02 ଜୁଲାଇ 2019, ମଙ୍ଗଳବାର – ପ୍ରଭୁ ହନୁମାନଙ୍କ କୃପାରୁ ୭ଟି ରାଶିକୁ ଆର୍ଥିକ ସ୍ଵଛଳତା ଏବଂ ସଫଳତାର ନୂଆ ଅବସର ମିଳିବ…

Spread the love

02 ଜୁଲାଇ 2019, ମଙ୍ଗଳବାର – ପ୍ରଭୁ ହନୁମାନଙ୍କ କୃପାରୁ ୭ଟି ରାଶିକୁ ଆର୍ଥିକ ସ୍ଵଛଳତା ଏବଂ ସଫଳତାର ନୂଆ ଅବସର ମିଳିବ…

ଗ୍ରହର ଗତିପଥ ପରିବର୍ତ୍ତନ କାରଣରୁ ବ୍ୟକ୍ତିର ଜୀବନରେ ବହୁତ ଅନେକ ପରିବର୍ତ୍ତନ ହୋଇଥାଏ, କେତେବେଳେ ବ୍ୟକ୍ତିର ଜୀବନରେ ସୁଖ ସମୃଦ୍ଧି ଆସିଥାଏ ତ କେତେବେଳେ ଅତ୍ୟଧିକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ସମୟର ସହିତ ବହୁତ କିଛି ବଦଳି ଯାଇଥାଏ । ରାଶିଫଳ ଅନୁସାରେ ବ୍ୟକ୍ତିର ସ୍ଵଭାଵ ଓ ଭବିଷ୍ୟତ ବିଷୟରେ ଜାଣିବାକୁ ମିଳିଥାଏ । କାରଣ ମନୁଷ୍ୟର ଦୈନନ୍ଦିନ କାର୍ଯ୍ୟକଳାପରେ ଗ୍ରହମାନଙ୍କ ପ୍ରଭାବ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ, ଯାହାଫଳରେ ଗ୍ରହମାନଙ୍କ ଗତିବିଧିକୁ ଆଧାର କରି ରାଶିଫଳ ନିର୍ଣ୍ଣୟ କରାଯାଇଥାଏ । ଗ୍ରହ ନକ୍ଷେତ୍ରଗୁଡି଼କ ନିରନ୍ତର ପରିବର୍ତ୍ତନ ଘଟିଥାଏ । ଯେଉଁଠି କାରଣରୁ ମନୁଷ୍ୟର ଦୈନନ୍ଦିନ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖା ଦେଇଥାଏ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଜୀବନରେ କଣ କଣ ପରିବର୍ତ୍ତନ ଘଟିବ ଜାଣିବା ।

ମେଷ: ଆଜି ଭାଗ୍ୟସ୍ଥାନକୁ ଛଅଟି ଗ୍ରହ ପ୍ରଭାବିତ କରୁଥିବାରୁ ଯେଉଁ କାମରେ ହାତ ଦେବେ ସେଥିରେ ସଫଳତା ପାଇବା ନିଶ୍ଚିତ । ଆଜି ଆପଣଙ୍କୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ । ଅର୍ଥ ସମ୍ପର୍କୀୟ ସମସ୍ୟାକୁ ସୁଧାରି ନେବାର ପ୍ରଯତ୍ନ କରିବା ଦିଗରେ ସଫଳତା ପାଇପାରିବେ । ବ୍ୟବସାୟକରେ ଆଶାତୀତ ଲାଭବାନ ହେବେ । ଚାକିରିରେ ସହଯୋଗୀ କର୍ମକର୍ତ୍ତା ମାନଙ୍କର ସଂପୂର୍ଣ୍ଣ ସହଯୋଗ ପ୍ରାପ୍ତ ହେବ । ଭ୍ରମଣ ଉପରେ ଆଧାରିତ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ଲାଗି ଦିନଟି ଭଲ ରହିବ । କୌଣସି ଅପରିଚିତଙ୍କ ଉପରେ ଭରସା କରନ୍ତୁ ନାହିଁ । ଭାବିଚିନ୍ତି ଖର୍ଚ୍ଚ କରନ୍ତୁ । ମଙ୍ଗଳଙ୍କ ବଳହୀନତା କାରଣରୁ ଶାରିରୀକ କ୍ଳାନ୍ତି ଓ ଅବସାଦ ସ୍ୱାସ୍ଥ୍ୟ ପ୍ରତି ପ୍ରତିକୂଳ ପ୍ରଭାବ ସୃଷ୍ଟି କରିବାର ଆଶଙ୍କା ରହିଛି । ବୈବାହିକ ସୁଖର ଭରପୂର ଆନନ୍ଦ ପାଇବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ତାରିଣୀ ।

ବୃଷ: ଆତ୍ମବିଶ୍ଵାସ ବୃଦ୍ଧି ପାଇବ । ଧାର୍ମିକ କାର୍ଯ୍ୟରେ ନିଜକୁ ନିୟୋଜିତ ରଖିବେ । ମୁଖଭାବରେ ଚତୁଃଗ୍ରହଯୋଗ ଆପଣଙ୍କ ପ୍ରଭାବଶାଳୀ ପ୍ରକାଶଭଙ୍ଗୀ ପରିଚାଳନା ଦକ୍ଷତାକୁ ବୃଦ୍ଧି କରିବ । ବ୍ୟବସାୟରେ ଲାଭର ପରିମାଣ ଅଧିକ ହେବ । ଅନେକ ଶୁଭ କର୍ମର ସୁଯୋଗ ପାଇବେ । ଉଚ୍ଚଧିକାରୀ ଓ ବରିଷ୍ଠ ବ୍ୟକ୍ତିଙ୍କ ସହ ସୁ-ସମ୍ପର୍କ ଫଳରେ କର୍ମୋନ୍ନତି ହେବ । ଆନୁଷ୍ଠାନିକ କାମ ସକାଶେ ବିଶେଷ ଭାବେ ଧାଁ ଧଉଡ କରିବାକୁ ପଡିପାରେ । ଅପରିବାରରେ, କର୍ମକ୍ଷେତ୍ରରେ, ସଭାସମିତିରେ ଆପଣ ବହୁ ଚର୍ଚ୍ଚିତ ହୋଇପାରନ୍ତି । ବନ୍ଧୁଙ୍କ ପାଇଁ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହୋଇପାରେ । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ଶ୍ରୀକୃଷ୍ଣ ।

ମିଥୁନ: ଭାଗ୍ୟର ସହଯୋଗରେ ଦିନଟି ବେଶ୍ ଭଲ ରହିବ । ରାଶିରେ ଏକାଧିକ ଶାରୀରିକ ଓ ମାନସିକ ସ୍ଥିତିକୁ ବିକ୍ଷିପ୍ତ କରାଇ ପାରନ୍ତି । ଠିକ୍‌ ଫଇସଲା ନେବା‌େର ସହଜ ହେବ । ବ୍ୟବସାୟ କ୍ଷେତ୍ରରେ ବୁଦ୍ଧି ବିବେକ ଖେଳାଇ କର୍ତ୍ତବ୍ୟ ପରାୟଣତାକୁ ମୁଖ୍ୟକରି ଚାଲିବା ହିତକର । ଅଫିସ ଆଲୋଚନାରେ ନୂଆ ଲୋକଙ୍କ ସହିତ ମିଶିବେ । ବାଦ-ବିବାଦ, ପରୀକ୍ଷା ପ୍ରତିଯୋଗୀତା, ମାଲିମୋକଦ୍ଦମା, ସଙ୍ଗଠନ, ପରିଜନସହ ଯାତ୍ରା କ୍ଷେତ୍ରରେ ସଫଳତା ନିଶ୍ଚିତ । ଜମିଜମା କିମ୍ବା ଗୃହ ସମ୍ପର୍କୀୟ ସମସ୍ୟାର ସମାଧାନ ଦିଗରେ ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ । ଶିଳ୍ପ, ବ୍ୟବସାୟ ଓ ପରିବହନରୁ ସନ୍ତୋଷ ଲାଭ କରିପାରନ୍ତି । ଶୁଭରଙ୍ଗ: ଲାଲ । ଆରାଧନା: ବାବା ଲିଙ୍ଗରାଜ ।

କର୍କଟ: ଦିନଟି ଆପଣଙ୍କ ପାଇଁ ମାଧ୍ୟମ ଫଳ ପ୍ରଦାନ କରିବ । ଦ୍ୱାଦଶସ୍ଥ ଗ୍ରହମାନେ ଆପଣଙ୍କୁ କର୍ମମୁଖର କରାଇ ଅବସର ଦେଇ ନ ପାରନ୍ତି । କାର୍ଯ୍ୟବ୍ୟସ୍ତତା କାରଣରୁ ଆପଣଙ୍କ ବ୍ୟବହାରରେ ଋକ୍ଷତା ବନ୍ଧୁଙ୍କ ମନଦୁଃଖର କାରଣ ହୋଇପାରେ । କିନ୍ତୁ, କର୍ମକ୍ଷେତ୍ରରେ ବହୁ ଲୋକଙ୍କର ପ୍ରଶଂସା ପାଇବା ଫଳରେ ଉତ୍ସାହିତ ହେବେ । ସହକର୍ମୀଙ୍କ ସହାୟତାରେ ଅର୍ଥ ସମ୍ପର୍କୀୟ କୌଣସି ଦୁଃଶ୍ଚିନ୍ତା ସାୟାହ୍ନେ ଦୂର ହେବ । ରାଜନୀତି କ୍ଷେତ୍ରରେ ପରସ୍ପରକୁ ସାହାଯ୍ୟ ସହଯୋଗ କରି ଗଠନମୂଳକ ଦିଗପ୍ରତି ଆଗ୍ରହରେ ହେବ । ପରିବାରରେ ସୁସ୍ଥ ବାତାବରଣ ଜାରି ରହିବ । କୌଣସି ମୂଲ୍ୟବାନ ଦ୍ରବ୍ୟ ଲାଭ ହେବାର ସୂଚନା ରହିଛ । ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ତାରିଣୀ ।

ସିଂହ: ଆପଣଙ୍କ ଭିତରେ ନୂଆ ଊର୍ଜା ସଂଚାର ହେବ । ଆଜିର ଅନୁକୂଳ ଗ୍ରହସ୍ଥିତିି ଆପଣଙ୍କ ସୁସ୍ଥ ବାତାବରଣ ସୃଷ୍ଟି କରି ବନ୍ଧୁପ୍ରିୟ କରାଇବ । ଇଚ୍ଛା ପୂରା କରିବା ଲାଗି ପ୍ରୟାସ‌ରେ ବାଧା ଆସିପାରେ । ଆବଶ୍ୟକତା ପୂରଣ ସକାଶେ ଟଙ୍କା ପଇସା ଯୋଗାଡ କରିବା ସକାଶେ ବିଭିନ୍ନ ପ୍ରକାରର ଫନ୍ଦି ଫିକର କରି ସଫଳତା ପାଇବେ । କର୍ମ କ୍ଷେତ୍ରରେ ଉଚ୍ଚଧିକାରୀ ସହକର୍ମୀଙ୍କ ସହ ସାମାନ୍ୟ ମତଭେଦ ଦେଖାଦେବ । ବ୍ୟବସାୟରେ ବକେୟା ଅର୍ଥ ଆଦାୟ କରିବା କଷ୍ଟ କର ହୋଇପାରେ । ତଥାପି ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ, ପ୍ରକାଶନ, ପ୍ରଶାସନ ଏଜେନ୍ସି ଓ ସାମ୍ବାଦିକତାରେ ପ୍ରଶଂସିତ ହେବେ । ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିବ । ପାରିବାରିକ କ୍ଷେତ୍ରରେ ସ୍ନେହ ସଦ୍ଭାବ ଅତୁଟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଦୁର୍ଗା ।

କନ୍ୟା: ମନରେ ଚାଲୁ ରହିଥିବା ଓଲଟପାଲଟ ଚିନ୍ତାଧାରା ସମାପ୍ତ ହେବ । ଦଶମ ସ୍ଥାନରେ ଏକାଧିକ ଗ୍ରହ ଆପଣଙ୍କ କର୍ମକ୍ଷେତ୍ରକୁ ଚଳଚଂଚଳ କରାଇବେ । ବୃହସ୍ପତିଙ୍କ ଭାଗ୍ୟସ୍ଥାନକୁ ଦୃଷ୍ଟି ଫଳରେ ପରିବାର, ବନ୍ଧୁମିଳନ, ସଭାସମିତି, ଆନୁଷ୍ଠାନିକ କାମକୁ ସମ୍ପନ୍ନ କରିବାରେ ସମର୍ଥ ହୋଇ ପାରନ୍ତି । କିନ୍ତୁ ଚିତ୍ରା ନକ୍ଷତ୍ର କୌଣସି କଥାକୁ ଭଲ ରୂପେ ବିଚାର ନ କରି କାମ କଲେ ସମସ୍ୟା ଭିତରକୁ ଟାଣି ହୋଇଯିବେ । ବ୍ୟବସାୟ କ୍ଷେତ୍ରରେ ସାମାଜିକ ପ୍ରତିଷ୍ଠା, ମାନ-ସମ୍ମାନରେ ଦାଗ ଲାଗିବ । ରାଜନୈତିକ କ୍ଷେତ୍ରରେ ପ୍ରଶଂସିତ ହେବେ । ପ୍ରେମରେ ଆପଣଙ୍କୁ ସଫଳତା ମିଳିବ । ମହିଳାମାନେ ପରକଥାରେ ପଡି ପରିବାର ଲୋକଙ୍କୁ ଭୁଲ୍ ବୁଝିବେ ଓ ପିଲାମାନଙ୍କ ପାଇଁ ବ୍ୟସ୍ତ ବିବ୍ରତ ହେବେ । ଶୁଭରଙ୍ଗ: କଫି ରଙ୍ଗ । ଆରାଧନା: ମାଆ ଭଦ୍ରକାଳୀ ।

ତୁଳା: ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ ଅଟେ । ପକ୍ଷୀର ଡେଣାପରି ଦୁଇ, ତିନି ଓ ନଅ, ଦଶସ୍ଥାନରେ ଗ୍ରହମାନେ ଆପଣଙ୍କୁ ଧନ, ସମ୍ମାନ, ଉଚ୍ଚ ପଦବୀ ଓ ବିଶିଷ୍ଟ ବନ୍ଧୁମାନଙ୍କ ସଙ୍ଗ ଲାଭ କରାଇ ପାରନ୍ତି । ଶିକ୍ଷାକ୍ଷେତ୍ରରେ ଊତ୍ସାହ ଏବଂ ସ୍ଵାସ୍ଥ୍ୟରେ ଉନ୍ନତି ଦେଖାଦେବ । ଅନ୍ୟମାନଙ୍କ ଭରସା ଜିତିବାରେ ସଫଳ ହେବେ । ବ୍ୟବସାୟରେ ବଡ଼ ଫଇସଲା ନେବାକୁ ପଡ଼ିପାରେ । ଜମି ଦଲାଲଙ୍କୁ ଯଥେଷ୍ଟ ଲାଭ ମିଳିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନଦେଇ କାର୍ଯ୍ୟ କରନ୍ତୁ । ପରିବାରରେ ଅଟକି ରହିଥିବା ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇଯିବାର ଆଶା ରହିଛି । ମହିଳାମାନେ ନିଜର କର୍ତ୍ତବ୍ୟକୁ ଠିକ୍ ଭାବରେ ନିର୍ବାହ କରି ପରିବାରଜନଙ୍କ ଦ୍ୱାରା ପ୍ରସଂଶିତ ହେବେ । ଶୁଭରଙ୍ଗ: ନୀଳ । ଆରାଧନା: ବାବା କପିଳାସ ।

ବିଛା: ଦିନଟି ଆପଣଙ୍କ ପାଇଁ ମିଶ୍ରିତ ଫଳ ପ୍ରଦାନ କରିବା । ଅଷ୍ଟମଭାବସ୍ଥ ଗ୍ରହ ପ୍ରଭାବରେ ଅତୀତ ଘଟଣା ମନକୁ ବାରମ୍ବାର ଆଲୋଡିତ କରିବା ଫଳରେ ମନଟା ଭଲ ଲାଗିବ ନାହିଁ । କର୍ମକ୍ଷେତ୍ରରେ ସହକର୍ମୀମାନଙ୍କ ସହ ଶତ୍ରୁତା ବୃଦ୍ଧି କରାଇବା, ତେଣୁ ସାବଧାନତା ଅବଲମ୍ବନ କରିବା ନିହାତି ଜରୁରୀ । ବ୍ୟବସାୟୀମାନେ ନଗଦ କାରବାରରେ କରିଲେ ଭଲ ହେବେ । ପ୍ରତ୍ୟେକ କ୍ଷେତ୍ରରେ ଛୋଟ ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦିଅନ୍ତୁ ନାହିଁ । ପାରିବାରିିକ ପ୍ରତିରୋଧ ଆପଣଙ୍କୁ କାମକୁ ଦୀର୍ଘ ସମୟ ଧରି ବିଶେଷ ବିଶୃଙ୍ଖଳିତ କରି ରଖିବ ନାହିଁ । ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଧୁର ହେବ । ଶୁଭରଙ୍ଗ: ଧଳା । ଆରାଧନା: ହନୁମାନ ।

ଧନୁ: ସପ୍ତମ କେନ୍ଦ୍ରରେ ଏକାଧିକ ଗ୍ରହ ଯାତ୍ରାରେ ଦ୍ୱନ୍ଦ୍ୱ, ବିବାଦରେ ପରାଜୟ, ସ୍ତ୍ରୀଙ୍କ ସ୍ଵାସ୍ଥ୍ୟହାନୀ ଜନିତ ଚିନ୍ତା ସୃଷ୍ଟିକରେ । ନିର୍ମାଣ ମୂଳକ ଯୋଜନାରେ ଆଗେଇବେ । କାମ ଓ ପରିଶ୍ରମରୁ ଆପଣଙ୍କୁ ଆଶିଂକ ଭାବରେ ସଫଳତା ପାଇପାରିବେ । ନୂଆ ଲୋକଙ୍କ ସହିତ ସାକ୍ଷାତ ଆଲୋଚନା ହେବ । ପାରିବାରିକ ସ୍ଥିତି ସନ୍ତୋଷ ଜନକ ରହିବା । କିନ୍ତୁ କର୍ମାଧିପ ଅଷ୍ଟମସ୍ଥାନରେ ଥିବାରୁ ଅପମାନ ଜନକ ବ୍ୟବହାର ମନରେ ଆଘାତ ସୃଷ୍ଟି କରିବ । କଳା, କ୍ରୀଡା, ସାହିତ୍ୟ, ଚଳଚ୍ଚିତ୍ର ଓ ରଚନାତ୍ମକ କାର୍ଯ୍ୟରେ ସମସ୍ୟା ସମାଧାନ କରିପାରିବେ । ସନ୍ଧ୍ୟା ସୁଦ୍ଧା କୌଣସି ଶୁଭ ଖବର ମିଳିପାରେ । ମହିଳାମାନେ ପିଲାମାନଙ୍କ କାର୍ଯ୍ୟରେ ଖୁସି ହେବେ । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ହରପାର୍ବତୀ ।

ମକର: ଭଗବାନଙ୍କୁ ଆରୋଧନା କରନ୍ତ’; ସର୍ବ କାର୍ଯ୍ୟ ସିଦ୍ଧି ହେବ । ଆପଣ ନିଜ ବ୍ୟବହାରରେ ଲୋକଙ୍କ ହୃଦୟ ଜିଣିବେ । ଷଷ୍ଠ ଓ ଦ୍ୱାଦଶସ୍ଥ ଗ୍ରହ ପ୍ରଭାବରୁ ପରୋକ୍ଷ ଶତ୍ରୁତା,ସ୍ଵାସ୍ଥ୍ୟହାନୀ ଓ ଅର୍ଥସଂକଟ ମାନସିକ ସ୍ଥିତିକୁ ବିପନ୍ନ କରିବ । କିନ୍ତୁ ତୃତୀୟଧି ପତିଙ୍କ ଶୁଭ ଦୃଷ୍ଟିରୁ ଜଣେ ବନ୍ଧୁଙ୍କ ସାହାଯ୍ୟରେ ଆଜିର କାମଗୁଡିକ ସୁବିଧାରେ ସମ୍ପନ୍ନ ହୋଇଯିବ । ବ୍ୟବସାୟ କ୍ଷେତ୍ରରେ କଠିନ ପରିଶ୍ରମ କଲେ ମଧ୍ୟ ପରିଶ୍ରମ ମୁତବକ ଫଳ ମିଳିନପାରେ । ଅଫିସରେ ସହଯୋଗୀଙ୍କ ଦ୍ଵାରା କିଛି କାର୍ଯ୍ୟ ପୂର୍ଣ୍ଣ କରିପାରିବେ । ପାଖ ପଡୋଶୀମାନଙ୍କ ସହ ବ୍ୟବହାରରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ଥ ହୋଇ ପାରନ୍ତି । ପତି ପତ୍ନୀଙ୍କ ମଧ୍ୟରେ ବୁଝାମଣା ଭଲ ରହିବ । ପ୍ରେମ ସମ୍ବନ୍ଧ ଭଲ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭୈରବୀ ।

କୁମ୍ଭ: ଆଜିର ଗ୍ରହ ପ୍ରଭାବରେ ଆପଣ ଯେକୌଣସି କ୍ଷେତ୍ରରେ ଠିକ୍‌ ନିଷ୍ପତି ନେବା କଷ୍ଟକର ହୋଇପାରେ । କର୍ମକ୍ଷେତ୍ରରେ ନିଜର ସ୍ଥିତିକୁ ସୁଦୃଢ କରିବାରେ ସମର୍ଥ ହେବେ । କାରବାରରେ ଅଚାନକ ପରିବର୍ତ୍ତନ ଦେଖାଦେବ । କର୍ମକ୍ଷେତ୍ରରେ ଅଧିକ କାର୍ଯ୍ୟର ଦାୟିତ୍ଵ ନେଇ ଧାଆଁ ଦୌଡ କରିବା ଫଳରେ କଷ୍ଟ ଅନୁଭବ କରିବେ । ଆର୍ଥିକ ଚିନ୍ତା ଦୁରହେବ ଓ ପିତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଦେବ । ନିଜ ଲୋକମାନେ ଯେତେ ପ୍ରକାରର ସମସ୍ୟା ସୃଷ୍ଟି କଲେ ମଧ୍ୟ ଆପଣଙ୍କର କୌଣସି ଅସୁବିଧା ହେବ ନାହିଁ । ଆଜି ଏକ ଭିନ୍ନ ପରିସ୍ଥିତିରେ ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବ । ବୈବାହିକ ଜୀବନ ଠିକ୍‌ଠାକ୍‌ ରହିବ । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ଲକ୍ଷ୍ମୀ ।

ମୀନ: ଆଜି ସକାରାତ୍ମକ ପରିବର୍ତ୍ତନ ଆପଣଙ୍କ ଜୀବନକୁ ବଢ଼ିଆ କରିବ କିନ୍ତୁ ଶାରୀରିକ ସ୍ଵାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣ ମଧ୍ୟରେ ରହିଲେ ମଧ୍ୟ ଚନ୍ଦ୍ରଙ୍କ ଅଶୁଭତ୍ୱ ଯୋଗୁଁ ମାନସିକ ସୁସ୍ଥତା ରହିନପାରେ । ନୂତନ ଯୋଜନା ପ୍ରସ୍ତୁତ କରି ବ୍ୟବସାୟରେ ଆୟ ଉପାର୍ଜ୍ଜନର ବୃଦ୍ଧି ହେବ । କର୍ମକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ସହଯୋଗରେ ଉନ୍ନତି ହେବ । ପରିବାରରେ ସନ୍ତାନ ମାନଙ୍କ ବିଶୃଙ୍ଖଳିତ ଆଚରଣ ସମସ୍ୟାର କାରଣ ହୋଇପାରେ । ବନ୍ଧୁ ମାନଙ୍କ ହସ୍ତକ୍ଷେପ ଫଳରେ ପ୍ରତ୍ୟେକ ଅସୁବିଧାଜନକ ପରିସ୍ଥିତିକୁ ସୁଧାରି ନେବାରେ ସମର୍ଥ ହେବେ । ବାଦ-ବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ବିଜୟୀ ହେବେ । ଶୁଭରଙ୍ଗ: ଧଳା । ଆରାଧନା: ନାରାୟଣ ।