28 ଅପ୍ରେଲ 2019 ରବିବାର – ସୂର୍ଯ୍ୟଦେବଙ୍କ କୃପା ଏହି ୬ଟି ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କ ଜୀବନ ଧନଧାନ୍ୟରେ ପୂର୍ଣ୍ଣ ରହିବା…. ସୁଖୀରେ ଦିନ ଅତିବାହିତ କରିବେ !

Spread the love

28 ଅପ୍ରେଲ 2019 ରବିବାର – ସୂର୍ଯ୍ୟଦେବଙ୍କ କୃପା ଏହି ୬ଟି ରାଶି ସମ୍ପର୍ଣ୍ଣ ବ୍ୟକ୍ତିଙ୍କ ଜୀବନ ଧନଧାନ୍ୟରେ ପୂର୍ଣ୍ଣ ରହିବା…. ସୁଖୀରେ ଦିନ ଅତିବାହିତ କରିବେ !

ଦୈନନ୍ଦିନ କାର୍ଯ୍ୟକଳାପରେ ଗ୍ରହମାନଙ୍କ ପ୍ରଭାବ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ, ଯାହାଫଳରେ ଗ୍ରହମାନଙ୍କ ଗତିବିଧିକୁ ଆଧାର କରି ରାଶିଫଳ ନିର୍ଣ୍ଣୟ କରାଯାଇଥାଏ । ଗ୍ରହ ନକ୍ଷେତ୍ରଗୁଡି଼କ ନିରନ୍ତର ପରିବର୍ତ୍ତନ ଘଟିଥାଏ । ଯେଉଁଠି କାରଣରୁ ମନୁଷ୍ୟର ଦୈନନ୍ଦିନ ଜୀବନ ଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖା ଦେଇଥାଏ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ: ଆଜି ଆପଣଙ୍କ ମନରେ ଆତ୍ମବିଶ୍ଵାସ ଭରି ରହିବ । ଅଫିସରେ କୌଣସି ମହତ୍ଵପୂର୍ଣ୍ଣ କାର୍ଯ୍ୟ ଲାଗି ଆପଣଙ୍କର ପ୍ରଶଂସା ହେବ । ରାଜନୀତିରେ ସଫଳତା ମିଳିବ । ଆଜି ଆପଣଙ୍କ ଘରକୁ ଅତିଥି ଆସି ପାରନ୍ତି । ଆପଣ ନିଜର ସବୁ ସମସ୍ୟାକୁ ଗୋଟିଏ ପଟେ ରଖି ନିଜ ସାଙ୍ଗ ସାଥିଙ୍କ ସହିତ ମଜ୍ଜା କରିବେ । ମିତ୍ରମାନଙ୍କ ଏବଂ ସ୍ନେହୀଜନମାନଙ୍କର ଭେଟରେ ଆନନ୍ଦିତ ହେବେ । କାର୍ଯ୍ୟରେ ମିଳିଥିବା ସଫଳତାର କାରଣ ଆପଣଙ୍କ ଉତ୍ସାହରେ ବୃଦ୍ଧି ହେବ । ପ୍ରତିଦ୍ୱନ୍ଦ୍ୱୀମାନଙ୍କ ଉପରେ ବିଜୟ ପ୍ରାପ୍ତ କରିବେ । ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ରହିବା । ଜୀବନସାଥୀଙ୍କ ସହିତ ରାଜ୍ୟ ବାହାରକୁ ଯିବାର ଯୋଜନା କରିପାରନ୍ତି । ଶୁଭରଙ୍ଗ: ସବୁଜ । ଆରାଧନା: ମାଆ ଭଦ୍ରକାଳୀ ।

ବୃଷ: ଆଜି ଆନନ୍ଦ ଅନୁଭବ କରିବେ । ବହୁତ ଲୋକ ଆପଣଙ୍କୁ ଉପଦେଶ ମାଗିବେ । ଆପଣ ସାଧୁତା ଆବଲମ୍ବନ କରି ଉପଦେଶ ଦିଅନ୍ତୁ । ନୂଆ କାମ ଧନ୍ଦା ଆରମ୍ଭ କରିବା ଲାଗି ଦିନଟି ଶୁଭ । ମାନସିକ ରୂପରେ କାର୍ଯ୍ୟଭାର ଅଧିକ ରହିବ । ଆଜି ଶାରୀରିକ ଏବଂ ମାନସିକ ଫୁର୍ତ୍ତି ଅନୁଭବ କରିବେ । ଆର୍ଥିକ ଲାଭ ହେବାର ସମ୍ଭାବନା ଅଛି । ବିବିଧ କ୍ଷେତ୍ରରେ ହେଉଥିବା ଲାଭରେ ଆପଣଙ୍କୁ ପ୍ରସନ୍ନତା ହେବ । ଆୟରେ ମଧ୍ୟ ବୃଦ୍ଧି ହୋଇପାରେ । ସମାଜ ସେବାରେ ନିଯୋଜିତ ରହିବେ, ଘରେ ଧର୍ମୀ କାର୍ଯ୍ୟରେ ମନୋନିବେଶ କରିବେ । ପରିବାରର ସବୁ ସଦସ୍ୟଙ୍କ ଭରପୂର ସହଯୋଗ ପାଇବେ । ଦାମ୍ପତ୍ୟ ଜୀବନ ସୁଖଭଲା ରହିବ । ଶୁଭରଙ୍ଗ: ଧଳା । ଆରାଧନା: ହର ପାର୍ବତୀ ।

ମିଥୁନ: ଆପଣଙ୍କ ମନ କାମଧନ୍ଦାରେ ଲାଗି ରହିବ । ଆଜି ଆପଣଙ୍କୁ ବାଦ-ବିବାଦରୁ ଭଲ ସଫଳତା ମିଳିବ । ଆପଣଙ୍କ ବାଣୀରେ ଆଜି ଆପଣଙ୍କୁ ଲାଭ ହେବ । ଏହା ନୂଆ ସମ୍ବନ୍ଧରେ ସଦଭାବ ବଢ଼ିବାର ମଧ୍ୟ ସମ୍ଭାବନା ଅଛି । ଭାଗୀଦାରିଙ୍କ ସହଯୋଗ ମିଳିବାର ଯୋଗ ରହିଛି । ଆର୍ଥିକ ସ୍ଥିତି ମଜଭୁତ ହେବ । ଶାରୀରିକ ଏବଂ ମାନସିକ ରୂପରେ ଆପଣ ଅସୁସ୍ଥ ରହିବେ । ମନରେ ଦୁଃଖ ଏବଂ ଅସନ୍ତୋଷର ଭାବନା ରହିବ । ଆଖିରେ ପୀଡ଼ା ହେବାର ଆଶଂକା ଅଛି । ଜୀବନସାଥୀଙ୍କ ସହିତ ଆପଣଙ୍କ ସମ୍ବନ୍ଧ ମଧୁର ହେବ । ଶୁଭରଙ୍ଗ: ଗୋଲାପି । ଅରାଧନା: ଶ୍ରୀକୃଷ୍ଣ ।

କର୍କଟ: କାର୍ଯ୍ୟକ୍ଷେତ୍ରରେ ନୂଆ ସମ୍ଭାବନା ତଲାସ କରିବେ । ଅନ୍ୟମାନଙ୍କ ସହିତ ଗୁରୁତ୍ବପୂର୍ଣ୍ଣ କଥା ଆଲୋଚନା କରନ୍ତୁ ନାହିଁ । ଆଜି ଆପଣଙ୍କୁ ଉଚ୍ଚ ଅଧିକାରୀମାନଙ୍କ ପାଇଁ ବୋଧହୁଏ କିଛି ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ କିନ୍ତୁ ଏବଂ ଚାକିରି ପେଶାଲୋକଙ୍କୁ ଉଚ୍ଚ ପଦାଧିକାରିମାନଙ୍କର କୃପାଦୃଷ୍ଟି ମିଳିବାର ଯୋଗ । ବ୍ୟବସାୟ କରୁଥିବାଲୋକଙ୍କୁ ସରକାରଙ୍କ ତରଫରୁ ଲାଭ ମିଳିବାର ଯୋଗ ଅଛି । କୋର୍ଟ କଚେରି ମାମଲାରେ ଉଦ୍‌ବେଗ ବଢ଼ିପାରେ । ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ । ନୂଆ ଯୋଜନା ଆରମ୍ଭ କରିବା ପାଇଁ ଆଜି ଅନୁକୂଳ ଦିନ ଅଟେ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

ସିଂହ: ଆପଣ ନିଜର ବଂଧୁ ଓ ପରିବାର ସହ ସଦସ୍ୟଙ୍କ ସହ ଖୋଲା ମନରେ କିଛି ସମୟ ଆଲୋଚନା କରନ୍ତୁ । ଆଜିର ଦିନ ଆପଣଙ୍କପାଇଁ ମିଶ୍ରତ ଫଳଦାୟୀ ଅଟେ । ପରିଜନମାନଙ୍କ ସହିତ ଆପଣ ସମୟ କଟାଇବେ । ତାଙ୍କର ସହଯୋଗ ମଧ୍ୟ ମିଳିପାରେ । ପରିବାରର ସବୁ ସଦସ୍ୟଙ୍କୁ ଆନନ୍ଦ ପ୍ରାପ୍ତି ହେବ । ଆର୍ଥିକ କ୍ଷେତ୍ରରେ ଆୟ ଅପେକ୍ଷା ବ୍ୟୟ ହିଁ ଅଧିକ ହୋଇପାରେ । ବ୍ୟବସାୟିକ କାମରେ ଦୂରସ୍ଥାନକୁ ଯାତ୍ରାରେ ଯିବେ । ତଥାପି ମଧ୍ୟ ବାଣୀ ଦ୍ଵାରା ଆପଣ ସମସ୍ତଙ୍କ ମନକୁ ଜୀତି ପାରିବେ । ଜୀବନସାଥୀଙ୍କ ସହଯୋଗରେ ଆଗକୁ ବଢ଼ିବାର ରାସ୍ତା ଖୋଲିବ । ପ୍ରେମରେ ସଫଳତା ମିଳିବ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ଅମ୍ବିକା ।

କନ୍ୟା: ଆଗକୁ ବଢ଼ିବାର ଦିନଟିଏ । ବ୍ୟବସାୟରେ ବିକ୍ରି ବଢ଼ିବ ଓ ଆର୍ଥିକ ଲାଭ ହେବ । ଉଗ୍ର ସ୍ଵଭାବ ଉପରେ ନିୟନ୍ତ୍ରଣ ରଖିବେ । ଶାରୀରିକ ଏବଂ ମାନସିକ ସ୍ତରରେ ଶିଥିଳତା ଅନୁଭବ କରିବେ । କୋର୍ଟ କଚେରି ମାମଲା ଆପଣଙ୍କ ପକ୍ଷରେ ହୋଇପାରେ । ଘରେ ଖୁସିର ମାହୋଲ ବଜାୟ ରହିବ । ସନ୍ତାନମାନଙ୍କର ବିଷୟରେ ମଧ୍ୟ ଆପଣଙ୍କୁ ଚିନ୍ତା ରହିବ । ବ୍ୟସ୍ତତା ଯୋଗୁଁ ପରିଜନମାନଙ୍କ ଉପରେ କମ ଧ୍ୟାନ ଦେଇ ପାରିବେ । ଉଦର ରୋଗରେ ପେଟରେ ଯନ୍ତ୍ରଣାର ଆଶଂକା ଅଛି । ଶୁଭରଙ୍ଗ: ଧଳା । ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ ।

ତୁଳା: ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିବ । ଆପଣଙ୍କ ଉନ୍ନତିର ନୂଆ ରାସ୍ତା ଖୋଲିବ କିନ୍ତୁ ପ୍ରତିଟି କ୍ଷେତ୍ରରେ ଆପଣଙ୍କୁ ଶାନ୍ତ ରହିବାକୁ ପଡିବ ଏବଂ ନିଜ ଲୋକଙ୍କୁ ସାହାର୍ଯ୍ୟ ପାଇଁ ଚେଷ୍ଟା କରିବା ଉଚିତ ହେବ । ବ୍ୟବସାୟରୁ ପ୍ରଚୁର ଲାଭ ପାଇବେ । ବୈବାହିକ ଜୀବନରେ ମନର ଆବେଗ ସମାପ୍ତ ହେବ । ରାଜନୀତିତରେ ଲୋକ ସମ୍ପର୍କ ବୃଦ୍ଧି ପାଇବ । ସମାଜରେ ମନ ସମ୍ମାନ ବଢିବ । ବାଣୀ ଉପରେ ନିୟନ୍ତ୍ରଣ ରଖିବେ, ନଚେତ ଆପଣ କ୍ଷତିଗ୍ରସ୍ତ ହୋଇପାରନ୍ତି । ମହିଳାମାନେ ଆନନ୍ଦରେ ଦିନ ଅତିବାହିତ କରିବେ । ଶୁଭରଙ୍ଗ: ଗୋଲାପି । ଆରାଧନା: ମାଆ ମାଣିକେଶ୍ବରୀ ।

ବିଛା: ମନରେ ଧାର୍ମିକ କାର୍ଯ୍ୟ ପ୍ରତି ଶ୍ରଦ୍ଧା ବଢ଼ିବ । ଚିନ୍ତାଶୀଳ ବ୍ୟକ୍ତିଙ୍କ ସହିତ ସମ୍ପର୍କ ମଜଭୁତ ହେବ । ଆପଣଙ୍କୁ କିଛି ଭଲ ଅବସର ମିଳିପାରେ । ଆପଣଙ୍କୁ ବିବିଧ କ୍ଷେତ୍ରରୁ ଯଶ, କୀର୍ତ୍ତି ଏବଂ ଲାଭ ମିଳିବ । ଲକ୍ଷ୍ମୀଙ୍କର କୃପା ଆପଣଙ୍କ ଉପରେ ରହିବ । ଗୁରୁଜନମାନଙ୍କ ତଥା ମିତ୍ରମାନଙ୍କର ସାଥିରେ ଆପଣଙ୍କ ଦିନ ଆନନ୍ଦରେ ବିତିବ । ଆଇନ କାନୁନ ମାମଲାର ସମାଧାନ ହୋଇପାରେ । ପତ୍ନୀ ଏବଂ ସନ୍ତାନମାନଙ୍କ ସହିତ ଭଲ ସମୟ କଟିବ । ଶୁଭରଙ୍ଗ: ମେରୁନ । ଆରାଧନା: ମାଆ ଶାରଳା ।

ଧନୁ: ଆଜି ପୂରା ଦିନ ଊର୍ଜା ଭରା ରହିବେ । କୌଣସି ଯୁକ୍ତି କିମ୍ବା କଳିରେ ନପଡ଼ିବା ପାଇଁ ଚ଼େଷ୍ଟା କରନ୍ତୁ । ଆପଣଙ୍କ ଜୀବନ ଲାଗି ଖାସ୍‌ କାମ ମିଳିପାରେ । ରାଜନୀତିରେ ସାମାଜିକ କାର୍ଯ୍ୟ କରିବାର ସୌଭାଗ୍ୟ ପ୍ରାପ୍ତ ହେବ । ଶତୃନାଶ, ଧନପ୍ରାପ୍ତି, ମିତ୍ରଲାଭ ଓ ଉଚ୍ଚ ସମ୍ମାନ ପାଇବେ । ଧୈର୍ଯ୍ୟ ଓ ବୁଦ୍ଧିବଳରେ ନିଜର କାର୍ଯ୍ୟ ହାସଲ କରିପାରିବେ । ବନ୍ଧୁ ମିତ୍ରମାନେ ସମର୍ଥନ ଓ ପରିବାର ଲୋକଙ୍କର ସାହାଯ୍ୟ ସହଯୋଗ ହେତୁ ଖୁସି ହେବେ । ବୈବାହିକ ଜୀବନ ଆନନ୍ଦମୟ ହେବ । ଶୁଭରଙ୍ଗ: ମାଜେଣ୍ତା । ଆରାଧନା: ଶ୍ରୀକୃଷ୍ଣ ।

ମକର: ଦିନଟି ଆପଣଙ୍କ ପାଇଁ ସବୁ ଦୃଷ୍ଟିରୁ ଭଲ । ଆଜି ଆପଣ କୌଣସି ପାରିବାରିକ ସମାରୋହର ଯୋଗ ଦେବେ । ସମାଜରେ ଲୋକପ୍ରିୟତା ବୃଦ୍ଧି ହେବ । ବ୍ୟବସାୟରେ ନୂଆ ସଉଦା କରିବାର ସୁଯୋଗ ମିଳିବ । ଚାକିରି କ୍ଷେତ୍ରରେ ଉଚ୍ଚ ଅଧିକାରୀ ପ୍ରସନ୍ନ ରହିବେ । ମିତ୍ରମାନଙ୍କ ସହିତ ଭେଟ ହେବ ତଥା ତାଙ୍କ ସହିତ ବୁଲିବାକୁ ଯିବା, ଆମୋଦ-ପ୍ରମୋଦ କରିବାରେ ଖର୍ଚ୍ଚ ହେବ । ଜୀବନସାଥୀଙ୍କ ସହିତ ସୁସଂପର୍କ ବଜାୟ ରହିବ । ମହିଳାମାନେ ଲକ୍ଷ୍ୟ ହାସଲ କରିବାରେ ସମର୍ଥ ହେବେ ଓ ଧୈର୍ଯ୍ୟ ଓ ସହନଶୀଳତା ଯୋଗେ ଯଶ ମିଳିବ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

କୁମ୍ଭ: ଆପଣ ବହୁତ କିଛି ଚିନ୍ତା କରିବେ; ଯେଉଁଥିରୁ ଭବିଷ୍ୟତରେ ଲାଭ ମିଳିବ । ସାମାଜିକ କାର୍ଯ୍ୟରେ ମହତ୍ତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ । ବ୍ୟବସାୟିକ କ୍ଷେତ୍ରରେ ଆୟ ବ୍ୟୟ ପ୍ରାୟ ସମାନ ରହିବ । ମୋବାଇଲ ବ୍ୟବସାୟୀଙ୍କ ପାଇଁ ଦିନଟି ଲାଭପ୍ରଦ ରହିବ । ରାଜନୀତି କ୍ଷେତ୍ରରେ ସାମୁହିକ ପ୍ରୟାସ ଓ ସହଯୋଗ ଦ୍ଵାରା ଆଗକୁ ବଢିବା ସମ୍ଭବ ହେବ । ବାଦ ବିବାଦ ପରୀକ୍ଷା, ପ୍ରତିଯୋଗିତା ଓ ମାଲିମକଦ୍ଦମାର ଅବସାନ ହେବ । ପୁରାତନ ରୋଗପ୍ରତି ସାବଧାନ ରହିଲେ ଭଲ । କୌଣସି ଅଶୁଭ ସମାଚାର ମଧ୍ୟ ଶୁଣିବାକୁ ମିଳିବ । ଶୁଭରଙ୍ଗ: ଧଳା । ଆରାଧନା: ପ୍ରଭୁ ହନୁମାନ ।

ମୀନ: ଆଜି ଆପଣ କୌଣସି ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ନେବା ଦରକାର । କମ୍ପୁଟର, ଇଞ୍ଜିନିୟରଙ୍କୁ ବିଦେଶରେ ଚାକିରି ମିଳିବାର ପ୍ରସ୍ତାବ ଆସିପାରେ । ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ । ଅଫିସରେ ଗୁରୁତ୍ବ ପୂର୍ଣ୍ଣ ଫଇସଲା ନେଇ ପାରନ୍ତି । ରାଜନୀତିରେ ପ୍ରଶଂସିତ ହେବେ । ଶାରୀରିକ ଓ ମାନସିକ ସ୍ଥିରତା ଦେଖାଦେବ । ବିବାହିତାଙ୍କୁ ପାରିବାରିକ ଖୁସି ମିଳିବ । ମହିଳାମାନେ ବ୍ୟବସାୟରେ ପ୍ରଚୁର ଲାଭ କରିବେ ଓ ରାଜନୀତିରେ କୃତକାର୍ଯ୍ୟ ହେବେ । ଶୁଭରଙ୍ଗ: ବାଦାମୀ । ଆରାଧନା: ମାଆ ସମଲେଶ୍ୱରୀ ।