29 ମଇ 2019, ବୁଧବାର – ୮ଟି ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କୁ ମିଳିବ କାର୍ଯ୍ୟରେ ଯଶସ୍ଵୀ । କର୍ମ କ୍ଷେତ୍ରରେ ପୂର୍ଣ୍ଣ ହେବ ସମସ୍ତ ଅଭିଳାଷ ।

Spread the love

29 ମଇ 2019, ବୁଧବାର – ୮ଟି ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କୁ ମିଳିବ କାର୍ଯ୍ୟରେ ଯଶସ୍ଵୀ । କର୍ମ କ୍ଷେତ୍ରରେ ପୂର୍ଣ୍ଣ ହେବ ସମସ୍ତ ଅଭିଳାଷ ।

ଦୈନନ୍ଦିନ କାର୍ଯ୍ୟକଳାପରେ ଗ୍ରହମାନଙ୍କ ପ୍ରଭାବ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ, ଯାହାଫଳରେ ଗ୍ରହମାନଙ୍କ ଗତିବିଧିକୁ ଆଧାର କରି ରାଶିଫଳ ନିର୍ଣ୍ଣୟ କରାଯାଇଥାଏ । ଗ୍ରହ ନକ୍ଷେତ୍ର ମାନଙ୍କ ନିରନ୍ତର ପରିବର୍ତ୍ତନ ଘଟିଥାଏ । ଯେଉଁଠି କାରଣରୁ ମନୁଷ୍ୟର ଦୈନନ୍ଦିନ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖା ଦେଇଥାଏ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ: ଦିନଟି ଶୁଭଦାୟକ ରହିବା । ଆଜି ମିତ୍ରଙ୍କ ସହ ସାକ୍ଷାତ ହୋଇପାରେ । ବ୍ୟବସାୟରୁ ଅଧିକ ଲାଭ ପାଇଁ ଭିନ୍ନ ଭିନ୍ନ କୌଶଳ ଅବଲମ୍ବନ କରିବେ । ବ୍ୟାପାରରେ ନୂତନ ନିବେଶ ଶୁଭ ରହିବ । କର୍ମକ୍ଷେତ୍ରରେ ଉଚ୍ଚସ୍ଥଅଧିକାରୀଙ୍କ ପ୍ରଶଂସା ମିଳିପାରେ । ବିଦେଶ ଯାତ୍ରାରେ ଲାଭବାନ ହେବେ ଓ ଧାର୍ମିକ କାର୍ଯ୍ୟରେ ରୁଚି ବଢିବ । ସ୍ଵାସ୍ଥ୍ୟରେ ପରିବର୍ତ୍ତନ ହେବ । ଗୃହରେ ମାଙ୍ଗଳିକ ଶୁଭକାର୍ଯ୍ୟ ମଧ୍ୟ କରିପାରିବେ । ପରିବାରରେ ସଦସ୍ୟଙ୍କ ସହ କୌଣସି ପର୍ଯ୍ୟଟନସ୍ଥଳୀକୁ ବୁଲିବାକୁ ଯାଇପାରନ୍ତି ।ସାମାଜିକ ପ୍ରତିଷ୍ଠା, ଯଶ କୀର୍ତ୍ତି ମିଳିପାରେ । ମହିଳାମାନେ କର୍ତ୍ତବ୍ୟନିଷ୍ଠା ପରାୟଣ ହେବେ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ମାଆ ଭୈରବୀ ।

ବୃଷ: ଅତୀତର ସମସ୍ତ କାର୍ଯ୍ୟ ସଫଳତା ପୂର୍ବକ ସମ୍ପାଦନା କରିବେ । ମାତାଙ୍କର ସ୍ଵାସ୍ଥ୍ୟ ଚିନ୍ତା ସୃଷ୍ଟି ହୋଇପାରେ । ବ୍ୟବସାୟ ବାଣିଜ୍ୟରେ ଆର୍ଥିକ ସ୍ଥିତିରେ ମଜବୁତ ରହିବ । ଅର୍ଥ ସଂପର୍କିତ ଚୁକ୍ତିପତ୍ର କଲେ ଲାଭବାନ ହେବେ । ମାନସିକ ଶାନ୍ତି ପାଇଁ ପରିବାର ସହିତ ଭ୍ରମଣରେ ଯିବା ପାଇଁ ଯୋଜନା କରିପାରନ୍ତି । ହଠାତ୍ କାହାର ଡାକରା ପାଇ ଦୂରଯାତ୍ରା କରିବାକୁ ବାଧ୍ୟ ହେବେ । ସାର୍ବଜନିକ ଜୀବନରେ ଅପଯଶ କିମ୍ବା ଅପକୀର୍ତ୍ତି ଆପଣଙ୍କ ମାନ-ପ୍ରତିଷ୍ଠାକୁ ହାନି ପହଁଚାଇପାରେ । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ଶ୍ରୀ ଗଣେଶ ।

ମିଥୁନ: ଆଜି ଦିନଟି ସନ୍ତୋଷଜନକ ଆଜିର କାର୍ଯ୍ୟାବଳୀ ମନରେ ଖୁସି ଭରି ଦେବ । ଉନ୍ନତି ଓ ଅଗ୍ରଗତିର ସୁଯୋଗ ପାଇବେ । ନୂଆ ପ୍ରସ୍ତାବର ରୂପରେଖ ଦିଅନ୍ତୁ, ଭବିଷ୍ୟତରେ ଶୁଭଫଳ ପାଇବେ । ଅର୍ଥହୀନ କଥାରୁ ଦୂରେଇ ରହନ୍ତୁ । ବେଶୀ ଚ଼ିନ୍ତା କରନାହିଁ, ଆପଣଙ୍କର ସମସ୍ତ ସମସ୍ୟା ଶୀଘ୍ରହିଁ ଶେଷ ହୋଇଯିବ । ପରିବାରରେ ଖୁସି ଏବଂ ଆନନ୍ଦର ମାହୌଲ ରହିବ । ଚାକିରୀରେ ଆପଣଙ୍କ ଅଫିସର୍ ଓ ସହକର୍ମୀମାନେ କାମର ପ୍ରଶଂସା କରିବେ । ଅଧିକାରୀ ଆପଣଙ୍କଠାରୁ କାର୍ଯ୍ୟଗୁଡ଼ିକର ପ୍ରଶଂସା ମିଳିବ । ଧାର୍ମିକ କାର୍ଯ୍ୟରେ ମନ ବଳାଇବେ । ମହିଳା ମିତ୍ରମାନଙ୍କର ବିଶେଷ ଲାଭ ହେବ । ଦାମ୍ପତ୍ୟ ଜୀବନରେ ମାଧୁର୍ଯ୍ୟମୟ ହେବ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟ ଦେବ ।

କର୍କଟ: ଆଜି ଆପଣ କୌଣସି ସାମାଜିକ ସମସ୍ୟାରେ ଛନ୍ଦି ହୋଇପାରନ୍ତି, ଜାଗ୍ରତର ସହ କାର୍ଯ୍ୟ ସମ୍ପାଦନ କରନ୍ତୁ । ନିଜର କ୍ରୋଧକୁ ନିୟନ୍ତ୍ରଣରେ ରଖିବେ । ଚାକିରିଆଙ୍କ ପାଇଁ ଦିନଟି ଭଲ ରହିବ । ଘରୋଇ କମ୍ପାନୀରେ ଚାକିରୀ କରୁଥିବା କର୍ମଚାରୀଙ୍କୁ ଉଚ୍ଚାଧିକାରୀଙ୍କ ତରଫରୁ ପ୍ରସଂଶା ମିଳିବ । ବ୍ୟବସାୟର ବୃଦ୍ଧି ଯୋଗେ ଆୟର ବୃଦ୍ଧି ଘଟିବ ଓ ଲାଭବାନ ହେବେ । ବାଦ-ବିବାଦ କିମ୍ବା ଚର୍ଚ୍ଚାରେ ପଡ଼ି ସମସ୍ୟା ସୃଷ୍ଟି ହୋଇପାରେ । ପରିବାରରେ ମାନ ମନାନ୍ତର ଦୂର ହେବ । ସନ୍ଧ୍ୟାରେ କୌଣସି ବନ୍ଧୁ ବା ଜୀବନସାଥୀଙ୍କ ସହିତ ସମୟ କଟାଇବେ । ଶୁଭରଙ୍ଗ: ଫିକା ହଳଦିଆ । ଆରାଧନା: ମାଆ ଦୁର୍ଗା ।

ସିଂହ: ଆଜି ଆପଣଙ୍କୁ ସଫଳତା ମିଳିବାର ବହୁମାତ୍ରାରେ ସଙ୍କେତ ଅଛି । ରାଜକୀୟ ମାମଲାରେ ସଫଳତା ମିଳିବ । ଆପଣଙ୍କର ମଧୁର ବ୍ୟବହାରରେ ନୂଆ ଲକ୍ଷ୍ୟ ହାସଲ କରି ନେବେ । ଶାସନରେ ଥିବା ଲୋକଙ୍କ ସହିତ ସମ୍ପର୍କ ବଢ଼ିବ । ଆର୍ଥିକ ଚିନ୍ତା ଦୂର ହେବ । ପାରିବାରିକ ସୁଖ-ଶାନ୍ତି ବୃଦ୍ଧି ହେବ । ଆଜି ଆପଣଙ୍କ ମନ ବହୁତ ଆସ୍ୱସ୍ତି ଅନୁଭବ କରିବ । ଶାରୀରିକ ସୁସ୍ଥତା ଆପଣଙ୍କ ଉତ୍ସାହ ବୃଦ୍ଧି କରିବ । ପଡ଼ୋଶୀମାନଙ୍କ ଏବଂ ଭାଇ-ଭଉଣୀମାନଙ୍କ ସହିତ ଅଧିକ ମେଳ-ମିଳାପ ରହିବ । ବିବାହିତ ଲୋକଙ୍କ ଲାଗି ଦିନଟି ବଢ଼ିଆ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ମଙ୍ଗଳା ।

କନ୍ୟା: ଆଧ୍ୟାତ୍ମିକ ଦିଗରେ ମନ ଲାଗି ରହିବ । ପରିବାର ଲୋକଙ୍କ ସାଙ୍ଗରେ କେଉଁଠି ବୁଲିବାକୁ ଗଲେ ଆପଣଙ୍କ ସମ୍ପର୍କ ଆହୁରି ଘନିଷ୍ଠ ହେବ । କର୍ମ କ୍ଷେତ୍ରରେ ଶ୍ରମ ସାର୍ଥକ ହେବ । ଆଜି ସ୍ଵଭାବରେ ଉଗ୍ରତା ଏବଂ କ୍ରୋଧ ରହୁଥିବା କାରଣରୁ ଆପଣଙ୍କ କାମ କରିବାରେ ମନ ଲାଗିବ ନାହିଁ । ଚାକିରି କ୍ଷେତ୍ରରେ ଅବରୋଧ ଆସିବାରୁ ନିର୍ଦ୍ଧାରିତ କାର୍ଯ୍ୟ ସମ୍ପୂର୍ଣ୍ଣ କରି ପାରିବେ ନାହିଁ । ବାଦ-ବିବାଦରେ କୌଣସି ଅସନ୍ତୋଷର ବାତାବରଣ ହୋଇପାରେ । ସ୍ଵାସ୍ଥ୍ୟର ଧ୍ୟାନ ରଖିବାକୁ ପଡ଼ିବ । ପରିବାରର ସ୍ନେହ ଓ ଜୀବନସାଥୀଙ୍କ ସୁଖ ପାଇବେ । ଶୁଭରଙ୍ଗ: କଫି ରଙ୍ଗ । ଆରାଧନା: ମାଆ ଚର୍ଚିକା ।

ତୁଳା: ଦିନଟି ଆପଣଙ୍କ ପାଇଁ ମଙ୍ଗଳଦାୟକ ରହିବ, ସର୍ବ କାର୍ଯ୍ୟରେ ସିଦ୍ଧି ମିଳିବ । ଶତ୍ରୁହାନି, ଉଚ୍ଚ ପ୍ରଶଂସା ଲାଭ ଓ କ୍ଷମା ଗୁଣରେ ଯଶ ପ୍ରାପ୍ତି ହେବ । କ୍ରୋଧକୁ ନିୟନ୍ତ୍ରଣରେ ରଖିବା ପାଇଁ ମୌନ ବ୍ରତ ଅଧିକ ଭଲ ପ୍ରମାଣିତ ହେବ । ଧନ ଖର୍ଚ୍ଚ ହୋଇପାରେ । ଆୟ ବ୍ୟୟରେ ତାଳମେଳ ରହିବ ନାହିଁ । ରାଷ୍ଟ୍ରୀୟ ସ୍ତରର ନେତାଙ୍କ ସହିତ ମିଶିବାର ଅବସର ପାଇବେ । ଉଚ୍ଚ ପଦାଧିକାରିମାନଙ୍କ କୃପାଦୃଷ୍ଟି ରହିବ, ଏହାଫଳରେ ପ୍ରମୋଶନ ହେବାର ସୁଯୋଗ ମିଳିବ । ଅପେକ୍ଷା କରିଥିବା କାର୍ଯ୍ୟରେ ଶୁଭ ସୂଚନା ମିଳିବ । ଅବିବାହିତଙ୍କୁ ବିବାହର ଭଲ ପ୍ରସ୍ତାବ ମିଳିବ । ପରିବାରରେ ଖୁସିର ମାହୋଲ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ବାବା କପିଳାସ ।

ବିଛା: ଇଷ୍ଟଦେବୀଙ୍କ କୃପାରୁ ଦିନଟି ଆପଣଙ୍କ ପାଇଁ ସୁଖସମ୍ଭାର ନେଇ ଆସିବା । ଆଜି ନିଜ ବନ୍ଧୁପରିଜନ ଠାରୁ ଉପହାର ମିଳିପାରେ । ପ୍ରତିଟି କାର୍ଯ୍ୟରେ ସକାରତ୍ମକ ଫଳ ପାଇବେ । ବ୍ୟବସାୟରେ ଉନ୍ନତି ଯୋଗୁଁ ମାନସିକ ଶାନ୍ତି ମିଳିପାରେ । କାର୍ଯ୍ୟକ୍ଷେତ୍ରରେ ସହଯୋଗୀଙ୍କ ସାହାଯ୍ୟ ଦ୍ୱାରା ନିଜ କାମ ସଫଳ ହେବ । ନୂତନ କର୍ମ ନିଯୁକ୍ତି ପାଇବେ କର୍ମକ୍ଷେତ୍ରରେ ରାଜକୀୟ ସମ୍ମାନ ମିଳିବ । ଧାର୍ମିକ କାର୍ଯ୍ୟପ୍ରତି ଆଗ୍ରହୀ ହେବେ । ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ବଢ଼ିବ । ପରିବାରରେ ସୁଖ-ଆନନ୍ଦରେ ସମୟ ବିତିବା ସହ ଉତ୍ତମ ଭୋଜନ ମିଳିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଦୁର୍ଗା ।

ଧନୁ: ଆଜି ଶାରୀରିକ ଅସୁସ୍ଥତା ଯୋଗୁଁ ଧନଖର୍ଚ୍ଚ ହୋଇପାରେ । ବିଚଳିତ ହୁଅନ୍ତୁ ନାହିଁ । ପ୍ରଭୁଙ୍କୁ ଆରାଧନା କରନ୍ତୁ ମନକୁ ଶାନ୍ତି ମିଳିବ । ବାକ-ସଂଯତ ରୁହନ୍ତୁ; ନଚେତ ବାଦବିବାଦ ହୋଇପାରେ । ଆପଣଙ୍କ ମନରେ ଉଙ୍କି ମାରିଥିବା ପ୍ରଶ୍ନର ସମାଧାନ ମିଳିବ । ବ୍ୟବସାୟରେ କିଛି ନୂଆ କରିବା ଲାଗି ଦିନଟି ଭଲ । ଶତୃ ବୃଦ୍ଧି ଓ ଆର୍ଥିକ ଅନାଟନ ଦେଖା ଦେବ । କାର୍ଯ୍ୟକ୍ଷେତ୍ରରେ ଅଳସୁଆମୀ ବୃଦ୍ଧି ହେତୁ ଉଚ୍ଚସ୍ଥଅଧିକାରୀଙ୍କ ଗାଳି ଶୁଣିବାକୁ ପଡିପାରେ । ପରିବାରରେ ତର୍କ-ବିତର୍କ ଯୋଗୁଁ କଳହ ଦେଖାଦେବ । ମହିଳାମାନଙ୍କ ପାଇଁ ଦିନଟି ବେଶ ଭଲ ରହିବ । ଶୁଭରଙ୍ଗ: ମେରୁନ । ଆରାଧନା: ମାଆ ତାରିଣୀ ।

ମକର: ଧାର୍ମିକ କାର୍ଯ୍ୟରେ ସମୟ ଅତିବାହିତ କରିବେ । ଆଜି ସାମାଜିକ ମାନ-ସମ୍ମାନ ମିଳିପାରେ । କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଉଚିତ୍ । ବ୍ୟବସାୟରେ ନୂଆ ସମ୍ଭାବନା ଅନ୍ୱେଷଣ କରିବେ । କାର୍ଯ୍ୟକ୍ଷେତ୍ରରେ କୌଣସି ମହିଳା ସହଯୋଗୀ ସାହାଯ୍ୟ କରିବେ । ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । କର୍ମ କ୍ଷେତ୍ରରେ ଦାୟିତ୍ଵ ବଢିବା ଯୋଗେ ଅନ୍ୟମନସ୍କ ରହିବେ । ସରକାରୀ ଚାକିରିଆ ଟିକେ ଅଶାନ୍ତିରେ ରହିପାରନ୍ତି । ମିତ୍ରଙ୍କ ସହ ମନୋରଞ୍ଜନ ପାଇଁ ଭ୍ରମଣରେ ଯାଇପାରନ୍ତି । ପରିବାରରେ କୌଣସି ଶୁଭ କାର୍ଯ୍ୟ ଆୟୋଜନରେ ବ୍ୟସ୍ତ ରହିବେ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ଶାରଳା ।

କୁମ୍ଭ: ଆଜି ପ୍ରତି କ୍ଷେତ୍ରରେ ସୁଫଳ ମିଳିବା ସହ ଧନବୃଦ୍ଧି ହୋଇପାରେ । ଉଚ୍ଚଆଶା ସଫଳ ହେବ । ମନରେ ନୂଆ ନୂଆ ଚିନ୍ତା ଆସିବା । ଦୀର୍ଘଦିନ ଧରି ଅଟକିଥିବା କାର୍ଯ୍ୟ ସମ୍ପୂର୍ଣ ହେବାରୁ ମନ ପ୍ରଫୁଲ୍ଲ ରହିବ । ଟଙ୍କା ପଇସା କାରବାରରେ ସତର୍କ ରହନ୍ତୁ । କର୍ମ କ୍ଷେତ୍ରରେ ଭାଇ ବନ୍ଧୁମାନଙ୍କର ସାହାଯ୍ୟ ସହଯୋଗ ପାଇ ପ୍ରଶଂସିତ ହେବେ । ବ୍ୟବସାୟିକ କାମରେ ଦୂରସ୍ଥାନକୁ ଯାତ୍ରା କରି ପାରନ୍ତି । କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି ମିଳିପାରେ । କୋର୍ଟ କଚେରୀର ବିଚାର ଆପଣଙ୍କ ସପକ୍ଷରେ ରାୟ ରହିବ । ପରିବାରରେ ସୁଖ-ଆନନ୍ଦରେ ସମୟ କାଟିବେ । ଶୁଭରଙ୍ଗ: ନୀଳ । ଆରାଧନା: ଶ୍ରୀ କୃଷ୍ଣ ।

ମୀନ: ଦିନଟି ମାଧ୍ୟମ ଧାରଣର ରହିବା । ଆଳସ୍ୟ ଓ ଥକ୍କା ଅନୁଭବ କରିବେ । ବ୍ୟାପାରରେ ବାଧା ଆସିପାରେ । ବ୍ୟବସାୟର ବିକାଶ ଉପରେ ଅଧିକ ଧ୍ୟାନ ଦେବେ । କାର୍ଯ୍ୟକ୍ଷେତ୍ରରେ ଉଚ୍ଚସ୍ଥଅଧିକାରୀଙ୍କ ସହ ଦେଖିଚାହିଁ କଥାବାର୍ତ୍ତା କରନ୍ତୁ । ଆଇନକାନୁନ ବିବାଦ ଆଜି ସମାପ୍ତ ହୋଇପାରେ । ସମାଜ ସେବା ଓ ରାଜନୀତିରେ ସ୍ଵନାମ ଅର୍ଜନ କରିପାରିବେ । ପରିବାରର ବଡ଼ଙ୍କ ଠାରୁ ପ୍ରଶଂସା ପାଇବେ । ସ୍ଵାସ୍ଥ୍ୟରେ ଉନ୍ନତି, ମାନସିକ ସ୍ଥିରତା, ଧୈର୍ଯ୍ୟ ଓ ବୁଦ୍ଧିବଳରେ ନିଜର କାର୍ଯ୍ୟ ହାସଲ କରିପାରିବେ । ଦାମ୍ପତ୍ୟ ଜୀବନରେ ମଧୁରତା ବୃଦ୍ଧି ହେବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଲକ୍ଷ୍ମୀ ।