ମାଆଙ୍କୁ ଛଟପଟ ହେଉଥିବାର ଦେଖି ପିଲାମାନେ ବିଷ ପିଇ ଦେଇଥିଲେ ।

Spread the love

ଜଣେ ମାଆ ଖୀରରେ ମିଶାଇ ବିଷ ପିଇବା ଦେଖି ପିଲାମାନେ ମଧ୍ୟ ମାଆଙ୍କୁ ଦେଖି ବିଷ ପିଇ ଦେଇଥିଲେ । ଶୁକ୍ରବାର ରାତି 12ଟା ସମୟରେ ବଡ ପୁଅ ପଡ଼ୋଶୀଙ୍କୁ ଫୋନ କରି କହିଥିଲା, ପରିବାର ଲୋକେ ଅସୁବିଧାରେ ଅଛନ୍ତି । ସମସ୍ତେ ବାନ୍ତି କରୁଛନ୍ତି, ସେମାନଙ୍କୁ ବଞ୍ଚାଇ ଦିଅନ୍ତୁ । ଯେତେବେଳେ ପଡୋଶୀ ସେମାନଙ୍କୁ ଡାକ୍ତରଖାନା ନେଇ ଯାଇଥିଲେ, ସେଠାରେ ସମସ୍ତେ ନିଶ୍ୱାସ ତ୍ୟାଗ କରି ଦେଇଥିଲେ । ମରି ଯାଇଥିବା ମହିଳାଙ୍କ ସ୍ୱାମୀ ବିଦେଶରେ 26 ବର୍ଷ ହେଲା କାମ କରି ଆସୁଛନ୍ତି । ଏହି ହୃଦୟ ବିଦାରକ ଘଟଣା ପଞ୍ଜାବର ଜଳନ୍ଦର ଜିଲ୍ଲାର ଆଦମପୁର ବ୍ଲକର ମାନକୋ ଗ୍ରାମର ଅଟେ ।

ମୃତକ ବଖିସନ୍ଦର କୌରଙ୍କ ସ୍ୱାମୀ ହର୍ଜିତ ସିଂ ପାଖାପାଖି 26 ବର୍ଷ ହେଲା, ଦୁବାଇରେ ରହି ଟ୍ରାଳା ଚଳାଉଛନ୍ତି । ଗାଁରେ ଥିବା ତିନି ମହଲା ଘରେ ପତ୍ନୀ ବଖିସନ୍ଦର କୌର 17 ବର୍ଷ ବୟସର ବଡ ପୁଅ ଯଶପ୍ରୀତ, 15 ବର୍ଷ ବୟସର ଝିଅ ବଲପ୍ରୀତ କୌର ଓ 11 ବର୍ଷ ବୟସର ଛୋଟ ପୁଅ ହର୍ମାଣପ୍ରିତ ରହୁଥିଲେ ।

ହରପ୍ରୀତ ଦେଢ଼ ବର୍ଷ ପୂର୍ବରୁ ଘରକୁ ଆସିଥିଲା । 6 ମାସ ପୂର୍ବରୁ ବଖିସନ୍ଦର ପଡୋଶୀ ଓ ଗାଁ ଲୋକଙ୍କ ସହ କଥାବାର୍ତ୍ତା କରିବା ବନ୍ଦ କରି ଦେଇଥିଲେ ।

ଶୁକ୍ରବାର ରାତି 12ଟାରେ ବଡ଼ ପୁଅ ଯଶପ୍ରୀତ ପଡ଼ୋଶୀଙ୍କୁ ଫୋନ କରି ସାହାଯ୍ୟ କରିବା ପାଇଁ ଡାକିଥିଲା । ପଡୋଶୀ, ଦାଦା ସ୍ୱରୂପ ସିଂଙ୍କୁ ଖବର ଦେଇଥିଲେ ପରେ ସ୍ୱରୂପ ସିଂ ସେଠାରେ ପହଂଚି ଥିଲେ ଓ ସମସ୍ତଙ୍କୁ ସରକାରୀ ଡାକ୍ତରଖାନାଙ୍କୁ ନେଇଗଲେ । ପ୍ରଥମେ ଛୋଟ ପୁଅଙ୍କ ମୃତ୍ୟୁ ହୋଇଥିଲା ଓ ଅନ୍ୟମାନଙ୍କ ଅବସ୍ଥା ଗୁରୁତର ହେବା ଦେଖି ଆଦମପୁରର ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା । ପାଖାପାଖି ରାତି 1ରୁ 2ଟା ମଧ୍ୟରେ ପରିବାରର ଅନ୍ୟ ସମସ୍ତଙ୍କ ମୃତ୍ୟୁ ହୋଇଯାଇଥିଲା । ପରେ ଶବ ବ୍ୟବଛେଦ ହୋଇ, ପରିଜନଙ୍କୁ ହସ୍ତାନ୍ତର କାରାଯାଇଥିଲା ।ସନ୍ଧ୍ୟାରେ ସମସ୍ତଙ୍କର ଅନ୍ତିମ ସଂସ୍କାର କରା ଯାଇଥିଲା ।

ଯାଞ୍ଚ କରୁଥିବା ପୋଲିସ ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁର କାରଣ ଖୋଜିପାରି ନାହିଁ । ସେଠାରୁ କୌଣସି ଆତ୍ମହତ୍ୟା ଲେଖା ମିଳି ନାହିଁ କିମ୍ବା କୌଣସି ଲୋକଙ୍କ ଉପରେ ସନ୍ଦେହ ମଧ୍ୟ କରାଯାଇ ପାରୁନାହିଁ । କିନ୍ତୁ ଏକ ଲକ୍ଷ ଟଙ୍କା ଋଣ ଥିବାର କିଛି କାଗଜ ପତ୍ର ମିଳିଛି । ପୋଲିସ କହିବ ଅନୁସାରେ, କେହି ମଧ୍ୟ ଏକ ଲକ୍ଷ ଟଙ୍କା ପାଇଁ ଆତ୍ମା ହତ୍ୟା କରିବେ ନାହିଁ । ପୋଲିସ ଫୋନ କୋଲ୍ ଡିଟେଲେସ୍ ର ଯାଞ୍ଚ ମଧ୍ୟ କରୁଛି ।

ଘଟଣାରେ ପୋଲିସକୁ ତିନୋଟି ଷ୍ଟିଲ ଗ୍ଲାସ ମିଳିଛି । ଏଥିରେ କ୍ଷୀର ପିଆ ଯାଇଥିଲା । ଯଶପ୍ରୀତ ମରିବା ପୂର୍ବରୁ କହିଥିଲା, ମାଆ ଯେତେବେଳେ ବିଷ ପିଇ ଦେଇଥିଲେ; ସେହି ସମୟରେ ହିଁ ଆମେ ତିନି ଭାଇ ଭଉଣୀ ବିଷ ପିଇ ଦେଇଥିଲୁ । ଯଶପ୍ରୀତ ଦ୍ୱାଦଶ, ବଲପ୍ରୀତ ଦଶମ ଓ ହର୍ମାଣପ୍ରିତ ଅଷ୍ଟମରେ ପଢୁଥିଲେ ।

ପୋଲିସ ବର୍ତ୍ତମାନ ଯାଞ୍ଚ କରୁଛି; ବଖିସନ୍ଦର କେଉଁ ଠାରୁ ବିଷ ଆଣିଥିଲେ । ଶବ ବ୍ୟବଛେଦରୁ ଜଣା ପଡ଼ିଛି ପୁରା ପରିବାର salflaks ଖାଇଥିଲେ । ଡିସିପି କହିଛନ୍ତି ଘଟଣା ସ୍ଥଳରୁ ବିଷର କୌଣସି କାଚ ମିଳିନାହିଁ । ଗ୍ରାମବାସୀ କହିଛନ୍ତି ହର୍ଜିତ ସିଂ ଭିଜା କ୍ୟାନସେଲ କରିବା ପାଇଁ ଶ୍ରମିକ କୋର୍ଟ ଦୁବାଇରେ ପାସପୋର୍ଟ ଦାଖଲ କରିସାରି ଥିଲା ଓ ସେ ଦୁଇ ଦିନ ପରେ ଭାରତ ଆସିବାର ଥିଲା ।

ଘଟଣା ବିଷୟରେ ଗ୍ରାମବାସୀ କହିଛନ୍ତି ହର୍ଜିତ ସିଂଙ୍କ ଝିଅ ବଲପ୍ରୀତ କୌର ଯାହାଙ୍କ ବୟସ 14-15 ବର୍ଷ, ସେ ସନ୍ତ ବାବା ଭାଗ ସିଂ ଇଣ୍ଟରନ୍ୟାସନଲ ସ୍କୁଲରେ 10ମ ଶ୍ରେଣୀର ଛାତ୍ରୀ ଥିଲେ । ସେ ସ୍କୁଲରେ ଜଣେ ଭଲ ଅଥଲେଟିକ୍ ଥିଲେ ଓ ଦେଶୀୟ ସ୍ତରରେ ଖେଳି ଦେଶ ପାଇଁ ଗୋଲଡ଼ ମେଡାଲ ଆଣିଥିଲେ । ସାଙ୍ଗମାନେ ଓ ଗ୍ରାମବାସୀ ବଲପ୍ରୀତକୁ “ଉଡାଣ” ପରୀ ନାମରେ ଡାକୁଥିଲେ । ବଲପ୍ରୀତର ବଡ ଭାଇ ମଧ୍ୟ ସେହି ସ୍କୁଲରେ ପଢୁଥିଲା ଓ ସେ ମାଆଙ୍କ ସହ ମିଶି ଘର ସମ୍ଭାଳୁ ଥିଲା ।