ଏହି ତିନି ଟଙ୍କାର ଜିନିଷଟି ଆପଣଙ୍କୁ ଗୋରା କରିଦେବ । ଥରେ ନିଶ୍ଚିନ୍ତ ବ୍ୟବହାର କରନ୍ତୁ ।

Spread the love

ଯେଉଁ ଲୋକମାନଙ୍କ ମୁହଁ କଳା କିମ୍ବା ଖରାରେ ଶିଝି ଯାଇଥାଏ, ସେମାନେ ସର୍ବଦା ଚାହାଁନ୍ତି ନିଜ ମୁହଁକୁ କିପରି ଗୋରା ଓ ସୁନ୍ଦର କରିବେ ? ଏପରି ଭାବନା ସାଧାରଣତଃ ମହିଳାମାନଙ୍କ ରହିଥାଏ । କିନ୍ତୁ ପୁରୁଷ ମଧ୍ୟ ଭାବିଥାନ୍ତି; କିପରି ଗୋରା ହେବେ । ଦୁଇ ପ୍ରକାରରେ ମନୁଷ୍ୟର ସୁନ୍ଦରତାକୁ ତୁଳନା କରାଯାଇ ଥାଏ; ପ୍ରଥମତଃ ଲମ୍ବା ଓ ଘନ କେଶ ଏବଂ ଗୋରା ଚେହେରା । ଗୋରା ହେବା ସହ ସୁନ୍ଦର ଦେଖାଯିବା ପାଇଁ ପ୍ରତ୍ୟକ ବ୍ୟକ୍ତି ଚାହିଁଥାନ୍ତି । ଆଜି କିଛି ଉପାୟ ବିଷୟରେ ଆମେ କହିବୁ, ଯାହା ଆପଣଙ୍କୁ ଗୋରା ଓ ସୁନ୍ଦର କରିବା ପାଇଁ ସାହାଯ୍ୟ କରିପାରିବ ।

ଭିଟାମିନ୍-ଇ କ୍ୟାପ୍ସୁଲ :

ବଜାରରେ ସୁନ୍ଦର ଦେଖାଯିବା ପାଇଁ ମିଳୁଥିବା ପ୍ରତ୍ୟେକ ଔଷଧରେ ଭିଟାମିନ୍-ଇ ରହିଥାଏ; ଏଥିପାଇଁ ଏହାକୁ ସ୍କିନ କ୍ୟାପ୍ସୁଲ ନାମରେ ଆମେ ଜାଣୁ । ଏହି ଔଷଧର ବ୍ୟବହାର ଆପଣ ନିଜ ଚେହେରାକୁ ସୁନ୍ଦର କରିବା ସହ କେଶ ସୁନ୍ଦରତା ପାଇଁ, ଶୁଷ୍କ ଚର୍ମରୁ ମୁକ୍ତି ପାଇବା ପାଇଁ ମୁହଁର ଚିଂହ୍ନ ଦୂର କରିବା ପାଇଁ କରିଥାନ୍ତି । ଭିଟାମିନ୍-ଇ କ୍ୟାପ୍ସୁଲରେ ଏଣ୍ଟିଅକ୍ସୀଡେଣ୍ଟର ପରିମାଣ ଅଧିକ ରହିଥାଏ, ଯାହା ବାର୍ଦ୍ଧକ୍ୟତାକୁ ଦୁରେଇବା ପାଇଁ ସାହାଯ୍ୟ କରିଥାଏ । ଚର୍ମକୁ ପ୍ରାକୃତିକ ସୌନ୍ଦର୍ଯ୍ୟ ଦେବା ସହ ଚର୍ମକୁ ନରମ କରିଥାଏ । ଶରୀରରେ ନୂତନ କୋଷ ତିଆରି କରିବାରେ ଭିଟାମିନ୍-ଇ ସାହାଯ୍ୟ କରିଥାଏ ।

ଏହି କ୍ୟାପ୍ସୁଲର ବ୍ୟବହାର ଫଳରେ ଆପଣ ନିଜକୁ ସୁନ୍ଦର କରାଇ ପାରିବେ । ଏହାର କୌଣସି ପାର୍ଶ୍ୱପ୍ରତିକ୍ରିୟା ହୋଇନଥାଏ । ଏହି ଔଷଧ ସହଜରେ ଦୋକାନରେ ମିଳି ଥାଏ । ଭିଟାମିନ କ୍ୟାପ୍ସୁଲ ପ୍ରତିବଦଳରେ ଆପଣ ଭିଟାମିନ୍-ଇ ତେଲ ମଧ୍ୟ ବ୍ୟବହାର କରିପାରିବେ ।

କିପରି ଏହାର ବ୍ୟବହାର କରିପାରିବେ :

1. ଅଳ୍ପ ଟିକେ ନଡ଼ିଆ ତେଲ କିମ୍ବା ବାଦାମ ତେଲରେ ଭିଟାମିନ୍-ଇ କ୍ୟାପ୍ସୁଲର ଭିତରେ ଥିବା ଦ୍ରବ୍ୟକୁ ପକାଇ ତାହାକୁ ଭଲ ଭାବରେ ମିଶାନ୍ତୁ ।

2. ଏହି ପେଷ୍ଟକୁ ଭଲ ରୂପେ ରାତିରେ ନିଜ ଚେହେରାର ମାଲିସ କରନ୍ତୁ । ଅତି କମରେ ୧୫ ମିନିଟ୍ ପର୍ଯ୍ୟନ୍ତ ମସାଜ କରନ୍ତୁ ଓ ଛାଡ଼ି ଦିଅନ୍ତୁ । ପରେ ଏହାକୁ ସକାଳେ ଭଲ ରୂପେ ଧୋଇ ଦିଅନ୍ତୁ ।

3. ତେଲ ରାତି ସାରା ଆପଣଙ୍କ ଶରୀରରେ କାମ କରିବ । ତେଲ ଲୋମଛିଦ୍ରରେ ପହଂଚିବା ପରେ ଆପଣଙ୍କ ରଙ୍ଗକୁ ବଦଳାଇବାରେ ସାହାଯ୍ୟ କରିବ ।