ଲାଗି ରହିଥିବା ବିଶୃଙ୍ଖଳା ଠିକ୍‌ କରିବେ । ବ୍ୟବସାୟରେ ଭଲ ପରିଣାମ ମିଳିବ ଓ ନୂଆ ଯୋଜନା ପ୍ରସ୍ତୁତ କରିବେ । ବାସଗୃହ କିମ୍ବା ଜମିର କାଗଜପତ୍ର ପ୍ରତି ଧ୍ୟାନ ରଖିବେ । ରାଜନୈତିକ କ୍ଷେତ୍ରରେ ଅପବାଦ ଅପଯଶ ମିଳିପାରେ । ମାନସିକ ବ୍ୟଗ୍ରତାକୁ ଦୂର କରିବା ପାଇଁ ଯୋଗ କରନ୍ତୁ । ବନ୍ଧୁ ମିତ୍ରମାନଙ୍କର ସହଯୋଗରେ ଆର୍ଥିକ ଦିଗରୁ ସୁବିଧା ପାଇବେ । ଯୁବପିଢିଙ୍କୁ ଚାକିରିର ସୁଯୋଗ ଆସିବ । ଦାମ୍ପତ୍ୟ ଜୀବନ ଖୁସିମୟ ରହିବ । ଶୁଭରଙ୍ଗ: ନୀଳ। ଆରାଧନା: ମାଆ ଶାରଳା ।

ମୀନ: ଦିନଟି ଶୁଭଫଳ ପ୍ରଦାନ କରିବ । କାମ ଓ ପରିଶ୍ରମରୁ ଆପଣଙ୍କୁ ପୂରା ଫାଇଦା ମିଳିବ । ସରକାରୀ ଚାକିରିଆଙ୍କୁ ସହଯୋଗୀଙ୍କ ସାହାଯ୍ୟ ମିଳିବ । ବିଦେଶ ଯାତ୍ରାରେ ଯଶ ଲାଭ ଓ ନୂତନ ବାହନ ଆଦି ପ୍ରାପ୍ତି ହେବାର ଯୋଗ ଅଛି । ରାଜନୈତିକ କ୍ଷେତ୍ରରେ ଶତ୍ରୁମାନେ ମିତ୍ରଙ୍କ ପରି ବ୍ୟବହାର କରିବେ । ଯେକୌଣସି ନୂତନକାର୍ଯ୍ୟ କରିବେ କିମ୍ବା ଯୋଜନା ପ୍ରସ୍ତୁତ କରିବେ ଭବିଷ୍ୟତ ପାଇଁ ଅତ୍ୟନ୍ତ ଶୁଭ । ପ୍ରେମୀ ଯୁଗଳଙ୍କ ପାଇଁ ଦିନଟି ଭଲ । ଶୁଭରଙ୍ଗ: ଆକାଶୀ ନୀଳ । ଆରାଧନା: ବାବା ଲିଙ୍ଗରାଜ ।