02 ସେପ୍ଟେମ୍ବର 2019, ସୋମବାର : – ବିଘ୍ନରାଜ ପ୍ରଭୁ ଗଣେଶଙ୍କ କୃପାରୁ ଆଜି ଚାରୋଟି ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କ ଭାଗ୍ୟରେ ହେବ ପରିବର୍ତ୍ତନ ଏବଂ ଅନ୍ୟ ରାଶି ସମ୍ପର୍ଣ ବ୍ୟକ୍ତିଙ୍କ ପାଇଁ

Spread the love

02 ସେପ୍ଟେମ୍ବର 2019, ସୋମବାର : – ବିଘ୍ନରାଜ ପ୍ରଭୁ ଗଣେଶଙ୍କ କୃପାରୁ ଆଜି ଚାରୋଟି ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କ ଭାଗ୍ୟରେ ହେବ ପରିବର୍ତ୍ତନ ଏବଂ ଅନ୍ୟ ରାଶି ସମ୍ପର୍ଣ ବ୍ୟକ୍ତିଙ୍କ ପାଇଁ ଦିନଟି ମଙ୍ଗଳମୟ ରହିବା ।

ଭାଗ୍ୟରେ ଗ୍ରହର ନିରନ୍ତନ ପରିବର୍ତ୍ତନ ହୋଇଥାଏ, ଏହାଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ହୋଇଥାଏ । ଗ୍ରହର ପରିବର୍ତ୍ତନ ଫଳରେ ରାଶି ଗୁଡିକ ଉପରେ ମଧ୍ୟ କିଛି ନା କିଛି ପ୍ରଭାବ ପଡିଥାଏ । ଯେତେବେଳେ ଗ୍ରହ ଗୁଡିକର ସ୍ଥାନ ପରିବର୍ତ୍ତନ ହୋଇଥାଏ, ରାଶି ଗୁଡିକ ଉପରେ ମଧ୍ୟ ଏହାର ଶୁଭଫଳ ପଡିଥାଏ । ଜୋତିଷଙ୍କ ଅନୁସାରେ ରାଶି ଗୁଡିକର ମହତ୍ତ୍ୱ ବ୍ୟକ୍ତିଙ୍କ ଜୀବନ ଉପରେ ପ୍ରଭାବ ପକାଇଥାଏ । ରାଶିର ଆଧାରରେ ବ୍ୟକ୍ତିର ଭବିଷ୍ୟତ ବିଷୟରେ କୁହାଯାଇପାରେ । ବିଘ୍ନରାଜ ପ୍ରଭୁ ଗଣେଶଙ୍କ କୃପାରୁ ଆଜି ଚାରୋଟି ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କ ଭାଗ୍ୟରେ ହେବ ପରିବର୍ତ୍ତନ ଏବଂ ଅନ୍ୟ ରାଶି ସମ୍ପର୍ଣ ବ୍ୟକ୍ତିଙ୍କ ପାଇଁ ଦିନଟି ମଙ୍ଗଳମୟ ରହିବା ।

ମେଷ : ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ପରିବର୍ତ୍ତନ ଦେଖାଯିବ । ହସ୍ତା ନକ୍ଷତ୍ରସ୍ଥ ଚନ୍ଦ୍ର ଆପଣଙ୍କୁ ପାରିବାରିକ ସୁଖ ସମୃଦ୍ଧି ସାଙ୍ଗକୁ କର୍ମକ୍ଷେତ୍ରରେ ଆଶା ଅନୁଯାୟୀ ସୁଫଳ ପ୍ରଦାନ କରିବ । ପ୍ରତ୍ୟୁଷ ଯାତ୍ରା ସମୟରେ ଅପରିଚିତଙ୍କ ସହ କଳହ ଲାଗିବାର ସମ୍ଭାବନା ରହିଛି । ସ୍ଵଭାବରେ ବିନମ୍ର ହୋଇ ବରିଷ୍ଠଙ୍କ ସହିତ କଥାବାର୍ତ୍ତା କରନ୍ତୁ । ଚାକିରୀ କ୍ଷେତ୍ରରେ ବରିଷ୍ଠ ଅଧିକାରୀ ଆପଣଙ୍କ ଉପରେ ଖୁସିରେ ରହିବେ । ବ୍ୟବସାୟରେ ଆଶାତୀତ ଲାଭ ପାଇବେ । ଅଚାନକ ଧନପ୍ରାପ୍ତି ହେବ । ଘରୋଇ ଚିନ୍ତା ଧୀରେ ଧୀରେ ସମାପ୍ତ ହେବ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ବିରଜା ।

ବୃଷ : ଦିନଟି ସମ୍ୟକ ଖଟାମିଠା ରହିବ, ମନ ପ୍ରଫୁଲ୍ଲ ରହିବା ନାହିଁ । କେତୁ ନକ୍ଷତ୍ରସ୍ଥ ବୁଧ ବନ୍ଧୁରେ କଳହ ସାଙ୍ଗକୁ ଧନହାନି ଘଟାଇ ପାରନ୍ତି । ଚାକିରିରେ ନିଷ୍ଠାର ସହିତ କାମ କଲେ ଭଲ ପରିଣାମ ମିଳିବ । ନୂତନ ଯୋଜନାମ୍ଭରେ ପ୍ରାଥମିକ ସ୍ତରରେ ବିଭିନ୍ନ ପ୍ରତିବନ୍ଧକର ସମ୍ମୁଖୀନ ହୋଇପାରନ୍ତି । ଯୌଥ ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ । ଯାତ୍ରା, ରାଜନୀତି, ପ୍ରଶାସନକ୍ଷେତ୍ରରେ ସମସ୍ୟାର ସମାଧାନ ହୋଇପାରେ । ପରିବାର ସଦସ୍ୟଙ୍କ ସହିତ ଭ୍ରମଣ ଓ କାର୍ଯ୍ୟସିଦ୍ଧି ଯୋଗୁ ମନ ପ୍ରଫୁଲ୍ଲ ରହିବ । ମହିଳାମାନେ ଦର୍ଶନୀୟ ସ୍ଥାନକୁ ଭ୍ରମଣରେ ଯାଇପାରନ୍ତି । ଶୁଭରଙ୍ଗ: ଧଳା । ଆରାଧନା: ମାଆ କାଳୀଜାଈ ।

ମିଥୁନ : ବେପାର ବୃତ୍ତିରେ ସନ୍ତୋଷଜନକ ପରିଣାମ ପାଇବା ଲାଗି ଏକାଗ୍ର ଚିତ୍ତରେ କାମ କରିବେ ଏବଂ ସଫଳତା ମଧ୍ୟ ପାଇବେ । ଯେତେ ମିଠା କଥା କହିବେ ସେତେ ଲାଭ ପାଇବେ । ପୂର୍ବାଫାଲ୍‌ଗୁନୀ ନକ୍ଷତ୍ରରେ ବକ୍ରୀଶନି ଆପଣଙ୍କ ଯାତ୍ରା, ବିବାଦୀୟ ସ୍ଥିତି, ରପ୍ତାନି ବାଣିଜ୍ୟ ଓ ପ୍ରତିଯୋଗିତା ଆଦି କ୍ଷେତ୍ରରେ ବିପରୀତ ଫଳ ପ୍ରଦାନ କରିବେ । ଅବଶ୍ୟ କର୍ମକ୍ଷେତ୍ରରେ ସହମତି ଭିତ୍ତିରେ ଆଲୋଚନା କଲେ କାର୍ଯ୍ୟ ହାସଲ ହେବାର ସମ୍ଭାବନା ରହିଛି । ମିତ୍ର, ଭାଇ ଓ ବନ୍ଧୁମାନେ ସହଯୋଗ କରିବେ । ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରନ୍ତୁ । ବାଦବିବାଦ ମାଲିମୋକଦ୍ଦମା ପ୍ରତିଯୋଗିତା ପରୀକ୍ଷାରେ ସଫଳ ହେବେ । ଶୁଭରଙ୍ଗ: ଧଳା । ଆରାଧନା: ବାବା କପିଳାସ ।

କର୍କଟ : କର୍ମକ୍ଷେତ୍ରରେ ଆପଣ ଯୋଦ୍ଧାଙ୍କ ଭଳି ରହିବେ ଏବଂ କୌଣସି ମହତ୍ୱପୂର୍ଣ ନିଷ୍ପତ୍ତି ନେଇପରନ୍ତି । ଅଶ୍ଳେଷା ନକ୍ଷତ୍ର ଜାତ ବ୍ୟକ୍ତି ସ୍ଵାସ୍ଥ୍ୟହାନି ଓ ଶତ୍ରୁପୀଡା କାରଣରୁ ଅଶାନ୍ତ ରହିବେ । କିନ୍ତୁ ପୁନର୍ବସୁ ସହକର୍ମୀଙ୍କ ସହଯୋଗରେ କୈାଣସି ବଡ଼ କାମଟିଏ କରି ପାରିଥିବାରୁ ଆମତ୍ତୃପ୍ତି ଲାଭ କରିବା ସଙ୍ଗେ ସଙ୍ଗେ ପରିବାର ତରଫରୁ ମଧ୍ୟ ପ୍ରଶଂସିତ ହେବେ । ଅତୀତରୁ ଚେଷ୍ଟା କରିଆସୁଥିବା କାର୍ଯ୍ୟରେ ଆଜି ଆପଣ ସଫଳତା ମିଳିପାରେ । ଆୟ ବୃଦ୍ଧିର ସମ୍ଭାବନା ରହିଛି । ଚାକିରିରେ କୌଣସି ବିଶେଷ ଦାୟିତ୍ଵ ଗ୍ରହଣ କରିବେ । ଦୂରଯାତ୍ରା କାଳରେ ଅଜଣା ଅଶୁଣା ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ । ପ୍ରେମ ଆଳାପ ପାଇଁ ଦିନଟି ଭଲ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ତାରିଣୀ ।

ସିଂହ : ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ । ଆଜି ରାଜଯୋଗ ପ୍ରଭାବରୁ ଯାହା କରନ୍ତୁ ନା କାହିଁକି ପ୍ରତ୍ୟେକ କ୍ଷେତ୍ରରେ ସଫଳତାର ସ୍ଵାଦ ମନକୁ ଖୁସୀ କରାଇବ । କିନ୍ତୁ ମଘାର ସମସ୍ତ ପ୍ରକାର ସୁବିଧା ଥିଲେ ମଧ୍ୟ ଖର୍ଚ୍ଚାନ୍ତ ହୋଇ କାମ ହାସଲ କରିବେ । ମହତ୍ଵପୂର୍ଣ୍ଣ କଥା ଉପରେ ଲୋକମାନଙ୍କ ସହିତ ଆଲୋଚନା କରିବାର ସୁଯୋଗ ମିଳିବ । ବ୍ୟବସାୟରେ ଲାଗି ରହିଥିବା ବାଧା ଦୂର ହେବ । କର୍ଯ୍ୟସ୍ଥଳରେ ଆପଣଙ୍କ ମାନସମ୍ମାନ ବଢିବ, ଆପଣଙ୍କ କାର୍ଯ୍ୟ ଶୈଳୀରେ ଉଚ୍ଚଧିକାରୀ ପ୍ରଶଂସିତ ହେବେ । ବହୁତ ଦିନରୁ ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବ । ମାଲିମକଦ୍ଦମାରେ ଆପୋସ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନର ଆଶା ରହିଛି । ଶୁଭରଙ୍ଗ: ଗୋଲାପୀ । ଆରାଧନା: ମହାଲକ୍ଷ୍ମୀ ।

କନ୍ୟା : ଦିନଟି ଆପଣଙ୍କ ଲାଗି ଖୁବ୍‌ ଭଲ । ଶୁକ୍ର କର୍ମାଧିପତିଙ୍କ ନକ୍ଷତ୍ରସ୍ଥ ଯୋଗୁ ଆଜି ଯେଉଁ କାମଟିକୁ ଆରମ୍ଭ କରିବେ ତାହା ଅତି ସହଜ ଓ ସୁବିଧାରେ ସମ୍ପନ୍ନ ହୋଇଯିବ । କର୍ମକ୍ଷେତ୍ର ଏପରିକି ସାମାଜିକ ତଥା ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ । ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ଯାତ୍ରାରେ ଯାଇପାରନ୍ତି । ଅଧିକାରୀ ବର୍ଗଙ୍କ ସହିତ ମିଳାମିଶା ବଢ଼ିବ । ପୁରୁଣା ସଉଦାରୁ ଲାଭ ହେବ । ଘରେ ଅସାବଧାନତା ଯୋଗୁ ଦ୍ରବ୍ୟ ନଷ୍ଟ କିମ୍ବା ଧନ ହାନି ଘଟିପାରେ । ପ୍ରତିଯୋଗିତା ଓ ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ବିଜୟ ଲାଭ କରିବେ । ପ୍ରେମ ସମ୍ବନ୍ଧରେ ଗଭୀରତା ବୃଦ୍ଧି ହେବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ସମଲେଶ୍ଵରୀ ।

ତୁଳା : ଏହି ରାଶିର ବ୍ୟକ୍ତିମାନଙ୍କୁ ଯାତ୍ରାରେ ଶୁଭଫଳ ମିଳିବ । ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଆସିବ । ଷଷ୍ଠାଧିପ ଧନ ଭାବସ୍ଥ ହେତୁ ଋଣ ଦ୍ୱାରା ଅର୍ଥଲାଭ କରିପାରନ୍ତି । କିନ୍ତୁ କର୍ମକ୍ଷେତ୍ରରେ ସଂଘର୍ଷମୟ ସ୍ଥିତିରେ ଗତି କରିବାକୁ ପଡିପାରେ । ଅଫିସରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିବାକୁ ବାଧ୍ୟ ହେବେ । ରାଜ୍ୟ ବାହାରକୁ ଯାଇପାରନ୍ତି । କୌଣସି ନିକଟ ସମ୍ପର୍କୀୟ କିମ୍ବା ବନ୍ଧୁଙ୍କ ଠାରୁ ଉପହାର ମିଳିପାରେ । ପ୍ରେମ ସମ୍ବନ୍ଧରେ ମଧୁରତା ବଢ଼ିବ । ଦାମ୍ପତ୍ୟଜୀବନ ସୁଖମୟ ରହିବ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ବିରଜା ।

ବିଛା : ପ୍ରତ୍ୟେକ କ୍ଷେତ୍ରରେ ଭାଗ୍ୟର ସହଯୋଗ ପାଇବେ । ସହଯୋଗୀଙ୍କ ସହଯୋଗରେ ମାନ ପ୍ରତିଷ୍ଠା ବୃଦ୍ଧି ହେବ । ଦେବଗୁରୁ ଗ୍ରହଜଗତର ରାଜକୁମାର ବୁଧଙ୍କ ନକ୍ଷତ୍ରସ୍ଥ ହେତୁ ଦୀର୍ଘଦିନରୁ ଅଟକି ରହିଥିବା କାମଟିକୁ ହଠାତ୍‌ ଆରମ୍ଭ କରିବାକୁ ମନ ବଳାଇବେ । କିନ୍ତୁ ଈର୍ଷାପରାୟଣ ବନ୍ଧୁମାନେ ସେହି ଅନୁପାତରେ ଅଫିସ୍‌ କାମରେ, ପ୍ରଶାସନିକ ସ୍ତରରେ, ସଭାସମିତିରେ ତଥା ବାଣିଜ୍ୟ, ବ୍ୟବସାୟରେ ପରୋକ୍ଷ ଶତ୍ରୁତା କରିପାରନ୍ତି । ପୁସ୍ତକ ବ୍ୟବସାୟୀଙ୍କୁ ଯଥେଷ୍ଟ ଲଭ ମିଳିବ । ଦାଂପତ୍ୟ ଜୀବନରେ ମଧୁରତା ଆସିବ । ଶୁଭରଙ୍ଗ: ଧଳା । ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ ।

ଧନୁ : ଅନ୍ୟମାନଙ୍କ କଥା ଶୁଣନ୍ତୁ ହେଲେ ନିଜ ବିବେକରେ କାମ କରନ୍ତୁ । ବଢ଼ିଆ ଚାକିରର ସୁଯୋଗ ଆସିପାରେ । ରାଜନୀତିରେ ସଫଳତା ପାଇବେ । ରାହୁ ଚତୁର୍ଥାଧିପତିଙ୍କ ନକ୍ଷତ୍ରରେ ପାରିବାରିକ ଅଶାନ୍ତି ସାଙ୍ଗକୁ ଲୋକ ସମ୍ପର୍କ ହାନି କରାଇପାରେ । କିନ୍ତୁ ଉତ୍ତରାଷାଢା ନକ୍ଷତ୍ର ଯେଉଁ କାମ ହାତକୁ ନେଇଛନ୍ତି ତାହା ବଢାଇ ନିଅନ୍ତୁ, କିଛି ଅସୁବିଧା ହେବନି । ବ୍ୟବସାୟରେ ଅଚଳାବସ୍ଥା ସୁଧୁରି ଯିବ । କର୍ମ କ୍ଷେତ୍ରରେ ସମ୍ମାନୀତ ହେବେ । ସାମାଜିକ ଉତ୍ସବରେ ଭାଗ ନେବେ । ନିର୍ମାଣ କାର୍ଯ୍ୟରେ କିଛି ସମୟ ଇଚ୍ଛାକୃତ ତ୍ୟାଗ କରିବେ । ଦାମ୍ପତ୍ୟ ଜୀବନରେ ସାମଞ୍ଜସ୍ୟ ବଜାୟ ରହିବ । ଶୁଭରଙ୍ଗ: ଗୋଲାପୀ । ଆରାଧନା: ମାଆ ଦୁର୍ଗା ।

ମକର : ଆପଣଙ୍କ ମନରେ ଦୟାର ଭାବନା ବଜାୟ ରହିବ । ଧନିଷ୍ଠା ନକ୍ଷତ୍ର ବିଭିନ୍ନ କୌଶଳ ଅବଲମ୍ବନ କରି ଅର୍ଥନୀତିକୁ ଦୃଢୀଭୂତ କରିପାରନ୍ତି । ବହୁତ ଦିନ ହେଲା ଲାଗି ରହିଥିବା ସ୍ଵାସ୍ଥ୍ୟ ସମସ୍ୟା କେତେକାଂଶରେ ଆଜି ହାଲୁକା ଅନୁଭବ କରିବେ । ପୁରୁଣା ଅନୁଭବକୁ ପ୍ରୟୋଗ କରି କାର୍ଯ୍ୟରେ ସଫଳତା ପାଇବେ । ପାରିବାରିକ ସମସ୍ୟାରେ ଆପଣଙ୍କ ମନ୍ତବ୍ୟ ସକାରାତ୍ମକ ରହିବ । ଶତ୍ରୁତା କାରଣରୁ ବିଭିନ୍ନ ପ୍ରକାରର ପ୍ରତିବନ୍ଧକର ସମ୍ମୁଖୀନ ହୋଇ ଚେଷ୍ଟା କରୁଥିବା କାମଟି ଅସମ୍ପୂର୍ଣ୍ଣ ରହିଯିବ । ଶୁଭରଙ୍ଗ: ଧଳା । ଆରାଧନା: ବାବା ଧବଳେଶ୍ଵର ।

କୁମ୍ଭ : ଚାକିରିଆଙ୍କ ପାଇଁ ଦିନଟି ଭଲ ରହିବ । ବିଶେଷ କାର୍ଯ୍ୟରେ ନିଜକୁ ଯୋଗ୍ୟ ପ୍ରମାଣିତ କରିପାରିବେ । ଆଜିର ନୂତନ କର୍ମାରମ୍ଭ, ଯାନବାହନ, ଲୋକସମ୍ପର୍କ, ସଭାସମିତି ଓ ପାରିବାରିକ ସମସ୍ୟା ନେଇ ଚିନ୍ତା କରିବେ । ପ୍ରତିଟି କ୍ଷେତ୍ରରେ ଭଲ ସମ୍ପର୍କ ରହିଥିବା ପ୍ରତିବେଶୀଙ୍କ ସୌହାର୍ଦ୍ଦ୍ୟରୁ ଉପକୃତ ହେବେ । ଶିଳ୍ପ, ବ୍ୟବସାୟ, ପରିବହନ, ନିର୍ମାଣ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ । ପୁରୁଣା ରୋଗରୁ ଅରାମ ମିଳିବ । ଘରୋଇ ଜୀବନରେ ପ୍ରେମପୂର୍ଣ୍ଣ ବାତାବରଣ ରହିବ । ଶୁଭରଙ୍ଗ: ଆକଶିନୀଳ । ଆରାଧନା: ମହାଲକ୍ଷ୍ମୀ ।

ମୀନ : ଦିନଟି ଆପଣଙ୍କ ପାଇଁ ବଢ଼ିଆ ରହିବ । ରେବତୀ ନକ୍ଷତ୍ର ସମସ୍ୟା ମଧ୍ୟରେ ଚଳିବା କାରଣକୁ ନେଇ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟକଲେ ଉପକୃତ ହେବେ । କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ହାତକୁ ନେଇ ପାରନ୍ତି । ସାମାଜିକ କାର୍ଯ୍ୟରେ ମହତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ । ପୁରୁଣା ବନ୍ଧୁଙ୍କ ସହିତ ସାକ୍ଷାତ୍‌ ଆଲୋଚନା ହେ ବ। ସରକାରୀ ଚାକିରିଆଙ୍କୁ ଲାଭ ମିଳିପାରେ । ନିଜ ଲୋକମାନେ ଅସୁବିଧାରେ ପକାଇବା ସକାଶେ ଚେଷ୍ଟା କରି ପାରନ୍ତି । ସନ୍ଧ୍ୟା ସୁଦ୍ଧା କୌଣସି ସମାରୋହରେ ସାମିଲ ହୋଇପାରନ୍ତି । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ହର ପାର୍ବତୀ ।