1 ମାର୍ଚ୍ଚ 2019, ଶୁକ୍ରବାର – ଭଗବାନ ଶ୍ରୀକୃଷ୍ଣଙ୍କ କୃପାରୁ ଏହି ୪ ରାଶିରେ ଜୀବନରେ ଆସିବା ପରିବର୍ତ୍ତନ ଏବଂ ମିଳିବ ବହୁତ ଖୁସି

Spread the love

ଦୈନନ୍ଦିନ କାର୍ଯ୍ୟକଳାପରେ ଗ୍ରହମାନଙ୍କ ପ୍ରଭାବ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ, ଯାହାଫଳରେ ଗ୍ରହମାନଙ୍କ ଗତିବିଧିକୁ ଆଧାର କରି ରାଶିଫଳ ନିର୍ଣ୍ଣୟ କରାଯାଇଥାଏ । ଗ୍ରହ ନକ୍ଷେତ୍ରଗୁଡି଼କ ନିରନ୍ତର ପରିବର୍ତ୍ତନ ଘଟିଥାଏ । ଯେଉଁଠି କାରଣରୁ ମନୁଷ୍ୟର ଦୈନନ୍ଦିନ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖା ଦେଇଥାଏ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ: ଆପଣଙ୍କ ଦିନଟି ଲାଗି ଭଲ ରହିବ । ଭାତୃବିବାଦ, ଜମିବାଡ଼ି ଓ ଘରଜାଗାନେଇ ଥିବା ଦ୍ୱନ୍ଦ୍ୱର ସମାଧାନ ହେବ । ଦାମ୍ପତ୍ୟ କଳହ ଦୂର ହେବ । ସନ୍ତାନଙ୍କର ଉନ୍ନତିରେ ଖୁସିହେବେ । କୃଷିଜିବୀମାନେ ଉତ୍ସାହିତ ହେବେ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମକଦ୍ଦମା ଓ ସାକ୍ଷାତକାରରେ ସଫଳ ହେବେ । କର୍ମକ୍ଷେତ୍ରରେ ସହକର୍ମୀ ଓ ଉପରିସ୍ଥ କର୍ମଚାରୀଙ୍କଠାରୁ ପ୍ରଶଂସିତ ହେବେ । ରାଜନୈତିକ କ୍ଷେତ୍ରରେ ପ୍ରଶଂସିତ ହେବେ । ପାରିବାରିକ କ୍ଷେତ୍ରରେ ଶାନ୍ତି ବିରାଜମାନ କରିବ । ସାମାଜିକ କ୍ଷେତ୍ରରେ ଯଶ ମିଳିବ । ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିପାରେ । ମହିଳାମାନେ ସ୍ୱାସ୍ଥ୍ୟ ସମସ୍ୟା ନେଇ ଡାକ୍ତରଙ୍କ ପରାମର୍ଶ କରିବାକୁ ମନ ବଳେଇବେ । ଶୁଭରଙ୍ଗ: ଧୂସର। ଆରାଧନା: ମାଆ ଭଦ୍ରକାଳୀ ।

ବୃଷ: କର୍ମକ୍ଷେତ୍ରରେ ପଦୋନ୍ନତିର ସଂକେତ ପାଇବେ । ବ୍ୟବସାୟ ଓ ଚାକିରିରେ ପୁରୁଣା ବିବାଦ ସମାପ୍ତ ହୋଇଯିବ । ବେକାରଙ୍କୁ ରୋଜଗାରର ଅବସର ମିଳିବ । ଚାକିରୀ କ୍ଷେତ୍ରରେ ଉଚ୍ଚସମ୍ମାନ ପାଇବେ । ସୁଖ, ସମ୍ପତ୍ତି ଲାଭ ଓ ପ୍ରିୟଜନଙ୍କ ଠାରୁ ସାହାଯ୍ୟ ପ୍ରାପ୍ତି ହେବ । ସକଳ କାର୍ଯ୍ୟରେ ସଫଳତା ମିଳିବ । ଗୃହ ଜାଗା ଯାନବାହାନ ପ୍ରାପ୍ତି ହେବ । ବାଦବିବାଦ, ମାଲିମକଦ୍ଦମା, ପରୀକ୍ଷା, ପ୍ରତିଯୋଗିତା ଓ ସାକ୍ଷାତକାରରେ ଜୟଲାଭ ହେବ । ବିବାହିତଙ୍କ ଲାଗି ଦିନଟି ଆନନ୍ଦମୟ ରହିବ । ଛାତ୍ରଙ୍କୁ ସଫଳତା ଲାଗି ପରିଶ୍ରମ ଅଧିକ କରିବାକୁ ହେବ । ଶୁଭରଙ୍ଗ: କଫି ରଙ୍ଗ । ଆରାଧନା: ମାଆ ରାମଚଣ୍ତୀ ।

ମିଥୁନ: ପ୍ରଭାବଶାଳୀ ଲୋକଙ୍କ ସହଯୋଗ ଆପଣଙ୍କ ଉତ୍ସାହକୁ ଦୁଇ ଗୁଣା କରିବ । ବ୍ୟବସାୟରେ ନୂଆ ସଉଦା ହେବ । ସଉଦାରୁ ଆଶା ଠୁଁ ଅଧିକ ଲାଭ ହେବ । ସହକର୍ମୀମାନଙ୍କ ସହ ଶତ୍ରୁତା ଦୂର ହେବ । କୃଷିଜୀବିମାନେ ପରିଶ୍ରମର ମୂଲ୍ୟ ପାଇବେ । ଧାର୍ମିକ କାର୍ଯ୍ୟରେ ଆପଣଙ୍କର ରୁଚି ଜାଗ୍ରତ ହେବ । ରାଜନୀତି କ୍ଷେତ୍ରରେ ପ୍ରତିଷ୍ଠା, ପ୍ରତିପତ୍ତି ବୃଦ୍ଧି ପାଇବ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମକଦ୍ଦମା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । ପିଲାଙ୍କ ସହିତ ବାହାରକୁ ବୁଲି ଯିବେ । ମହିଳାମାନଙ୍କର ବହୁତ ଦିନରୁ ଅଟକିଥିବା କାର୍ଯ୍ୟ ତ୍ୱରାନ୍ୱିତ ହେବ । ଶୁଭରଙ୍ଗ: ସବୁଜ । ଆରାଧନା: ହର ପାର୍ବତୀ ।

କର୍କଟ: ଆପଣ ଟିକେ ବିଷାଦଗ୍ରସ୍ତ ରହିବେ । ଆୟ ଅପେକ୍ଷା ବ୍ୟୟ ବୃଦ୍ଧି ହେବ । କର୍ମକ୍ଷେତ୍ରରେ ସ୍ଥାନାନ୍ତର ଯୋଗ ଅଛି । ସମସ୍ୟାକୁ ନେଇ ମିତ୍ରଙ୍କ ସହିତ କଥାବାର୍ତ୍ତା କରନ୍ତୁ, ମନ ହାଲୁକା ହେବ । କୃଷିଜୀବିମାନେ ଉଲ୍ଲସିତ ହେବେ । ନୂଆ କମ୍ପାନୀରେ ଚାକିରିର ପ୍ରସ୍ତାବ ମିଳିପାରେ । ଅଚାନକ ଧନଲାଭ ହେବ । ଶିକ୍ଷା କ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବ । ରାଜନୈତିକ ଜୀବନ ଝଡ଼ ଝଞ୍ଜାମୟ ହେବାର ସମ୍ଭାବନା ରହିଛି । ମହିଳାମାନେ ଅନ୍ୟମାନଙ୍କ କାମରେ ମନ ଦେଇ ନିଜ କାମକୁ ଅବହେଳା କରିବେ । ଛାତ୍ରମାନେ ପରୀକ୍ଷାରେ ଖୁବ୍‌ ଭଲ କରିବେ । ଶୁଭରଙ୍ଗ: ନୀଳ । ଆରାଧନା: ମାଆ ବିରଜା ।

ସିଂହ: ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିବ । ବ୍ୟବସାୟ‌େର ବଡ଼ ସଉଦା ଲାଗି ଦୂରସ୍ଥାନକୁ ଯାତ୍ରାରେ ଯିବେ । ବାସସ୍ଥାନ ବା ଯାନବାହାନର ନବୀକରଣ ଇତ୍ୟାଦି ନାନାବିଧ ସୁଯୋଗ ପ୍ରାପ୍ତି ହେବ । ଅନେକ ପ୍ରକାର ଉଲ୍ଲେଖନୀୟ ପରିବର୍ତ୍ତନ ଆସିବ । ରାଜନୈତିକ ମହତ୍ୱଆକାଂକ୍ଷା ପୂରା ହେବ ଓ ଉଚ୍ଚପ୍ରଶଂସିତ ହେବେ । ମାଲିମୋକଦ୍ଦମାରେ ସଫଳ ହେଲେ ମଧ୍ୟ ଅସ୍ଥିରତା ବଢ଼ିବ । ମହିଳାମାନେ ସାମାନ୍ୟ ଶାରୀରିକ ଅସୁସ୍ଥତା ଅନୁଭବ କରିବେ । ପ୍ରେମ ସମ୍ବନ୍ଧରେ ଗଭୀରତା ବୃଦ୍ଧି ହେବ । ବିଦ୍ୟାକ୍ଷେତ୍ରରେ ଶୁଭଯୋଗ ପରୀକ୍ଷା ଓ ପ୍ରତିଦ୍ୱନ୍ଦିତାରେ ସଫଳତା ପାଇବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଦୁର୍ଗା ।

କନ୍ୟା: ଶାସନରେ ଥିବା ଲୋକଙ୍କ ସହିତ ସମ୍ପର୍କ ବଢ଼ିବ । ଯାହାଦ୍ୱାରା ଭବିଷ୍ୟତରେ ଆପଣଙ୍କୁ ଲାଭ ମିଳିବ । ବ୍ୟବସାୟରେ ପ୍ରତିଦ୍ୱନ୍ଦିତା ଦେଖାଦେଲେ ମଧ୍ୟ ଆୟ ବଢ଼ିବ । କୃଷିଜୀବିମାନଙ୍କର ସମସ୍ତ ସମସ୍ୟା ଦୂର ହୋଇ ସୁଖ-ଶାନ୍ତିରେ ଦିନଟି କାଟିବେ । ଯେକୌଣସି ନୂତନ କାର୍ଯ୍ୟାରମ୍ଭ କରିପାରନ୍ତି । ରାଜନୀତି କ୍ଷେତ୍ରରେ ଶତ୍ରୁହାନୀ, ଉଚ୍ଚପ୍ରଶଂସା ଲାଭ, ମାଳିମକଦ୍ଦମାରେ ଜୟ, ଦମ୍ଭସାହାସ ବୃଦ୍ଧି, କ୍ଷମାଗୁଣରେ ଯଶପ୍ରାପ୍ତି, ସୁସଂବାଦ ଶ୍ରବଣକରିବେ । ମହିଳାମାନେ ନିଜର ଇଚ୍ଛା ବିରୋଧରେ କୌଣସି କାମ କରି ଅନୁତାପ କରିପାରନ୍ତି । ଶୁଭରଙ୍ଗ: କଫି ରଙ୍ଗ । ଆରାଧନା: ମାଆ ତାରିଣୀ ।

ତୁଳା: ସକାରାତ୍ମକ ଭାବନାରେ ମନ ଉର୍ତ୍ତଫୁଲିତ ରହିବେ । ସାମାଜିକ ସମାରୋହରେ ଯୋଗ ଦେବାର କରିବାର ସୁଯୋଗ ମିଳିବ । ବ୍ୟବସାୟରେ ପ୍ରଚୁର ଲାଭ ହେବ । ଅଚାନକ ଧନଲାଭ ହେବ । ମନରେ ଶାନ୍ତି, ଭୟ ସତ୍ତ୍ୱେ ସମସ୍ତ କାର୍ଯ୍ୟରେ ଜୟ ହେବ । କୃଷିଜୀବିମାନେ ସମ୍ମାନ ପାଇବେ । ରାଜନୀତିରେ ନିଜର ଇଚ୍ଛା ବିରୋଧରେ କୌଣସି କାମ କରି ଫାଇଦା ଉଠାଇ ଅନୁତାପ କରିପାରନ୍ତି । ଜାଗା, ଜମି, ବ୍ୟବସାୟ କ୍ଷେତ୍ରରେ ଅନେକ ଦିନ ଧରି ଚାଲିଥିବା ଦ୍ୱନ୍ଦ୍ୱର ସମାଧାନ ହେବ । ଆଜି ବହୁମୂଲ୍ୟ ବସ୍ତୁ କିଣିବା ଲାଗି ମନରେ ଆଗ୍ରହ ସୃଷ୍ଟି ହେବ । ପ୍ରେମରେ ସଫଳତା ମିଳିବ । ଛାତ୍ର ଛାତ୍ରୀମାନଙ୍କର ପଢ଼ାପଢ଼ିରେ ମାନସିକ ଶାନ୍ତି ଦେଖାଦେବ । ଶୁଭରଙ୍ଗ: ଘିଅ ରଙ୍ଗ । ଆରାଧନା: ମାଆ ରାମଚଣ୍ତୀ ।

ବିଛା: ପ୍ରତ୍ୟେକ ଦୃଷ୍ଟି କୋଣରୁ ଦିନଟି ଆପଣଙ୍କ ଭଲ ରହିବ । କୌଣସି ସିନିୟରଙ୍କ ସହଯୋଗରେ ସ୍ଥଗିତ ଥିବା କାମ ପୂରା ହୋଇଯିବ । ଘରୋଇ କର୍ମଚାରୀଙ୍କ କର୍ମକ୍ଷେତ୍ରରେ ମତାନ୍ତର ସୃଷ୍ଟି ହେବ । ରାଜନୀତିରେ ସଫଳତା ପାଇବେ । ବ୍ୟବସାୟରେ ଧନଲାଭ ହେବ । କୃଷିଜୀବିମାନଙ୍କର ଜମିଜମା ସଂକ୍ରାନ୍ତୀୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ । ବାଦ ବିବାଦ ପରୀକ୍ଷା, ପ୍ରତିଯୋଗିତା, ମାଲିମକଦ୍ଦମା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । ପାରିବାରିକ ଜୀବନ ସୁଖମୟ ହେବ । ମହିଳାମାନେ ଆଲୋଚନା କ୍ଷେତ୍ରରେ ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ଭୈରବୀ ।

ଧନୁ: ପୂଜାର୍ଚ୍ଚନାରେ ଅଧିକ ଏକାଗ୍ରତା ଅନୁଭବ କରିବେ । ଆପଣ ନିଜ କାମରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେବେ । କର୍ମକ୍ଷେତ୍ରରରେ ବନ୍ଧୁଲାଭ ଓ ପଦୋନ୍ନତିର ସୂଚନା ପାଇବେ । ବ୍ୟବସାୟରେ ପୂର୍ବ ସମସ୍ୟାର ସମାଧାନ ହୋଇ ପୂର୍ଣ୍ଣ ସଫଳତା ପାଇବେ । ରାଜନୀତିରେ ବ୍ୟୟ ଅପେକ୍ଷା ଆୟ ଅଧିକ ହେବ । ମହିଳାମାନେ ଜାଗାଜମି, ଗୃହ ଉପକରଣ, ଯାନ ବାହାନ କ୍ରୟ କରିବା ପାଇଁ ମନ ବଳେଇବେ । ଛାତ୍ର ଛାତ୍ରୀମାନେ ବିଭିନ୍ନ ପ୍ରକାର ସମସ୍ୟା ଭିତରେ ଅନ୍ୟମନସ୍କ ରହିବେ । ପ୍ରେମିକପ୍ରେମିକାଙ୍କ ଲାଗି ଭଲ ଦିନଟିଏ । ଶୁଭରଙ୍ଗ: ଧଳା । ଆରାଧନା: ବାବା କପିଳାସ ।

ମକର: ନିଜ ଉପରେ ଆତ୍ମବିଶ୍ୱାସ ରଖନ୍ତୁ ମନରୁ ଦୁଶ୍ଚିନ୍ତା ବାହାର କରି ଦିଅନ୍ତୁ । କର୍ମକ୍ଷେତ୍ରରେ ଅନେକ ଦିନର ଅଭିଳାଷ ପୂର୍ଣ୍ଣ ହେବ । ଅଚାନକ ଧନଲାଭ ହେବ । ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ ଓ ଖାଦ୍ୟ ବ୍ୟବସାୟୀମାନେ ପ୍ରଚୁର ଲାଭ କରିବେ । ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ ଓ ଖାଦ୍ୟ ବ୍ୟବସାୟୀମାନେ ପ୍ରଚୁର ଲାଭ କରିବେ । କୃଷିଜୀବିମାନେ ସାମାନ୍ୟ ଚେଷ୍ଟାକଲେ ଭଲ ଫଳ ପାଇବେ । ପ୍ରେମିକଙ୍କ ସହିତ ବାହାରକୁ ବୁଲି ଯିବାର ଯୋଜନା ପ୍ରସ୍ତୁତ କରିବେ । ସ୍ୱାସ୍ଥ୍ୟ ସମ୍ବନ୍ଧରେ ସଚେତନ ରହନ୍ତୁ । ଦାମ୍ପତ୍ୟ ଜୀବନ ବଢିଆ ରହିବ । ଶୁଭରଙ୍ଗ: ବାଦାମୀ । ଆରାଧନା: ମାଆ ଦୁର୍ଗା ।

କୁମ୍ଭ: ନିଜ ବ୍ୟବହାର ଦ୍ୱାରା ଅନ୍ୟକୁ ମୋହିତ କରିପାରିବେ । ଆପଣଙ୍କର ଆବଶ୍ୟକତାକୁ ପୂରା କରିବା ପାଇଁ ବନ୍ଧୁଙ୍କ ସାହାଯ୍ୟ ପାଇବେ । ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ । ରାଜନୀତିରେ ଲାଭ ମିଳିବ । କୃଷିଜୀବିମାନେ ନିଜ କର୍ମରେ ଲିପ୍ତ ରହିବେ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମକଦ୍ଦମା ଓ ସାକ୍ଷାତକାରରେ ସଫଳତା ମିଳିବ । ପାରିବାରିକ ସ୍ନେହ ସହାନୁଭୂତି ପ୍ରାପ୍ତି ହେବ । ପୂରାତନ ରୋଗର ଉପଶମ ଓ ବନ୍ଧୁ ସମାଗମ ହେବ । ପିଲାମାନଙ୍କ ସମସ୍ୟା ବିଷୟରେ ଚିନ୍ତା କରି ବ୍ୟସ୍ତ ରହିବେ । ମହିଳାମାନେ ବ୍ୟବସାୟରେ ସଫଳ, ମାନସିକ ଶାନ୍ତି କର୍ମରେ ସ୍ଥିରତା ଯୋଗେ ଖୁସିହେବେ । ଶୁଭରଙ୍ଗ: କଫି ରଙ୍ଗ । ଆରାଧନା: ମାଆ ତାରାତାରିଣୀ ।

ମୀନ: ଖୁସିର ସହିତ ଦିନଟି ଆରମ୍ଭ ହେବ । ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିବ । ବ୍ୟବସାୟ ଓ କର୍ମ କ୍ଷେତ୍ରରେ ଉତ୍ତମ ରୋଜଗାର କରିପାରିବେ । ବ୍ୟବସାୟ ସମ୍ବନ୍ଧରେ ରାଜ୍ୟ ବାହାରକୁ ଯିବାର ଯୋଜନା କରିବେ । ମାନସିକ ଅସ୍ଥିରତା ଦେଖାଦେବ । ଯୁବକ ଯୁବତୀମାନେ ସମାଜ ସେବା ଓ ରାଜନୀତିରେ ସ୍ଵନାମ ଅର୍ଜନ କରି ପାରିବେ । ମହିଳାମାନଙ୍କ ମାନସିକ ସ୍ଥିତି ସେତେଟା ଭଲ ରହିବ ନାହିଁ । ଛାତ୍ର ଛାତ୍ରୀମାନେ ଶାରୀରିକ ଅସୁସ୍ଥତା ଅନୁଭବ କରିବେ । ଶୁଭରଙ୍ଗ: ସବୁଜ । ଆରାଧନା: ହନୁମାନ ।