29 ଜୁନ୍ 2020, ରାଶିଫଳ : ମହାଦେବଙ୍କ ଆଶୀର୍ବାଦରୁ ଏହି ୪ଟି ରାଶି ବ୍ୟକ୍ତିମାନଙ୍କ ଧନଅର୍ଜନ କରିବାର

Spread the love

29 ଜୁନ୍ 2020, ରାଶିଫଳ : ମହାଦେବଙ୍କ ଆଶୀର୍ବାଦରୁ ଏହି ୪ଟି ରାଶି ବ୍ୟକ୍ତିମାନଙ୍କ ଧନଅର୍ଜନ କରିବାର ଯୋଗ ରହିଛି :-

ଆଜି ଆମେ ଆପଣଙ୍କୁ ୨୯ଜୁନ ସୋମବାର ରାଶିଫଳ ବିଷୟରେ କହିବୁ । ଆମ ଜୀବନରେ ରାଶିଫଳର ମହତ୍ଵ ରହିଛି । ରାଶିଫଳ ମାଧ୍ୟମରେ ଭବିଷ୍ୟତ ଘଟଣାଗୁଡ଼ିକ ବିଷୟରେ ପୂର୍ବାନୁମାନ କରାଯାଇପାରିବ । ଏହି ଗ୍ରହ ନକ୍ଷେତ୍ରମାନଙ୍କ ଗତିବିଧିକୁ ଆଧାର କରି ରାଶିଫଳ ନିର୍ଣ୍ଣୟ କରାଯାଏ । ପ୍ରତ୍ୟେକ ଦିନ ଗ୍ରହମାନଙ୍କର ସ୍ଥିତି ଆମର ଭବିଷ୍ୟତକୁ ପ୍ରଭାବିତ କରିଥାଏ । ଏହି ରାଶିଫଳରେ, ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ ଶିକ୍ଷା ଏବଂ ବୈବାହିକ ଜୀବନ ଓ ପ୍ରେମ ଜୀବନ ସହିତ ଜଡିତ ସମସ୍ତ ସୂଚନା ପାଇବେ । ଯଦି ଆପଣ ମଧ୍ୟ ଜାଣିବାକୁ ଚାହାଁନ୍ତି ଆଜିର ଦିନଟି ଆପଣଙ୍କ ପାଇଁ କିପରି କଟିବ, ତେବେ ୨୯ଜୁନ ସୋମବାର ରାଶିଫଳ ପଢନ୍ତୁ ।

ମେଷ :-

ଆଜି କୌଣସି ଅନ୍ୟ ବ୍ୟକ୍ତିର ବେପାର କାରଣରୁ ଆପଣଙ୍କୁ କ୍ଷତି ପୂରଣ କରିବାକୁ ପଡ଼ିପାରେ । ଆଜି ଆପଣ ପ୍ରତିଟି ମୁହୂର୍ତ୍ତରେ ଆନନ୍ଦ ଉଠାଇ ପାରିବେ । ଆଜି ପ୍ରେମ ସମ୍ପର୍କର ଆରମ୍ଭ ହୋଇପାରେ । କୌଣସି ବି ନିଷ୍ପତ୍ତି ବୁଝିବିଚାରି ନିଅନ୍ତୁ । ପରିବାର ସହିତ ଦେଶଯାତ୍ରା ପାଇଁ ଯାଇପାରନ୍ତି । ବାହନ ଧୀର ଗତିରେ ଚଳାନ୍ତୁ । ଧ୍ୟାନ ଯୋଗ କରିବା ଲାଭପ୍ରଦ ରହିବ । ଘରୋଇ କାର୍ଯ୍ୟରେ ବ୍ୟସ୍ତ ରହିବେ । କୋର୍ଟ କଚେରୀ କାମରେ ସାବଧାନତା ରଖନ୍ତୁ ଏବଂ ନେବା ଦେବା ଠାରୁ ଦୂରେଇ ରୁହନ୍ତୁ ।

ବୃଷ :-

ଆଜି ମାନସିକ ରୂପରେ ବ୍ୟଗ୍ରତା ବଜାୟ ରହିବ । ଆପଣ ଅନ୍ୟ ମାନଙ୍କର ଭାବନା ପ୍ରତି ଅଧିକ ସହାନୁଭୂତିପୂର୍ଣ୍ଣ ରହିବେ ଏବଂ ସ୍ଵତନ୍ତ୍ର ରୂପରେ ସେହି ଲୋକଙ୍କ ସହିତ ନିଜର ଭାବନା ଆଲୋଚନା କରିବେ । ଧନଲାଭର ସ୍ଥିତି ରହିବ । ସନ୍ତାନ ପକ୍ଷରୁ କୌଣସି ଶୁଭ ସମାଚାର ମିଳିପାରେ । ମନ ପ୍ରଫୁଲ୍ଲିତ ରହିବ । କାର୍ଯ୍ୟରେ ମନ ଲାଗିବ । ଯେଉଁମାନେ ପ୍ରଥମରୁ ଚାକିରୀରେ ରହିଛନ୍ତି ତାଙ୍କୁ ଭଲ ପଦକୁ ସ୍ଥାନାନ୍ତରିତ କରାଯାଇପାରେ । ସମସ୍ତ କାର୍ଯ୍ୟରେ ସଫଳତା ମିଳିବ ଏବଂ ଆର୍ଥିକ ସ୍ଥିତି ଦୃଢ଼ ରହିବ ।

ମିଥୁନ :-

ଆଜି ଆପଣଙ୍କର ଆକର୍ଷକ ବ୍ୟବହାର ଯୋଗୁ ଅନ୍ୟ ମାନଙ୍କର ଧ୍ୟାନ ଆପଣଙ୍କ ଆଡ଼କୁ ଆକର୍ଷିତ କରିବ । ଆତ୍ମବିଶ୍ବାସରେ ପରିପୂର୍ଣ୍ଣ ରହିବେ । ଧର୍ମ କର୍ମରେ ରୁଚି ବଢ଼ିବ । ସନ୍ତାନଙ୍କ ସ୍ଵାସ୍ଥ୍ୟ ଖରାପ ହୋଇପାରେ । କାର୍ଯ୍ୟ କ୍ଷେତ୍ରରେ ଜଟିଳତା ଆସିପାରେ । ପାରିବାରିକ ଉତ୍ତରଦାୟିତ୍ୱରେ ବୃଦ୍ଧି ହେବ ଯାହା ଆପଣଙ୍କୁ ମାନସିକ ଚିନ୍ତା ଦେଇପାରେ । ନକରାତ୍ମକ ବିଚାରକୁ ମନରେ ଉଠିବାକୁ ଦିଅନ୍ତୁ ନାହିଁ । ଆଜି ନା କାହା ଠାରୁ ଧାର ଉଧାର ନିଅନ୍ତୁ ନା କାହାକୁ ଦିଅନ୍ତୁ । ବେରୋଜଗାରୀଙ୍କୁ ରୋଜଗାରର ଅବସର ଉପଲବ୍ଧ ହେବ । ସ୍ଵାସ୍ଥ୍ୟର ଧ୍ୟାନ ରଖନ୍ତୁ ।

କର୍କଟ :-

ଆଜି ଆପଣଙ୍କ ମନରେ ନକରାତ୍ମକ ବିଚାର ବା କ୍ରୋଧର ମାତ୍ରା ବଢ଼ିପାରେ । ଆବଶ୍ୟକତା ଥିଲେ ହିଁ କୌଣସି ସ୍ଥାନକୁ ଯାତ୍ରା କରନ୍ତୁ । ଅଜଣା ବ୍ୟକ୍ତିଙ୍କ ସହିତ ଅଧିକ ମିତ୍ରତା କରନ୍ତୁ ନାହିଁ । ବ୍ୟାପାର ବାଣିଜ୍ୟ ଭଲ ଚାଲିବ । ଧନ ପ୍ରାପ୍ତିର ଯୋଗ ରହିଛି । ଆପଣ ନିଜର ପରାକ୍ରମ ବଳରେ ସମସ୍ତ କାର୍ଯ୍ୟ ସମାପନ କରିବେ । ନିଜର ଜୀବନସାଥୀଙ୍କ କଥାରେ ମତ ଦିଅନ୍ତୁ । କଷ୍ଟରୁ କଷ୍ଟ କାର୍ଯ୍ୟ ମଧ୍ୟ ଆପଣଙ୍କ ପରିଶ୍ରମ ବଳରେ ସମାପନ ହୋଇପାରିବ । ବେରୋଜଗାରୀ ନିଜର କାର୍ଯ୍ୟ ଖୋଜିବାରେ ସକ୍ଷମ ହେବେ । ନିଜ କାରବାରକୁ ଆଗକୁ ବଢ଼ାଇବାକୁ ଯୋଜନା କରିବେ ।

ସିଂହ :-

ଆଜି ଆପଣଙ୍କ ମନ ଶାନ୍ତ ରହିବ । ଧନ ଅଭାବ ହେତୁ ଭଲ ଯୋଜନାରେ ଅସଫଳ ହେବେ । ବୈବାହିକ ଜୀବନ ଉପରେ ଧ୍ୟାନ ଦିଅନ୍ତୁ । ଆପଣଙ୍କ ଜୀବନସାଥୀଙ୍କ ସହିତ ଆପଣଙ୍କର ବିବାଦ ହୋଇପାରେ । ବ୍ୟାପାର ବାଣିଜ୍ୟ କାର୍ଯ୍ୟରେ ବୃଦ୍ଧି ହେବ । ପରିବାରରେ ବିବାଦପୂର୍ଣ୍ଣ ବାତାବରଣ ବଜାୟ ରହିବ । କୌଣସି ନା କୌଣସି କ୍ଷେତ୍ରରେ ଧନହାନୀ ହୋଇପାରେ । ବାହନ ଚଳାଇବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ ।

କନ୍ୟା :-

ଆଜି ଆପଣଙ୍କୁ ବ୍ୟବସାୟରେ ଭଲ ଲାଭ ମିଳିବ । କର୍ମ କ୍ଷେତ୍ରରେ ମତଭେଦ ବଢ଼ିପାରେ । ପଦୋନ୍ନତିର ଅବସର ହୋଇପାରେ । ସମସ୍ତଙ୍କ ଠାରୁ କିଛି ଅଲଗା କରିବାର ଚିନ୍ତାଧାରା ଆପଣଙ୍କୁ ସଫଳତା ଆଣିଦେବ । ଶାନ୍ତ ରହିବା ଦ୍ଵାରା ଲୋକ ପ୍ରଭାବିତ ହେବେ । ସାହିତ୍ୟ ଏବଂ କଳା କ୍ଷେତ୍ରରେ ଆପଣଙ୍କର ରୁଚି ରହିବ । ବୌଦ୍ଧିକ ଚର୍ଚ୍ଚାରେ ଅବଶ୍ୟ ଭାଗ ନିଅନ୍ତୁ । ଦମ୍ପତ୍ତ୍ୟ ଜୀବନରେ ସ୍ଥିତି ଅନୁକୂଳ ରହିବ ।

ତୁଳା :-

ଆୟ ବୃଦ୍ଧି ହେବ । ଆତ୍ମବିଶ୍ବାସୀ ହେବେ । ବଚନରେ କଠୋରତାର ପ୍ରଭାବ ରହିବ । ପରିବାରର କୌଣସି ମହିଳାଙ୍କ ଠାରୁ ଧନ ପ୍ରାପ୍ତି ହୋଇପାରେ । ଆପଣଙ୍କର ଅଧା ରହିଥିବା କାର୍ଯ୍ୟ ସଫଳ ହେବ । ଦେବା ନେବା କାର୍ଯ୍ୟରେ ସାବଧାନତା ଅବଲମ୍ବନ କରନ୍ତୁ । ଛାତ୍ର ମାନଙ୍କୁ ସଫଳତା ପାଇବା ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିବ । ମାନସିକ ଶାନ୍ତି ରହିବ ।

ବିଛା :-

ଜୀବନସାଥୀଙ୍କ ସହିତ ମତଭେଦ ହୋଇପାରେ । ଆତ୍ମବିଶ୍ବାସ କ୍ଷୁଣ୍ଣ ହୋଇପାରେ । ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ । ଦିନଟି ଚିତ୍ତୋବିନୋଦନ ରେ କଟିବ । ମନୋବଳ ଦୃଢ଼ ରହିବ । ଖର୍ଚ୍ଚ ବୃଦ୍ଧି ହେବ । ଧାର୍ମିକ କାର୍ଯ୍ୟରେ ମନ ବଳାଇବେ । କର୍ମ କ୍ଷେତ୍ରରେ ବାତାବରଣ ଅନୁକୂଳ ରହିବ ଏବଂ ସହକର୍ମୀଙ୍କ ସାହାଯ୍ୟରେ କାର୍ଯ୍ୟରେ ସଫଳତା ହାସଲ କରିବେ ।

ଧନୁ :

ପରିବାର ସହିତ ଦିନଟି ସୁଖମୟ ରହିବ । ପରିବାର ସଦସ୍ୟଙ୍କ ସହିତ ନିକଟତର ହେବେ । ଅନେକ ସମୟରୁ ଅପେକ୍ଷା କରିଥିବା ଶୁଭ ଖବର ଆଜି ମିଳିବ । ଟଙ୍କା ପଇସା ଦେବା ନେବା ବେଳେ ସାବଧାନତା ଅବଲମ୍ବନ କରନ୍ତୁ । ସ୍ୱାସ୍ଥ୍ୟ ସମ୍ବନ୍ଧିତ ଲକ୍ଷ ମାନ ଲାଭବାନ ସିଦ୍ଧ ହେବ । ପର୍ଯ୍ୟାପ୍ତ ପରିମାଣରେ ବ୍ୟାୟାମ କରିବାକୁ ଚେଷ୍ଟା କରନ୍ତୁ । ସାଙ୍ଗସାଥୀ ମାନଙ୍କ ସହିତ ସାକ୍ଷାତ ହେବ ।

ମକର :

ଆପଣଙ୍କ ଶତ୍ରୁ ମାନେ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରିବେ ମାତ୍ର ସଫଳ ହୋଇପାରିବେ ନାହିଁ । ମନରେ ଶାନ୍ତି ଏବଂ ପ୍ରସନ୍ନତା ଭାବ ରହିବ । ଭାଇ ଭଉଣୀଙ୍କ ସହଯୋଗ ମିଳିବ । ଧାର୍ମିକ କାର୍ଯ୍ୟରେ ନିୟୋଜିତ ହେବେ । ଅଟକି ରହିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ । ପୁରୁଣା ଭୁଲ ଧାରଣା ଉପରେ ବିଚାର କରିବେ ଏବଂ ସେଥିରୁ ମୁକ୍ତି ପାଇବେ । ଶାରୀରିକ ରୂପରେ କ୍ଳାନ୍ତ ଅନୁଭବ କରିବେ । କ୍ରୋଧ ଏବଂ ବଚନ ଉପରେ ସଂଯମତା ରଖନ୍ତୁ ।

କୁମ୍ଭ :

ଚାକିରୀ କ୍ଷେତ୍ରରେ ଅଫିସର ମାନଙ୍କର ସହଯୋଗ ମିଳିବ । ଯାନବାହନ ସୁଖ ପ୍ରାପ୍ତ କରିବେ । ଦୟା ଭାବ ରଖିବା ଆବଶ୍ୟକ । ଟଙ୍କା ପଇସା ପାଇଁ କୌଣସି ସହଯୋଗ ଆବଶ୍ୟକତା ହେଲେ ଆଜି ଏହା ଆପଣଙ୍କୁ ଅତି ସହଜରେ ମିଳିଯିବ । ପାରିବାରିକ ବାତାବରଣ ଶାନ୍ତିପୂର୍ଣ୍ଣ ରହିବ । ପ୍ରେମ ସମ୍ବନ୍ଧ ଦୃଢ଼ ହେବ । କର୍ମ କ୍ଷେତ୍ରରେ ଲାଭବାନ ହେବେ ।

ମୀନ :-

ଧନ ପ୍ରାପ୍ତିରେ ସଫଳ ହେବେ । ଧୌର୍ଯ୍ୟର ଅଭାବ ରହିବ । ମାଙ୍କ ସ୍ୱାସ୍ଥ୍ୟ କିଛି ଭଲ ରହିବ ନାହିଁ । କିଛି କାର୍ଯ୍ୟରେ କଠିନତା ଆସିପାରେ । ଆର୍ଥିକ ସମସ୍ୟା ଆପଣଙ୍କ ରଚନାତ୍ମକ ଚିନ୍ତାଧାରାକୁ ଖରାପ କରିଦେଇଛି । ଆୟ କମିବା ସହିତ ଖର୍ଚ୍ଚ ଅଧିକ ହେବ । ସାମାଜିକ କାର୍ଯ୍ୟରେ ଆଗୁଆ ହୋଇ ଭାଗ ନେବେ, ଯେଉଁ କାରଣରୁ ସମାଜରେ ମାନ ସମ୍ମାନ ବୃଦ୍ଧି ହେବ ।

Leave a Reply

Your email address will not be published. Required fields are marked *